32.9 C
Balāngīr
Saturday, April 26, 2025

ରାୟଗଡା ବିଧାୟକଙ୍କ କାଶୀପୁର ଗସ୍ତ; ଘର ପଡି ଅସହାୟ ବିଧବାଙ୍କୁ ସହାୟତା ଏବଂ ମାଁ ଭଗବତୀ SSG କେନ୍ଦ୍ରକୁ ପରିଦର୍ଶନ

Must read

ରିପୋର୍ଟ : ଗୋପୀନାଥ ଗୌଡ଼
ରାୟଗଡା, (୧୭/୦୧) : ଗତ ୫ ତାରିଖ ଦିନ କାଶୀପୁର ସ୍ଥିତ ଡ଼ମ୍ବ ସାହିରେ ଏକ ୭୦ ବର୍ଷୀୟା ଅସହାୟ ବିଧବା ବୃଦ୍ଧାଙ୍କ ଘର କୌଣସି କାରଣରେ ସମ୍ପୂର୍ଣ ଜଳି ଯାଇଥିଲା।WhatsApp Image 2025 01 16 at 20.50.23 ରାୟଗଡା ବିଧାୟକଙ୍କ କାଶୀପୁର ଗସ୍ତ; ଘର ପଡି ଅସହାୟ ବିଧବାଙ୍କୁ ସହାୟତା ଏବଂ ମାଁ ଭଗବତୀ SSG କେନ୍ଦ୍ରକୁ ପରିଦର୍ଶନ

ଘଟଣାରେ ବୃଦ୍ଧା ଜଣକ ଓ ତିନି ନାତିନାତୁଣୀ ସହାୟତା ନିମନ୍ତେ ପ୍ରଶାସନ କୁ ଗୁହାରି କରିଥିଲେ। ସମ୍ପୃକ୍ତ ଘଟଣା ଗଣମାଧ୍ୟମରେ ପ୍ରସାର ପ୍ରଚାର ହେବା ପରେ ଆଜି ରାୟଗଡା ବିଧାୟକ ଶ୍ରୀ ଆପାଲା ସ୍ୱାମୀ କାଡ୍ରାକା କାଶୀପୁର ଗସ୍ତରେ ଆସି ଅସହାୟ ପରିବାରକୁ ସହାୟତାର ହାତ ବଢ଼େଇଛନ୍ତି। କାଶୀପୁରରେ ଅସହ୍ୟ ଶୀତ ହେଉଥିବା ଜାଣି ପରିବାର ପାଇଁ ସିତ ବସ୍ତ୍ର, କମ୍ବଳ , ଶାଢ଼ୀ ଏବଂ ଚାଉଳ ଓ କିଛି ଆସବା ପତ୍ର ସାମଗ୍ରୀ ପ୍ରଦାନ କରିଥିଲେ। ଏବଂ ସମ୍ପୂର୍ଣ କ୍ଷୟକ୍ଷତିକୁ ଅନୁମାନ କରି ବ୍ଲକ ପ୍ରଶାସନ ଓ ତହସିଲ ଅଧିକାରୀଙ୍କୁ ତୁରନ୍ତ ସରକାରୀ ସହାୟତା ଯୋଗାଇ ଦେବାପାଇଁ ନିର୍ଦେଶ ଦେଇଥିଲେ । ବିଧାୟକ ନିଜ ପକ୍ଷରୁ ଯଥାସମ୍ଭବ ସହଯୋଗ କରିବେ ବୋଲି ବିଧବା ବୃଦ୍ଧାଙ୍କୁ କହିଥିଲେ ।

ଅନ୍ୟପଟେ ଶ୍ରୀ କାଡ୍ରାକା ଉକ୍ତ ସାହୀ ସ୍ଥିତ ମାଁ ଭଗବତୀ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀର ଶିଶୁ ଖାଦ୍ୟ ଛତୁଆ ପ୍ରସ୍ତୁତ କେନ୍ଦ୍ରକୁ ପରିଦର୍ଶନ କରିଥିଲେ । ଶିଶୁ ଖାଦ୍ୟ ଛତୁଆ ପ୍ରସ୍ତୁତ ସମୟରେ ସ୍ୱୟଂ ସହାୟିକା ମହିଳା ମାନେ କେଉଁପ୍ରକାର ପରିଷ୍କାର ପରିଚ୍ଛନ୍ନତା ଅବଲମ୍ବନ କରୁଛନ୍ତି ଏବଂ ଛତୁଆ ପ୍ରସ୍ତୁତି ସାମଗ୍ରୀ ଓ କେଉଁ ମାନର ଛତୁଆ ପ୍ରସ୍ତୁତି କରାଯାଉଛି ଏହାର ଟିକିନିକି ତଥ୍ୟ ପଚାରି ବୁଝିଥିଲେ ।

ଏହି ଅବସରରେ ବିଧାୟକ ଙ୍କ ସହ ସଂସଦ ପ୍ରତିନିଧି ସାନ୍ଧୁଚରଣ ମାଝୀ, ଜିଲ୍ଲା ଯୁବ କଂଗ୍ରେସ ସଭାପତି ଜସେଫ ଖସଲା, ବ୍ଲକ ସଭାପତି ଅଙ୍ଗଦ ନାଏକ, ବ୍ଲକ ଯୁବ ସଭାପତି ଜିଝରୁ ମାଝୀ, ରାଜ୍ୟ କୃଷକ ସେଲ ସମ୍ପାଦକ ପି. ଦେବେନ୍ଦ୍ର ରାଓ, ଜୟନ୍ତ ବୋଇଠାରୁ, ରାଜେନ୍ଦ୍ର ନାଏକ, ସୁନାସିଂ ମାଝୀ,ପାଇଲ ମାଝୀ, କୁନାପାଢୀ ନାଏକ, ମିଥୁନ ନାଏକ, ବ୍ଲକ ନାରୀ ସଭାନେତ୍ରୀ ଗୌରୀ ନାଏକ ଓ ଅନ୍ୟ ପ୍ରମୁଖ କଂଗ୍ରେସ ମାନେ ଉପସ୍ଥିତ ଥିଲେ।

- Advertisement -spot_img

More articles

- Advertisement -spot_img

Latest article

ଯୋବ୍ରା ନିକଟରେ ମହାନଦୀରେ ବୁଡିଗଲେ ୩ ଜଣ, ଦୁଇ ଉଦ୍ଧାର

କଟକ, (୨୫/୦୪) : ଆପ୍ର. : ଯୋବ୍ରା ନିକଟରେ ମହାନଦୀରେ ବୁଡିଗଲେ ୩ ଜଣ । ସ୍ଥାନୀୟ ଲୋକଙ୍କ ଦ୍ୱାରା ଜଣେ ସୁରକ୍ଷିତ ଭାବେ ଉଦ୍ଧାର ହୋଇଛନ୍ତି । ଗାଧୋଉଥିବା ବେଳେ ଘଟିଛି...

ବାହ୍ୟ ରାଜ୍ୟ କୁ ଗଞ୍ଜେଇ ଚୋରା ଚାଲାଣ ବେଳେ ଦୁଇ ବ୍ୟବସାୟୀ ଗିରଫ

ବଲାଙ୍ଗୀର/ଟିଟିଲାଗଡ, (୨୪/୦୪) : ଆପ୍ର. : ଟିଟିଲାଗଡ ରେଳ ଷ୍ଟେସନ ରୁ କ୍ରମାଗତ ଭାବେ ଗଞ୍ଜେଇ ଚୋରା ଚାଲାଣ ଚାଲିଥିବା ବେଳେ ମଝିରେ ମଝିରେ ଅନେକ ଗଞ୍ଜେଇ ମାଫିଆ ଙ୍କୁ କାବୁ କରାଯାଉଛି...

ଜଳିଗଲା ବୁଲେଟ ଗାଡ଼ି, ଦୁଇ ଯୁବକ ଗୁରୁତର

ବଲାଙ୍ଗୀର, (୨୫/୦୪) : ଆପ୍ର. : ବଲାଙ୍ଗୀର ଜିଲ୍ଲା ଅନ୍ତର୍ଗତ ବେଲପଡ଼ା ସହର ନିବାସୀ ସୁମନ୍ତ ବଛା ଓ ଅଜିତ ନାଗ ନାମକ ଦୁଇ ଯୁବକ ବୁଲେଟ ଯୋଗେ ଟିଟିଲାଗଡ ଦେଇ ଖୋଲାନ...

ଖବର ପ୍ରସାରଣ ପରେ ବିଭାଗୀୟ ଅଧିକାରୀ ଙ୍କୁ ତୁରନ୍ତ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ

ବଲାଙ୍ଗୀର/ଟିଟିଲାଗଡ, (୨୪/୦୪) : ଆପ୍ର. : ଖବର ପ୍ରସାରଣ ପରେ ବିଭାଗୀୟ ଅଧିକାରୀ ଙ୍କୁ ତୁରନ୍ତ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ । ବଲାଙ୍ଗୀର ଜିଲ୍ଲା ଅନ୍ତର୍ଗତ ଟିଟିଲାଗଡ ପୌର ପରିଷଦ ଅଧିକାରୀ ତଥା ପଦାଧିକାରୀ...

ସାନନ୍ଦ ମେହେରକୁ ଗିରଫ ଓ ପ୍ରକାଶ ଲୁହାଙ୍କୁ ନ୍ୟାୟ ଦାବିରେ ଥାନା ଘେରିଲେ ହଜାର ହଜାର ପୁରୁଷ ମହିଳା

ସୁବର୍ଣ୍ଣପୁର, (୨୪/୦୪) : ଆ.ପ୍ର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଥାନା ଘେରିଲେ ହଜାର ହଜାର ପୁରୁଷ ମହିଳା । ପ୍ରାପ୍ତ ସୂଚନା ଅନୁସାରେ କିଛିଦିନ ପୂର୍ବରୁ ବୀରମହାରାଜପୁର ବ୍ଲକ ଉପାଧ୍ୟକ୍ଷ ନାରାୟଣ ଲୁହାଙ୍କ...