32.9 C
Balāngīr
Wednesday, April 23, 2025

ରାୟଗଡ଼ ଜିଲ୍ଲା ଚଇତି-୨୪ କ୍ରୀଡା ପ୍ରତିଯୋଗିତା ମହୋତ୍ସବ ଶୁଭ ଉଦଘାଟନ

Must read

sudhir
sudhirhttps://www.odishanews24.in
Editor led his team through the digital news revolution, always prioritizing integrity & accuracy. his legacy endures, an emblem of journalistic dedication.

ରିପୋର୍ଟ: ଗୋପୀନାଥ ଗୌଡ଼ //
ରାୟଗଡା-୧୦-୧୨-୨୪: ରାୟଗଡା ଜିଲ୍ଳା ଲୋକ ମହୋତ୍ସବ ‘ଚଇତି ଓ ପଲ୍ଳିଶ୍ରୀ ମେଳା-୨୦୨୪’ ପାଳନ ଉପଲେକ୍ଷ, ଆରମ୍ଭ ହୋଇଛି ଚଇତି କ୍ରୀଡା ମହୋତ୍ସବ । ଚଇତି ପାଳନ କମିଟି ଅଧ୍ୟକ୍ଷା ତଥା ଜିଲ୍ଲାପାଳ ଶ୍ରୀମତୀ ପାରୁଲ ପଟୱାରୀଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବୋଧନରେ ଚଇତି ମହୋତ୍ସବର ବିଭିନ୍ନ କାର୍ଯ୍ୟକ୍ରମ ଆଗେଇ ଚାଲିଛି |

୩୨୬ ନମ୍ବର ଜାତୀୟ ରାଜପଥ କଡ଼ରେ ଥିବା ସ୍ଥାନୀୟ ରିଲାଏନ୍ସ ପେଟ୍ରୋଲ ପମ୍ପ ନିକଟରୁ ଅନୁଷ୍ଠିତ ଚଇତି କ୍ରୀଡା ମହୋତ୍ସବର ଉଦଘାଟନୀ କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଭାସ୍କର ରଇତ, ଜିଲ୍ଲାମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀ ଅକ୍ଷୟ କୁମାର ଖେମୁଣ୍ଡି, ଉପଜିଲ୍ଲାପାଳ ରାୟଗଡ ତଥା ଚଇତି -୨୦୨୪ର ଅଧ୍ୟକ୍ଷା ଶ୍ରୀମତୀ କଲ୍ୟାଣୀ ସଂଘମିତ୍ରା ଦେବୀ, ତହସିଲଦାର, ରାୟଗଡ, ଅତିଥି ଭାବେ ଯୋଗ ଦେଇ କ୍ରୀଡା ମହୋତ୍ସବର ପ୍ରଥମ ପ୍ରତିଯୋଗିତା ଭାବେ ମିନି ମାରାଥନ ଆରମ୍ଭ କରିଥିଲେ। ପ୍ରତିଯୋଗିତାକୁ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ଏହି ଉଦଘାଟନୀ କାର୍ଯ୍ୟକ୍ରମରେ ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଳା ସୂଚନା ଓ ଲୋକ ସଂପର୍କ ଅଧିକାରୀ ବସନ୍ତ କୁମାର ପ୍ରଧାନ, ଜିଲ୍ଳା କ୍ରୀଡା ଅଧିକାରୀ ଶେଖ୍ ଆଲେନୁର, ପୋଲିସ ଆରଆଇ କବିବର ଦେହୁରୀଙ୍କ ସମେତ ଅନ୍ୟମାନେ ଉପସ୍ଥିତ ରହିଥିଲେ ।a60c2122 5100 4871 8ecd 5cf35538a192 ରାୟଗଡ଼ ଜିଲ୍ଲା ଚଇତି-୨୪ କ୍ରୀଡା ପ୍ରତିଯୋଗିତା ମହୋତ୍ସବ ଶୁଭ ଉଦଘାଟନ

ସ୍ଥାନୀୟ ରିଲାଏନ୍ସ ପମ୍ପ ନିକଟରୁ ହାଲୁଆ ତୋଟା ପର୍ଯ୍ୟନ୍ତ ଦୀର୍ଘ ୧୦ କିଲୋମିଟର ଯାଏଁ ପୁରୁଷ ଓ ମହିଳା ବର୍ଗରେ ମିନି ମାରାଥନ ଅନୁଷ୍ଠିତ ହୋଇଥିଲା | ଏଥିରେ ଶତାଧିକ ପ୍ରତିଯୋଗୀ ନିଜ ନିଜର ନାମ ପଞ୍ଜିକୃତ କରି ମିନି ମାରାଥନରେ ସାମିଲ ହୋଇଥିଲେ | ଉଭୟ ବର୍ଗରେ ପ୍ରଥମରୁ ଦଶମ ସ୍ଥାନ ଅଧିକାର କରିଥିବା ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯିବ ବୋଲି ଜିଲ୍ଲା କ୍ରୀଡା ଅଧିକାରୀ ପ୍ରକାଶ କରିଥିଲେ | ପୁରୁଷ ବର୍ଗରେ ରମେଶ ମାଳି ପ୍ରଥମ, ଦ୍ଵିତୀୟରେ ନିଦୁରାମ ମାଳି ଓ ଘାସିରାମ ବରାଳ ତୃତୀୟ ସ୍ଥାନରେ ରହିଥିବା ବେଳେ, ମହିଳା ବର୍ଗରେ କଲ୍ୟାଣସିଂପୁରର ଲଳିତା ତିଆକା ପ୍ରଥମ ସ୍ଥାନରେ, ନିଳେନ୍ଦ୍ରି ମାଝୀ ଦ୍ଵିତୀୟରେ,ପିଙ୍କି ହିମିରିକା ତୃତୀୟ ସ୍ଥାନ ଅଧିକାର କରିଛନ୍ତି |bd56d7fd 5662 4cb5 b9c2 c2fd41f416f1 ରାୟଗଡ଼ ଜିଲ୍ଲା ଚଇତି-୨୪ କ୍ରୀଡା ପ୍ରତିଯୋଗିତା ମହୋତ୍ସବ ଶୁଭ ଉଦଘାଟନ

ସେହିପରି ସ୍ଥାନୀୟ ମହିଳା ମହାବିଦ୍ୟାଳୟରେ ମହିଳା କବାଡି ଓ କିନ୍ନର ମାନଙ୍କ କବାଡି ଅନୁଷ୍ଠିତ ହୋଇଥିଲା l ଏଥିରେ ତହସିଲଦାର ରାୟଗଡ ପ୍ରିୟଦର୍ଶିନୀ ସ୍ୱାଇଁ, ମହିଳା ମହାବିଦ୍ୟାଳୟର କାର୍ଯ୍ୟକାରି ସଭାପତି ଡ଼ଃ. ଦୁଷ୍ମନ୍ତ କୁମାର ମହାନ୍ତି, ଅଧ୍ୟକ୍ଷା ଡ଼ଃ. ଅର୍ଚନା ପଟ୍ଟନାୟକ, ପ୍ରମୁଖ ଯୋଗଦେଇ ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ l ସେହିପରି ଆଜି ଅପରାହ୍ନରୁ ସ୍ଥାନୀୟ ଜିସିଡ଼ି ଉଚ୍ଚ ବିଦ୍ୟାଳୟ ପଡିଆରେ ପୁରୁଷ ବର୍ଗରେ ଭଲିବଲ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା | ସ୍ଥାନୀୟ ଅମ୍ବାଗୁଡା ଇଣ୍ଡୋର ଷ୍ଟାଡିୟମରେ ଶକ୍ତି ଉତ୍ତୋଳନ ପ୍ରତିଯୋଗିତା ହୋଇଥିଲା l

- Advertisement -spot_img

More articles

- Advertisement -spot_img

Latest article

ପୁଅର ପ୍ରେମ ପାଇଁ ବାପାକୁ ହତ୍ୟା, ପୋଲିସର ତଦନ୍ତ ଜାରି

ଗଞ୍ଜାମ, (୨୨/୦୪) : ଆପ୍ର. : ପୁଅର ପ୍ରେମ ପାଇଁ ବାପାକୁ ନୃଶଂସ ଭାବେ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ଗଂଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ଥାନା ଅନ୍ତର୍ଗତ କୁମୁଣ୍ଡା ଗାଁରେ ଘଟିଛି...

କାଶୀନଗର ବ୍ଲକ ରେ ମଦ ବିରୋଧୀ ଆନ୍ଦୋଳନ

କାଶୀନଗର, (୨୨/୪) : ଆପ୍ର. : କାଶୀନଗର ବ୍ଲକ ରେ ମଦ ବିରୋଧୀ ଆନ୍ଦୋଳନ ମୁଣ୍ଡ ଟେକିଛି । ଗତ କାଲି ଅଲଡା ପଂଚାୟତ ରେ ବିଭିନ୍ନ ମହିଳା ସଂଘଠନ ଗୁଡିକ ତରଫରୁ ଅଲଡା...

ଶ୍ରୀମନ୍ଦିରରେ ଆଜି ମହାପ୍ରଭୁଙ୍କ ରାମାଭିଷେକ ନୀତି, ଶେଷ ହେବ ସାହିଯାତ

ପୁରୀ, (୨୨/୦୪) : ଆପ୍ର. : ଶ୍ରୀମନ୍ଦିରରେ ଆଜି ମହାପ୍ରଭୁଙ୍କ ରାମାଭିଷେକ ନୀତି । ଏହାସହ ଶ୍ରୀରାମ ନବମୀରୁ ଆରମ୍ଭ ହୋଇଥିବା ଶ୍ରୀକ୍ଷେତ୍ର ସାହିଯାତ ମଧ୍ୟ ଶେଷ ହେବ । ଆଜି ଶ୍ରୀମନ୍ଦିରରେ ମଧ୍ୟାହ୍ନ...

ରାଜଧାନୀରେ ବ୍ୟାପୁଛି ଝାଡ଼ାବାନ୍ତି, ନୀଳାଦ୍ରି ନିବାସ ପରେ ଖଣ୍ଡଗିରିରେ ୬ଜଣ ଆକ୍ରାନ୍ତ

ଭୁବନେଶ୍ୱର, (୨୨/୦୪) : ଆପ୍ର. : ଭୁବନେଶ୍ୱରରେ ଝାଡ଼ାବାନ୍ତି ଆତଙ୍କ। ନୀଳାଦ୍ରି ନିବାସ ପରେ ଖଣ୍ଡଗିରିରେ ବ୍ୟାପୁଛି ଝାଡ଼ାବାନ୍ତି। ଗାନ୍ଧି ଯୁକ୍ତ ୨ ବିଦ୍ୟାପୀଠରେ ଝାଡ଼ାବାନ୍ତିରେ ୬ ଛାତ୍ରଛାତ୍ରୀ ଆକ୍ରାନ୍ତ ହୋଇଛନ୍ତି । ବର୍ତ୍ତମାନ...

ପାଣିରେ ବୁଡି ଚାଲିଗଲା ନାବାଳକର ଜୀବନ

ବଲାଙ୍ଗିର, (୨୨/୦୪) : ଆପ୍ର. : ପାଣିରେ ବୁଡି ନାବାଳକ ପୁଅ ର ଚାଲିଗଲା ଜୀବନ । ଗାଧୋଇବା ପାଇଁ ଚାରି ଜଣ ସାଙ୍ଗ ଯାଇ ଥିବା ବେଳେ ଜଣେ ସାଙ୍ଗ ପାଣିରେ...