32.9 C
Balāngīr
Friday, June 13, 2025

ରାୟଗଡା ବ୍ୟବସାୟୀଙ୍କ ଉପରେ ଚାନ୍ଦା ଚଡ଼କ

Must read

ରାୟଗଡା, (୦୮/୦୬) : ଆପ୍ର. : ରାୟଗଡା ସହରରେ ପ୍ରତ୍ୟେକ ଦିନ ହେଉଥିବା ସାଂସ୍କୃତିକ କାର୍ଯ୍ୟକ୍ରମ , ଯେ କୌଣସି ପୁଜା, ଖେଳ କୁଦ, ଯାହା ଭି କିଛି କହି, କିଛି ନା କିଛି ଗୋଷ୍ଠୀ ଓ ସଙ୍ଗଠନ ଚାନ୍ଦା ଆଦାୟ କରୁଥିବାର ନଜରକୁ ଆସୁଛି ବୋଲି ବ୍ୟବସାୟୀ ମାନେ ଅଭିଯୋଗ କରୁଛନ୍ତି ।

ପ୍ରତ୍ୟେକ ଦିନ କିଏ ନା କିଏ ଆସି ବ୍ୟବସାୟ ବାଣିଜ୍ୟ ସମୟରେ ମାଳମାଳ ହୋଇ ଆସି ଦୋକାନ ଗୁଡ଼ିକୁ ଚାନ୍ଦା ମାଗିବାକୁ ଆସୁଛନ୍ତି । ଚାନ୍ଦା ନ ଦେଲେ ଝଗଡ଼ା ଓ ଗାଳି ଗୁଲଜ ମଧ୍ୟ କରୁଛନ୍ତି ବୋଲି ସ୍ଥାନୀୟ ବ୍ୟବସାୟୀ ମାନେ କହୁଛନ୍ତି । କେତେ କାହାକୁ ଚାନ୍ଦା ଦେବୁ! କମ ଟଙ୍କା ଦେଲେ ନେବେନାହି । ଚାନ୍ଦା ଦେବା ପାଇଁ ଆମେ ବ୍ୟବସାୟ କରୁଛୁ କି ବୋଲି , ଅସନ୍ତୁଷ୍ଟ ପ୍ରକାଶ କରିଛନ୍ତି ବ୍ୟବସାୟୀ ମାନେ। ଅନ୍ୟପକ୍ଷରେ ଗୋଟିଏ ଦୋକାନ ଚାନ୍ଦା ଦେଲେ, ଚାନ୍ଦା ନ ଦେବା ବ୍ୟବସାୟୀଙ୍କୁ ଗାଳି ଗୁଲଜ ଶୁଣିବାକୁ ପଡେ, ଏପରିକି ବେଳେବେଳେ ମାଡ଼ ମଧ୍ୟ ଖାଇବାକୁ ପଡେ ବୋଲି କୁହନ୍ତି ବ୍ୟବସାୟୀ। ଏହା ମଧ୍ୟ ଅଭିଯୋଗ ହୋଇ ଆସୁଛି ଯେ, ଚାନ୍ଦା ଦେଇ ଦେଇ ଅତିଷ୍ଠ ହୋଇ ପଡ଼ିଥିଲେ ସୁଦ୍ଧା ପାଟି ଖୋଲୁନାହାନ୍ତି ବ୍ୟବସାୟୀ । କାହିକିନା, ଯିଏ ଚାନ୍ଦା ଦେବାକୁ ବିରୋଧ କରିବ ତା ସହିତ ହାତପାତି କରିବା ସହ, ଝଗଡ଼ା ଏବଂ ଗାଳି ଗୁଲଜ ଶୁଣିବାକୁ ପଡେ ।

ତେଣୁକରି ଯେ କୌଣସି ସଙ୍ଗଠନ, ଗୋଷ୍ଠୀ କିମ୍ୱା ପୂଜା କମିଟି ଚାନ୍ଦା ପାଇଁ ଆସନ୍ତି ଆମେସବୁ ବ୍ୟବସାୟୀ ଚାନ୍ଦା ଦେବାକୁ ବାଧ୍ୟ ହେଉଚୁ ବୋଲି କହିଛନ୍ତି ରାୟଗଡ଼ ବ୍ୟବସାୟୀ। ଅନ୍ୟପଟେ ସ୍ଥାନୀୟ ପୁଲିସ୍ ପକ୍ଷରୁ ଚାନ୍ଦା ଆଦାୟ ବିଷୟରେ ପୁଲିସ୍ ଅବଗତ ଥିଲେ ସୁଦ୍ଧା, ବିନା ଅଭିଯୋଗରେ ପୁଲିସ କୌଣସି ପଦକ୍ଷେପ ଗ୍ରହଣ କରିପାରିବ ନାହିଁ ସେଥିପାଇଁ ପୁଲିସ୍ ପଛଘୁଞ୍ଚା ହେଉଛି ବୋଲି କହିଛନ୍ତି ବୁଦ୍ଧିଜୀବୀ। ଏହିଭଳି ଚାନ୍ଦା ଆଦାୟ ବ୍ୟବସାୟୀ ମାନଙ୍କ ପାଇଁ ଅତ୍ୟନ୍ତ ଚିନ୍ତା ଜନକ ବୋଲି ବ୍ୟବସାୟୀ ମାନଙ୍କ ମଧ୍ୟରେ ଚର୍ଚ୍ଚା ଜୋର ଧରିଛି।

- Advertisement -spot_img

More articles

Leave a Reply

- Advertisement -spot_img

Latest article

ଜାତିପ୍ରଥାକୁ ନେଇ ଲଣ୍ଡା ହେଲେ ବଂଶଧର ଲୋକେ

ରାୟଗଡ଼ା, (୧୨/୦୬) : ଆପ୍ର. : ଜାତିପ୍ରଥାକୁ ନେଇ ଲଣ୍ଡା ହେଲେ ବଂଶଧର ଲୋକେ । ଜଣେ ଆଦିବାସୀ ଝିଅକୁ ଜଣେ ଦଳିତ ଯୁବକ ପ୍ରେମ କରି ସାଂଗରେ ନେଇଯିବାବାରୁ ଜାତି ଆଳରେ...

ଗୁଣପୁର ପୌରପରିଷଦ କେଳେଙ୍କାରୀ (ଦଲାଲ୍ ସାଜିଛନ୍ତି ଆଉଟ୍ ସୋର୍ସିଙ୍ଗ କର୍ମଚାରୀ)

ଗୁଣପୁର, (୧୧/୬) : ଆପ୍ର. : ଗୁଣପୁର ପୌରପରିଷଦ ହେବା ଦିନଠାରୁ ସହରର ଉନ୍ନତି ଅପେକ୍ଷା ଦୁର୍ନୀତି ବହୁ ମାତ୍ରାରେ ବୃଦ୍ଧି ପାଇଥିବା ଦେଖିବାକୁ ମିଳିଛି । ସରକାରୀ ବାବୁମାନେ ସିଧାସଳଖ ଲାଞ୍ଚ ନନେଇ...

ଘାରିଲାଣି ଝାଡ଼ାବାନ୍ତି ଡର; ମୃତ୍ୟୁ ସଂଖ୍ୟା ଛୁଇଁଲା ୪

ଯାଜପୁର, (୧୨/୦୬) : ଆପ୍ର. : ଯାଜପୁର ଜିଲ୍ଲାକୁ ଘାରିଲାଣି ଝାଡାବାନ୍ତି ଡର । ଯାହାକୁ ନେଇ ଏବେ ଚିନ୍ତାରେ ଗ୍ରାମବାସୀଙ୍କ ଠାରୁ ସ୍ୱାସ୍ଥ୍ୟବିଭାଗ । ଦିନକୁ ଦିନ ଝାଡାବାନ୍ତି ଆକ୍ରାନ୍ତଙ୍କ ସଂଖ୍ୟା...

ଭାରସାମ୍ୟ ହରାଇ ରାସ୍ତା ଉପରେ ଓଲଟିଲା ଟ୍ରାକ୍ଟର, ଜଣେ ମୃତ

ଯାଜପୁର, (୧୨/୦୬) : ଆପ୍ର. : ଯାଜପୁର ଜିଲ୍ଲା ସଦର ଥାନା ଅଞ୍ଚଳରେ ଅଭାବନୀୟ ଘଟଣା ଘଟିଛି । ଭାରସାମ୍ୟ ହରାଇ ରାସ୍ତା କଡକୁ ଓଲଟିଲା ଟ୍ରାକ୍ଟର । ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ...

ରାଜ୍ୟ ପୋଲିସ ମୁଖ୍ୟାଳୟ ପ୍ରେସ୍ ନୋଟ୍; ଜାଲ ଶିକ୍ଷା ଗତ ପ୍ରମାଣ ପତ୍ର ପ୍ରଦାନ କରି ଜିଡିଏସ୍ ଚାକିରି ପାଇବାକୁ ଉଦ୍ୟମ କରିବା ଅଭିଯୋଗରେ ରାଜ୍ୟ କ୍ରାଇମବ୍ରାଞ୍ଚ ଟିମ ପାଞ୍ଚ ଜଣ ଅଭିଯୁକ୍ତଙ୍କୁ...

ଭୁବନେଶ୍ୱର, (୧୧/୦୬) : ଆପ୍ର. : ଜାଲ ଶିକ୍ଷା ଗତ ପ୍ରମାଣ ପତ୍ର ପ୍ରଦାନ କରି ଗ୍ରାମୀଣ ଡାକ ସେବକ (ଜିଡିଏସ୍) ଚାକିରି ପାଇବାକୁ ଉଦ୍ୟମ କରିବା ଅଭିଯୋଗରେ ରାଜ୍ୟ କ୍ରାଇମବ୍ରାଞ୍ଚ ଟିମ...