32.9 C
Balāngīr
Friday, April 25, 2025

ରାୟଗଡା ଜିଲ୍ଲା କାର୍ଲାକଣା ଗ୍ରାମ ପଂଚାୟତ ଅନ୍ତର୍ଗତ ଗେଟିପଡ଼ା ଗ୍ରାମରେ ବିଶୁଦ୍ଧ ପାନୀୟ ଜଳର ସମସ୍ୟା ଦେଖା ଦେଇଛି

Must read

ରିପୋର୍ଟ : ଗୋପୀନାଥ ଗୌଡ଼
ରାୟଗଡା, (୩୧/୦୧) : ବର୍ଷ ବର୍ଷ ଧରି ଗ୍ରାମବାସି ମାନେ ବିଭାଗୀୟ ଅଧିକାରି ମାନଙ୍କୁ ଅଭିଯୋଗ କରି ଆସୁଥିଲେ ସୁଦ୍ଧା, କର୍ଣ୍ଣପାତ କରୁ ନାହାନ୍ତି ବିଭାଗୀୟ ଅଧିକାରୀ ।WhatsApp Image 2025 01 30 at 15.09.35 ରାୟଗଡା ଜିଲ୍ଲା କାର୍ଲାକଣା ଗ୍ରାମ ପଂଚାୟତ ଅନ୍ତର୍ଗତ ଗେଟିପଡ଼ା ଗ୍ରାମରେ ବିଶୁଦ୍ଧ ପାନୀୟ ଜଳର ସମସ୍ୟା ଦେଖା ଦେଇଛି

ଗ୍ରାମରେ ପମ୍ପହାଉସ୍ ରୁ ସଂଯୋଗ ହୋଇଥିବା ପାଣି ପାଇପ ଗୁଡ଼ିକ କିଛିଟା କଳଙ୍କି ଲାଗିବାକୁ ବସିଲାଣି, ଆଉ କିଛି ପାଣି ପାଇପ୍ ଫାଟି ଡ୍ରେନ୍ ର ଦୂଷିତ ଜଳ ସହିତ ମିଶି ଯାଇଛି । ପମ୍ପହାଉସ୍ ଚାରିପଟେ କୃତ୍ରିମ ଜଙ୍ଗଲ ସୃଷ୍ଟି ହୋଇଥିବା ବେଳେ, ଯେଉଁ ଠାରୁ ପାଣି ଓଭର ଟ୍ୟାଙ୍କକୁ ଯାଉଛି ସେଠାରେ ଓଳିଆ ଆବର୍ଜନା ପରିପୁର୍ଣ୍ଣ ହୋଇ ରହିଛି। ଡ୍ରେନ ଗୁଡ଼ିକର ନିର୍ଗତ ଜଳ ପିଇବା ପାଣିରେ ମିଶି ଦୂଷିତ ପାନୀୟ ଜଳ ଓଭର ଟ୍ୟାଙ୍କକୁ ଯାଉଛି ବୋଲି ଗେଟିପଡ଼ା ଗ୍ରାମବାସି ଅଭିଯୋଗ କରିଛନ୍ତି । ଯାହା ଫଳରେ ଦୂଷିତ ପାନୀୟ ଜଳର ସେବନ ଯୋଗୁଁ ଗ୍ରାମର ଅଧିକାଂଶ ଲୋକଙ୍କୁ କାଛୁ କୁଣ୍ଡିଆ ଏବଂ ଚର୍ମ ରୋଗ ଓ ଝାଡ଼ା ବାନ୍ତି ଭଳି ରୋଗ ହେଉଛି ବୋଲି ଗ୍ରାମବାସି କହିଛନ୍ତି ।

ଗେଟିପଡ଼ା ଗ୍ରାମରେ ପ୍ରାୟ ୨୦୦ରୁ ୩୦୦ ପରିବାର ବସବାସ କରୁଥିବା ବେଳେ, ଜନସଂଖ୍ୟା ପ୍ରାୟ ୧୫୦୦ରୁ ଉର୍ଦ୍ଧ ଅଛନ୍ତି ବୋଲି କହିଛନ୍ତି ଗ୍ରାମ ସମିତି ସଭ୍ୟ ସନ୍ତୋଷ କୁମାର୍ ତାଣ୍ଡି। ପାନୀୟ ଜଳର ସମସ୍ୟା ଦେଖା ଦେଇଥିବା ଯୋଗୁଁ ଲୋକେ ପାଖ ଗ୍ରାମରୁ ପିଇବା ପାଇଁ ପାଣି ଆଣୁଛନ୍ତି ବୋଲି କହିଛନ୍ତି। ବାରମ୍ବାର RWSS କର୍ତ୍ତୃପକ୍ଷ ଏଵଂ ବ୍ଲକ ପ୍ରଶାସନ କୁ ଅବଗତ କରାଇବା ସତ୍ତ୍ୱେ କୌଣସି ପ୍ରକାର ଦୃଷ୍ଟାନ୍ତ ମୂଳକ ପଦକ୍ଷେପ ଗ୍ରହଣ କରୁନଥିବା ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି ।

ଏହିଭଳି ସମସ୍ୟାର ସମ୍ମୁଖିନ କରି ଗେଟି ପଡ଼ା ଗ୍ରାମବାସୀ ଭୟଭୀତ ଓ ଆତଙ୍କିତ ଅବସ୍ଥାରେ ରହୁଛନ୍ତି। ବ୍ଲକ୍ ପ୍ରଶାସନ ପକ୍ଷରୁ ଅତିଶିଘ୍ର ବିଶୁଦ୍ଧ ପାନୀୟ ଜଳ ସମସ୍ୟା ର ସମାଧାନ କରିବା ଦିଗରେ ପଦକ୍ଷେପ ଗ୍ରହଣ କରିଲେ ଗେଟିପଡ଼ା ଗ୍ରାମବାସୀ ମାନେ ଚିର ଉପକୃତ ହେବେ ବୋଲି ପ୍ରଶାସନକୁ ଅନୁରୋଧ କରିଛନ୍ତି।

- Advertisement -spot_img

More articles

- Advertisement -spot_img

Latest article

ଲିଫ୍ଟରେ ଚାପି ହୋଇ ମହିଳା ରୋଗୀଙ୍କ ମୃତ୍ୟୁ, ଡାକ୍ତରଖାନାରେ ତୀବ୍ର ଉତ୍ତେଜନା

ଭଦ୍ରକ, (୨୪/୦୪) : ଆପ୍ର. : ଲିଫ୍ଟରେ ଚାପି ହୋଇ ମହିଳା ରୋଗୀଙ୍କ ମୃତ୍ୟୁ । ଏଭଳି ଅଭାବନୀୟ ଘଟଣା ଘଟିଛି ଭଦ୍ରକ ଜିଲ୍ଲା ହସ୍ପିଟାଲରେ । ମୃତ ମହିଳା ହେଲେ ରାନ୍ଦୀଆ ପଂଚାୟତ...

ଧାନ ସଂଗ୍ରହ କମିଟି ବୈଠକ: ଆରମ୍ଭ ହେବ ଧାନ କିଣା ବିକା ପ୍ରକ୍ରିୟା

ବରଗଡ, (୨୪/୦୪) : ଆପ୍ର. : ଚଳିତ ରବି ଋତୁ ପାଇଁ ବୁଧବାର ବରଗଡ଼ ଜିଲ୍ଲା ଧାନ ସଂଗ୍ରହ କମିଟିର ବୈଠକ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ଆସନ୍ତା ମଇ ୧୪...

ରାଜ୍ୟରେ ଗ୍ରୀଷ୍ମପ୍ରବାହ ଜାରି, ରେକର୍ଡ ଭାଙ୍ଗୁଛି ତାତି

ଭୁବନେଶ୍ୱର, (୨୪/୦୪) : ଆପ୍ର. : କାଳବୈଶାଖୀ ପରେ ରାଜ୍ୟରେ ଗ୍ରୀଷ୍ମପ୍ରବାହ ଜାରି ରହିଛି । ପାରଦ ବଢିବା ସହିତ ତାତି ଓ ଗୁଳୁଗୁଳି ଅସହ୍ୟ ହେବାକୁ ବସିଲାଣି । ଘରୁ ବାହାରିବା ମଧ୍ୟ...

ଟ୍ରେନ ରୁ ଖସି ପଡ଼ି ଯୁବକ ମୃତ

ସୁବର୍ଣ୍ଣପୁର, (୨୩/୦୪) : ଆ.ପ୍ର : ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ସହଲା ଫାଟକ ନିକଟରେ ଜଣେ ବ୍ୟକ୍ତି ଟ୍ରେନ ନମ୍ୱର ୧୮୫୨୩ ବିଶାଖାପାଟନା ବନାରସ ଏକ୍ସପ୍ରେସରେ ଆସୁଥିବା ସମୟରେ ଅସାବଧାନତାରୁ ଟ୍ରେନରୁ ଖସି...

ଏପ୍ରିଲ ୧୫ରୁ ଜୁନ ୧୪ ସମୁଦ୍ରରୁ ମାଛ ଧରିବା ଉପରେ କଟକଣା, ଚିନ୍ତାରେ ମତ୍ସ୍ୟଜୀବୀ ପରିବାର

ବାଲେଶ୍ବର, (୨୪/୦୪) : ଆପ୍ର. : ଏପ୍ରିଲ ୧୫ରୁ ଜୁନ୍ ୧୪ ତାରିଖ ପର୍ଯ୍ୟନ୍ତ ସମୂଦ୍ରରୁ ମାଛ ଧରିବା ଉପରେ କଟକଣା ଲାଗିବା ପରେ ଚିନ୍ତାରେ ମତ୍ସ୍ୟଜୀବୀ ପରିବାର । ମାଛ ବଂଶ ବୃଦ୍ଧି...