32.9 C
Balāngīr
Wednesday, April 23, 2025

ରାମ ନବମୀ ଉତ୍ସବ କମିଟି ରାୟଗଡ ତରଫରୁ ସାମ୍ବାଦିକ ସମ୍ମିଳନୀ

Must read

sudhir
sudhirhttps://www.odishanews24.in
Editor led his team through the digital news revolution, always prioritizing integrity & accuracy. his legacy endures, an emblem of journalistic dedication.

ରାୟଗଡା (୦୪/୦୪-ଆପ୍ର): ରାୟଗଡ ସହରରେ ପ୍ରତି ବର୍ଷ ଧୁମଧାମରେ ଶ୍ରୀ ରାମ ନବମୀ ଉତ୍ସବ ପାଳନ ହୁଏ । ସେହିପରି ଚଳିତ ବର୍ଷ ୬ ତାରିଖରେ ଏହି ପବିତ୍ର ଉତ୍ସବ ପାଳନ ବଡ଼ ମହା ଆଡମ୍ବରରେ ପାଳନ କରିବା ନେଇ କମିଟି ତରଫରୁ ଏକ ସାମ୍ୱାଦିକ ସମ୍ମିଳନୀ କରାଯାଇଥିଲା। ସ୍ଥାନୀୟ ମା ମଝିଘରିଆଣି ମନ୍ଦିର ପ୍ରାଙ୍ଗଣରେ ଥିବା ଉଦ୍ୟାନ ଠାରେ ଏକ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ସୂଚନା ଦେଇଥିଲେ ହିନ୍ଦୁ ସମାଜ ସଂଘଠନ କର୍ମ କର୍ତ୍ତା ମାନେ।

ଆସନ୍ତା ୬ ତାରିଖ ଦିନ ସକାଳ ଠିକ ୯.୩0 ରେ ରାମ ଜନ୍ମଉତ୍ସବ ଶୋଭାଯାତ୍ରା ସ୍ଥାନୀୟ ଶ୍ରୀ ଜଗନ୍ନାଥ ମନ୍ଦିର ପାଖ ଶ୍ରୀରାମ ମନ୍ଦିର ଠାରୁ ବାହାରି , ମୁଖ୍ୟ ବଜାର ଦେଇ, କପିଳାସ ହୋଟେଲ ଛକ ଦେଇ, ଜ୍ୟୋତି ମହଲ ଛକରେ ଥିବା ଶ୍ରୀ ଭେଙ୍କଟସ୍ୱର ସ୍ୱାମୀ ମନ୍ଦିର ଠାରେ ସମାପ୍ତ ହେବ। ଉକ୍ତ ସ୍ଥାନରେ ସମସ୍ତ ଶ୍ରଦ୍ଧାଳୁ ମାନଙ୍କ ପାଇଁ ଅନ୍ନ ପ୍ରସାଦ ସେବନ ବ୍ୟବସ୍ଥା ହୋଇଥିବା ସୂଚନା ଦେଇଛନ୍ତି ସଙ୍ଗଠନ ସଂପାଦକ।ତେବେ, ଏହି ଶୋଭାଯାତ୍ରାରେ ୩୫ ଗୋଟି କୀର୍ତ୍ତନ ମଣ୍ଡଳୀ, ଜିଲ୍ଲାର ଅନେକ ସାଧୁ ସନ୍ଥ , ଶ୍ରୀ ରାମ ସେନା , ଶ୍ରୀ ରାମ ଝାଙ୍କି, ବିଭିନ୍ନ ହିନ୍ଦୁ ସଂଘଠନ, ବିଭିନ୍ନ ଜାତି ସମାଜ, ବିଭିନ୍ନ ବିଦ୍ୟାଳୟ ଓ ମହାବିଦ୍ୟାଳୟ ର ଛାତ୍ର ଛାତ୍ରୀ ଓ ବିଭିନ୍ନ ନୃତ୍ୟ ମଣ୍ଡଳୀ ଯୋଗ ଦେବା ସହ ସହରରେ ଥିବା ଏବଂ ଆଖ ପାଖ ଅଞ୍ଚଳରୁ ହଜାର ହଜାର ଭକ୍ତ ଶୋଭାଯାତ୍ରାରେ ସାମିଲ ହେବାର ସୁଚନା ରହିଛି ।2c4b2411 553d 414d ad33 38fb86902f36 ରାମ ନବମୀ ଉତ୍ସବ କମିଟି ରାୟଗଡ ତରଫରୁ ସାମ୍ବାଦିକ ସମ୍ମିଳନୀ

ଶୋଭାଯାତ୍ରାର ମୁଖ୍ୟ ଆକର୍ଷଣ ଆନ୍ଧ୍ର ପ୍ରଦେଶର ବବିଲିରୁ ଆସିଥିବା ପ୍ରଭୁ ଶ୍ରୀରାମଙ୍କ ଦରବାର ଏବଂ ପବିତ୍ର ଚିତ୍ରକୂଟରୁ ଆସିଥିବା ପ୍ରଭୁ ଶ୍ରୀରାମ ଚନ୍ଦ୍ର ଙ୍କ ପାଦୁକା ରହିବ।ଏକ ରଥରେ ସହର ପରିକ୍ରମା କରିବା ସହିତ ଏହି ରଥ କୁ ମାତୃଶକ୍ତି ମାନଙ୍କ ଦ୍ୱାରା ଟାଣିବା ପାଇଁ ବ୍ୟବସ୍ଥା କରାଯାଇଥିବା ସୂଚନା ମିଳିଛି। ତେବେ ରାମ ନବମୀ ଉତ୍ସବ ପାଇଁ ସମ୍ପୂର୍ଣ ସହର କୁ ଭଗବା ରଙ୍ଗରେ ସଜା ଯାଇଛି। ଶାନ୍ତି ଶୃଙ୍ଖଳା ରକ୍ଷା କରିବା ପାଇଁ କମିଟି ତରଫରୁ ସ୍ବେଛାସେବୀ ମାନଙ୍କୁ ଦାୟିତ୍ୱ ଦିଆଯାଇଛି।

ଏହି କାର୍ଯ୍ୟକ୍ରମରେ ସହଯୋଗ କରିବା ପାଇଁ ପ୍ରଶାସନକୁ କମିଟି ତରଫରୁ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ସହଯୋଗ ମଗା ଯାଇଛି। ଏହି ସାମ୍ବାଦିକ ସମ୍ମିଳନୀରେ ରାମ ନବମୀ ଉତ୍ସବ କମିଟି ତରଫରୁ ଶ୍ୟାମ କୁମାର ଦାଶ, ବିଦ୍ୟା ଭୂଷଣ ପଣ୍ଡା, ଅଜୟ କୁମାର ଚୂଲେଟ, ରାଜେଶ ନାଇଡ଼ୁ ଏବଂ ରାମ କୃଷ୍ଣ ପାଣିଗ୍ରାହୀ ଉପସ୍ଥିତ ରହିଥିଲେ।

- Advertisement -spot_img

More articles

- Advertisement -spot_img

Latest article

ପୁଅର ପ୍ରେମ ପାଇଁ ବାପାକୁ ହତ୍ୟା, ପୋଲିସର ତଦନ୍ତ ଜାରି

ଗଞ୍ଜାମ, (୨୨/୦୪) : ଆପ୍ର. : ପୁଅର ପ୍ରେମ ପାଇଁ ବାପାକୁ ନୃଶଂସ ଭାବେ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ଗଂଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ଥାନା ଅନ୍ତର୍ଗତ କୁମୁଣ୍ଡା ଗାଁରେ ଘଟିଛି...

କାଶୀନଗର ବ୍ଲକ ରେ ମଦ ବିରୋଧୀ ଆନ୍ଦୋଳନ

କାଶୀନଗର, (୨୨/୪) : ଆପ୍ର. : କାଶୀନଗର ବ୍ଲକ ରେ ମଦ ବିରୋଧୀ ଆନ୍ଦୋଳନ ମୁଣ୍ଡ ଟେକିଛି । ଗତ କାଲି ଅଲଡା ପଂଚାୟତ ରେ ବିଭିନ୍ନ ମହିଳା ସଂଘଠନ ଗୁଡିକ ତରଫରୁ ଅଲଡା...

ଶ୍ରୀମନ୍ଦିରରେ ଆଜି ମହାପ୍ରଭୁଙ୍କ ରାମାଭିଷେକ ନୀତି, ଶେଷ ହେବ ସାହିଯାତ

ପୁରୀ, (୨୨/୦୪) : ଆପ୍ର. : ଶ୍ରୀମନ୍ଦିରରେ ଆଜି ମହାପ୍ରଭୁଙ୍କ ରାମାଭିଷେକ ନୀତି । ଏହାସହ ଶ୍ରୀରାମ ନବମୀରୁ ଆରମ୍ଭ ହୋଇଥିବା ଶ୍ରୀକ୍ଷେତ୍ର ସାହିଯାତ ମଧ୍ୟ ଶେଷ ହେବ । ଆଜି ଶ୍ରୀମନ୍ଦିରରେ ମଧ୍ୟାହ୍ନ...

ରାଜଧାନୀରେ ବ୍ୟାପୁଛି ଝାଡ଼ାବାନ୍ତି, ନୀଳାଦ୍ରି ନିବାସ ପରେ ଖଣ୍ଡଗିରିରେ ୬ଜଣ ଆକ୍ରାନ୍ତ

ଭୁବନେଶ୍ୱର, (୨୨/୦୪) : ଆପ୍ର. : ଭୁବନେଶ୍ୱରରେ ଝାଡ଼ାବାନ୍ତି ଆତଙ୍କ। ନୀଳାଦ୍ରି ନିବାସ ପରେ ଖଣ୍ଡଗିରିରେ ବ୍ୟାପୁଛି ଝାଡ଼ାବାନ୍ତି। ଗାନ୍ଧି ଯୁକ୍ତ ୨ ବିଦ୍ୟାପୀଠରେ ଝାଡ଼ାବାନ୍ତିରେ ୬ ଛାତ୍ରଛାତ୍ରୀ ଆକ୍ରାନ୍ତ ହୋଇଛନ୍ତି । ବର୍ତ୍ତମାନ...

ପାଣିରେ ବୁଡି ଚାଲିଗଲା ନାବାଳକର ଜୀବନ

ବଲାଙ୍ଗିର, (୨୨/୦୪) : ଆପ୍ର. : ପାଣିରେ ବୁଡି ନାବାଳକ ପୁଅ ର ଚାଲିଗଲା ଜୀବନ । ଗାଧୋଇବା ପାଇଁ ଚାରି ଜଣ ସାଙ୍ଗ ଯାଇ ଥିବା ବେଳେ ଜଣେ ସାଙ୍ଗ ପାଣିରେ...