ରିପୋର୍ଟ : ସନ୍ତୋଷ କୁମାର ନାୟକ
ବଲାଙ୍ଗୀର/ଟିଟିଲାଗଡ, (୩୧/୦୧) : ବଲାଙ୍ଗୀର ଜିଲ୍ଲା ଅନ୍ତର୍ଗତ ଟିଟିଲାଗଡ ତହସିଲ ଅନ୍ତର୍ଗତ କନିଝୁରି ଗ୍ରାମ ମୁଖ୍ୟ ରାସ୍ତା ଦିର୍ଘ୍ ଦିନ ଧରି କାର୍ଯ୍ୟ ଅଭାବ ରୁ କଦର୍ଯ୍ୟ ହୋଇ ପଡ଼ିଛି ।
ପ୍ରକାଶ ଯେ,ପ୍ରଶାସନିକ ଅବହେଳା ଓ ଖାମଖିଆଲ ନୀତି ଯୋଗୁଁ ଏହି ଗ୍ରାମ ମୁଖ୍ୟ ରାସ୍ତା ରେ ଗମନା, ଗମନ କୁ ନେଇ ଅକଥନିୟ ଦୁର୍ଦ୍ଦଶା ଭୋଗ କରିବା ସାର ହୋଇଛି । ଗ୍ରାମବାସୀ ବାରମ୍ବାର ଅଭିଯୋଗ କରି ଆସୁଥିବା ସତ୍ତ୍ୱେ ବେଳେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ନ ଯିବା ନେଇ ଜନ ଅସନ୍ତୋଷ ବୃଦ୍ଧି ପାଉଛି । ବିଭାଗୀୟ ଅଧିକାରୀ ତୁରନ୍ତ ଦୃଷ୍ଟି ଦେବା କୁ ଦୃଢ଼ ଦାବି କରାଯାଇଛି ।