32.9 C
Balāngīr
Monday, April 28, 2025

ରାମଚଣ୍ଡୀ କନଷ୍ଟକ୍ସନ୍ କମ୍ପାନୀ ଉପରେ ଆଇଟି ବିଭାଗର ଚଢ଼ାଉ

Must read

ରିପୋର୍ଟ : ଧୃବରାଜ ମିଶ୍ର
ସୁବର୍ଣ୍ଣପୁର, (୧୭/୦୧) : ସୁବର୍ଣ୍ଣପୁର ଓ ବୌଦ୍ଧ ଜିଲ୍ଲାରେ ବଡ ଧରଣର ଆୟକର ବିଭାଗର ଚଢାଉ ହୋଇଛି ।

ଏହି ଜିଲ୍ଲାର ରାମଚଣ୍ଡୀ କନଷ୍ଟକ୍ସନ୍ କମ୍ପାନୀ ନାଁରେ ଥିବା ଜିଲ୍ଲାର ତରଭା ରେ ଥିବା କ୍ରସର୍, ସୋନପୁର ସହରରେ ଥିବା ଅଫିସ୍, ଘର ଓ ଭଜବଲପୁର ସ୍ଥିତ ପୈତୃକ ଘରେ ଏକ ସଙ୍ଗରେ ଆୟକର ବିଭାଗର ଚଢାଉ ଜାରି ରହିଥିବା ସୂଚନା ମିଳିଛି । ବର୍ତ୍ତମାନ ଆଇଟି ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢ଼ାଉ ଚାଲିଛି l ବୌଦ୍ଧ ଜିଲ୍ଲା ବାଉଁଶୁଣି ଥାନା ଗୋଛାପଡ଼ା ପଞ୍ଚାୟତ ବିଜାପଦର୍ ସ୍ଥିତ କ୍ରସର ରେ ଚଢାଉ ହୋଇଛି। ଆୟକର ବିଭାଗ ୫ ଜଣିଆ ଟିମ୍ ର ଚଢ଼ାଉ କରିଛନ୍ତି । କାଗଜପତ୍ର ଯାଞ୍ଚ କରିଛନ୍ତି ଅଧିକାରୀ । ସୂଚନା ଅନୁଯାୟୀ ରାମଚଣ୍ଡୀ ଫାର୍ମ ର ବିଭିନ୍ନ କ୍ରସର୍ ଏବଂ ଠିକା ସଂସ୍ଥା ଗୁଡିକରେ ବ୍ୟାପକ ଆର୍ଥିକ ଅନିୟମିତତା ହେବା ସହିତ ଆୟକର ଠକେଇ ଅଭିଯୋଗ ରେ ଗତକାଲି ରାତ୍ରି ସମୟରୁ ଆୟକର ବିଭାଗ ପକ୍ଷରୁ ଚଢାଉ ଜାରି ରହିଛି । ରାମଚଣ୍ଡୀ କ୍ରସର ରେ ଆୟକର ବିଭାଗ ପକ୍ଷରୁ ୫ ଜଣିଆ ଆୟକର ଅଧିକାରୀ ଙ୍କ ଟିମ୍ ଚଢାଉ ଜାରି ରଖିଥିବା ବେଳେ ପୁଲିସ ଫୋର୍ସ ମଧ୍ୟ ଏହି ଚଢାଉ ରେ ସାମିଲ ଅଛନ୍ତି ।

ରାମଚଣ୍ଡିର ବିଭିନ୍ନ କାର୍ଯ୍ୟାଳୟ ଠାରେ ମ୍ୟାନେଜର ମାନଙ୍କୁ ଆୟକର ବିଭାଗ ଅଧିକାରୀ ମାନେ ଅଟକ ରଖି କାଗଜ ପତ୍ର ଯାଞ୍ଚ କରୁଥିବା ନେଇ ସୂଚନା ମିଳିଛି । ତେବେ କେତେ ପରିମାଣର ଆୟକର ଠକେଇ ହୋଉଛି ଏବଂ କେଉଁ ଲିଙ୍କ ରେ ଏହି ଚଢାଉ ଜାରି ରହିଛି ସେ ନେଇ ପରବର୍ତ୍ତୀ ସମୟରେ ସୂଚନା ମିଳିପାରିବ ବୋଲି ଅନୁମାନ କରାଯାଉଛି ।

- Advertisement -spot_img

More articles

- Advertisement -spot_img

Latest article

ଅବକାରୀ ଚଢ଼ାଉରେ ମହୁଲି ମଦ ସହ ୨ଟି ସ୍କୁଟି : ୨ଟି ମୋଟର ସାଇକେଲ ଜବତ

ରାଉରକେଲା, (୨୮/୦୪) : ଆପ୍ର. : ଆଜି ରାଉରକେଲା ଅବକାରୀ ଅଧୀକ୍ଷକ ଝସକେତନ ବରିହାଙ୍କ ନିର୍ଦ୍ଦେଶ କ୍ରମେ, ରାଉରକେଲା ଅବକାରୀ ବିଭାଗ ପକ୍ଷରୁ ଜିଅବାହାଲ, ରୁପୁଟୋଲା, ସେକ୍ଟର-୩, ଝିରପାଣି, ଅଚଂଳରେ ଚଢ଼ାଉ କରି...

ହାଇୱା-ବାଇକ ଧକ୍କା : ଜଣେ ମୃତ, ତିନି ଗୁରୁତର

ପାଟଣାଗଡ଼, (୨୮/୦୪): ଆପ୍ର. : ବଲାଙ୍ଗିର ଜିଲ୍ଲା ଲରମ୍ଭା ଥାନା ଘସିଏନ ଲରମ୍ଭା ମୁଖ୍ୟରାସ୍ତା ମଝିରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ହାଇୱାକୁ ପଛପଟୁ ପିଟିଲା ବାଇକ, ଜଣେ ମୃତ ତିନିଜଣ ଗୁରୁତର ।...

ଗଞ୍ଜାମରେ ବିଭତ୍ସ ହତ୍ୟା; ଦୁଇ ଭାଇଙ୍କୁ ହତ୍ୟା କରି ଶାଳବଣ ଜଙ୍ଗଲରେ ଜାଳିଦେଲେ ଦୁବୃର୍ତ

ଗଞ୍ଜାମ, (୨୮/୦୪) : ଆପ୍ର. : ପୁଣି ଅଶାନ୍ତ ହେଲା ଗଞ୍ଜାମ । ଖଲ୍ଲିକୋର୍ଟ ବେଗୁନିଆପଡ଼ା ଥାନା ଅଞ୍ଚଳରେ ଦୁଇ ଭାଇଙ୍କୁ ମାରି ଜଙ୍ଗଲରେ ଜାଳିଦେଲେ ଦୁର୍ବୁତ୍ତ । ବେଗୁନିଆପଡା ଥାନାଞ୍ଚଳର ଶାଳବଣ ଗାଁ...

ଯାଜପୁରରେ ଚାଞ୍ଚଲ୍ୟ ,ମହିଳାଙ୍କ ହାତମୁହଁ ବାନ୍ଧି ଦୁଷ୍କର୍ମ କଲେ ,ମାଡ଼ ମାରିଲେ ଦୁର୍ବୁତ୍ତ

ଯାଜପୁର, (୨୮/୦୪) : ଆପ୍ର. : ଯାଜପୁରରେ ଲଜ୍ୟା । ଯାଜପୁର ସହରରେ ଜଣେ କର୍ମଜୀବୀ ମହିଳାଙ୍କ ହାତମୁହଁ ବାନ୍ଧି ଦୁଷ୍କର୍ମ ଘଟଣା ପୁରା ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ପୀଡିତା ଲୋକଲଜ୍ୟା...

ଶଶୁର ଘରକୁ ଫେରିବା ବାଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା; ଗଛରେ ପିଟି ହେଲା ସ୍କର୍ପିଓ, ନବ ବିବାହିତଙ୍କ ସମେତ ୪ ମୃତ

ରାଉଲକେଲା, (୨୮/୦୪) : ଆପ୍ର. : ଦିଅଁ ଦର୍ଶନ ସାରି ଫେରୁଥିବା ବେଳେ ଗଛରେ ପିଟିହେଲା ସ୍କର୍ପିଓ । ଦୁର୍ଘଟଣାରେ ନବ ବିବାହିତାଙ୍କ ସମେତ ଚାଲିଗଲା ୪ ଜଣଙ୍କର ଜୀବନ ଓ ଜଣେ...