32.9 C
Balāngīr
Tuesday, July 15, 2025

ରାୟଗଡ଼ା ଜିଲ୍ଲା ସିଆରପି ସିଏମ ଆସୋସିଏସନ୍ ର ସମ୍ମିଳନୀ ଏବଂ ନୂତନ କର୍ମକର୍ତ୍ତା ଚୟନ ଅନୁଷ୍ଠିତ

Must read

sudhir
sudhirhttps://www.odishanews24.in
Editor led his team through the digital news revolution, always prioritizing integrity & accuracy. his legacy endures, an emblem of journalistic dedication.

ରାୟଗଡ଼ା : ୩୦/୦୩/୨୫-ଆପ୍ର): ଭାରତୀୟ ମଜଦୂର ସଂଘ ଦ୍ବାରା ପରିଚାଳିତ ଅଲ୍ ଓଡିଶା ସିଆରପି ସିଏମ ଆସୋସିଏସନ୍ ରାୟଗଡା ଜିଲ୍ଲାର ଏକ ସାଧାରଣ ସଭା ରାୟଗଡ଼ା ଟାଉନ ହଲ ଠାରେ ଅନୁଷ୍ଠିତ ହୋଇ ଯାଇଛି ।

ଏହି ସମ୍ମିଳନୀରେ ମୁଖ୍ଯ ଅତିଥି ରୁପେ ଶ୍ରମିକ ନେତା ତଥା ଭାରତୀୟ ମଜଦୂର ସଂଘର ରାଜ୍ଯ ଉପସଭାପତି ଶ୍ରୀ ଯୋଗେଶ୍ଵର ଦାସ ଯୋଗଦାନ କରି ଭାରତୀୟ ମଜଦୂର ସଂଘର ନିତି ନିୟମ ଓ ଆଦର୍ଶ ସହ କର୍ତ୍ତବ୍ଯ ଓ ଅଧିକାର ସଂପର୍କରେ ଆଲୋକପାତ କରିଥିଲେ । ମୁଖ୍ଯ ବକ୍ତା ରୁପେ ଅଲ୍ ଓଡିଶା ସିଆରପି ସିଏମ ଆସୋସିଏସନ୍ ର ସାଧାରଣ ସମ୍ପାଦିକା ତୁଳସୀ , ସମ୍ମାନୀୟ ଅତିଥି ଭାବେ ରାୟଗଡ଼ା ଜିଲ୍ଲା ସମ୍ପାଦକ ଶ୍ରୀ ଗଣେଶ କୁମାର ସାହୁ ଯୋଗଦାନ କରିଥିଲେ ।ନିକଟରେ ସିଆରପି ଭଉଣୀ ମାନଙ୍କ ର ବିଭିନ୍ନ ସମସ୍ୟା ଦେଖାଦେଇଥିଲା ସଂଘର କର୍ମକର୍ତ୍ତାମାନେ ମାନ୍ୟବର ଉପମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତକରି ସମସ୍ୟା ସମ୍ବନ୍ଧରେ ଅବଗତ କରାଇ ବା ସହ ଆଲୋଚନା କରିଥିଲେ ଫଳ ସ୍ଵରୁପ ସିଆରପି ଭଉଣୀ ମାନଙ୍କ ଦେଖା ଦେଇଥିବା ସମସ୍ୟା ସମାଧାନ ସହ ବକେଅୟା ବେତନ ମିଳିଥିଲା |a8fbb14a 2ccd 4ffe a60c 274b0fea37b0 ରାୟଗଡ଼ା ଜିଲ୍ଲା ସିଆରପି ସିଏମ ଆସୋସିଏସନ୍ ର ସମ୍ମିଳନୀ ଏବଂ ନୂତନ କର୍ମକର୍ତ୍ତା ଚୟନ ଅନୁଷ୍ଠିତ

ନିକଟରେ ସରକାରଙ୍କ ତରଫରୁ ଭୂବନେଶ୍ବର ସ୍ଥିତ ରାଜ୍ଯ ସରକାର ଙ୍କର ଅତିଥି ଭବନ ଠାରେ ମାନ୍ୟବର ମୁଖ୍ୟମନ୍ତ୍ରୀ ମାନ୍ୟବର ଉପ ମୁଖ୍ୟମନ୍ତ୍ରୀ ସରକାରଙ୍କ ର ସୁଭଦ୍ରା ଯୋଜନା କୁ ସଫଳ ରୂପାୟନ କରିବା ପାଇଁ ଉପଦେଶ ଦେଇଥିଲେ । ମାନ୍ୟବର ମୁଖ୍ୟମନ୍ତ୍ରୀ ମାନ୍ୟବର ଉପ ମୁଖ୍ୟମନ୍ତ୍ରୀ ତଥା ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ବିଭାଗୀୟ ସଚିବ ନିର୍ଦ୍ଦେଶକଙ୍କୁ ସଂଘ ପକ୍ଷରୁ ଧନ୍ୟବାଦ ଜଣାଇଥିଲେ । ଏହି ଅବସରରେ ରାୟଗଡ଼ା ଜିଲ୍ଲା ରେ ସଂଗଠନକୁ ସୁଦୃଢ କରିବା ପାଇଁ ନୂତନ କମିଟି ଚୟନ କରାଯାଇଥିଲା ।

Ashutosh Dedicates Player of the Match Award to Indian Legend, Shares Moment Over Video Call

ସଭାନେତ୍ରୀ ଭାବେ ଭାରତୀ ନାୟକ, ଉପସଭାନେତ୍ରୀ ପଙ୍କଜିନୀ ନାଗ , ସମ୍ପାଦିକା ଗୋଲିଆଥ ବ୍ରେକ ବେଢ଼ା , ସହ ସମ୍ପାଦିକା ମାଧୁରୀ ଲତା ଅନ୍ଧାର ସିଂ , କୋଷାଧ୍ୟକ୍ଷ ଯାଗାମା ପ୍ରେସିକା , ସଙ୍ଗଠନ ସମ୍ପାଦିକା ସୁସ୍ମିତା ପ୍ରଧାନୀଙ୍କ ସହ ୧୧ ଟି ବ୍ଳକରୁ ୧୧ ଜଣକୁ କାର୍ଯ୍ୟକାରୀ ସଦସ୍ୟ ଭାବେ ଚୟନ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ଭାରତୀୟ ମଜଦୂର ସଂଘ ର ଆନନ୍ଦ ରାଉଳ , ପ୍ରଦୀପ କୁମାର ସାହୁ , ତପନ କୁମାର କାଡ୍ରାକାଙ୍କ ସହ ରାୟଗଡ଼ା ଜିଲ୍ଲା ର ସମସ୍ତ ବ୍ଳକରୁ ୨୬୦ ରୁ ଉର୍ଦ୍ଧ କର୍ମୀ ଯୋଗଦେଇଥିଲେ |

- Advertisement -spot_img

More articles

- Advertisement -spot_img

Latest article

ତେଜୁଛି ସୌମ୍ୟାଶ୍ରୀ ମୃତ୍ୟୁ ଘଟଣା, ୧୭ରେ ଓଡ଼ିଶା ବନ୍ଦ ଡାକରା ଦେଲା କଂଗ୍ରେସ ଓ ବାମପନ୍ଥୀ ଦଳ

ଭୁବନେଶ୍ୱର, (୧୫/୦୭) : ଆପ୍ର. : ଆସନ୍ତା ୧୭ ତାରିଖରେ ଓଡ଼ିଶା ବନ୍ଦ ଡାକରା ଦେଲା କଂଗ୍ରେସ ଓ ବାମପନ୍ଥୀ ଦଳ । କଂଗ୍ରେସ, ବାମଦଳ ସମେତ ୭ ରାଜନୈତିକ ଦଳର ଓଡ଼ିଶା...

ପରକୀୟା ପ୍ରୀତି କୁ ସ୍ତ୍ରୀ ବିରୋଧ କରିବାରୁ ସ୍ୱାମୀ ଙ୍କ ଆତ୍ମହତ୍ୟା

ବାଲିଗୁଡା, (୧୫/୭) : ଆପ୍ର. : ସ୍ୱାମୀ ର ଅନ୍ୟ ଏକ ଯୁବତୀ ଙ୍କ ସହ ପ୍ରେମ ବ୍ୟାପାର କୁ ନେଇ ପ୍ରଥମ ସ୍ତ୍ରୀ ର ବିରୋଧ ପରେ ସ୍ୱାମୀ ଓ ତାଙ୍କ...

ବାଲିଗୁଡା ବନଖଣ୍ଡ ରେ ବୃକ୍ଷ ରୋପଣ ବୁଲି ଦେଖିଲେ ପିସିସିଏଫ୍

ବାଲିଗୁଡା, (୧୫/୭) : ଆପ୍ର. : ବାଲିଗୁଡା ବନଖଣ୍ଡ ରେ ବୃକ୍ଷ ରୋପଣ ବୁଲି ଦେଖିଲେ ପିସିସିଏଫ୍ l ବାଲିଗୁଡା ବନ ଖଣ୍ଡ ରେ ବନ ମହୋତ୍ସବ ସପ୍ତାହ ପାଳନ ପରେ ଆଜି ବାଲିଗୁଡ଼ା...

ପଞ୍ଚାୟତ ସମିତି ଡିଗ୍ରୀ ମହାବିଦ୍ୟାଳୟରେ ଶୋକସଭା ନାରୀ ନିର୍ଯାତନା କମିଟି ଗଠନ

ମୁରିବାହାଲ, (୧୫/୭) : ଆପ୍ର. : ପଞ୍ଚାୟତ ସମିତି ଡିଗ୍ରୀ ମହାବିଦ୍ୟାଳୟରେ ଶୋକସଭା ନାରୀ ନିର୍ଯାତନା କମିଟି ଗଠନ । ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ସଦର ମହକୁମା ପଞ୍ଚାୟତ ସମିତି ଡିଗ୍ରୀ ମହାବିଦ୍ୟାଳୟ...

ଉଚ୍ଚଶିକ୍ଷା ବିଭାଗକୁ ବଡ଼ ନିର୍ଦ୍ଦେଶ ଦେଲେ ସରକାର: ୨୪ ଘଣ୍ଟା ମଧ୍ୟରେ

ବାଲେଶ୍ୱର, (୧୫/୦୭) : ଆପ୍ର. : ବାଲେଶ୍ୱର ସ୍ଥିତ ଫକୀର ମୋହନ ସ୍ବୟଂଶାସିତ ମହାବିଦ୍ୟାଳୟ ଛାତ୍ରୀ ଆତ୍ମହତ୍ୟା ଘଟଣା ସାରା ଦେଶକୁ ସ୍ତବ୍ଧ କରିଦେଇଛି । ଏହି ଘଟଣାରେ ବରୋଧୀ ବିଜେଡି ଏବଂ କଂଗ୍ରେସ...