32.9 C
Balāngīr
Wednesday, April 30, 2025

ରାୟଗଡ଼ା ସାଇ ପ୍ରିୟା ୱାକର୍ସ କ୍ଲବ ତରଫରୁ ହୃଦରୋଗ ସଚେତନତା ଶିବିର ଅନୁଷ୍ଠିତ 

Must read

ରିପୋର୍ଟ : ଗୋପୀନାଥ ଗୌଡ଼
ରାୟଗଡ଼ା, (୨୭/୦୨) : ରାୟଗଡ଼ା ସାଇ ପ୍ରିୟା ୱାକର୍ସ୍ କ୍ଲବ ପକ୍ଷରୁ ଏକ ହୃଦରୋଗ ସଚେତନତା ଶିବିର ସାଇପ୍ରୀୟା ନଗର ଡ଼କ୍ଟର ଏମ ସୁରେଶ କୁମାର ବିଶିଷ୍ଠ ଚକ୍ଷୁ ଚିକିତ୍ସକଙ୍କ ଘରେ ଅନୁଷ୍ଠିତ ହୋଇଯାଇଛି ।WhatsApp Image 2025 02 27 at 18.59.35 ରାୟଗଡ଼ା ସାଇ ପ୍ରିୟା ୱାକର୍ସ କ୍ଲବ ତରଫରୁ ହୃଦରୋଗ ସଚେତନତା ଶିବିର ଅନୁଷ୍ଠିତ 

ଉକ୍ତ କାର୍ଯୟକ୍ରମରେ କ୍ଲବର ପ୍ରାୟ ୩୦ ଜଣ ସକ୍ରିୟ ସଦସ୍ୟ ଅଂଶଗ୍ରହଣ କରିଥଲେ। ଉକ୍ତ କାର୍ଯ୍ୟକ୍ରମରେ ଜାତୀୟ ସ୍ତରୀୟ ପ୍ରାଥମିକ ଚିକିତ୍ସା ପ୍ରଶିକ୍ଷକ ଡ଼କ୍ଟର ଲକ୍ଷ୍ମୀ ନାରାୟଣ ସାହୁ ମୁଖ୍ୟ ଅତିଥି ରୂପେ ଯୋଗଦେଇ ହୃଦରୋଗର କାରଣ ଓ ପ୍ରତିକାର ବିଷୟରେ ସମସ୍ତଙ୍କୁ ସଚେତନ କରାଇଥିଲେ। କୋଭିଡ ପରବର୍ତ୍ତୀ ସମୟ ଠାରୁ ସମାଜରେ ହୃଦଘାତ ର ସଂଖ୍ୟା ବୃଦ୍ଧି ପାଉଛି । ହୃଦଘାତ୍ ସମୟରେ ସି ପି ଆର ର ପ୍ରୟୋଗ ବିଷୟ ରେ ସମସ୍ତଙ୍କୁ ପ୍ରଶିକ୍ଷଣ ମଧ୍ୟ ଦେଇଥିଲେ । ଏଣୁ ଧୁମ୍ରପାନ, ମଦ୍ୟପାନ ଓ ମେଧ ବହୁଳ ଠାରୁ ଦୂରେଇବା ନିତାନ୍ତ ଆବଶ୍ୟକ । ସନ୍ତୁଳିତ ଆହାର ଏବଂ ନିୟମିତ ବ୍ୟାୟାମ କରିବାର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥଲେ ।

ନିୟମିତ ବ୍ୟବଧାନରେ ଶରୀରର ଓଜନ, ରକ୍ତଚାପ, ରକ୍ତ ଶର୍କରା ଏବଂ ରକ୍ତ କୋଲେଷ୍ଟ୍ରାଲ ପରୀକ୍ଷାର ନିହାତି ଆବଶ୍ୟତା ବିଷୟରେ ବୁଝାଇଥିଲେ। କ୍ଲବ ର ସଭାପତି ୱାକର ଶ୍ରୀ କେ ଏସ ଏନ ଶର୍ମା କାର୍ଯକ୍ରମର ଶୁଭାରମ୍ଭ କରିବା ସହ ଡ଼କ୍ଟର ସାହୁଙ୍କୁ ସମ୍ବର୍ଧିତ ମଧ୍ୟ କରିଥଲେ। କ୍ଲବର ପୁର୍ବତନ ସଭାପତି ୱାକାର ଡ଼କ୍ଟର ଏମ ସୁରେଶ କୁମାର ଉପସ୍ଥିତ ରହି ସମସ୍ତ କାର୍ଯକ୍ରମକୁ ତଦାରଖ କରାଇଥିଲେ । ପରିଶେଷରେ ପୂର୍ବତନ ସଭାପତି ୱାକର୍ ଶ୍ରୀ ସୁବାସ ଚନ୍ଦ୍ର ବେହେରା ଧନ୍ୟବାଦ ଅର୍ପଣ କରିଥିଲେ ।

- Advertisement -spot_img

More articles

- Advertisement -spot_img

Latest article

ଉପାନ୍ତ ଅଞ୍ଚଳରେ ପାନୀୟ ଜଳ କଷ୍ଟ

କୋଲନରା, (୨୯/୦୪) : ଆପ୍ର. : ବଣ ଜଙ୍ଗଲ ଘେରା ଉପାନ୍ତ ଅଞ୍ଚଳରେ ଟିକର ପଡା ଗ୍ରାମ ଅବସ୍ଥିତ । ଗ୍ରାମରେ ମୋଟ ୪୫ ଗୋଟି ପରିବାର ରହୁଥିବା ବେଳେ ୨୧୫ ଜଣ...

ଅଲ୍ ଓଡିଶା ଈପିଏଫ୍ ପେନସନର୍ ଆସୋସିଏସନର ସ୍ମାରକ ପତ୍ ପ୍ରଦାନ

ରାୟଗଡ଼ା, (୨୯/୪) : ଆପ୍ର. : ଅଲ୍ ଓଡିଶା ଈପିଏଫ୍ ପେନସନର୍ ଆସୋସିଏସନର ଡାକରାରେ ରାୟଗଡ଼ ଜିଲ୍ଲା ଶାଖା ତରଫରୁ ଈପିଏଫ୍ ପେନସନରସ୍ ତଥା ବରିଷ୍ଠ ନାଗରିକ ମାନେ ସ୍ଥାନୀୟ ଜିଲ୍ଲାପାଳଙ୍କ ଜରିଆରେ...

କୁମୁଲି ପ୍ରାଥମିକ ଶିକ୍ଷକ ସଂଘର ନୂତନ କର୍ମକର୍ତ୍ତା ଚୟନ

କୋରାପୁଟ, (୩୦/୪) : ଆପ୍ର. : ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ସଂଘ, କଟକର ବୋରିଗୁମ୍ମା ବ୍ଲକ୍ କୁମୁଲି ସର୍କଲ ଅନ୍ତର୍ଗତ ୮ ଗୋଟି କ୍ଲଷ୍ଟରର ପ୍ରାଥମିକ ଶିକ୍ଷକ ସଂଘର ଅବଧି ସଂପୂର୍ଣ୍ଣ...

କାଶୀନଗର ବିଜ୍ଞାପିତ ଅଞ୍ଚଳ ପରିଷଦରେ କାଉନସିଲ ବୈଠକ ଅନୁଷ୍ଠିତ

କାଶୀନଗର, (୨୯/୪) : ଆପ୍ର. : ଗଜପତି ଜିଲ୍ଲାରେ କାଶୀନଗର ବିଜ୍ଞାପିତ ଅଞ୍ଚଳ ପରିଷଦ ଅସ୍ଥାୟୀ କାର୍ଯ୍ୟାଳୟ ସଭାଗୃହ ଠାରେ କାଉନସିଲ ବୈଠକ ଅନୁଷ୍ଠିତ ହୋଇଥିଲା । ଏନ୍ଏସି ଅଧ୍ୟକ୍ଷା ଏମ. ସୁଧାରାଣୀ, ଉପାଧ୍ୟକ୍ଷ...

ବିବେକାନନ୍ଦ ଙ୍କ ଦର୍ଶନ ଉପରେ ମାର୍ଗ ଦର୍ଶନ କଲେ ସ୍ୱାଧି କାଞ୍ଚନ ସୋମ ଅଗ୍ରୱାଲା

ସୁବର୍ଣ୍ଣପୁର, (୨୯/୦୪) ଆ.ପ୍ର : ମଙ୍ଗଳବାର ସନ୍ଧ୍ୟା ରେ ଶ୍ରୀ ଗୋପାଳଜୀ ଯୋଗାଶ୍ରମ ମହାନଦୀ ଯୋଗବିହାର ସୁବର୍ଣ୍ଣପୁର ଠାରେ ସ୍ୱାମୀ ବିବେକାନନ୍ଦ ଙ୍କର ଦର୍ଶନ ଏବଂ ହିନ୍ଦୁ ଧର୍ମ ପ୍ରଚାର ପ୍ରସାର ରେ...