32.9 C
Balāngīr
Sunday, July 13, 2025

ରାୟଗଡା ଜିଲ୍ଲା ସ୍ତରୀୟ ଶହିଦ ଲକ୍ଷ୍ମଣ ନାୟକଙ୍କ ୮୩ତମ ଶ୍ରାଦ୍ଧ ଦିବସ ପାଳିତ

Must read

ଡ୍ରାଇଭର ସଙ୍ଘ ର ଷ୍ଟିରିଙ୍ଗ ଛାଡ଼ ଆନ୍ଦୋଳନ : ଏକ ରାଜନୈତିକ ଅଭିଶନ୍ଧି

କାଶୀନଗର, (୧୩/୭) : ଆପ୍ର. : ଡ୍ରାଇଭର ମହାସଂଘ ର ଷ୍ଟିରିଙ୍ଗ ଛାଡ଼ ଆନ୍ଦୋଳନ ଏକ ରାଜନୈତିକ ଅଭିଶନ୍ଧି ବୋଲି ରାଷ୍ଟ୍ରୀୟ ପରିଷଦ ସଭ୍ୟ ନଳିନୀକାନ୍ତ ପାତ୍ର ଏକ ପ୍ରେସ ମିଟ ଜରିଆରେ...

ରାୟଗଡା, (୨୯/୦୩) : ଆ.ପ୍ର. : ରାୟଗଡା ଜିଲ୍ଲା ସ୍ତରୀୟ ଶହିଦ ଲକ୍ଷ୍ମଣ ନାୟକଙ୍କ ୮୩ତମ ଶ୍ରାଦ୍ଧ ଦିବସ ପାଳିତ ହୋଇଯାଇଛି ।WhatsApp Image 2025 03 29 at 15.11.18 ରାୟଗଡା ଜିଲ୍ଲା ସ୍ତରୀୟ ଶହିଦ ଲକ୍ଷ୍ମଣ ନାୟକଙ୍କ ୮୩ତମ ଶ୍ରାଦ୍ଧ ଦିବସ ପାଳିତ

ରାୟଗଡା କୋରାପୁଟ ଜାତୀୟ ରାଜ ମାର୍ଗ ଶାସ୍ତ୍ରୀନଗର ଠାରେ ଅବସ୍ଥାପିତ ସହିଦ ଲକ୍ଷ୍ମଣ ନାୟକଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ, ରାୟଗଡ଼,ଶ୍ରୀ ନବୀନ ଚନ୍ଦ୍ର ନାୟକ ମୁଖ୍ୟ ଅତିଥି ରୂପେ ଯୋଗଦାନ କରିଥିଲେ। ସମ୍ମାନିତ ଅତିଥି ଭାବରେ ଅତିରିକ୍ତ ଜିଲ୍ଲାପାଳ ରାୟଗଡା, ନିହାର ରଞ୍ଜନ କହଁର, ଜିଲ୍ଲା ମୁଖ୍ୟ ବିକାଶ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଜିଲ୍ଲାପରିଷଦ ଶ୍ରୀ ଅକ୍ଷ କୁମାର ଖେମୁଣ୍ଡୁ,ସମ୍ମାନିତ ଆଦିବାସୀ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ପ୍ରଶାସକ ଶ୍ରୀ ଚନ୍ଦ୍ର କାନ୍ତ ନାୟକ, ପୌର ନିର୍ବାହୀ ଅଧିକାରୀ ଶ୍ରୀ କୁଳଦୀପ କୁମାର, ଗୋଷ୍ଠୀ ଶିକ୍ଷା ଅଧିକାରୀ ରାୟଗଡ, ସୁଦୀପ୍ତ କୁମାର ଦାଶ, ଜିଲ୍ଲା ସଂସ୍କୃତି ଅଧିକାରୀ ସୁଶ୍ରୀ ସୁସ୍ମିତା ବାଉରୀ, ଜିଲ୍ଲା କ୍ରୀଡା ଅଧିକାରୀ ଶେଖ ଅଲେନୁର ଆଦି ଯୋଗଦାନ କରିଥିଲେ ।

ବରିଷ୍ଠ ନାଗରିକ କଲ୍ୟାଣ ସଂଘର ସଭାପତି ଶ୍ରୀ ବିନୋଦ କୁମାର ପଣ୍ଡା, ରାୟଗଡ ଅଟୋନମସ ମହାବିଦ୍ୟାଳୟର ଅଧ୍ୟକ୍ଷl ଡ଼ଃ ବବିଳତା ସରାଫ, ଶିକ୍ଷକ ରାଧାକାନ୍ତ ରାଉତ ଆଦି ନିଜର ବକ୍ତବ୍ୟରେ ସହୀଦ ଲକ୍ଷ୍ମଣ ନାୟକଙ୍କ ଅତୁଳନୀୟ ଅବଦାନ ଓ ସଂଗ୍ରାମ ଜୀବନ ଆଦର୍ଶ ସମ୍ପର୍କରେ ଆଲୋକପାତ କରିଥିଲେ l ଏହି କାର୍ଯ୍ୟକ୍ରମରେ ପୂର୍ବତନ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଜଳନ୍ଧର ପୂଷିକା, ବରିଷ୍ଠ ନାଗରିକ ସତ୍ୟବାଦୀ ପତି, ଶଙ୍କର୍ଷଣ ମଙ୍ଗରାଜ, ବରିଷ୍ଠ ନାଗରିକ ସଂଘର ଓ ୱାକର୍ଷ କ୍ଲବର ସଦସ୍ୟ ମlନେ, ଆର.ଏସ.ଇ .ଡବ୍ଲୁ.ସି ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ, ସହକାରୀ ଶିକ୍ଷକ ଶିକ୍ଷୟତ୍ରୀ, ଶlସ୍ତ୍ରୀ ନଗର ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶିକ୍ଷୟତ୍ରୀ, ଛାତ୍ର ଛାତ୍ରୀ, ଗଣମାଧ୍ୟମ ପ୍ରତନିଧି,ସହିଦ ଲକ୍ଷ୍ମଣ ନାୟକ ଯୁବକ ସଂଘର ସଭାପତି ଦୋରା କଣ୍ଡାଗିରି ଓ ସାଥି ଯୁବକ ମାନେ ଉପସ୍ଥିତ ରହି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ l

ଜିଲ୍ଲା ସୂଚନା ଓ ଲୋକସମ୍ପର୍କ କାର୍ଯ୍ୟାଳୟର ଉପନିର୍ଦ୍ଦେଶକ ବସନ୍ତ କୁମାର ପ୍ରଧାନ, ରାଜସ୍ୱ ସହାୟକ ଭବାନୀ ଶବର, ଗ୍ରନ୍ଥା ଗାରିକ ଡ଼ମ୍ବରୁଧର ପଣ୍ଡା, ବରିଷ୍ଠ କ୍ଷିପ୍ର ଲେଖିକା କୁମୁଦିନୀ ମିଶାଲ, ସଂଚାଲକ ସମ୍ରାଟ ସାହୁ, ସୁବାଷ କେରେକେଟା ଗ୍ରନ୍ଥାଗାରିକ, ରାଜେନ୍ଦ୍ର ଦୋରା ଯୋଗଦାନ କରିଥିଲେ l ଶସ୍ତ୍ରୀନଗର ଓ଼ ଆର.ଏସ.ଇ.ଡବ୍ଲୁ.ସି ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ମଧ୍ୟରେ ଅନୁଷ୍ଠିତ ହୋଇଥିବା ବକ୍ତୃତା ପ୍ରତି ଯୋଗୀତାର କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା। ଶେଷରେ ସୂଚନା ଓ ଲୋକ ସମ୍ପର୍କ ଉପନିର୍ଦ୍ଦେଶକ ଶ୍ରୀ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ ।

- Advertisement -spot_img

More articles

- Advertisement -spot_img

Latest article

ଡ୍ରାଇଭର ସଙ୍ଘ ର ଷ୍ଟିରିଙ୍ଗ ଛାଡ଼ ଆନ୍ଦୋଳନ : ଏକ ରାଜନୈତିକ ଅଭିଶନ୍ଧି

କାଶୀନଗର, (୧୩/୭) : ଆପ୍ର. : ଡ୍ରାଇଭର ମହାସଂଘ ର ଷ୍ଟିରିଙ୍ଗ ଛାଡ଼ ଆନ୍ଦୋଳନ ଏକ ରାଜନୈତିକ ଅଭିଶନ୍ଧି ବୋଲି ରାଷ୍ଟ୍ରୀୟ ପରିଷଦ ସଭ୍ୟ ନଳିନୀକାନ୍ତ ପାତ୍ର ଏକ ପ୍ରେସ ମିଟ ଜରିଆରେ...

ହାତୀ ଆକ୍ରମଣରେ ଜଣେ ମୃତ, ଜଣେ ଗୁରୁତର

କେନ୍ଦୁଝର, (୧୩/୦୭) : ଆପ୍ର. : ପାଟଣା ବନାଞ୍ଚଳ ଡୁମୁରିଆ ବିଟ୍ ଅନ୍ତର୍ଗତ ପିଛୁଳାବେଡା ଗ୍ରାମ ନିକଟରେ ଗୋଟିକିଆ ଦନ୍ତାହାତୀ ଆକ୍ରମଣରେ ଜଣେ ମୃତ ଏବଂ ଜଣେ ଗୁରୁତର । ସୂଚନା ଅନୁଯାୟୀ ସେମାନେ...

ବଜ୍ରାଘାତରେ ୩ ଶ୍ରମିକ ମୃତ, ୨ ଆହତ

ନୀଳଗିରି, (୧୩/୦୭) :ଆପ୍ର. : ବଜ୍ରାଘାତରେ ୩ ଶ୍ରମିକ ମୃତ, ୨ ଆହତ । କେନାଲ କାମ ଚାଲିଥିବା ବେଳେ ବଜ୍ରପାତରେ ୩ ଶ୍ରମିକ ମୃତ । ବାଲେଶ୍ବର ଜିଲ୍ଲା ନୀଳଗିରି ଛତ୍ରପୁରରେ...

ଜୀବନର ସଠିକ୍ ମାର୍ଗ ଗୁରୁଙ୍କ ପ୍ରେରଣା ଓ ଆଶ୍ରିବାଦରୁ ପ୍ରାପ୍ତ ହୋଇଥାଏ

ମୁନିଗୁଡ଼ା, (୧୩/୦୭) : ଆପ୍ର. : ରାୟଗଡ଼ା ଜିଲ୍ଲା ମୁନିଗୁଡ଼ାସ୍ଥ ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ପରିସର ଶାରଦା ମଣ୍ଡପରେ ଆଜି ନେତାଜୀ ପ୍ରଭାତ ଶାଖା ରାଷ୍ଟ୍ରୀୟ ସ୍ଵୟଂ ସେବକ ସଂଘ ତରଫରୁ ଗୁରୁ...

ଆତ୍ମାହୁତି ଉଦ୍ୟମ କରିଥିବା ଛାତ୍ରୀଙ୍କ ଅବସ୍ଥା ସଂକଟାପନ୍ନ, ଭୁବନେଶ୍ବର ଏମସରେ ଚାଲିଛି ଚିକିତ୍ସା

ବାଲେଶ୍ବର, (୧୩/୦୭) : ଆପ୍ର. : ବାଲେଶ୍ବର ଫକୀର ମୋହନ ସ୍ଵୟଂଶାସିତ କଲେଜରେ ଦେହରେ ନିଆଁ ଲଗାଇ ଆତ୍ମାହୁତି ଉଦ୍ୟମ କରିଥିବା ଇଣ୍ଟିଗ୍ରେଟେଡ ବିଏଡ ଛାତ୍ରୀଙ୍କ ଅବସ୍ଥା ସଂକଟାପନ୍ନ ରହିଛି । ଭୁବନେଶ୍ବର ଏମସରେ...