32.9 C
Balāngīr
Wednesday, April 30, 2025

ରାୟଗଡା ବିଜେଡି ଛାଡି କଂଗ୍ରେସରେ ସାମିଲ୍ ହେଲେ ସଭ୍ୟ ଏବଂ ସଭ୍ୟା

Must read

ରିପୋର୍ଟ : ଗୋପୀନାଥ ଗୌଡ଼
ରାୟଗଡା, (୨୬/୧୨) : ରାୟଗଡା ବିଜେଡି ଛାଡି କଂଗ୍ରେସରେ ସାମିଲ୍ ହେଲେ ସଭ୍ୟ ଏବଂ ସଭ୍ୟାWhatsApp Image 2024 12 25 at 15.18.29 ରାୟଗଡା ବିଜେଡି ଛାଡି କଂଗ୍ରେସରେ ସାମିଲ୍ ହେଲେ ସଭ୍ୟ ଏବଂ ସଭ୍ୟା

ମୁନିଗୁଡା ବ୍ଲକର ଚାରି ଗୋଟି ସମିତି ସଭ୍ୟ/ସଭ୍ୟା ବିଜୁ ଜନତା ଦଳ ପରିତ୍ୟାଗ କରି କୋରାପୁଟ ସାଂସଦ ଏବଂ ବିଷମକଟକ ବିଧାୟକଙ୍କ କାର୍ଯ୍ୟଶୈଳୀ ଓ ଜାତୀୟ କଂଗ୍ରେସ ଦଳର ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ବିଧିବଦ୍ଧ ଭାବେ ଶ୍ରୀମତୀ ଭାଗ୍ୟଲକ୍ଷ୍ମୀ ଗେମ୍ବେଲି (ମୁନିଖୋଲ ଗ୍ରାମ ପଂଚାୟତ), କୁନି କୁମାରୀ କାଡ୍ରାକା (ଘୋମଟାଗୁଡା ଗ୍ରାମ ପଂଚାୟତ), ଉଦ୍ଧବ ଶିକକା (କୁମୁଡାବାଲି ଗ୍ରାମ ପଂଚାୟତ), ମମତା ପ୍ରାସ୍କାକା (ମୁନିଗୁଡା ପଂଚାୟତ) ଏବଂ ଶରତ ପୀଡିକାକା ଆଦିବାସୀ ନେତା ତଥା ପୂର୍ବତନ ବିଧାୟକଙ୍କ ପୁତ୍ର ବିଜୁ ଜନତା ଦଳ ଛାଡି କଂଗ୍ରେସ ଦଳରେ ମିଶିଛନ୍ତି ।

ଆଜି କୋରାପୁଟ ଲୋକସଭା ସାଂସଦଙ୍କ ବାସ ଭବନରେ ଆସି କଂଗ୍ରେସରେ ସାମିଲ ହୋଇଛନ୍ତି । ଏହି ମିଶ୍ରଣ ପର୍ବରେ ମୁନିଗୁଡା ବ୍ଲକ କଂଗ୍ରେସ ସଭାପତି ଶ୍ରୀ ନୀଳାମ୍ବର ବିଭୋର, ସାଂସଦ ପ୍ରତିନିଧି ରଜନୀକାନ୍ତ ପାଡ଼ାଲ, ବିଧାୟକ ପ୍ରତିନିଧି ମାନସ ରଞ୍ଜନ ବେହେରା, ସରସ୍ୱତୀ ଶବର ମୁନିଗୁଡା ସରପଞ୍ଚ, ରାଜ୍ୟ କଂଗ୍ରେସ ସାଧାରଣ ସମ୍ପାଦକ ଦୁର୍ଗା ପଣ୍ଡା, ଆସଲାମ ଖାନ, ରାଧା ମୋହନ ଟାକିରି, ଭୀମରାଜ ଶିକକା, ତିଳେକ ନାଗ ପ୍ରମୁଖ ଉପସ୍ଥିତ ରହିଥିଲେ ।

- Advertisement -spot_img

More articles

- Advertisement -spot_img

Latest article

ଉପାନ୍ତ ଅଞ୍ଚଳରେ ପାନୀୟ ଜଳ କଷ୍ଟ

କୋଲନରା, (୨୯/୦୪) : ଆପ୍ର. : ବଣ ଜଙ୍ଗଲ ଘେରା ଉପାନ୍ତ ଅଞ୍ଚଳରେ ଟିକର ପଡା ଗ୍ରାମ ଅବସ୍ଥିତ । ଗ୍ରାମରେ ମୋଟ ୪୫ ଗୋଟି ପରିବାର ରହୁଥିବା ବେଳେ ୨୧୫ ଜଣ...

ଅଲ୍ ଓଡିଶା ଈପିଏଫ୍ ପେନସନର୍ ଆସୋସିଏସନର ସ୍ମାରକ ପତ୍ ପ୍ରଦାନ

ରାୟଗଡ଼ା, (୨୯/୪) : ଆପ୍ର. : ଅଲ୍ ଓଡିଶା ଈପିଏଫ୍ ପେନସନର୍ ଆସୋସିଏସନର ଡାକରାରେ ରାୟଗଡ଼ ଜିଲ୍ଲା ଶାଖା ତରଫରୁ ଈପିଏଫ୍ ପେନସନରସ୍ ତଥା ବରିଷ୍ଠ ନାଗରିକ ମାନେ ସ୍ଥାନୀୟ ଜିଲ୍ଲାପାଳଙ୍କ ଜରିଆରେ...

କୁମୁଲି ପ୍ରାଥମିକ ଶିକ୍ଷକ ସଂଘର ନୂତନ କର୍ମକର୍ତ୍ତା ଚୟନ

କୋରାପୁଟ, (୩୦/୪) : ଆପ୍ର. : ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ସଂଘ, କଟକର ବୋରିଗୁମ୍ମା ବ୍ଲକ୍ କୁମୁଲି ସର୍କଲ ଅନ୍ତର୍ଗତ ୮ ଗୋଟି କ୍ଲଷ୍ଟରର ପ୍ରାଥମିକ ଶିକ୍ଷକ ସଂଘର ଅବଧି ସଂପୂର୍ଣ୍ଣ...

କାଶୀନଗର ବିଜ୍ଞାପିତ ଅଞ୍ଚଳ ପରିଷଦରେ କାଉନସିଲ ବୈଠକ ଅନୁଷ୍ଠିତ

କାଶୀନଗର, (୨୯/୪) : ଆପ୍ର. : ଗଜପତି ଜିଲ୍ଲାରେ କାଶୀନଗର ବିଜ୍ଞାପିତ ଅଞ୍ଚଳ ପରିଷଦ ଅସ୍ଥାୟୀ କାର୍ଯ୍ୟାଳୟ ସଭାଗୃହ ଠାରେ କାଉନସିଲ ବୈଠକ ଅନୁଷ୍ଠିତ ହୋଇଥିଲା । ଏନ୍ଏସି ଅଧ୍ୟକ୍ଷା ଏମ. ସୁଧାରାଣୀ, ଉପାଧ୍ୟକ୍ଷ...

ବିବେକାନନ୍ଦ ଙ୍କ ଦର୍ଶନ ଉପରେ ମାର୍ଗ ଦର୍ଶନ କଲେ ସ୍ୱାଧି କାଞ୍ଚନ ସୋମ ଅଗ୍ରୱାଲା

ସୁବର୍ଣ୍ଣପୁର, (୨୯/୦୪) ଆ.ପ୍ର : ମଙ୍ଗଳବାର ସନ୍ଧ୍ୟା ରେ ଶ୍ରୀ ଗୋପାଳଜୀ ଯୋଗାଶ୍ରମ ମହାନଦୀ ଯୋଗବିହାର ସୁବର୍ଣ୍ଣପୁର ଠାରେ ସ୍ୱାମୀ ବିବେକାନନ୍ଦ ଙ୍କର ଦର୍ଶନ ଏବଂ ହିନ୍ଦୁ ଧର୍ମ ପ୍ରଚାର ପ୍ରସାର ରେ...