32.9 C
Balāngīr
Tuesday, July 15, 2025

ରାୟଗଡା ଭିନ୍ନକ୍ଷମ ମହାସଂଘର ବାର୍ଷିକ ଉତ୍ସବ ଓ ବନ୍ଧୁମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ

Must read

ପୂର୍ବତନ ସରପଞ୍ଚଙ୍କ ହତ୍ୟାକାରୀ କୁ କଠୋର ଦଣ୍ଡ ବିଧାନ ପାଇଁ ସରପଞ୍ଚ ସଂଘ ପକ୍ଷରୁ ଜିଲ୍ଲାପାଳ ଙ୍କୁ ଦାବି ପତ୍ର ପ୍ରଦାନ

ସୁବର୍ଣ୍ଣପୁର , (୧୪/୦୭) ଆ.ପ୍ର : ପୂର୍ବତନ ସରପଞ୍ଚଙ୍କ ହତ୍ୟାକାରୀ କୁ କଠୋର ଦଣ୍ଡ ବିଧାନ ପାଇଁ ସରପଞ୍ଚ ସଂଘ ପକ୍ଷରୁ ଜିଲ୍ଲାପାଳ ଙ୍କୁ ଦାବିପତ୍ର ପ୍ରଦାନ । ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଠାରେ...

ରିପୋର୍ଟ : ଗୋପୀନାଥ ଗୌଡ଼
ରାୟଗଡା, (୧୬/୦୨) : ସ୍ଥାନୀୟ ହାଲୁଆ ତୋଟା ଠାରେ ରlୟଗଡ଼ ଭିନ୍ନକ୍ଷମ ମହାସଂଘର ବାର୍ଷିକ ଉତ୍ସବ ଓ ବନ୍ଧୁମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଗଞ୍ଜାମ ଭିନ୍ନକ୍ଷମ ମହାସଂଘର ସଭାପତି ଶ୍ରୀ ଆନନ୍ଦ ରାଓ ଯୋଗଦାନ କରିଥିଲେ ।WhatsApp Image 2025 02 16 at 19.32.49 ରାୟଗଡା ଭିନ୍ନକ୍ଷମ ମହାସଂଘର ବାର୍ଷିକ ଉତ୍ସବ ଓ ବନ୍ଧୁମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ

ସେ ନିଜ ବକ୍ତବ୍ୟରେ ସମବେତ ଭିନ୍ନକ୍ଷମ ମାନଙ୍କୁ ସମ୍ବର୍ଦ୍ଧିତ କରି କହିଲେ ଯେ, ଭିନ୍ନକ୍ଷମ ହେଉଛନ୍ତି ସାକ୍ଷାତ ଭଗବାନ । ସେମାନଙ୍କ ମୁହଁରେ ହସ ଫୁଟାଇବା ସମସ୍ତଙ୍କ ଦାୟିତ୍ୱ ତତ ସହିତ ଭିନ୍ନକ୍ଷମ ମାନଙ୍କ ଅଧିକାର ପାଇଁ ଜିଲ୍ଲାର ସମସ୍ତ ଭିନ୍ନକ୍ଷମ ଭାଇଭଉଣୀ ମାନଙ୍କୁ ଏକତ୍ରିତ ହେବା ନିମନ୍ତେ ଆହ୍ବାନ କରିଥିଲେ ।

ଏହି ପରୀପେପକ୍ଷୀରେ ସମ୍ମାନୀତ ଅତିଥି ଭାବେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରିଣୀ ଶ୍ରୀମତୀ ପୁଷ୍ପଲତା ଦିକ୍ସିଟ ଯୋଗ ଦେଇଥିଲେ । ସେ ନିଜ ଅଭିଭାଷଣରେ ଉପସ୍ଥିତ ଦିବ୍ୟାଙ୍ଗ ଙ୍କ ଏକତ୍ରିତ ହେବା ନିମନ୍ତେ ଆହ୍ବାନ କରିବା ସମେତ ସରକାରୀ ଯୋଜନାର ଲାଭ ଉଠାଇବା ନିମନ୍ତେ ସଚେତନ କରାଇଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗ ଅଧିକାରୀ ଶ୍ରୀ ବସନ୍ତ କୁମାର ପ୍ରଧାନ ମଧ୍ୟ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ନିଜର ଅଭିଭାଷଣ ରଖିଥିଲେ । ଭିନ୍ନକ୍ଷମ ସଶକ୍ତିକରଣ ଓ ସମାବେଶି ସମାଜ ଗଠନ ଉପରେ ଉପସ୍ଥିତ ଭିନ୍ନକ୍ଷମ ମାନଙ୍କୁ ଆଲୋକପାତ କରାଇଥିଲେ ।

ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ଅବସର ପ୍ରାପ୍ତ ବିଶେଷଜ୍ଞ ଶିକ୍ଷା ତଥା ବୁଦ୍ଧିଜୀବୀ ଓ ସମାଜସେବୀ ଭାବେ ପରିଚିତ ଶ୍ରୀଯୁକ୍ତ ଦୁଷ୍ମନ୍ତ କୁମାର ମହାନ୍ତି ଯୋଗଦେଇଥିଲେ । ଉପସ୍ଥିତ ଭିନ୍ନକ୍ଷମ ମାନଙ୍କୁ ସେମାନଙ୍କ ଜୀବନର ଉଦ୍ଦେଶ୍ୟ ବିଷୟ ଦିଗଦର୍ଶନ କରିବା ସହ ସେମାନଙ୍କ ପାଖର ଏକ ଭିନ୍ନ ପ୍ରକାର ଶକ୍ତି ଥିବା କଥା କହିଥିଲେ । ଭିନ୍ନକ୍ଷମ ଭାଇଭଉଣୀ ମାନଙ୍କ ମନବଳ ବଢାଇ ଥିଲେ । ଏହି କାର୍ଯ୍ୟକ୍ରମରେ ରାୟଗଡ଼ା ଜିଲ୍ଲା କଳାସଂସ୍କୃତି ସଂଘର ଉପସଭାପତି ଶ୍ରୀ ସୁପ୍ରିତ୍ ସନ୍ତୋଷ କୁମାର ବଛା ଯୋଗ ଦେଇଥିଲେ । ଭିନ୍ନକ୍ଷମ ପ୍ରତିଭା ମାନଙ୍କ ମନବଳ ବଢାଇବା ସହ ସେମାନଙ୍କୁ ସଙ୍ଗୀତ ପରିବେଷଣରେ ଅଗ୍ରାଧିକାର ଦିଆ ଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ।

ଏହା ପରେ ସଂଘର ତୃଣମୂଳ ସ୍ତରରେ କାର୍ଯ୍ୟ କରୁଥିବା ସଦସ୍ୟ ମାନଙ୍କୁ ସେମାନଙ୍କ କାର୍ଯ୍ୟ ନିମନ୍ତେ ଉପସ୍ଥିତ ଅତିଥିମାନଙ୍କ ଦ୍ଵାରା ସମ୍ମାନିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ୧୧ଗୋଟି ବ୍ଲକ୍ , ମ୍ୟୁନିସିପାଲିଟି ଏନ.ଏ. ସି ରୁ ସମସ୍ତ ଭିନ୍ନକ୍ଷମ ସଦସ୍ୟ ସଦସ୍ୟା ଉପସ୍ଥିତ ରହିଥିଲେ। କାର୍ଯ୍ୟକ୍ରମର ଶେଷରେ ସଂଘର ସଭାପତି ଶିଶିର ରାଉଳ ଓ ସମ୍ପାଦକ ଅମରେନ୍ଦ୍ର ନାଥ ଉପସ୍ଥିତ ଅତିଥି , ଉପସ୍ଥିତ ଗଣମାଧ୍ୟମ ପ୍ରତିନିଧି ଓ ଉପସ୍ଥିତ ଭିନ୍ନକ୍ଷମ ଭାଇଭଉଣୀ ମାନଙ୍କୁ ଧନ୍ୟବାଦ୍ ଜ୍ଞାପନ କରି ସଭା ସାଙ୍ଗ କରିଥିଲେ।

- Advertisement -spot_img

More articles

- Advertisement -spot_img

Latest article

ପୂର୍ବତନ ସରପଞ୍ଚଙ୍କ ହତ୍ୟାକାରୀ କୁ କଠୋର ଦଣ୍ଡ ବିଧାନ ପାଇଁ ସରପଞ୍ଚ ସଂଘ ପକ୍ଷରୁ ଜିଲ୍ଲାପାଳ ଙ୍କୁ ଦାବି ପତ୍ର ପ୍ରଦାନ

ସୁବର୍ଣ୍ଣପୁର , (୧୪/୦୭) ଆ.ପ୍ର : ପୂର୍ବତନ ସରପଞ୍ଚଙ୍କ ହତ୍ୟାକାରୀ କୁ କଠୋର ଦଣ୍ଡ ବିଧାନ ପାଇଁ ସରପଞ୍ଚ ସଂଘ ପକ୍ଷରୁ ଜିଲ୍ଲାପାଳ ଙ୍କୁ ଦାବିପତ୍ର ପ୍ରଦାନ । ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଠାରେ...

ବୀରମହାରାଜପୁର ବରିଷ୍ଠ ନାଗରିକ ସଂଗଠନ କାର୍ଯ୍ୟାଳୟ ପରିସରରେ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ଅନୁଷ୍ଠିତ

ସୁବର୍ଣ୍ଣପୁର, (୧୪/୦୭) : ଆ.ପ୍ର :ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ୍ ସଦର ମହକୁମା ସ୍ଥିତ ବରିଷ୍ଠ ନାଗରିକ ସଂଗଠନ କାର୍ଯ୍ୟାଳୟରେ ଏକ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପୂର୍ବ ନିର୍ଦ୍ଧାରିତ ସୂଚୀ ମତେ...

ବୀରମହାରାଜପୁର ଠାରେ ବ୍ଲକ ସ୍ତରୀୟ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ

ସୁବର୍ଣ୍ଣପୁର, (୧୪/୦୭) : ଆ.ପ୍ର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ସ୍ତରୀୟ ମିଳିତ ଅଭିଯୋଗ ଶୁଣାଣି ଓ ଉପଶମ ଶିବିର ବୀରମହାରାଜପୁର ବ୍ଲକ ସମ୍ମିଳନୀ କକ୍ଷ ଠାରେ ଅନୁଷ୍ଠିତ ହୋଇଯାଇଛି l ସୁବର୍ଣ୍ଣପୁର...

ପୁରୀ ଜଗନ୍ନାଥ ମନ୍ଦିର ମୁକ୍ତିମଣ୍ଡପର ପଣ୍ଡିତମଣ୍ଡଳୀ ପକ୍ଷରୁ ପୁରୁଷୋତ୍ତମପୁର ଜଗନ୍ନାଥ ମନ୍ଦିର ପରିଦର୍ଶନ

ପୁରୁଷୋତ୍ତମପୁର, (୧୫/୦୭) :ଆପ୍ର. : ପୁରୁଷୋତ୍ତମପୁର ରଥସାହି ରେ ଦୀର୍ଘ ୩୫୦ ବର୍ଷ ରୁ ଅଧିକ ସମୟ ଧରି ବିଜେ କରିଥିବା ଜଗନ୍ନାଥ ମନ୍ଦିର ର ନବୀକରଣ ପାଇଁ ପୁରୀ ମୁକ୍ତି ମଣ୍ଡପ...

ପୁରୁଷୋତ୍ତମପୁର ବ୍ଳକ ର ପ୍ରସିଦ୍ଧ ଶୈବ ପୀଠ ଗୁଡିକରେ ଶ୍ରାବଣ ମାସ ପ୍ରଥମ ସୋମବାର ରେ ପ୍ରବଳ ଭିଡ଼

ଗଞ୍ଜାମ, (୧୫/୦୭) : ଆପ୍ର. : ବୋଲ୍ ବମ୍ ହରହର ବମ୍, ଓଁ ନମଃ ଶିବାୟ ଧ୍ବନିରେ ଉଛୁଳି ଉଠୁଛି ପୁରୁଷୋତ୍ତମପୁର ବ୍ଲକର ପ୍ରସିଦ୍ଧ ଶୈବ ପୀଠ ଗୁଡିକ । କାଉଡିଆ ମାନଙ୍କ ଶିବଙ୍କ...