ରାୟଗଡା, (୨୯/୫) : ଆପ୍ର. : ରାୟଗଡା ସଦର ମହକୁମାରେ ପୌର ପରିଷଦର ବିନାଅନୁମତିରେ ଯେଉଁ ସଂସ୍ଥା ବ୍ୟାନର ଓ ପୋଷ୍ଟର ମାରୁଛନ୍ତି ସେମାନଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବୀ କରିଛି ରାୟଗଡା ଜିଲ୍ଲା ବିକାଶ ମଞ୍ଚ l
ଦୀର୍ଘ ଦିନ ହେଲା ରାୟଗଡା ସହରର ବିଭିନ୍ନ ସ୍ଥାନରେ କିଛି ବେସରକାରୀ ସଂସ୍ଥା, ଶିକ୍ଷା ଅନୁଷ୍ଠାନ ଓ ଅନ୍ୟାନ୍ୟ ସଂଗଠନ ସହରର ପ୍ରମୁଖ ସ୍ଥାନ ସହ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ, ଆରକ୍ଷୀ ଅଧିକ୍ଷକଙ୍କ ବାସଭବନ, ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଓ ବାସ ଭବନ, ବିଭିନ୍ନ ସରକାରୀ କାର୍ଯ୍ୟାଳୟ ଓ ସରକାରୀ ବିଦ୍ୟାଳୟର କାନ୍ଥ ସହ ପୌର ପରିଷଦର ଥଣ୍ଡା ପାନୀୟ ଜଳ ମେସିନ ସହ ବିଭିନ୍ନ ବେସରକାରୀ କାର୍ଯ୍ୟାଳୟର କାନ୍ଥରେ ମନଇଚ୍ଛା ପୋଷ୍ଟାର ଓ ବ୍ୟାନର ମାରୁଥିବା ଦେଖିବାକୁ ମିଳିଛି l
ପୌର ପରିଷଦ ଅଧୀନରେ ଏହି ସବୁ ବେନିୟମ କାର୍ଯ୍ୟ ହେଉ ଥିବା ବେଳେ ପୌର କର୍ମଚାରୀ ମାନେ ସବୁ ଜାଣି ମଧ୍ୟ କିଛି ନ ଜାଣିବା ପରି ରହୁଥିବା ଦେଖିବାକୁ ମିଳିଛି l ସହର ଭିତରେ ମନଇଚ୍ଛା ବ୍ୟାନର ଓ ପୋଷ୍ଟର ମାରିବା ଯୋଗୁଁ ସହରର ସୌନ୍ଦର୍ଯ୍ୟ ହାନୀ ହେବା ସହ ବିଭିନ୍ନ ସ୍ଥାନରେ ଦୁର୍ଘଟଣା ହେଉ ଥିବା ମଧ୍ୟ ପ୍ରକାଶ କରିଛନ୍ତି ବିଜେପି ନେତା ପ୍ରଶାନ୍ତ ପଟ୍ଟନାୟକ l ସହର ଭିତରେ ନିଜ ଆତ୍ମପ୍ରଚାର ପାଇଁ ମନଇଚ୍ଛା ବ୍ୟାନର ଓ ପୋଷ୍ଟର ମରା ଯାଉଥିବା ବେଳେ ଏହା ପ୍ରତି ଦୃଷ୍ଟାନ୍ତ ମୂଳକ ପଦକ୍ଷେପ ନ ନେଉ ଥିବାରୁ ପୌର ପରିଷଦକୁ ନିନ୍ଦା କରିଛନ୍ତି ରାୟଗଡା ବିଧାୟକ ଆପଲା ସ୍ୱାମୀ କାଡ୍ରାକା l
ରାୟଗଡା ସହର ଏକ ସବୁଜ ସୁନ୍ଦର ସହର ଏହାର ସୁରକ୍ଷା ସହ ଯେଉଁମାନେ ପୌର ପରିଷଦର ବିନା ଅନୁମତିରେ ସହର ଭିତରେ ବ୍ୟାନର ଓ ପୋଷ୍ଟାର କିମ୍ବା ହୋଡିଙ୍ଗ ମାରୁଛନ୍ତି ସେମାନଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ରାୟଗଡ ଉପଜିଲ୍ଲାପାଳଙ୍କୁ ଏକ ସ୍ମାରକ ପତ୍ର ପ୍ରଦାନ କରି କରିଛି ରାୟଗଡ ଜିଲ୍ଲା ବିକାଶ ମଞ୍ଚ l ଏହି ଅବସରରେ ରାୟଗଡ ଜିଲ୍ଲା ବିକାଶ ମଞ୍ଚର ସଭାପତି ଦୟାନନ୍ଦ ଖାଡଙ୍ଗାଙ୍କ ନେତୃତ୍ୱରେ ସଭ୍ୟ ସୁରେଶ ସାହୁ. ମନୋଜ ସାହୁ, ରାଜୁ ନାୟକ ପ୍ରମୁଖ ଉକ୍ତ ସ୍ମାରକ ପତ୍ର ପ୍ରଦାନ ସମୟରେ ଉପସ୍ଥିତଥିଲେ l