ବୌଦ୍ଧ, (୨୮/୦୪) : ଆପ୍ର. : ରାସ୍ତା ଉପରେ ବ୍ୟବସାୟୀଙ୍କୁ ହତ୍ୟା କରି ନେଇଗଲେ ଟଙ୍କା । ବୌଦ୍ଧ ସହରରେ ହତ୍ୟାକାଣ୍ଡ ଓ ଲୁଟ୍ । ମୃତକଙ୍କ ନାଁ ମନୋଜ ପାତ୍ର ।
ଦୁଇଟି ସ୍କୁଟିରେ ଆସି ମନୋଜଙ୍କୁ ଆକ୍ରମଣ କରିବା ସହ ଟଙ୍କା ବ୍ୟାଗ ନେଇ ଯାଇଥିଲେ ଦୁର୍ବୃତ୍ତ ବୌଦ୍ଧ ଥାନା ଅନ୍ତର୍ଗତ ବାଇପାସ୍ ଜଗଦୀଶପୁର ଛକରେ ହତ୍ୟାକାଣ୍ଡ ଘଟିଛି । ଉତ୍ତ୍ୟକ୍ତ ଲୋକେ ୫୭ ନମ୍ବର ଜାତୀୟ ରାଜପଥ ଅବରୋଧ କରିଛନ୍ତି । ଜଗଦୀଶପୁର ଛକ ନିକଟରେ ନିଜ ନୂଆ ଘରର ନିର୍ମାଣ କାର୍ଯ୍ୟ ଦେଖିବା ପାଇଁ ଯୁବ ବ୍ୟବସାୟୀ ମନୋଜ ପାତ୍ର ଆସିଥିଲେ । ଘର ନିକଟରେ ଠିଆ ହୋଇଥିବା ସମୟରେ ହଠାତ ୩ ଜଣ ଯୁବକ ଆସି ତାଙ୍କୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିବା ସହ ଟଙ୍କା ବ୍ୟାଗ ଛଡାଇ ନେଇ ପଳାଇଥିଲେ । ଘଟଣା ସ୍ଥଳରେ ମନୋଜଙ୍କ ମୃତ୍ୟୁ ଘଟିଥିଲା । ବୌଦ୍ଧ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରୁଛି ।