32.9 C
Balāngīr
Wednesday, April 30, 2025

ରାୟଗଡା ଜିଲ୍ଲା ଗଣପର୍ବ ଲୋକ ମହୋତ୍ସବ ଚଇତି ଉଦଘାଟିତ, ଐତିହ୍ୟ ସହ ବିକାଶକୁ ତ୍ୱରାନ୍ୱିତ ପାଇଁ ସଂକଳ୍ପ ନେବା : ମନ୍ତ୍ରୀ ରବି ନାରାୟଣ ନାୟକ

Must read

ରିପୋର୍ଟ : ଗୋପୀନାଥ ଗୌଡ଼
ରାୟଗଡା, (୨୬/୧୨) : ରାୟଗଡା ଜିଲ୍ଲା ଗଣପର୍ବ ଭାବେ ପ୍ରସିଦ୍ଧ ଚଇତି ଲୋକ ମହୋତ୍ସବ ଉଦଘାଟିତ ହୋଇଯାଇଛି ।WhatsApp Image 2024 12 27 at 08.06.14 ରାୟଗଡା ଜିଲ୍ଲା ଗଣପର୍ବ ଲୋକ ମହୋତ୍ସବ ଚଇତି ଉଦଘାଟିତ, ଐତିହ୍ୟ ସହ ବିକାଶକୁ ତ୍ୱରାନ୍ୱିତ ପାଇଁ ସଂକଳ୍ପ ନେବା : ମନ୍ତ୍ରୀ ରବି ନାରାୟଣ ନାୟକ

ରାୟଗଡା ଅଧିଷ୍ଠାତ୍ରୀ ଦେବୀ ମା ମଝିଘରିଆଣି ଦେଵୀ ପ୍ରାଙ୍ଗଣରୁ ଚଇତି ମଶାଲ ସହ କଳସ ଯାତ୍ରା ଆରମ୍ଭ ହୋଇ ସ୍ଥାନୀୟ ଜିସିଡି ପଡ଼ିଆ ମଞ୍ଚ ଠାରେ ପହଂଚିଥିଲା । ରାଜ୍ୟ ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାୟକ, ଜିଲ୍ଲାପାଳ ପାରୁଲ ପଟାୱାରୀ, ରାୟଗଡା ବିଧାୟକ ଆପଲସ୍ୱାମୀ କାଡ୍ରାକା, ଗୁଣପୁର ବିଧାୟକ ସତ୍ୟଜିତ ଗମାଙ୍ଗ ପ୍ରମୁଖ ଶୋଭାଯାତ୍ରା ଯୋଗଦାନ କରି ସହରପରିକ୍ରମା କରିଥିଲେ । ନିଜର ବକ୍ତବ୍ୟରେ ମାନ୍ୟବର ମନ୍ତ୍ରୀ ଶ୍ରୀଯୁକ୍ତ ନାଏକ ପ୍ରଥମ ଦିନର ଉଦ୍ଘାଟନୀ ଦିବସରେ ବିକାଶ ସହ ଐତିହ୍ୟକୁ ତ୍ୱରାନ୍ୱିତ ପାଇଁ ସଂକଳ୍ପ କରିବାକୁ ଆହ୍ୱାନ ଦେଇଥିଲେ । ମାଟିର ଗୌରବ ବଞ୍ଚାଇବା ଆମର କର୍ତ୍ତବ୍ୟ। ଦଳମତ ନିର୍ବିଶେଷରେ ସମସ୍ତେ ଏକାଠି ହୋଇ ବିକାଶ ପଥକୁ ଆଗେଇବା ପାଇଁ ଅତିଥି ଭାବେ ଉପସ୍ଥିତ ତିନି ବିଧାୟକଙ୍କୁ ନିବେଦନ କରିଥିଲେ । ଆଦିବାସୀ ପିଲାଙ୍କ ଶିକ୍ଷା ସହ ଜନଜାତି ଅଞ୍ଚଳକୁ ସଡକ ଯୋଗାଯୋଗ ଉପରେ ଗୁରୁତ୍ୱାରୋପ କରିଥିଲେ ।

ସେହିଭଳି ପାନୀୟଜଳ ଯୋଗାଣ, ସମସ୍ତ ଭୂମିହୀନଙ୍କୁ ମାଗଣା ଜମି ସରକାରୀ ଜମି ମାଗଣାରେ ଯୋଗାଣ ହେବ ବୋଲି ଘୋଷଣା କରିଥିଲେ । ଜିଲ୍ଲାପାଳ ପାରୁଲ ପଟାୱରିଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ରାୟଗଡ଼ା ବିଧାୟକ ଆପଲାସ୍ୱାମୀ କାଡ୍ରାକା, ଗୁଣପୁର ବିଧାୟକ ସତ୍ୟଜିତ ଗମାଙ୍ଗ, ବିଷମକଟକ ବିଧାୟକ ନୀଳମାଧବ ହିକକା, କୋରାପୁଟ ବିଧାୟକ ରଘୁରାମ ମାଛ ଯୋଗଦାନ କରିଥିଲେ। ଲୋକ କଳା ସହ ମାଟି, ପବନ, ଆକାଶକୁ ପୂଜା କରୁଥିବା ଜିଲ୍ଲା ହେଉଛି ଆମ ରାୟଗଡା ଜିଲ୍ଲା | ଏହି ପର୍ବ ସମସ୍ତଙ୍କୁ ବାନ୍ଧି ରଖିବା ସୂତ୍ର ପାଲଟିଛି । ଏହି ଉତ୍ସବ ସଂସ୍କୃତି ଗୀତ, ନୃତ୍ୟକୁ ବଂଚାଇବାରେ ସହାୟକ ହେଉଛି ବୋଲି ଅତିଥିମାନେ ନିଜ ମତ ପ୍ରକାଶ କରିଥିଲେ । ଅନ୍ୟମାନଙ୍କ ମଧ୍ଯ୍ୟରେ ଜିଲା ପରିଷଦ ଅଧ୍ୟକ୍ଷା ସରସ୍ଵତୀ ମାଝୀ, ଏସପି ସ୍ବାତୀ ଏସ. କୁମାର, ଜିଲ୍ଲା ମୁଖ୍ୟ ନିର୍ବାହୀ ଅଧିକାରୀ ଅକ୍ଷୟ ଖେମୁଣ୍ଡୁ ମଞ୍ଚାସୀନ ଥିଲେ ।

ଜିଲ୍ଲାପାଳ ଉପସ୍ଥିତ ସମସ୍ତ ଅତିଥିଙ୍କୁ ଉତ୍ତରୀୟ ପ୍ରଦାନ କରି ସମ୍ମାନିତ କରିଥିଲେ । ଏହାପରେ ଜିଲ୍ଲାର ଉଲେଖନୀୟ କୃତିତ୍ୱ ହାସଲ କରିଥିବା ବ୍ୟକ୍ତି ମାନଙ୍କୁ ପୁରସ୍କୃତ କରିଥିଲେ ।ଚଇତିର ମୁଖଶାଖୀ ସ୍ମରଣିକା ଚଇତାଳି ଉନ୍ମଚନ କରିଥିଲେ । ଏହାପରେ ଲାଞ୍ଜିଆ ସଉରା ସମ୍ପ୍ରଦାୟର ନିଟ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ନବେଶ ଶବର, ଆଶା ଅନୁସୂୟା ବିଡ଼ିକା, ୟୁଜିସ ନେଟରେ କୃତକାର୍ଯ୍ୟ ହୋଇଥିବା ଡ଼ଙ୍ଗରିଆ ଯୁବକ ଅଜୟ କାଡ୍ରାକା, ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଶିକ୍ଷକ ଦ୍ୱତୀଚନ୍ଦ୍ର ସାହୁଙ୍କ ମାନ୍ୟବର ମୁଖ୍ୟ ଅତିଥି ଚଇତି ମଞ୍ଚରେ ସମ୍ମାନିତ କରିଥିଲେ । ଏହି ଅବସରରେ ବିଭିନ୍ନ ପ୍ରକାର ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଲାଞ୍ଜିଆ ସଉରା ସଂପ୍ରଦାୟର ନୃତ୍ୟ, ଡଙ୍ଗରିଆକନ୍ଧ ନୃତ୍ୟ, କାଶୀପୁର ଢେମସା, ରାମନାଗୁଡା ମେରିୟା ନୃତ୍ୟ ଓ ପୀଡିସି ରାୟଗଡ ଢେମସା ନୃତ୍ୟ ପ୍ରଦର୍ଶିତ ହୋଇଥିଲା ।

- Advertisement -spot_img

More articles

- Advertisement -spot_img

Latest article

ଉପାନ୍ତ ଅଞ୍ଚଳରେ ପାନୀୟ ଜଳ କଷ୍ଟ

କୋଲନରା, (୨୯/୦୪) : ଆପ୍ର. : ବଣ ଜଙ୍ଗଲ ଘେରା ଉପାନ୍ତ ଅଞ୍ଚଳରେ ଟିକର ପଡା ଗ୍ରାମ ଅବସ୍ଥିତ । ଗ୍ରାମରେ ମୋଟ ୪୫ ଗୋଟି ପରିବାର ରହୁଥିବା ବେଳେ ୨୧୫ ଜଣ...

ଅଲ୍ ଓଡିଶା ଈପିଏଫ୍ ପେନସନର୍ ଆସୋସିଏସନର ସ୍ମାରକ ପତ୍ ପ୍ରଦାନ

ରାୟଗଡ଼ା, (୨୯/୪) : ଆପ୍ର. : ଅଲ୍ ଓଡିଶା ଈପିଏଫ୍ ପେନସନର୍ ଆସୋସିଏସନର ଡାକରାରେ ରାୟଗଡ଼ ଜିଲ୍ଲା ଶାଖା ତରଫରୁ ଈପିଏଫ୍ ପେନସନରସ୍ ତଥା ବରିଷ୍ଠ ନାଗରିକ ମାନେ ସ୍ଥାନୀୟ ଜିଲ୍ଲାପାଳଙ୍କ ଜରିଆରେ...

କୁମୁଲି ପ୍ରାଥମିକ ଶିକ୍ଷକ ସଂଘର ନୂତନ କର୍ମକର୍ତ୍ତା ଚୟନ

କୋରାପୁଟ, (୩୦/୪) : ଆପ୍ର. : ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ସଂଘ, କଟକର ବୋରିଗୁମ୍ମା ବ୍ଲକ୍ କୁମୁଲି ସର୍କଲ ଅନ୍ତର୍ଗତ ୮ ଗୋଟି କ୍ଲଷ୍ଟରର ପ୍ରାଥମିକ ଶିକ୍ଷକ ସଂଘର ଅବଧି ସଂପୂର୍ଣ୍ଣ...

କାଶୀନଗର ବିଜ୍ଞାପିତ ଅଞ୍ଚଳ ପରିଷଦରେ କାଉନସିଲ ବୈଠକ ଅନୁଷ୍ଠିତ

କାଶୀନଗର, (୨୯/୪) : ଆପ୍ର. : ଗଜପତି ଜିଲ୍ଲାରେ କାଶୀନଗର ବିଜ୍ଞାପିତ ଅଞ୍ଚଳ ପରିଷଦ ଅସ୍ଥାୟୀ କାର୍ଯ୍ୟାଳୟ ସଭାଗୃହ ଠାରେ କାଉନସିଲ ବୈଠକ ଅନୁଷ୍ଠିତ ହୋଇଥିଲା । ଏନ୍ଏସି ଅଧ୍ୟକ୍ଷା ଏମ. ସୁଧାରାଣୀ, ଉପାଧ୍ୟକ୍ଷ...

ବିବେକାନନ୍ଦ ଙ୍କ ଦର୍ଶନ ଉପରେ ମାର୍ଗ ଦର୍ଶନ କଲେ ସ୍ୱାଧି କାଞ୍ଚନ ସୋମ ଅଗ୍ରୱାଲା

ସୁବର୍ଣ୍ଣପୁର, (୨୯/୦୪) ଆ.ପ୍ର : ମଙ୍ଗଳବାର ସନ୍ଧ୍ୟା ରେ ଶ୍ରୀ ଗୋପାଳଜୀ ଯୋଗାଶ୍ରମ ମହାନଦୀ ଯୋଗବିହାର ସୁବର୍ଣ୍ଣପୁର ଠାରେ ସ୍ୱାମୀ ବିବେକାନନ୍ଦ ଙ୍କର ଦର୍ଶନ ଏବଂ ହିନ୍ଦୁ ଧର୍ମ ପ୍ରଚାର ପ୍ରସାର ରେ...