32.9 C
Balāngīr
Wednesday, April 23, 2025

ରାୟଗଡା ଜିଲ୍ଲା କଂଗ୍ରେସର ସାମ୍ୱାଦିକ ସମ୍ମିଳନୀ

Must read

ରିପୋର୍ଟ : ଗୋପୀନାଥ ଗୌଡ଼
ରାୟଗଡା, (୦୨/୦୨) : ରାୟଗଡା ଜିଲ୍ଲାପାଳ ପାରୁଲ ପଟୱରୀ ଓ ପୂର୍ବତନ ମଙ୍ଗଳ ଅଧିକାରୀ ଅସୀମା ରାଓଙ୍କ ମଧ୍ଯରେ ଲାଗି ରହିଥିବା ବିବାଦ ଏବେ ଦାଣ୍ଡରେ ପଡି ହାଟରେ ଗଡୁଛି ।WhatsApp Image 2025 02 01 at 20.24.10 ରାୟଗଡା ଜିଲ୍ଲା କଂଗ୍ରେସର ସାମ୍ୱାଦିକ ସମ୍ମିଳନୀ

ଜିଲ୍ଲାପାଳ ପଟୱରୀ ଅସୀମାଙ୍କୁ ମାନସିକ ନିର୍ଯାତନା ଦେବା ସହ ବାରମ୍ବାର ଏକ ବିବାଦୀୟ ଫାଇଲରେ ଦସ୍ତଖତ କରିବା ପାଇଁ ଚାପ ପ୍ରୟୋଗ କରୁଥିଲେ। ବିଦ୍ୟାଳୟର ଅନ୍ତେବାସୀଙ୍କ ପାଇଁ ଉଦିଷ୍ଟ ବିଭିନ୍ନ ସାମଗ୍ରୀ କିଣା ପାଇଁ ସରକାରୀ ଦର ଠାରୁ ଦୁଇ ଗୁଣା ଅଧିକରେ ଏକ ଫାଇଲ୍ ପ୍ରସ୍ତୁତ କରାଯାଇଥିଲା । ଏଥିରେ ସେ ସହମତି ନଦେବାରୁ ତାଙ୍କୁ ଜିଲ୍ଲା ମଙ୍ଗଳ ଅଧିକାରୀ ପଦବୀରୁ ଜିଲ୍ଲାପାଳ ଅନ୍ତର ବା ରିଲିଫ କରିଥିଲେ। ତେବେ ଏହି ଘଟଣାକୁ ନେଇ ଗତକାଲି ଅସୀମା ମୁଖ୍ଯମନ୍ତ୍ରୀ, ବିଭାଗୀୟ ମନ୍ତ୍ରୀ ଓ ସଚିବ ଙ୍କୁ ଲିଖିତ ଅଭିଯୋଗ ଦେବା ସହ ହାଇକୋର୍ଟର ଦ୍ବାରସ୍ଥ ହୋଇଥିଲେ । ଏପରିକି ଅସୀମା ଆତ୍ମହତ୍ୟା କରିବାକୁ ମଧ୍ଯ ଉଦ୍ୟମ କରିଥିଲେ ବୋଲି ଗଣମାଧ୍ୟମ ଆଗରେ କହିଥିଲେ । ତେବେ ଏହି ବିଵାଦକୁ ନେଈ ଆଜି ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜିତ ହୋଇଛି ।

ପୂର୍ବରୁ ଜଣେ ସମାଜ ମଙ୍ଗଳ ଅଧିକାରୀ ଜିଲ୍ଲାପାଳଙ୍କ ଚାପରେ ଆତ୍ମହତ୍ୟା କରିଥିବା ବେଳେ, ଏହାର ପୁନରାବୃତ୍ତି ନହେଉ ବୋଲି ସାମ୍ବାଦିକ ସମ୍ମିଳନୀରେ ବିଧାୟକ ଆପଲ୍ଲା ସ୍ବାମୀ କାଡ୍ରାକା କହିଛନ୍ତି । ରାଜ୍ଯରେ ଥିବା ଡବଲ ଇଂଜିନ୍ ସରକାର ଏହି ବିବାଦର ତୁରନ୍ତ ସମାଧାନ କରି ଆଦିବାସୀ ଅଧୂଷିତ ରାୟଗଡା ଜିଲ୍ଲାର ଗରୀବ ଆଦିବାସୀ ଛାତ୍ରଛାତ୍ରୀଙ୍କ ଶିକ୍ଷାର ବିକାଶ ଦିଗରେ ଧ୍ଯାନ ଦିଅନ୍ତୁ ବୋଲି ବିଧାୟକ କାଡ୍ରାକା କହିଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ଯ ମାନଙ୍କ ମଧ୍ଯରେ ବିଷମକଟକ ବିଧାୟକ ନୀଳମାଧବ ହିକକା, ଜିଲ୍ଲା କଂଗ୍ରେସ ସଭାପତି ଶଙ୍କର ଜିଲାକାରା ଓ ବରିଷ୍ଠ କଂଗ୍ରେସ ନେତା ଶଙ୍କର୍ଷଣ ମଙ୍ଗରାଜ ପ୍ରମୁଖ ଉପସ୍ଥିତ ଥିଲେ ।

- Advertisement -spot_img

More articles

- Advertisement -spot_img

Latest article

ପୁଅର ପ୍ରେମ ପାଇଁ ବାପାକୁ ହତ୍ୟା, ପୋଲିସର ତଦନ୍ତ ଜାରି

ଗଞ୍ଜାମ, (୨୨/୦୪) : ଆପ୍ର. : ପୁଅର ପ୍ରେମ ପାଇଁ ବାପାକୁ ନୃଶଂସ ଭାବେ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ଗଂଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ଥାନା ଅନ୍ତର୍ଗତ କୁମୁଣ୍ଡା ଗାଁରେ ଘଟିଛି...

କାଶୀନଗର ବ୍ଲକ ରେ ମଦ ବିରୋଧୀ ଆନ୍ଦୋଳନ

କାଶୀନଗର, (୨୨/୪) : ଆପ୍ର. : କାଶୀନଗର ବ୍ଲକ ରେ ମଦ ବିରୋଧୀ ଆନ୍ଦୋଳନ ମୁଣ୍ଡ ଟେକିଛି । ଗତ କାଲି ଅଲଡା ପଂଚାୟତ ରେ ବିଭିନ୍ନ ମହିଳା ସଂଘଠନ ଗୁଡିକ ତରଫରୁ ଅଲଡା...

ଶ୍ରୀମନ୍ଦିରରେ ଆଜି ମହାପ୍ରଭୁଙ୍କ ରାମାଭିଷେକ ନୀତି, ଶେଷ ହେବ ସାହିଯାତ

ପୁରୀ, (୨୨/୦୪) : ଆପ୍ର. : ଶ୍ରୀମନ୍ଦିରରେ ଆଜି ମହାପ୍ରଭୁଙ୍କ ରାମାଭିଷେକ ନୀତି । ଏହାସହ ଶ୍ରୀରାମ ନବମୀରୁ ଆରମ୍ଭ ହୋଇଥିବା ଶ୍ରୀକ୍ଷେତ୍ର ସାହିଯାତ ମଧ୍ୟ ଶେଷ ହେବ । ଆଜି ଶ୍ରୀମନ୍ଦିରରେ ମଧ୍ୟାହ୍ନ...

ରାଜଧାନୀରେ ବ୍ୟାପୁଛି ଝାଡ଼ାବାନ୍ତି, ନୀଳାଦ୍ରି ନିବାସ ପରେ ଖଣ୍ଡଗିରିରେ ୬ଜଣ ଆକ୍ରାନ୍ତ

ଭୁବନେଶ୍ୱର, (୨୨/୦୪) : ଆପ୍ର. : ଭୁବନେଶ୍ୱରରେ ଝାଡ଼ାବାନ୍ତି ଆତଙ୍କ। ନୀଳାଦ୍ରି ନିବାସ ପରେ ଖଣ୍ଡଗିରିରେ ବ୍ୟାପୁଛି ଝାଡ଼ାବାନ୍ତି। ଗାନ୍ଧି ଯୁକ୍ତ ୨ ବିଦ୍ୟାପୀଠରେ ଝାଡ଼ାବାନ୍ତିରେ ୬ ଛାତ୍ରଛାତ୍ରୀ ଆକ୍ରାନ୍ତ ହୋଇଛନ୍ତି । ବର୍ତ୍ତମାନ...

ପାଣିରେ ବୁଡି ଚାଲିଗଲା ନାବାଳକର ଜୀବନ

ବଲାଙ୍ଗିର, (୨୨/୦୪) : ଆପ୍ର. : ପାଣିରେ ବୁଡି ନାବାଳକ ପୁଅ ର ଚାଲିଗଲା ଜୀବନ । ଗାଧୋଇବା ପାଇଁ ଚାରି ଜଣ ସାଙ୍ଗ ଯାଇ ଥିବା ବେଳେ ଜଣେ ସାଙ୍ଗ ପାଣିରେ...