ଗୁଣପୁର – ୧୫/୪/୨୫ : ଆଜି ସିପିଆଇ (ଏମ୍ଏଲ) ଲିବରେସନ ତରଫରୁ ରାୟଗଡ଼ା ଜିଲ୍ଲା ର ଗୁଣପୁର ଅଞ୍ଚଳର ଲୁଗୁଂରୁତାଲ, ରିଜିଗଂତାଲ, ଚାଲକମ୍ବା, କୋଇଲି କଟା ଠାରେ ବାବା ସାହେବ ଭିମ ରାଓ ଅମ୍ଭେଦକାରଙ୍କ ୧୩୪ ତମ ଜନ୍ମ ଜୟନ୍ତୀ ବଡ଼ ଆଡ଼ମ୍ବରରେ ପାଳନ କରାଯାଇଛି ।
ଭୀମରାଓ ରାମଜୀ ଆମ୍ବେଦକର ୧୮୯୧ ମସିହା ଏପ୍ରିଲ ୧୪ ତାରିଖରେ ଜନ୍ମ ଗ୍ରହଣ କରିଥିଲେ । ସେ ଜଣେ ଭାରତୀୟ ଆଇନବିତ୍, ଅର୍ଥନୀତିଜ୍ଞ, ସମାଜ ସଂସ୍କାରକ ଏବଂ ରାଜନୈତିକ ନେତା ଥିଲେ , ଯିଏ ଭାରତର ସମ୍ବିଧାନ ସଭାର ବିତର୍କ ଏବଂ ସାର୍ ବେନେଗାଲ ନରସିଂ ରାଉଙ୍କ ପ୍ରଥମ ଡ୍ରାଫ୍ଟ ଉପରେ ଆଧାରିତ ଭାରତର ସମ୍ବିଧାନ ପ୍ରସ୍ତୁତକାରୀ କମିଟିର ଅଧ୍ୟକ୍ଷତା କରିଥିଲେ । ଆମ୍ବେଦକର ଜବାହରଲାଲ ନେହେରୁଙ୍କ ପ୍ରଥମ କ୍ୟାବିନେଟରେ ଆଇନ ଏବଂ ନ୍ୟାୟ ମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ । ପରେ ସେ ହିନ୍ଦୁ ଧର୍ମ ପରିତ୍ୟାଗ କରି ବୌଦ୍ଧ ଧର୍ମ ଗ୍ରହଣ କରିଥିଲେ ।
ବମ୍ବେ ବିଶ୍ୱବିଦ୍ୟାଳୟର ଏଲଫିନଷ୍ଟୋନ କଲେଜରୁ ସ୍ନାତକ ହାସଲ କରିବା ପରେ , ଆମ୍ବେଦକର କଲମ୍ବିଆ ବିଶ୍ୱବିଦ୍ୟାଳୟ ଏବଂ ଲଣ୍ଡନ ସ୍କୁଲ ଅଫ୍ ଇକୋନୋମିକ୍ସରେ ଅର୍ଥନୀତି ଅଧ୍ୟୟନ କରିଥିଲେ ଏବଂ ୧୯୨୦ ଦଶକରେ ଏହି ଦୁଇଟି ଶିକ୍ଷାନୁଷ୍ଠାନରେ ଡକ୍ଟରେଟ୍ କରିବା ସହ ଲଣ୍ଡନର ଗ୍ରେ’ସ ଇନ୍ ରେ ଆଇନରେ ମଧ୍ୟ ତାଲିମ ନେଇଥିଲେ । ତାଙ୍କ ଲିଖିତ ସମ୍ବିଧାନକୁ ବର୍ତ୍ତମାନ ମୋଦୀ ସରକାର ମୋଡ଼ି ମକଚି ବଦଳାଇବାକୁ ଚେଷ୍ଟା କରିଛନ୍ତି ।
କିନ୍ତୁ ବର୍ତ୍ତମାନ ମୋଦୀ ସରକାରଙ୍କ ଦ୍ଵାରା ଲୋକସଭା ରେ ସଂସୋଧନ ୱାକଫ ବିଲ ଉପସ୍ଥାପିତ କରି ବିରୋଧୀ ଦଳର ମତାମତକୁ ଅଣଦେଖା କରି ଏକ ପାଖିଆ ବିଲ ଆଣିଛନ୍ତି । ଏ ବିଲ ର ଉଦ୍ଦେଶ୍ୟ ମୁସଲମାନ ସମ୍ପ୍ରଦାୟର ସାଂସ୍କୃତିକ ସ୍ଵାଧୀନତା ଉପରେ ଆକ୍ରମଣ ବୋଲି ଜିଲ୍ଲା ସମ୍ପାଦକ ତ୍ରିପତି ଗମାଙ୍ଗ ବକ୍ତବ୍ୟ ରଖିଛନ୍ତି । ଆଜିର ଏହି କାର୍ଯ୍ୟକ୍ରମରେ ଅନାସିମ ଶବର, ସଂଜୀବ ଶବର, କୈଳାସ ଶବର, ଜିତେନ୍ଦ୍ର ଶବର, , ମିନ ଶବର, କାଳିଆ ଶବର, ସାଇମା ଶବର,ତୁଳସା ନିମାଲା, ରାଜେନ୍ଦ୍ର ମାଝୀ, ମୁନି ଶବର, ମୋଜେସ ଶବର ପ୍ରମୁଖ ଉପସ୍ଥିତ ରହି ପୂର୍ଣ୍ଣ ସହଯୋଗ କରିଥିଲେ ।