ରିପୋର୍ଟ : ଗୋପୀନାଥ ଗୌଡ଼
ରାୟଗଡ଼ା, (୧୯/୦୧) : ରାୟଗଡ଼ା ସହରର ବିଭିନ୍ନ ଶିକ୍ଷାନୁଷ୍ଠାନ ଏବଂ ରାୟଗଡ଼ା କଲେଜ ଓ ମହିଳା ମହା ବିଦ୍ୟାଳୟ ଗୁଡ଼ିକରେ ସମାଜ ଧର୍ମି ସିନେମା “angel” ର ପ୍ରମୋସନ କରାଯାଇଛି ।
ଆଜିର ଦିନରେ ଶିଶୁମାନେ ମାନବ ଚାଲାଣ ଭଳି ଅପରାଧରୁ କିଭଳି ନିଜକୁ ଦୂରରେ ରଖିପାରିବେ, ସେ ନେଇ ସମାଜକୁ ଏହିଭଳି ସିନେମା ଏକ ସଚେତନତା ବାର୍ତ୍ତା ଦେଉଛି। ଏପରିକି ଅଧିକାଂଶ ଶିଶୁ କନ୍ୟା ହିଁ ସ୍କୁଲ କଲେଜ୍ ଏବଂ ଅନ୍ୟ ସ୍ଥାନ ଗୁଡିକରେ ଶୋଷଣ ଏବଂ ଅପରାଧୀ ମାନଙ୍କ ଅପରାଧର ଶିକାର ହେଉଛନ୍ତି । ପରିବାରରେ ବାପା ମା ଙ୍କ କଳହ ଦ୍ୱାରା ମଧ୍ୟ ଶିଶୁ ଉପରେ ମାନସିକ ଚାପ ବଢ଼ିଥାଏ। ଅନ୍ୟପଟେ ଶିଶୁ ଚାଲାଣ ବହୁ ମାତ୍ରାରେ ବୃଦ୍ଧି ପାଉଥିବା ବେଳେ, ଏଥିପାଇଁ ନୂଆ ନିୟମ ଏବଂ ନୁଆ ଦଣ୍ଡ ବିଧାନ ର ମଧ୍ୟ ବ୍ୟବସ୍ଥା ରହିଛି ।
ଏହି ସିନେମାଟି ବେଶ୍ ଲୋକପ୍ରିୟ ହେବ ବୋଲି ସିନେପ୍ରେମୀ ମାନଙ୍କ ସବୁରି ତୁଣ୍ଡରେ ଶୁଣିବାକୁ ମିଳୁଛି। ସିନେ ତାରକା ପାର୍ଥ ସାରଥି ଓ angel ଭୂମିକାରେ ଅଭିନୟ କରିଥିବା ସାଇଶୁଦ୍ଧା ମଧ୍ୟ ଏହି ପ୍ରମୋସନ୍ ରେ ଯୋଗ ଦେଇଥିଲେ। ଏହି ପ୍ରମସନ୍ କୁ ନେଇ ଛାତ୍ରଛାତ୍ରୀ ମାନେ ବେଶ୍ ଉତ୍ସାହିତ ହୋଇଥିବା ଦେଖିବାକୁ ମିଳିଥିଲା। ଏହି ସିନେମାରେ high quality shooting ସାଙ୍ଗକୁ ଅନେକ ଗୁଡ଼ିଏ ନୂଆ ନୁଆ screennig ମଧ୍ୟ କରଯାଇଛି ।
ପାର୍ଥ ସାରଥି ରାୟ ନିଜେ ଏହି ସିନେମାରେ ଜଣେ ପୁଲିସ ଅଫିସର୍ ଭୂମିକାରେ ନଜର ଆସିବେ। ଅନ୍ୟପଟେ ସାଇଶୁଦ୍ଧା କୁନି କଳାକାର ଜଣେ ପୀଡିତା ରୂପେ ନଜରକୁ ଆସିବେ। ସିନେମାଟି ଚଳିତ ମାସ 31ତାରିଖରେ ଓଡିଶାର ସମସ୍ତ ସିନେମା ହୋଲ୍ ଗୁଡ଼ିକରେ ମୁକ୍ତିଲାଭ କରିବ ବୋଲି କହିଛନ୍ତି ସିନେ ତାରକା ପାର୍ଥ ସାରଥୀ ରାୟ।