32.9 C
Balāngīr
Monday, April 28, 2025

ରାୟଗଡ଼ା ଜିଲ୍ଲା ଜନସଂଖ୍ୟା ସମାଧାନ ଫାଉଣ୍ଡେସନ ପକ୍ଷରୁ ହନୁମାନ ଚାଳିଶା ପାଠ, ସଂକୀର୍ତ୍ତନ, ଭଜନ ପ୍ରାର୍ଥନା କାର୍ଯ୍ୟକ୍ରମ ଅନୁଷ୍ଠିତ

Must read

ରିପୋର୍ଟ : ଗୋପୀନାଥ ଗୌଡ଼
ରାୟଗଡ଼ା, (୧୫/୦୨) : ରାୟଗଡ଼ା ଜିଲ୍ଲା ଜନସଂଖ୍ୟା ସମାଧାନ ଫାଉଣ୍ଡେସନର ରାଷ୍ଟ୍ରୀୟ ହିନ୍ଦୁ ଫ୍ରଣ୍ଟ ଆଫ୍ ଭାରତ ପକ୍ଷରୁ ରାୟଗଡା ସହରର ମାଁ ମଙ୍ଗଳା ମନ୍ଦିର ସ୍ଥିତ ଶ୍ରୀ ହନୁମାନ ମନ୍ଦିର ପ୍ରାଙ୍ଗଣରେ ହନୁମାନ ଚାଳିଶା ପାଠ, ସଂକୀର୍ତ୍ତନ, ଭଜନ ପ୍ରାର୍ଥନା ମହା ଆଡମ୍ବରରେ ପାଳନ କରାଯାଇଥିଲା ।WhatsApp Image 2025 02 15 at 19.12.50 ରାୟଗଡ଼ା ଜିଲ୍ଲା ଜନସଂଖ୍ୟା ସମାଧାନ ଫାଉଣ୍ଡେସନ ପକ୍ଷରୁ ହନୁମାନ ଚାଳିଶା ପାଠ, ସଂକୀର୍ତ୍ତନ, ଭଜନ ପ୍ରାର୍ଥନା କାର୍ଯ୍ୟକ୍ରମ ଅନୁଷ୍ଠିତ

ଉକ୍ତ କାର୍ଯ୍ୟକ୍ରମକୁ ଜନ ସଂଖ୍ୟା ସମାଧାନ ଫାଉଣ୍ଡେସନ ର ରାଜ୍ୟ ଉପସଭାପତି ଶ୍ରୀ ଯୋଗେଶ୍ଵର ଦାସଙ୍କ ତତ୍ତ୍ଵାବଧାନରେ ଜିଲ୍ଲା ସଭାପତି ଶ୍ରୀ ଦୂର୍ଗା ମାଧବ ଘୋଷ ଏବଂ ସଂପାଦକ ଶ୍ରୀଗଣେଶ କୁମାର ସାହୁଙ୍କ ନେତୃତ୍ୱରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ଜିଲ୍ଲା ଏବଂ ସହରର ବହୁ ସଂଖ୍ୟାରେ ରାଷ୍ଟ୍ର ପ୍ରେମୀ , ଇଶ୍ଵର ଉକ୍ତ ମହିଳା ଓ ପୁରୁଷ ଯୋଗ ଦେଇଥିଲେ। ମଙ୍ଗଳା ମନ୍ଦିର ଟ୍ରଷ୍ଟର ମୁଖ୍ୟ ପରିଚାଳକ ଶ୍ରୀଯୁକ୍ତ ରାଜେନ୍ଦ୍ର କୁମାର ସାହୁ ଓ ଅନ୍ୟ ସଦସ୍ୟ ବୃନ୍ଦଙ୍କ ସହିତ ୨୦୦ ରୁ ଉର୍ଦ୍ଧ ରାଷ୍ଟ୍ରୀୟ ଭକ୍ତ ଉପସ୍ଥିତ ରହିଥିଲେ । ସେଠାରେ ଗୋଟିଏ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହେ।ଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ଜିଲ୍ଲ । ସଭାପତି ଶ୍ରୀଯୁକ୍ତ ଦୁର୍ଗା ମାଧବ ଘୋଷ ସମସ୍ତ ପରିଜନଙ୍କୁ ଜନ ସଂଖ୍ୟା ସମାଧାନ ଫାଉଣ୍ଡେସନ ର ମୁଖ୍ୟ ଉଦ୍ଦେଶ୍ୟ ଓ ଦେଶ ପାଇଁ , ହିନ୍ଦୁତ୍ଵ ପାଇଁ ସସ୍ଥାର କାର୍ଯ୍ୟ ବିଷୟରେ ଅବଗତ କରାଇଥିଲେ ।

ହିନ୍ଦୁ ସନାତନ ଧର୍ମର ସାରା ବିଶ୍ୱମାନବ ପାଇଁ ଅବଦାନ ଓ ହିତ ସାଧନ ବିଷୟରେ ଆଲୋକପାତ କରିଥିଲେ । ସେହି ଠାରେ ଉପସ୍ଥିତ ସମସ୍ତ ବ୍ୟକ୍ତି ଜନ ସଂଖ୍ୟା ସମାଧାନ ଫାଉଣ୍ଡେସନ ଦ୍ଵାରା ପ୍ରଣୟନ ନୀତି ନିୟମକୁ କୁ ନିଜ ଜୀବନରେ ଆପଣାଇବା ସହିତ ହିନ୍ଦୁତ୍ବର ଅଭି ଭୃଦ୍ଧି ପାଇଁ ସଂକଳ୍ପ ନେଇଥିଲେ । ହିନ୍ଦୁମାନଙ୍କୁ ପୁନଃ ଜାଗରଣ କରିବା ଓ ଅନ୍ୟ ଧର୍ମାବଲମ୍ବୀ ମାନଙ୍କ ଦ୍ଵାରା ହିନ୍ଦୁଧର୍ମର ଅଧୋଗତି କରିବା ଭଳି କୁଚ଼କ୍ରାନ୍ତ, ନଷ୍ଟ ମାନସିକତା ରୁ ନିଜକୁ ଓ ନିଜ ପରିବାରକୁ କିଭଳି ବଞ୍ଚାଇ ରଖିବା ସହିତ ମିଶନ ହିନ୍ଦୁରାଷ୍ଟ୍ର ରେ ନିଜର ଯୋଗଦାନ ଦେବାକୃ ସମସ୍ତଙ୍କୁ ଆହ୍ଵାନ କରିଥିଲେ ।

ହିନ୍ଦୁ ହିନ୍ଦୁ ଭାଇ ଭାଇ ହୋଇ ରହିବା, ନିଜ ଭିତରେ ସହଯୋଗ ଦେବା ମଇଂଷି ଶିଙ୍ଗ ଫଟା, ଜୁଝିଲା ବେଳକୁ ଗୋଟା ଭଳି ସବୁ ହିନ୍ଦୁ ବୈରି ମନୋଭାବ ଛାଡ଼ି ସେ ବ୍ରାହ୍ମଣ, ସେ କରଣ, ଇଏ କ୍ଷତ୍ରିୟ, ଇଏ ବଶ୍ୟ, ସେ ହରିଜନ, ଏ ଆଦିବାସୀ, ଏଭଳି ଜାତି ଭେଦରୁ ଉର୍ଦ୍ଧକୁ ଉଠି ଆମ୍ଭେ ସବୁ ଏକ, ହିନ୍ଦୁ ସନାତନୀ ଭାବନାକୁ ବଜାୟ ରଖିବାକୁ ଓ ରାଷ୍ଟ୍ରହିତ ସର୍ବୋପରି ସ୍ୱଧର୍ମ ମୂଳଧର୍ମର ଯାଗ୍ରତ ପ୍ରହରି ସାଜିବାକୁ ସମସ୍ତଙ୍କୁ ନିବେଦନ ପ୍ରାର୍ଥନା କରିଥିଲେ । ଶ୍ରୀଯୁକ୍ତ ଦାସ ଜନସଂଖ୍ୟା ଫାଉଣ୍ଡେସନ ର ମୁଖ୍ୟ ଉଦ୍ଦେଶ୍ୟ ହିନ୍ଦୁରାଷ୍ଟ୍ରର ବିଦ୍ଧିବତ ଘୋଷଣା ଆଦି ୧.ଜନସଂଖ୍ୟା ନିୟନ୍ତ୍ରଣ କାନୁନ, ୨ ଯୁନିଫର୍ମ ସିଭିଲ୍‌ କୋଡ଼, ୩ ବକ୍ଫ ବୋର୍ଡ଼ ର ପୂର୍ଣ୍ଣ ସମାପ୍ତି, ଏବଂ ୪. କାଶି – ମଥୁରା ସହିତ ସମସ୍ତ ଧର୍ମ ସ୍ଥଳର ମୁକ୍ତି ଆଦି ଓ ମିଶନ ହିନ୍ଦୁ ରାଷ୍ଟ୍ର ବିଷୟରେ ଆଲୋକପାତ କରିଥିଲେ ।

ଜିଲ୍ଲା ସଂପାଦକ ଶ୍ରୀଯୁକ୍ତ ଗଣେଶ କୁମାର ସାହୁ ବର୍ତ୍ତମାନ ଠାରୁ ଆରମ୍ଭ କରି ଜିଲ୍ଲାର ଯେ କୌଣସି ହିନ୍ଦୁ ମନ୍ଦିରରେ ପ୍ରତ୍ୟେକ ସପ୍ତାହରେ ଗୋଟିଏ ଦିନ ସମସ୍ତ ହିନ୍ଦୁ ଭାଇ ଭଉଣୀମାନେ ହିନ୍ଦୁ ରାଷ୍ଟ୍ରର ହିତ ପାଇଁ ନିଜର ଅମୂଲ୍ୟ ସମୟ ବାହାର କରି ଯୋଗଦାନ ଦେବା ପାଇଁ ଜିଲ୍ଲା ବାସୀମାନଙ୍କୁ ଆହ୍ଵାନ ଦେଇ ରାଷ୍ଟ୍ରୀୟ ହିନ୍ଦୁ ଫ୍ରଣ୍ଟ ଅଫ୍ ରାୟଗଡ଼ ଜିଲ୍ଲାର ଉଦ୍ଦେଶ୍ୟକୁ ସାଫଲ୍ୟ ମଣ୍ଡିତ କରିବା ପାଇଁ ନିବେଦନ କରିବା ସହିତ ସମସ୍ତ ରାଷ୍ଟ୍ର ପ୍ରେମୀ , ହିନ୍ଦୁ ପ୍ରେମି ଭାଇ ଭଉଣୀ ମାନଙ୍କୁ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ।

- Advertisement -spot_img

More articles

- Advertisement -spot_img

Latest article

ଅବକାରୀ ଚଢ଼ାଉରେ ମହୁଲି ମଦ ସହ ୨ଟି ସ୍କୁଟି : ୨ଟି ମୋଟର ସାଇକେଲ ଜବତ

ରାଉରକେଲା, (୨୮/୦୪) : ଆପ୍ର. : ଆଜି ରାଉରକେଲା ଅବକାରୀ ଅଧୀକ୍ଷକ ଝସକେତନ ବରିହାଙ୍କ ନିର୍ଦ୍ଦେଶ କ୍ରମେ, ରାଉରକେଲା ଅବକାରୀ ବିଭାଗ ପକ୍ଷରୁ ଜିଅବାହାଲ, ରୁପୁଟୋଲା, ସେକ୍ଟର-୩, ଝିରପାଣି, ଅଚଂଳରେ ଚଢ଼ାଉ କରି...

ହାଇୱା-ବାଇକ ଧକ୍କା : ଜଣେ ମୃତ, ତିନି ଗୁରୁତର

ପାଟଣାଗଡ଼, (୨୮/୦୪): ଆପ୍ର. : ବଲାଙ୍ଗିର ଜିଲ୍ଲା ଲରମ୍ଭା ଥାନା ଘସିଏନ ଲରମ୍ଭା ମୁଖ୍ୟରାସ୍ତା ମଝିରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ହାଇୱାକୁ ପଛପଟୁ ପିଟିଲା ବାଇକ, ଜଣେ ମୃତ ତିନିଜଣ ଗୁରୁତର ।...

ଗଞ୍ଜାମରେ ବିଭତ୍ସ ହତ୍ୟା; ଦୁଇ ଭାଇଙ୍କୁ ହତ୍ୟା କରି ଶାଳବଣ ଜଙ୍ଗଲରେ ଜାଳିଦେଲେ ଦୁବୃର୍ତ

ଗଞ୍ଜାମ, (୨୮/୦୪) : ଆପ୍ର. : ପୁଣି ଅଶାନ୍ତ ହେଲା ଗଞ୍ଜାମ । ଖଲ୍ଲିକୋର୍ଟ ବେଗୁନିଆପଡ଼ା ଥାନା ଅଞ୍ଚଳରେ ଦୁଇ ଭାଇଙ୍କୁ ମାରି ଜଙ୍ଗଲରେ ଜାଳିଦେଲେ ଦୁର୍ବୁତ୍ତ । ବେଗୁନିଆପଡା ଥାନାଞ୍ଚଳର ଶାଳବଣ ଗାଁ...

ଯାଜପୁରରେ ଚାଞ୍ଚଲ୍ୟ ,ମହିଳାଙ୍କ ହାତମୁହଁ ବାନ୍ଧି ଦୁଷ୍କର୍ମ କଲେ ,ମାଡ଼ ମାରିଲେ ଦୁର୍ବୁତ୍ତ

ଯାଜପୁର, (୨୮/୦୪) : ଆପ୍ର. : ଯାଜପୁରରେ ଲଜ୍ୟା । ଯାଜପୁର ସହରରେ ଜଣେ କର୍ମଜୀବୀ ମହିଳାଙ୍କ ହାତମୁହଁ ବାନ୍ଧି ଦୁଷ୍କର୍ମ ଘଟଣା ପୁରା ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ପୀଡିତା ଲୋକଲଜ୍ୟା...

ଶଶୁର ଘରକୁ ଫେରିବା ବାଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା; ଗଛରେ ପିଟି ହେଲା ସ୍କର୍ପିଓ, ନବ ବିବାହିତଙ୍କ ସମେତ ୪ ମୃତ

ରାଉଲକେଲା, (୨୮/୦୪) : ଆପ୍ର. : ଦିଅଁ ଦର୍ଶନ ସାରି ଫେରୁଥିବା ବେଳେ ଗଛରେ ପିଟିହେଲା ସ୍କର୍ପିଓ । ଦୁର୍ଘଟଣାରେ ନବ ବିବାହିତାଙ୍କ ସମେତ ଚାଲିଗଲା ୪ ଜଣଙ୍କର ଜୀବନ ଓ ଜଣେ...