32.9 C
Balāngīr
Tuesday, July 15, 2025

ରାୟଗଡ଼ା ଗ୍ରୀନ ରାୟଗଡ଼ା ପକ୍ଷରୁ ବିଶ୍ଵ ଜଳ ଦିବସ ପାଳିତ

Must read

ରାୟଗଡ଼ା, (୨୨/୦୩) : ଆ.ପ୍ର. : ବିଶ୍ଵ ଜଳ ଦିବସ ଅବସରରେ ରାୟଗଡ଼ା ଜିଲ୍ଲା ର ଏକ ଅଗ୍ରଣୀ ସାମାଜିକ ସଂଗଠନ ଗ୍ରୀନ ରାୟଗଡ଼ା ପକ୍ଷରୁ ଆଜି ବିଶ୍ଵ ଜଳ ଦିବସ ପାଳନ କରାଯାଇଛି ।WhatsApp Image 2025 03 22 at 18.56.51 ରାୟଗଡ଼ା ଗ୍ରୀନ ରାୟଗଡ଼ା ପକ୍ଷରୁ ବିଶ୍ଵ ଜଳ ଦିବସ ପାଳିତ

ଏହି ଅବସରରେ ଗ୍ରୀନ ରାୟଗଡ଼ା ଅନୁଷ୍ଠାନ ର ସଂଯୋଜକ ଶ୍ରୀ କୃଷ୍ଣ କାନ୍ତ ଜେନା ଏବଂ ଯୋଗେଶ୍ୱର ଦାସଙ୍କ ନେତୃତ୍ବରେ ଆଜି ପ୍ରଥମେ ରାୟଗଡ଼ା ରେଳ ଷ୍ଟେସନ ସମ୍ମୁଖ ଏବଂ ମୂଖ୍ୟ ରାସ୍ତା ର ଦୁଇ ପାର୍ଶ୍ଵରେ ଲାଗି ଥିବା ଗଛ ଗୁଡ଼ିକରେ ଜଳ ଦେବା ସହ ସହରର ବିଭିନ୍ନ ବସ୍ତି ଏବଂ ରାସ୍ତା କଡ଼ରେ ଲଗା ଯାଇଥିବା ଗଛ ଗୁଡ଼ିକରେ ଜଳ ଦିଆଯାଇଥିଲା । ଏହି ମହତ କାର୍ଯ୍ୟକ୍ରମରେ ଗ୍ରୀନ ରାୟଗଡ଼ା ଦୀର୍ଘ ୧୮ ବର୍ଷ ଧରି ରାୟଗଡ଼ା ସହରକୁ ପଲିଥିନ ମୁକ୍ତ କରିବା, ବୃକ୍ଷ ଚାରା ରୋପଣ କରି ତାର ଯତ୍ନ ନେବା , ନିଜ ଜନ୍ମ ଦିନରେ ଗୋଟିଏ ଗଛଟି ଲଗାଇବା ସହ ତାର ଯତ୍ନ କିପରି ନିଆଯିବ, ପଲିଥିନ ବ୍ୟବହାର କୁ କିପରି ଦୂରେଇ ରହିବା ଏପରି ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ସହରର ସ୍କୁଲ ଛାତ୍ରଛାତ୍ରୀଙ୍କୁ, ଦୈନନ୍ଦିନ ବ୍ୟବସାୟ ବଜାରରେ ଏବଂ ଜନସାଧାରଣଙ୍କ ମହଲରେ ଏପରି ଭିନ୍ନ ଭିନ୍ନ ଉପାୟରେ ସଚେତନତା ସୃଷ୍ଟି କରି ଆସୁଛୁ ବୋଲି ଅନୁଷ୍ଠାନ ର ସଂଯୋଜକ ଶ୍ରୀ ଯୋଗେଶ୍ଵର ଦାସ ଏବଂ ଶ୍ରୀ କୃଷ୍ଣ କାନ୍ତ ଜେନା ପ୍ରକାଶ କରିଥିଲେ ।

ଉକ୍ତ କାର୍ଯ୍ୟକ୍ରମରେ ସମାଜ ସେବୀ ତଥା ଓଡିଶା କର୍ମଜୀବୀ ସାମ୍ବାଦିକ ସଂଘ ର ରାଜ୍ୟ ସଭାପତି ଶ୍ରୀ ବାଦଲ ତା, ପ୍ରାଧ୍ୟାପକ ଡଃ ଦୁଷ୍ମନ୍ତ କୁମାର ମହାନ୍ତି, ଡଃ ପ୍ରସନ୍ନ କୁମାର ଗନ୍ତାୟତ, ପି . ଗୈାରୀ , ଭାରତୀୟ ମଜଦୂର ସଂଘର ଜିଲ୍ଲା ସମ୍ପାଦକ ଶ୍ରୀ ଗଣେଶ କୁମାର ସାହୁଙ୍କ ସହ ସହର ବିଭିନ୍ନ ଅନୁଷ୍ଠାନର ନେତୃବୃନ୍ଦ ଏବଂ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗ ଦେଇ ଗ୍ରୀନ ରାୟଗଡାର ଏପରି କାର୍ଯକ୍ରମ କୁ ପ୍ରଶଂସା କରିବା ସହ ସାଧୁବାଦ ଜଣାଇଥିଲେ ।

- Advertisement -spot_img

More articles

- Advertisement -spot_img

Latest article

ତେଜୁଛି ସୌମ୍ୟାଶ୍ରୀ ମୃତ୍ୟୁ ଘଟଣା, ୧୭ରେ ଓଡ଼ିଶା ବନ୍ଦ ଡାକରା ଦେଲା କଂଗ୍ରେସ ଓ ବାମପନ୍ଥୀ ଦଳ

ଭୁବନେଶ୍ୱର, (୧୫/୦୭) : ଆପ୍ର. : ଆସନ୍ତା ୧୭ ତାରିଖରେ ଓଡ଼ିଶା ବନ୍ଦ ଡାକରା ଦେଲା କଂଗ୍ରେସ ଓ ବାମପନ୍ଥୀ ଦଳ । କଂଗ୍ରେସ, ବାମଦଳ ସମେତ ୭ ରାଜନୈତିକ ଦଳର ଓଡ଼ିଶା...

ପରକୀୟା ପ୍ରୀତି କୁ ସ୍ତ୍ରୀ ବିରୋଧ କରିବାରୁ ସ୍ୱାମୀ ଙ୍କ ଆତ୍ମହତ୍ୟା

ବାଲିଗୁଡା, (୧୫/୭) : ଆପ୍ର. : ସ୍ୱାମୀ ର ଅନ୍ୟ ଏକ ଯୁବତୀ ଙ୍କ ସହ ପ୍ରେମ ବ୍ୟାପାର କୁ ନେଇ ପ୍ରଥମ ସ୍ତ୍ରୀ ର ବିରୋଧ ପରେ ସ୍ୱାମୀ ଓ ତାଙ୍କ...

ବାଲିଗୁଡା ବନଖଣ୍ଡ ରେ ବୃକ୍ଷ ରୋପଣ ବୁଲି ଦେଖିଲେ ପିସିସିଏଫ୍

ବାଲିଗୁଡା, (୧୫/୭) : ଆପ୍ର. : ବାଲିଗୁଡା ବନଖଣ୍ଡ ରେ ବୃକ୍ଷ ରୋପଣ ବୁଲି ଦେଖିଲେ ପିସିସିଏଫ୍ l ବାଲିଗୁଡା ବନ ଖଣ୍ଡ ରେ ବନ ମହୋତ୍ସବ ସପ୍ତାହ ପାଳନ ପରେ ଆଜି ବାଲିଗୁଡ଼ା...

ପଞ୍ଚାୟତ ସମିତି ଡିଗ୍ରୀ ମହାବିଦ୍ୟାଳୟରେ ଶୋକସଭା ନାରୀ ନିର୍ଯାତନା କମିଟି ଗଠନ

ମୁରିବାହାଲ, (୧୫/୭) : ଆପ୍ର. : ପଞ୍ଚାୟତ ସମିତି ଡିଗ୍ରୀ ମହାବିଦ୍ୟାଳୟରେ ଶୋକସଭା ନାରୀ ନିର୍ଯାତନା କମିଟି ଗଠନ । ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ସଦର ମହକୁମା ପଞ୍ଚାୟତ ସମିତି ଡିଗ୍ରୀ ମହାବିଦ୍ୟାଳୟ...

ଉଚ୍ଚଶିକ୍ଷା ବିଭାଗକୁ ବଡ଼ ନିର୍ଦ୍ଦେଶ ଦେଲେ ସରକାର: ୨୪ ଘଣ୍ଟା ମଧ୍ୟରେ

ବାଲେଶ୍ୱର, (୧୫/୦୭) : ଆପ୍ର. : ବାଲେଶ୍ୱର ସ୍ଥିତ ଫକୀର ମୋହନ ସ୍ବୟଂଶାସିତ ମହାବିଦ୍ୟାଳୟ ଛାତ୍ରୀ ଆତ୍ମହତ୍ୟା ଘଟଣା ସାରା ଦେଶକୁ ସ୍ତବ୍ଧ କରିଦେଇଛି । ଏହି ଘଟଣାରେ ବରୋଧୀ ବିଜେଡି ଏବଂ କଂଗ୍ରେସ...