ରିପୋର୍ଟ : ଗୋପୀନାଥ ଗୌଡ଼
ରାୟଗଡା, (୨୨/୧୨) : ଏମାନଙ୍କ ପାଇଁ ଜିଲ୍ଲାରେ କାର୍ଯ୍ୟରତ ସାମ୍ୱାଦିକ ଅପମାନ ଓ ନିନ୍ଦାର ଭାଗୀଦାର ହେଉଛନ୍ତି। ଧାନ ଓ କପା ମଣ୍ଡି ଖୋଲିବା ଠାରୁ ଛଟ ଛୋଟ ବ୍ୟବସାୟୀଙ୍କୁ ଡରାଉଛନ୍ତି ଏହା କହୁଛନ୍ତି ଯେ, ତୁମର ମଣ୍ଡି ବହି ନାହିଁ ।
ରାୟଗଡ଼ ଜିଲ୍ଲାରେ ସକ୍ରିୟ ହୋଇଛନ୍ତି ଅଣ ସାମ୍ୱାଦିକ । ତୁମେ ଆନ୍ଧ୍ରକୁ ବିକ୍ରି କରୁଛ । ବିନା ଲାଇସେନସରେ କିଭଳି ବିକ୍ରି କରୁଛ। ଭିଜିଲାନ୍ସକୁ ଧରାଇ ଦେବୁ, ସିଭିଲ ସପ୍ଲାୟ ଅଫିସର୍ ଙ୍କୁ କହିଦେବୁ। ସ୍କୁଆର୍ଡ ପାର୍ଟିକୁ ଡାକିବୁ ଏପରି ବିଭିନ୍ନ ପ୍ରକାର କଥା କହି ବ୍ୟବସାୟୀ ମାନଙ୍କୁ ଓ ଚାଷୀ ମାନଙ୍କ ଠାରୁ ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଛି। ଏପରିକି ସ୍କୁଲ କଲେଜ୍ ସରକାରୀ ଓ ବେସରକାରୀ ଅଫିସ ଗୁଡ଼ିକୁ ଯାଇକି ମଧ୍ୟ ଏହିଭଳି ଆଚରଣ କରୁଥିବା ଅନେକ ଶିକ୍ଷକ ଶିକ୍ଷୟତ୍ରୀ, ଅଫିସର୍ ବ୍ୟବସାୟୀ ମାନେ ଅଭିଯୋଗ କରିଛନ୍ତି। ରାୟଗଡ଼ ଲୋକ ସମ୍ପର୍କ ଓ ସୁଚନା ଅଧିକାରୀଙ୍କ ପାଖରେ ଏହିଭଳି ଅଣ ସାମ୍ୱାଦିକ ମାନଙ୍କ ବିଷୟରେ କୌଣସି ତଥ୍ୟ ନ ଥିଲା ବେଳେ, କେଉଁଭଳି ଏମାନେ ସାମ୍ୱାଦିକ ବୋଲି କହି ଲୋକଙ୍କ ଠାରୁ ଟଙ୍କା ଲୁଟି ନେଉଛନ୍ତି ଏହା ବହୁତ୍ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି ।
ଏ ନେଇ ଯଦି ଜିଲ୍ଲା ପ୍ରଶାସନ କୌଣସି ଦୃଢ଼ ପଦକ୍ଷେପ ଗ୍ରହଣ ନ କରନ୍ତି ତା ହେଲେ ଏହିଭଳି ଅଣ ସାମ୍ୱାଦିକଙ୍କ ଅରାଜକତା ଦିନକୁ ଦିନ ବଢ଼ି ବଢି ଚାଲିବ। ଯାହାର ଶିକାର ନିରୀହ ଜନ ସାଧାରଣ, ବ୍ୟବସାୟୀ ଏବଂ ଶିକ୍ଷକ ଶିକ୍ଷୟତ୍ରୀ , ସରକାରୀ କର୍ମଚାରୀ ମାନେ ଭୋଗିବେ । ଅଣସାମ୍ୱାଦିକ ଯେଉଁମାନେ ସାମ୍ୱାଦିକ ନାମରେ ପ୍ରେସ କାର୍ଡ ଖଣ୍ଡେ ଖଣ୍ଡେ ଧରି। ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ଥିବା ସ୍କୁଲ , କଲେଜ, ବ୍ୟବସାୟିକ ଅନୁଷ୍ଠାନ, ବ୍ୟବସାୟୀ , ସରକାରୀ ଅଧିକାରି ଓ କର୍ମଚାରୀ ମାନଙ୍କୁ ନାଲି ଆଖି ଦେଖାଇବା, ଡରାଇବା ଓ ଧମକାଇବା ଆରମ୍ଭ କରି ଦେଇଛନ୍ତି ।
ଯାହାଦ୍ବାରା ଭୟଭିତ ଓ ଆତଙ୍କିତ ଅବସ୍ଥାରେ ରହୁଛନ୍ତି ବୋଲି ଅଭିଯୋଗ ହୋଇଛି ଏକାଥରକେ ଗୋଟିଏ ଗୋଟିଏ ଗ୍ରୁପ୍ ତିଆରି କରି ପହଞ୍ଚି ଯାଉଛନ୍ତି ଛୋଟ ଛୋଟ ବ୍ୟବସାୟୀ ମାନଙ୍କ ପାଖରେ ଏବଂ ସେମାନଙ୍କୁ ନିୟମ, ଵେନିୟମର ପାଠ ପଢ଼ାଇ ଲୁଟି ନେଉଛନ୍ତି ହଜାର ହଜାର ଟଙ୍କା । ଏହିଭଳି କାରନାମା ଅଞ୍ଚଳ ବାସି ତୀବ୍ର ନିନ୍ଦା କରିବା ସହ ଜିଲ୍ଲାରେ ଥିବା ବିଭିନ୍ନ ସାମ୍ବାଦିକ ସଂଘ ମାନଙ୍କୁ ଅନୁରୋଧ କରିଛନ୍ତି ଯେ, ଏହିଭଳି ଅଣ ସାମ୍ୱାଦିକ ମାନଙ୍କ ଉପରେ ଅଙ୍କୁଶ ଲଗାଇବା ସହିତ ଦୃଷ୍ଟାନ୍ତ ମୂଳକ ପଦକ୍ଷେପ ଗ୍ରହଣ କରାଯାଉ ।