32.9 C
Balāngīr
Thursday, June 12, 2025

ରାସ୍ତା ଅପେକ୍ଷାରେ ଅଞ୍ଜଳି ଗ୍ରାମବାସୀ

Must read

ପଦ୍ମପୁର, (୧୩/୫) : ଆପ୍ର. : ପଦ୍ମପୁର ବ୍ଲକ, ଜାତିଲି ପଞ୍ଚାୟତ ଅନ୍ତର୍ଗତ ଅଞ୍ଜଳି ଗ୍ରାମ ମୈାଳିକ ସମସ୍ୟା ଭିତରେ ଛନ୍ଦି ହୋଇପଡିଥିବା ଦେଖିବାକୁ ମିଳିଛି ।WhatsApp Image 2025 05 13 at 09.26.28 ରାସ୍ତା ଅପେକ୍ଷାରେ ଅଞ୍ଜଳି ଗ୍ରାମବାସୀ

ଦୀର୍ଘ ୫୦ ବର୍ଷ ହେଲା ଉକ୍ତ ଗ୍ରାମକୁ ଯିବାକୁ ରାସ୍ତା ଟିକେ ହୋଇପାରିଲା ନାହିଁ । ସଉରା ରେଲା ମୂଖ୍ୟ ରାସ୍ତାରୁ ୩ କିଲୋମିଟର ଅଙ୍କାବଙ୍କା ପଥୁରିଆ ପାଦଚଲା ରାସ୍ତା ଦେଇ ଏହି ଗ୍ରାମକୁ ଯିବାକୁ ପଡ଼େ । ପ୍ରଶାସନର ଦୃଷ୍ଟି ଆଢ଼ୁଆଳରେ ଥିବା ଏହି ଅଞ୍ଜଳି ଗ୍ରାମରେ ୩୦ ପରିବାରର ୧୬୦ ରୁ ଉର୍ଦ୍ଧ ଲୋକ ବାସ କରନ୍ତି । ସବୁ ପ୍ରଶାସନିକ ଅଧିକାରୀ ଓ ରାଜନେତାଙ୍କ ଦ୍ଵାରସ୍ଥ ହେଲେ ମଧ୍ୟ ରାସ୍ତା ସମସ୍ୟାର ସମାଧାନ ହୋଇପାରୁନି ।

ବର୍ଷା ଦିନରେ ଗ୍ରାମଟି ବାହ୍ୟ ଜଗତରୁ ବିଛିନ୍ନ ହୋଇଯାଏ । ସ୍ବାସ୍ଥ୍ୟ ଖରାପ ହେଲେ ଦୀର୍ଘ ୩ କିଲୋମିଟର ବାଟ ରୋଗିକୁ ଖଟିଆରେ ବୋହି ମୁଖ୍ୟ ରାସ୍ତା ନିକଟକୁ ନେବାକୁ ପଡେ । ସେଠାରୁ ୧୦୮ ଆମ୍ବୁଲାନ୍ସ ଯୋଗେ ସ୍ବାସ୍ଥ୍ୟକେନ୍ଦ୍ରକୁ ନିଆଯାଏ । ବର୍ଷା ହେଲେ ପିଲାଙ୍କ ପାଠପଢ଼ାରେ ଡୋରି ବନ୍ଧା ହୋଇଯାଏ । କାଦୁଅ ପଚପଚ ରାସ୍ତାରେ ପଡ଼ି ପିଲାମାନେ ସ୍କୁଲକୁ ଯାଇନପାରି ଘରେ ବସନ୍ତି । ବୁଢ଼ା ବୁଢୀ ମାନେ ଭତ୍ତା ପାଇବାରୁ ବଞ୍ଚିତ ହୋଇ ଭୋକ ଉପାସରେ ରହିବାକୁ ଵାଧ୍ୟ୍ୟ ହୁଅନ୍ତି । ଜଙ୍ଗଲ ଜାତ ଦ୍ରବ୍ଯ ସଂଗ୍ରହ ସହ ଚାଷବାସ କରି ଗୁଜୁରାଣ ମେଣ୍ଟାଉଥିବା ଏହି ଅଞ୍ଜଳି ଗ୍ରାମବାସୀ ରାସ୍ତା ଅପେକ୍ଷାରେ ଦିନ କାଟୁଛନ୍ତି ।

ଗ୍ରାମର ଅଙ୍ଗନୱାଡି କର୍ମୀ ଗିନି ଶଵର, ଆଶା ଦିଦି ସୁନେଇ ଶଵର ବର୍ଷାଦିନେ ଗର୍ଭବତୀ ମହିଳାଙ୍କୁ ସ୍ବାସ୍ଥ୍ୟସେବା ଯୋଗାଇ ପାରୁନଥିବା କହିଛନ୍ତି । ତୁରନ୍ତ ଅଞ୍ଜଳି ଗ୍ରାମକୁ ପକ୍କା ରାସ୍ତା ଯୋଗାଇ ନଦେଲେ ଆଗାମୀ ଦିନରେ ଆନ୍ଦୋଳନ କରାଯିବ ବୋଲିି ସହଦେବ ଶଵର, ଗାସାରୁ ଶଵର , ସୁମାନି ଶଵର ଚେତାବନୀ ଦେଇଛନ୍ତି । ତେବେ କେବେ ଏହି ନିରିହ ଆଦିବାସୀ ଙ୍କ ଗ୍ରାମକୁ ପ୍ରଶାସନ ରାସ୍ତା ନିର୍ମାଣ କରି ଏହି ଗ୍ରାମର ରାସ୍ତା ସମସ୍ୟା ଦୂର କରିବାକୁ ସମର୍ଥ ହେଉଛି ଦେଖିବାକୁ ବାକି ରହିଲା ।

- Advertisement -spot_img

More articles

- Advertisement -spot_img

Latest article

ଜାତିପ୍ରଥାକୁ ନେଇ ଲଣ୍ଡା ହେଲେ ବଂଶଧର ଲୋକେ

ରାୟଗଡ଼ା, (୧୨/୦୬) : ଆପ୍ର. : ଜାତିପ୍ରଥାକୁ ନେଇ ଲଣ୍ଡା ହେଲେ ବଂଶଧର ଲୋକେ । ଜଣେ ଆଦିବାସୀ ଝିଅକୁ ଜଣେ ଦଳିତ ଯୁବକ ପ୍ରେମ କରି ସାଂଗରେ ନେଇଯିବାବାରୁ ଜାତି ଆଳରେ...

ଗୁଣପୁର ପୌରପରିଷଦ କେଳେଙ୍କାରୀ (ଦଲାଲ୍ ସାଜିଛନ୍ତି ଆଉଟ୍ ସୋର୍ସିଙ୍ଗ କର୍ମଚାରୀ)

ଗୁଣପୁର, (୧୧/୬) : ଆପ୍ର. : ଗୁଣପୁର ପୌରପରିଷଦ ହେବା ଦିନଠାରୁ ସହରର ଉନ୍ନତି ଅପେକ୍ଷା ଦୁର୍ନୀତି ବହୁ ମାତ୍ରାରେ ବୃଦ୍ଧି ପାଇଥିବା ଦେଖିବାକୁ ମିଳିଛି । ସରକାରୀ ବାବୁମାନେ ସିଧାସଳଖ ଲାଞ୍ଚ ନନେଇ...

ଘାରିଲାଣି ଝାଡ଼ାବାନ୍ତି ଡର; ମୃତ୍ୟୁ ସଂଖ୍ୟା ଛୁଇଁଲା ୪

ଯାଜପୁର, (୧୨/୦୬) : ଆପ୍ର. : ଯାଜପୁର ଜିଲ୍ଲାକୁ ଘାରିଲାଣି ଝାଡାବାନ୍ତି ଡର । ଯାହାକୁ ନେଇ ଏବେ ଚିନ୍ତାରେ ଗ୍ରାମବାସୀଙ୍କ ଠାରୁ ସ୍ୱାସ୍ଥ୍ୟବିଭାଗ । ଦିନକୁ ଦିନ ଝାଡାବାନ୍ତି ଆକ୍ରାନ୍ତଙ୍କ ସଂଖ୍ୟା...

ଭାରସାମ୍ୟ ହରାଇ ରାସ୍ତା ଉପରେ ଓଲଟିଲା ଟ୍ରାକ୍ଟର, ଜଣେ ମୃତ

ଯାଜପୁର, (୧୨/୦୬) : ଆପ୍ର. : ଯାଜପୁର ଜିଲ୍ଲା ସଦର ଥାନା ଅଞ୍ଚଳରେ ଅଭାବନୀୟ ଘଟଣା ଘଟିଛି । ଭାରସାମ୍ୟ ହରାଇ ରାସ୍ତା କଡକୁ ଓଲଟିଲା ଟ୍ରାକ୍ଟର । ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ...

ରାଜ୍ୟ ପୋଲିସ ମୁଖ୍ୟାଳୟ ପ୍ରେସ୍ ନୋଟ୍; ଜାଲ ଶିକ୍ଷା ଗତ ପ୍ରମାଣ ପତ୍ର ପ୍ରଦାନ କରି ଜିଡିଏସ୍ ଚାକିରି ପାଇବାକୁ ଉଦ୍ୟମ କରିବା ଅଭିଯୋଗରେ ରାଜ୍ୟ କ୍ରାଇମବ୍ରାଞ୍ଚ ଟିମ ପାଞ୍ଚ ଜଣ ଅଭିଯୁକ୍ତଙ୍କୁ...

ଭୁବନେଶ୍ୱର, (୧୧/୦୬) : ଆପ୍ର. : ଜାଲ ଶିକ୍ଷା ଗତ ପ୍ରମାଣ ପତ୍ର ପ୍ରଦାନ କରି ଗ୍ରାମୀଣ ଡାକ ସେବକ (ଜିଡିଏସ୍) ଚାକିରି ପାଇବାକୁ ଉଦ୍ୟମ କରିବା ଅଭିଯୋଗରେ ରାଜ୍ୟ କ୍ରାଇମବ୍ରାଞ୍ଚ ଟିମ...