32.9 C
Balāngīr
Wednesday, April 23, 2025

ରାୟଗଡ଼ା ଜିଲ୍ଲା ଭାରତୀୟ ମଜଦୂର ସଂଘ ର ଜିଲ୍ଲା ସ୍ତରୀୟ ବୈଠକ

Must read

ରିପୋର୍ଟ : ଗୋପୀନାଥ ଗୌଡ଼
ରାୟଗଡ଼ା, (୨୪/୦୧) : ରାୟଗଡ଼ା ଜିଲ୍ଲା ଭାରତୀୟ ମଜଦୂର ସଂଘ ପକ୍ଷରୁ ଜିଲ୍ଲାସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଅଛି ।WhatsApp Image 2025 01 24 at 20.48.27 ରାୟଗଡ଼ା ଜିଲ୍ଲା ଭାରତୀୟ ମଜଦୂର ସଂଘ ର ଜିଲ୍ଲା ସ୍ତରୀୟ ବୈଠକ

ଭାରତୀୟ ମଜଦୂର ସଂଘ ର ଜିଲ୍ଲା ଊପସଭାନେତ୍ରୀ ଶ୍ରୀମତୀ ଜୟନ୍ତୀ ପଦ୍ମାଳୟା ସାହୁ ଏବଂ ଜିଲ୍ଲା ସମ୍ପାଦକ ଗଣେଶ କୁମାର ସାହୁଙ୍କ ନେତୃତ୍ୱରେ ବିଦ୍ୟା ନଗର ସ୍ଥିତ ମହିଳା ସଂସ୍କୃତି ଅନୁଷ୍ଠାନ ଗୃହରେ ଆୟୋଜିତ ବୈଠକରେ ମୁଖ୍ୟ ଅତିଥି ଭାବେ ଭାରତୀୟ ମଜଦୂର ସଂଘ ର ରାଷ୍ଟ୍ରୀୟ ଉପସଭାପତି ଶ୍ରୀ ଏମ ଜଗଦୀଶ୍ଵର ରାଓ ଏବଂ ମୁଖ୍ୟ ବକ୍ତା ଭାବେ ଭାରତୀୟ ମଜଦୂର ସଂଘ ର ରାଜ୍ୟ ଉପସଭାପତି ଶ୍ରୀ ଯୋଗେଶ୍ଵର ଦାସ ଯୋଗ ଦେଇ ସଂଘର ୭୦ ବର୍ଷ ପୂର୍ତ୍ତି ଉପଲକ୍ଷେ ନିଜର ବକ୍ତବ୍ୟ ରଖିବା ସହ କାର୍ଯ୍ୟରତ ଶ୍ରମିକମାନଙ୍କ ସମସ୍ୟା ଉପରେ ଗଭୀର ଆଲୋଚନା କରିଥିଲେ ।

ଭାରତୀୟ ମଜଦୂର ସଂଘର ୭୦ ବର୍ଷ ଫୁର୍ତ୍ତିକୁ ଆଧାର କରି ସଂଘ ଅନେକ କାର୍ଯ୍ୟକ୍ରମ ହାତକୁ ନେଇଛି ଯଥା ରାଜ୍ୟ ର ନିଷ୍ପତ୍ତି କ୍ରମେ ୮ ରୁ ୧୦ ଲକ୍ଷ୍ୟ ଶ୍ରମିକ ସମାଜରେ ଜନସମ୍ପର୍କ ଅଭିଯାନ ସହିତ ମାର୍ଚ୍ଚ ମଧ୍ୟରେ ମହିଳା ସମ୍ମିଳନୀ, ଯୁବା ସମ୍ମିଳନୀ କାର୍ଯ୍ୟକ୍ରମ କରିବା ସହ ଯୁବକ ଏବଂ ଯୁବତୀ ମାନଙ୍କ ମଧରେ ଶ୍ରମିକ ସଂଘ ପ୍ରତି ଆଶା ଶୃଷ୍ଠୀ କରିବା, ନୂତନ ନେତୃତ୍ବ ବିକାଶ କରିବା ପାଇଁ ପ୍ରୟାସ କରିବା, ସାମାଜର ଗଠନ ପାଇଁ ଓ ପରିବର୍ତ୍ତନକୁ ଦୃଷ୍ଟି ରଖି ପଞ୍ଚ ପରିବର୍ତ୍ତନ ତଥା ପର୍ଯ୍ୟାବରଣ, ସ୍ଵେଦେଶି, ଯୈାଥ ପରିବାରର ଆବଶ୍ୟକତା , ସାମାଜିକ ସମର ସତା ଏବଂ ନାଗରିକ କର୍ତ୍ତବ୍ୟ ଉପରେ ଗୁରୁତ୍ଵାରୋପ କରିଥିଲେ ।

ମୁଖ୍ୟତଃ ସୁପ୍ରିମକୋର୍ଟ ରାୟକୁ ଆଧାର କରି ଅଙ୍ଗନବାଡ଼ି କର୍ମୀଙ୍କୁ ଗ୍ରାଚ୍ୟୁଟି ପ୍ରଦାନ କରିବା , ଅଙ୍ଗନବାଡ଼ି ଏବଂ ଆଶା କର୍ମୀମାନଙ୍କୁ ୱାରର୍କର୍ସ ମାନ୍ୟତା ଦେଇ ସାମାଜିକ ସୁରକ୍ଷା ପ୍ରଦାନ କରିବା ପାଇଁ ଦାବି କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଅଲ୍ ଓଡ଼ିଶା ଅଙ୍ଗନବାଡ଼ି ଲେଡିଜ୍ ୱାରର୍କର୍ସ ଆସୋସିଏସନ୍, ଓଡ଼ିଶା ରାଜ୍ୟ ଆଶା କର୍ମୀ ସଂଘ, ଜେ କେ ପେପର ମଜଦୂର ସଂଘ , ଇମ୍ପା ଠିକା ମଜଦୂର ସଂଘ, ଉତ୍କଳ ଆଲୁମିନା ଠିକା ମଜଦୂର ସଂଘ, ପାଚିକା ସଂଘ, ସ୍ବାବଲମ୍ବୀ କାରିଗର ସଂଘ, ବ୍ୟବସାୟ ମଜଦୂର ସଂଘ, ରାୟଗଡ଼ା ଜିଲ୍ଲା ସଫେଇ ମଜଦୂର ସଂଘ, ରାୟଗଡ଼ା ଜିଲ୍ଲା ରାଜ ମେସ୍ତ୍ରୀ ସଂଘ, ବିଶ୍ଵକର୍ମା ମଜଦୂର ସଂଘ, ରାୟଗଡ଼ା ଜିଲ୍ଲା ଅଟୋ ଚାଳକ ସଂଘ, ମାଛ ବ୍ୟବସାୟୀ ସଂଘ, ରାୟଗଡ଼ା ଜିଲ୍ଲା ହୋଟେଲ କର୍ମଚାରୀ ସଂଘ, ରାୟଗଡ଼ା ଜିଲ୍ଲା ହସପିଟାଲ କର୍ମଚାରୀ ସଂଘ ର ସମସ୍ତ ନେତୃବୃନ୍ଦ ମାନଙ୍କ ସହ ଜିଲ୍ଲାର ୧୧ ଟି ବ୍ଳକର କାର୍ଯ୍ୟକର୍ତ୍ତା ଯୋଗ ଦେଇଥିଲେ ।

ଉକ୍ତ କାର୍ଯ୍ୟକ୍ରମକୁ, ଜିଲ୍ଲା କାର୍ଯ୍ୟକାରୀ ସଭାପତି ଧର୍ମ ସିଂ ନାଗ, ଉପସଭାପତି ଦୂର୍ଗା ମାଧବ ଘୋଷ, କୋଷାଧ୍ୟକ୍ଷ ଶ୍ରୀମତୀ ଉଷା ରାଣୀ ଦାଶ, ଶ୍ରୀମତୀ ନେହା ସିଂ, ଗୀତା ହିଆଲ, ଏ ତିରୁପତି ରାଓ , ଏସ ଦୂର୍ଗା ପରିଚାଳନା କରିଥିଲେ ।

- Advertisement -spot_img

More articles

- Advertisement -spot_img

Latest article

ଅଭିଯୁକ୍ତର କାଠ ଫାଳିଆ ମାଡ଼ରେ କନେଷ୍ଟବଳ ଗୁରୁତର, ବଲାଙ୍ଗିର ଭୀମ ଭୋଇ ମେଡିକାଲରେ ଭର୍ତ୍ତି

ବଲାଙ୍ଗିର, (୨୩/୦୪) : ଆପ୍ର. : ଥାନା ଭିତରେ ପୋଲିସକୁ ଆକ୍ରମଣ । କାଠ ଫାଳିଆ ମାଡ଼ରେ କନେଷ୍ଟବଳ ସୁଦାମ ନାଗ ଗୁରୁତର । ବଲାଙ୍ଗିର ଭୀମ ଭୋଇ ମେଡିକାଲରେ ଗୁରୁତର କନେଷ୍ଟବଳଙ୍କୁ ଭର୍ତ୍ତି...

ନାବାଳିକାକୁ ଗଣ ଦୁଷ୍କର୍ମ: ୩ ଯୁବକଙ୍କ ସଂପୃକ୍ତ, ପୁଲିସ ତଦନ୍ତ ଆରମ୍ଭ

ସୁନ୍ଦରଗଡ଼଼, (୨୩/୦୪) : ଆପ୍ର. : ସୁନ୍ଦରଗଡ଼଼ ଜିଲ୍ଲା ତଳସରା ଥାନା ଅଞ୍ଚଳରେ ଲଜ୍ଜା। ଜଙ୍ଗଲକୁ ଟେକି ନେଇ ନାବାଳିକାକୁ ଗଣ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି । ଏକୋଇଶିଆ ଭୋଜି ଖାଇ ସାଙ୍ଗମାନଙ୍କ...

ଓଡ଼ିଶା ଆଦର୍ଶ ବିଦ୍ୟାଳୟରେ ବିଶ୍ୱ ପୃଥିବୀ ଦିବସ ପାଳିତ

ପାଟଣା, (୨୪/୦୩) : ଆପ୍ର. : ଢେଙ୍କିକୋଟ ଟିକିରା ସ୍ଥିତ ଘଟଗାଁ ବ୍ଲକ ଓଡ଼ିଶା ଆଦର୍ଶ ବିଦ୍ୟାଳୟରେ ଆଜି ବିଶ୍ୱ ପୃଥିବୀ ଦିବସ ଉତ୍ସାହପୂର୍ଣ୍ଣ ଭାବେ ପାଳନ ହୋଇଯାଇଛି । ପ୍ରାକୃତିକ ସଂପଦର ରକ୍ଷା,...

ବସ୍‌ରୁ ପଡି ଛାତ୍ରୀ ଗୁରୁତର

କଣ୍ଟାବାଞ୍ଜି, (୨୩/୦୪) : ଆପ୍ର. : ବସ୍‌ରୁ ପଡି ନବମ ଶ୍ରେଣୀ ଛାତ୍ରୀ ଗୁରୁତର । ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି କୁକୁଡାହାଟ ଗାଁ ନିକଟରେ ଅଭାବନୀୟ ଘଟଣା ଘଟିଛି । ଆଜି ବସ୍‌ ରୁ...

ସରାସକୋଲା ଉଚ୍ଚ ବିଦ୍ୟାଳୟରେ ଛାତ୍ରଛାତ୍ରୀ ମାନଙ୍କୁ ପୋଷାକ ବଣ୍ଟନ

ପାଟଣା, (୨୩/୦୪) : ଆପ୍ର. : ପାଟଣା ବ୍ଲକ ସରାସକୋଲା ଉଚ୍ଚ ବିଦ୍ୟାଳୟରେ ଛାତ୍ରଛାତ୍ରୀ ମାନଙ୍କୁ ଆଜି ନୂତନ ପୋଷାକ ବଣ୍ଟନ କରାଯାଇଛି । ଏଠାରେ ୧୩୫ ଜଣ ଛାତ୍ରଛାତ୍ରୀ ପୋଷାକ ବଣ୍ଟନ କରାଯାଇଥିବା...