32.9 C
Balāngīr
Friday, April 25, 2025

ରାୟଗଡାରେ ନିର୍ମିତ ମୁକ୍ତା ଯୋଜନା ପରିଶ୍ରାଗାର ଗୁଡ଼ିକ ଜରାଜୀର୍ଣ୍ଣ ଅବସ୍ଥାରେ

Must read

sudhir
sudhirhttps://www.odishanews24.in
Editor led his team through the digital news revolution, always prioritizing integrity & accuracy. his legacy endures, an emblem of journalistic dedication.

ରିପୋର୍ଟ: ଗୋପୀନାଥ ଗୌଡ଼ //
ରାୟଗଡ଼ (୧୮/୧୨): ରାୟଗଡ଼ ସହର ଜନଗହଳି ସ୍ଥାନ ମାନଙ୍କରେ ସଧାରଣ ଲୋକଙ୍କ ସ୍ୱାର୍ଥ ପାଇଁ ମୁକ୍ତା ଯୋଜନା ପରିଶ୍ରାଗାର ଗୁଡ଼ିକ ନିର୍ମାଣ କାର୍ଯ୍ୟ ସରିଯାଇଛି। କିନ୍ତୁ,ବର୍ଷ ବର୍ଷ ଧରି ସମୟ ବିତି ଯାଇଥିଲେ ସୁଦ୍ଧା, ବର୍ତ୍ତମାନ୍ ପର୍ୟ୍ୟନ୍ତ ଜନ ସାଧାରଣଙ୍କ ନିମନ୍ତେ ବ୍ୟବହାର ହୋଇ ପାରୁନାହିଁ ଏହି ସବୁ ପରିସ୍ରାଗାର।

ଏହାର ମୁଖ୍ୟ କାରଣ ହେଉଛି କେଉଁଠି ପାଣି ସଂଯୋଗ ରହିଛି ତ ଆଉ କେଉଁଠି ବିଦ୍ୟୁତ ନାହିଁ, ଆଉ କେଉଁଠି ନୂତନ ଭାବେ ତିଆରି ହେଇଥିବା ପରିଶ୍ରାଗାର ଗୁଡ଼ିକ କବାଟ ଓ ଝରକା ଗୁଡ଼ିକ ଭାଙ୍ଗିବାକୁ ଲାଗିଲାଣି। ଯେଉଁ ଉଦ୍ଧେଶ୍ୟ ନେଇ ପୌର ପରିଷଦର ମୁକ୍ତା ଯୋଜନାରେ ତିଆରି ହୋଇଥିଲା ଏହିସବୁ ପରିସ୍ରାଗାର ଗୁଡ଼ିକ ବର୍ତ୍ତମାନ୍ ଜରାଜୀର୍ଣ୍ଣ ଅବସ୍ତାରେ ପଡ଼ି ରହିଛି। ଏହି ଗୁଡ଼ିକର ନିର୍ମାଣ କାର୍ଯ୍ୟ ୨/୩ବର୍ଷ ବିତିବା ପରେ ମଧ୍ୟ କାହିଁକି କାର୍ଯ୍ୟକ୍ଷମ ହୋଇ ପାରୁନି ବୋଲି ଜନ ସାଧାରଣଙ୍କ ମନରେ ପ୍ରଶ୍ନ ଉଙ୍କି ମାରୁଛି। ପ୍ରତ୍ୟେକ ଦିନ ନିଜ ନିଜର ଜରୁରି କାର୍ଯ୍ୟରେ ରାୟଗଡ଼ ସହରକୁ ଆସୁଥିବା କାଶିପୁର, ଚନ୍ଦ୍ରପୁର, ଗୁଣୁପୁର, ପଦ୍ମପୁର, ସିଂଙ୍ଗପୁର, ମୁନିଗୁଡ଼ା, ରାମନାଗୁଡ଼ା, ବିଷମ କଟକ, କୋଲନରା ବ୍ଲକ ସମେତ ରାୟଗଡ଼ ର ବିଭିନ୍ନ ଅଂଚଳରୁ ଲୋକେ ରାୟଗଡ଼ ସହରକୁ ଆସି ଥାଆନ୍ତି।8f4e97fb 5402 48ff a485 16b7e1c1c4e9 ରାୟଗଡାରେ ନିର୍ମିତ ମୁକ୍ତା ଯୋଜନା ପରିଶ୍ରାଗାର ଗୁଡ଼ିକ ଜରାଜୀର୍ଣ୍ଣ ଅବସ୍ଥାରେ

ଯେତେବେଳେ ପରିଶ୍ରା ଯିବା ପାଇଁ ମନରେ ଆସେ, ନାହିଁ ନ ଥିବା ଅସୁବିଧା ଓ ହୋଇରାଣ ହେଉଥିବା କହିଛନ୍ତି। ଏଥି ପୁର୍ବରୁ ନୁଆ ବସ ଷ୍ଟାଣ୍ଡ, ପୁରୁଣା ବସ୍ ଷ୍ଟାଣ୍ଡ ଓ ଦୈନିକ ବଜାର ଭିତରେ ଥିବା ଶୌଚାଳୟକୁ ଲୋକେ ବ୍ୟବହାର କରି ପାରୁଥିଲେ। କିନ୍ତୁ ,ବର୍ତ୍ତମାନ୍ ସେ ସବୁ ବନ୍ଦ ହୋଇ ରହିଥିବା ବେଳେ, ନୁଆ ବସ୍ ଷ୍ଟାଣ୍ଡ ବ୍ୟତୀତ ଅନ୍ୟ କେଉଁଠି ଶୌଚାଳୟ ନ ଥିବାରୁ ନାହିଁ ନ ଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି ସାଧାରଣ ଲୋକ। ନୂତନ ଭାବେ ତିଆରି ହେଇଥିବା ପରିସ୍ରାଗାର ଗୁଡ଼ିକ ଖୋଲିବା ପାଇଁ ଜନସାଧାରଣଙ୍କ ଦ୍ଵାରା ବହୁବାର ଦାବୀ ହୋଇ ଆସୁଥିଲେ ସୁଦ୍ଧା ପୌର ପରିଷଦର ନିର୍ବାହୀ ଯନ୍ତ୍ରୀ ଏଵଂ ପୌରାଧ୍ୟକ୍ଷ କର୍ଣ୍ଣପାତ କରୁ ନ ଥିବା ଅଭିଯୋଗ ହୋଇଛି।

ଏପରିକି ଲୋକ ଦେଖାଣିଆ ପାଇଁ ରଥଯାତ୍ରା ସମୟରେ କିଛି ଦିନ ପାଇଁ ଦୈନିକ ବଜାର ନିକଟରେ ଥିବା ପରିଶ୍ରାଗାର ଖୋଲା ହୋଇଥିଲା। ବର୍ତ୍ତମାନ ତାହା ମଧ୍ୟ ବନ୍ଦ ହୋଇ ରହିଛି। ରାୟଗଡ଼ ସହରରେ ଥିବା ମୁଖ୍ୟ ଚିକିତ୍ସାଳୟ ନିକଟ, ଦୈନିକ ବଜାର, ଆହାର କେନ୍ଦ୍ର ନିକଟ, DRDA ଅଫିସ ନିକଟ, ପି.ଏଚ.ଡି ନିକଟ, ଏବଂ M. I ଅଫିସ ନିକଟ ଏପରି ଅନେକ ସ୍ଥାନରେ ତିଆରି ହେଇଥିବା ପରିସ୍ରା ଗାର ଗୁଡ଼ିକରେ ତାଲା ଝୁଲୁଥିବା ଦେଖିବାକୁ ମିଳୁଛି। ଅଳ୍ପ କିଛି ଦିନ ପରେ ରାୟଗଡ଼ ଜିଲ୍ଳାର ଗଣପର୍ବ ଚଇତି ମହୋତ୍ସବ-୨୦୨୪ ମହା ଆଡ଼ମ୍ବରରେ ପାଳନ କରିବା ପାଇଁ ଜିଲ୍ଳା ପ୍ରଶାସନର ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚି ଥିଲା ବେଳେ, ଏହି ସମସ୍ୟା ଲୋକଙ୍କ ପାଇଁ ଏକ ବଡ଼ ସମସ୍ୟା ହେବ ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ଜୋର ଧରିଛି।

- Advertisement -spot_img

More articles

- Advertisement -spot_img

Latest article

ଲିଫ୍ଟରେ ଚାପି ହୋଇ ମହିଳା ରୋଗୀଙ୍କ ମୃତ୍ୟୁ, ଡାକ୍ତରଖାନାରେ ତୀବ୍ର ଉତ୍ତେଜନା

ଭଦ୍ରକ, (୨୪/୦୪) : ଆପ୍ର. : ଲିଫ୍ଟରେ ଚାପି ହୋଇ ମହିଳା ରୋଗୀଙ୍କ ମୃତ୍ୟୁ । ଏଭଳି ଅଭାବନୀୟ ଘଟଣା ଘଟିଛି ଭଦ୍ରକ ଜିଲ୍ଲା ହସ୍ପିଟାଲରେ । ମୃତ ମହିଳା ହେଲେ ରାନ୍ଦୀଆ ପଂଚାୟତ...

ଧାନ ସଂଗ୍ରହ କମିଟି ବୈଠକ: ଆରମ୍ଭ ହେବ ଧାନ କିଣା ବିକା ପ୍ରକ୍ରିୟା

ବରଗଡ, (୨୪/୦୪) : ଆପ୍ର. : ଚଳିତ ରବି ଋତୁ ପାଇଁ ବୁଧବାର ବରଗଡ଼ ଜିଲ୍ଲା ଧାନ ସଂଗ୍ରହ କମିଟିର ବୈଠକ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ଆସନ୍ତା ମଇ ୧୪...

ରାଜ୍ୟରେ ଗ୍ରୀଷ୍ମପ୍ରବାହ ଜାରି, ରେକର୍ଡ ଭାଙ୍ଗୁଛି ତାତି

ଭୁବନେଶ୍ୱର, (୨୪/୦୪) : ଆପ୍ର. : କାଳବୈଶାଖୀ ପରେ ରାଜ୍ୟରେ ଗ୍ରୀଷ୍ମପ୍ରବାହ ଜାରି ରହିଛି । ପାରଦ ବଢିବା ସହିତ ତାତି ଓ ଗୁଳୁଗୁଳି ଅସହ୍ୟ ହେବାକୁ ବସିଲାଣି । ଘରୁ ବାହାରିବା ମଧ୍ୟ...

ଟ୍ରେନ ରୁ ଖସି ପଡ଼ି ଯୁବକ ମୃତ

ସୁବର୍ଣ୍ଣପୁର, (୨୩/୦୪) : ଆ.ପ୍ର : ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ସହଲା ଫାଟକ ନିକଟରେ ଜଣେ ବ୍ୟକ୍ତି ଟ୍ରେନ ନମ୍ୱର ୧୮୫୨୩ ବିଶାଖାପାଟନା ବନାରସ ଏକ୍ସପ୍ରେସରେ ଆସୁଥିବା ସମୟରେ ଅସାବଧାନତାରୁ ଟ୍ରେନରୁ ଖସି...

ଏପ୍ରିଲ ୧୫ରୁ ଜୁନ ୧୪ ସମୁଦ୍ରରୁ ମାଛ ଧରିବା ଉପରେ କଟକଣା, ଚିନ୍ତାରେ ମତ୍ସ୍ୟଜୀବୀ ପରିବାର

ବାଲେଶ୍ବର, (୨୪/୦୪) : ଆପ୍ର. : ଏପ୍ରିଲ ୧୫ରୁ ଜୁନ୍ ୧୪ ତାରିଖ ପର୍ଯ୍ୟନ୍ତ ସମୂଦ୍ରରୁ ମାଛ ଧରିବା ଉପରେ କଟକଣା ଲାଗିବା ପରେ ଚିନ୍ତାରେ ମତ୍ସ୍ୟଜୀବୀ ପରିବାର । ମାଛ ବଂଶ ବୃଦ୍ଧି...