32.9 C
Balāngīr
Monday, April 28, 2025

ରାୟଗଡା ଜିଲ୍ଲାରେ ଅନ୍ତୋଦୟ ଗୃହ ଯୋଜନାର ଶୁଭାରମ୍ଭ

Must read

sudhir
sudhirhttps://www.odishanews24.in
Editor led his team through the digital news revolution, always prioritizing integrity & accuracy. his legacy endures, an emblem of journalistic dedication.

ରାୟଗଡା ତା ୩୦-୩-ଆପ୍ର): ସ୍ଥାନୀୟ ଗୋବିନ୍ଦ ଚନ୍ଦ୍ର ଦେବ ଉଚ୍ଚ ବିଦ୍ୟାଳୟ ପଡିଆ ଠାରେ ରବିବାର ଦିନ ଅନ୍ତୋଦୟ ଗୃହ ଯୋଜନା ନାମକ ନୂତନ ଯୋଜନାର ଶୁଭାରମ୍ଭ ହୋଇଯାଇଛି। ଏହା ସହିତ କଳାହାଣ୍ଡିରୁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଦ୍ଵାରା ଉଦଘାଟିତ ଏହି ଯୋଜନାର ସିଧାପ୍ରସାରଣ କରାଯାଇଥିଲା । ଜିଲ୍ଲାପାଳ ପାରୁଲ ପଟାୱରୀ ଶ୍ରୀଜଗନ୍ନାଥଙ୍କ ପ୍ରତିମୂର୍ତ୍ତିରେ ପ୍ରଦୀପ ପ୍ରଜ୍ଜ୍ଵଳନ କରି ଶୁଭାରମ୍ଭ କରିଥିଲେ ।0d25fb66 597b 4964 87bd 37fa249d6114 ରାୟଗଡା ଜିଲ୍ଲାରେ ଅନ୍ତୋଦୟ ଗୃହ ଯୋଜନାର ଶୁଭାରମ୍ଭ

କୋରାପୁଟ ଲୋକସଭା ସାଂସଦ ଶ୍ରୀଯୁକ୍ତ ସପ୍ତଗିରି ଶଙ୍କର ଉଲ୍ଲାକା, ରାୟଗଡ଼ା ବିଧାୟକ ଶ୍ରୀଯୁକ୍ତ ଆପାଲା ସ୍ଵାମୀ କାଡ୍ରାକା, ରାୟଗଡ ବ୍ଲକ ଅଧ୍ୟକ୍ଷା ସୁଶ୍ରୀ ଟୁନୀ ହୁଇକା, ସରପଞ୍ଚ, ସମିତି ସଭ୍ଯ, ସଭ୍ୟା, ଜିଲ୍ଲା ପରିଷଦ ସଭ୍ଯ ସଭ୍ୟା ପ୍ରମୁଖ ଯୋଗ ଦେଇଥିଲେ । ପ୍ରଧାନମନ୍ତ୍ରୀଙ୍କ ମନ୍ କି ବାତ ଓ ମୁଖ୍ୟମନ୍ତ୍ରୀଙ୍କ ରାଜ୍ୟସ୍ତରୀୟ ଶୁଭାରମ୍ଭ ପରେ ରାୟଗଡା ବ୍ଳକର ତିନିଜଣ ଦିବ୍ୟାଙ୍ଗ , ତିନିଜଣ ନିର୍ଭରଶୀଳ ନାବାଳକ ଥିବା ବିଧବା, ତିନି ଜଣ ଜଙ୍ଗଲ ଅଧିକାର ଆଇନ ହିତାଧିକାରୀ ଏବଂ ଜଣେ ଅନ୍ଯାନ୍ଯ ବର୍ଗର ଯୋଗ୍ଯ ବୃଦ୍ଧ ମହିଳା ଏପରି ଦଶ ଜଣଙ୍କୁ କାର୍ଯ୍ୟାଦେଶ ବଣ୍ଟନ କରାଯାଇଥିଲା |

New Delhi election result LIVE: Arvind Kejriwal defeat from BJP’s Parvesh Verma

ଜିଲ୍ଲାପାଳ ନିଜ ବକ୍ତବ୍ଯରେ ୨୭୮୫ ଜଣଙ୍କୁ ନୂତନ ଗୃହ ନିର୍ମାଣ ନିମନ୍ତେ ବିଭିନ୍ନ ବ୍ଲକ ସଦରମହକୁମାରେ କାର୍ଯ୍ୟାଦେଶ ବଣ୍ଟନ କରାଯିବା ବିଷୟ ପ୍ରକାଶ କରିଥିଲେ । ସେଥିମଧ୍ୟରୁ ବିଷମକଟକ ୩୨୦, ଚନ୍ଦ୍ରପୁର ରେ ୧୨୬, ଗୁଡାରି ୧୫୫, ଗୁଣୁପୁର ୩୨୬, କେ.ସିଂହପୁରରେ ୧୮୫, କାଶିପୁର ୩୭୦, କୋଲନରା ୨୬୯, ମୁନିଗୁଡା ୨୨୫, ପଦ୍ମପୁର ୧୯୯, ରାମନାଗୁଡ଼ା ୧୯୦ ଓ ରାୟଗଡା ବ୍ଲକରେ ୪୨୦ ଜଣଙ୍କୁ କାର୍ଯ୍ୟାଦେଶ ବଣ୍ଟନ କରାଯାଇଥିଲା ସେଥିମଧ୍ୟରୁ ଦିବ୍ୟାଙ୍ଗ ୧୧୫୨ ଜଣ, ନାବାଳକ ଥିବା ବିଧବା ୮୫୮ ଜଣ, ୧୮ ଜଣ ଗୁରୁତ୍ବର ରୋଗରେ ପିଡିତ, ତିନିଜଣ ଯୋଦ୍ଧା ବା ଦେଶ ଭକ୍ତ, ଜଙ୍ଗଲ ଅଧିକାର ଆଇନ ହିତାଧିକାରୀ ୨୯୩ ଏବଂ ପ୍ରକୃତ ଯୋଗ୍ୟ ପରିବାର ୩୫୫ ଜଣ ଅନ୍ତର୍ଭୁକ୍ତ।a60584b6 df45 4530 954f 16967df2edfe ରାୟଗଡା ଜିଲ୍ଲାରେ ଅନ୍ତୋଦୟ ଗୃହ ଯୋଜନାର ଶୁଭାରମ୍ଭ

ମୁଖ୍ଯ ଉନ୍ନୟନ ଅଧିକାରୀ, ଅକ୍ଷ୍ୟକ୍ଷ କୁମାର ଖେମୁଣ୍ଡୁ ଉଦ୍ଦେଶ୍ଯ ଜ୍ଞାପନ କରି ହିତାଧିକାରୀ ତିନି କିସ୍ତିରେ ମୋଟ ୧୨୦୦୦୦ ଟଙ୍କା ଘରପିଛା ମଞ୍ଜୁର କରାଯାଇଥିବା ଏବଂ ଚାରି ମାସ ଅବା ଛଅ ମାସ ମଧ୍ୟରେ କାର୍ଯ୍ୟ ସଂପୂର୍ଣ୍ଣ କଲେ ୨୦,୦୦୦ ଅବା ୧୦,୦୦୦ ଅତିରିକ୍ତ ପ୍ରୋତ୍ସାହନ ରାଶି ପ୍ରଦାନ କରାଯିବ ବୋଲି କହିଥିଲେ । ରାୟଗଡ ବିଡିଓ ସୁଜିତ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ । ଶିକ୍ଷକ ନୀଳାଞ୍ଚଳ ମିଶ୍ର କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ । ରାୟଗଡ ଜିଲ୍ଲା ପରିଷଦ ଓ ପଞ୍ଚାୟତ ସମିତିର ସମସ୍ତ କର୍ମକର୍ତ୍ତା ସହଯୋଗ କରିଥିଲେ ।।

- Advertisement -spot_img

More articles

- Advertisement -spot_img

Latest article

ଅବକାରୀ ଚଢ଼ାଉରେ ମହୁଲି ମଦ ସହ ୨ଟି ସ୍କୁଟି : ୨ଟି ମୋଟର ସାଇକେଲ ଜବତ

ରାଉରକେଲା, (୨୮/୦୪) : ଆପ୍ର. : ଆଜି ରାଉରକେଲା ଅବକାରୀ ଅଧୀକ୍ଷକ ଝସକେତନ ବରିହାଙ୍କ ନିର୍ଦ୍ଦେଶ କ୍ରମେ, ରାଉରକେଲା ଅବକାରୀ ବିଭାଗ ପକ୍ଷରୁ ଜିଅବାହାଲ, ରୁପୁଟୋଲା, ସେକ୍ଟର-୩, ଝିରପାଣି, ଅଚଂଳରେ ଚଢ଼ାଉ କରି...

ହାଇୱା-ବାଇକ ଧକ୍କା : ଜଣେ ମୃତ, ତିନି ଗୁରୁତର

ପାଟଣାଗଡ଼, (୨୮/୦୪): ଆପ୍ର. : ବଲାଙ୍ଗିର ଜିଲ୍ଲା ଲରମ୍ଭା ଥାନା ଘସିଏନ ଲରମ୍ଭା ମୁଖ୍ୟରାସ୍ତା ମଝିରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ହାଇୱାକୁ ପଛପଟୁ ପିଟିଲା ବାଇକ, ଜଣେ ମୃତ ତିନିଜଣ ଗୁରୁତର ।...

ଗଞ୍ଜାମରେ ବିଭତ୍ସ ହତ୍ୟା; ଦୁଇ ଭାଇଙ୍କୁ ହତ୍ୟା କରି ଶାଳବଣ ଜଙ୍ଗଲରେ ଜାଳିଦେଲେ ଦୁବୃର୍ତ

ଗଞ୍ଜାମ, (୨୮/୦୪) : ଆପ୍ର. : ପୁଣି ଅଶାନ୍ତ ହେଲା ଗଞ୍ଜାମ । ଖଲ୍ଲିକୋର୍ଟ ବେଗୁନିଆପଡ଼ା ଥାନା ଅଞ୍ଚଳରେ ଦୁଇ ଭାଇଙ୍କୁ ମାରି ଜଙ୍ଗଲରେ ଜାଳିଦେଲେ ଦୁର୍ବୁତ୍ତ । ବେଗୁନିଆପଡା ଥାନାଞ୍ଚଳର ଶାଳବଣ ଗାଁ...

ଯାଜପୁରରେ ଚାଞ୍ଚଲ୍ୟ ,ମହିଳାଙ୍କ ହାତମୁହଁ ବାନ୍ଧି ଦୁଷ୍କର୍ମ କଲେ ,ମାଡ଼ ମାରିଲେ ଦୁର୍ବୁତ୍ତ

ଯାଜପୁର, (୨୮/୦୪) : ଆପ୍ର. : ଯାଜପୁରରେ ଲଜ୍ୟା । ଯାଜପୁର ସହରରେ ଜଣେ କର୍ମଜୀବୀ ମହିଳାଙ୍କ ହାତମୁହଁ ବାନ୍ଧି ଦୁଷ୍କର୍ମ ଘଟଣା ପୁରା ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ପୀଡିତା ଲୋକଲଜ୍ୟା...

ଶଶୁର ଘରକୁ ଫେରିବା ବାଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା; ଗଛରେ ପିଟି ହେଲା ସ୍କର୍ପିଓ, ନବ ବିବାହିତଙ୍କ ସମେତ ୪ ମୃତ

ରାଉଲକେଲା, (୨୮/୦୪) : ଆପ୍ର. : ଦିଅଁ ଦର୍ଶନ ସାରି ଫେରୁଥିବା ବେଳେ ଗଛରେ ପିଟିହେଲା ସ୍କର୍ପିଓ । ଦୁର୍ଘଟଣାରେ ନବ ବିବାହିତାଙ୍କ ସମେତ ଚାଲିଗଲା ୪ ଜଣଙ୍କର ଜୀବନ ଓ ଜଣେ...