32.9 C
Balāngīr
Tuesday, May 20, 2025

ରାୟଗଡା ସହର ର ବିଭିନ୍ନ ସ୍ଥାନରେ ଘଟଯାତ୍ରା ଅନୁଷ୍ଟିତ

Must read

ଶାହା ଚାରିଟେବୁଲ୍ ଟ୍ରଷ୍ଟ ପକ୍ଷରୁ ୫ଶହ ବୃକ୍ଷ ରୋପଣ

ବ୍ରହ୍ମପୁର, (୨୦/୦୫) : ଆପ୍ର. : ଛତ୍ରପୁର ବ୍ଲକ ଅନ୍ତର୍ଗତ କରାତଳି ଗ୍ରାମରେ ବିଭିନ୍ନ ଜାଗାର ଖାଲି ସ୍ଥାନ ମାନଙ୍କରେ ଶାହା ଚାରିଟେବୁଲ୍ ଟ୍ରଷ୍ଟ ପକ୍ଷରୁ ୫ଶହ ଗୁଆ ବୃକ୍ଷ-ଚାରା ରୋପଣ କରାଯାଇଛି...

ରାୟଗଡା, (୨୯/୦୪) : ଆପ୍ର. : ରାୟଗଡା ଅଧିଷ୍ଟାତ୍ରି ଦେବୀ ମା ମଝିଘରିଆଣୀ ମନ୍ଦିରରେ ଚୈତ୍ର ପର୍ବ ସମ୍ପନ୍ନ ହେବା ପରେ ସହର ର ବିଭିନ୍ନ ସ୍ଥାନରେ ଘଟଯାତ୍ରା ଅନୁଷ୍ଟିତ ହେବା ନିମନ୍ତେ କାର୍ଯ୍ୟକ୍ରମ ସ୍ଥିର କରଯାଇଛି ।WhatsApp Image 2025 04 28 at 14.31.30 ରାୟଗଡା ସହର ର ବିଭିନ୍ନ ସ୍ଥାନରେ ଘଟଯାତ୍ରା ଅନୁଷ୍ଟିତ

ଏହି କ୍ରମରେ ଗତ ଏପ୍ରିଲ ୨୩ ତାରିଖ ଠାରୁ ୨୭ ତାରିଖ ପର୍ୟ୍ୟନ୍ତ ୫ ଦିନ ଧରି ଆମ୍ବାଗୁଡ଼ାର ଜେଏସକୋ ସ୍ଥିତ ରାମକୃଷ୍ଣ କଳା ମନ୍ଦିର ମଣ୍ଡପ ଠାରେ ଧୁମ୍ ଧାମରେ ପାଳନ ହୋଇ ଆସୁଥିବା ମାଁ ଙ୍କ ଘଟଯାତ୍ରା ଆଜି ପୂର୍ଣ୍ଣାହୁତି ହୋଇ ସମ୍ପନ୍ନ ହୋଇଛି । ମାଁ ଙ୍କ ପୂଜାର୍ଚ୍ଚନା ରୀତିନୀତି ଅନୁଯାୟୀ ଗତ ୨୩ ତାରିଖରେ ରାୟଗଡ଼ ବିଧାୟକ କାଡ୍ରାକା ଆପ୍ପାଲା ସ୍ଵାମୀଙ୍କ ପୌରହିତ୍ୟରେ ମାଁ ଙ୍କ ମନ୍ଦିରରୁ ଘଟ ଯାତ୍ରା ନିମନ୍ତେ ମାଁ ଙ୍କ ଖଣ୍ଡା କୁ ଘଣ୍ଟ, ବାଜା ସହିତ ବାଣ ଫୁଟାଇ ନଗର ପରିକ୍ରମା କରି ଅଣାଯାଇ ରାମକ୍ରିଷ୍ଣା କଳା ମଣ୍ଡପକୁ ଅଣାଯାଇ ଘଟ ସ୍ଥାପନ କରଯାଇଥିଲା।

ଉକ୍ତ ଦିନ ଠାରୁ ମାଁ ଙ୍କ ପୂଜାର୍ଚ୍ଚନା ହେବା ସହ ପ୍ରତିଦିନ ମାଁ ଙ୍କ ଘଣ୍ଟ ହାଣ୍ଡି କୁ ସାହି ସାହି ପରିକ୍ରମା କରାଯାଉଥିଲା। ଘଟ ଯାତ୍ରା ର ଶେଷ ଦିନ ଅବସରରେ ପୂଜାରୀ କଣ୍ଟା ଦୋଳି ରେ ଝୁଲଣ ପରେ ନିଆଁ ମୋଡ଼ା ଭଳି କାର୍ଯ୍ୟକ୍ରମ ସହ ଅନ୍ୟାନ୍ୟ ପୂଜାବିଧି ସମ୍ପର୍ଣ୍ଣ ହୋଇଥିଲା। ଏହି ଘଟ ଯାତ୍ରା ଦେଖିବା ପାଇଁ ଆମ୍ବଗୁଡ଼ା, ସିରିଗୁଡ଼ା, ଆଞ୍ଜିଆପେଟା, ଜେଏସକୋ, କଦଳିଗୁଡ଼ା , ରୟତ କଲୋନୀ ଆଦି ଅଞ୍ଚଳରୁ ଭକ୍ତଙ୍କ ପ୍ରବଳ ସମାଗମ ଦେଖିବାକୁ ମିଳିଛି ।

ମାଁ ଙ୍କ ଏହି ଘଟ ଯାତ୍ରା ଦିର୍ଘ ୫୦ ବର୍ଷରୁ ଉର୍ଦ୍ଧ ସମୟ ଧରି ଚାଲି ଆସୁଥିବାର ବେଳେ, ସ୍ଥାନୀୟ ଲୋକଙ୍କ ସହଯୋଗ ଏବଂ ମାଁ ଙ୍କ ଆଶୀର୍ବାଦରେ ଘଟ ଯାତ୍ରା ଟି ଶାନ୍ତି ଶୃଙ୍ଖଳା ରେ ଶେଷ ହୋଇଛି। ମା ମଝିଘରିଆଣି ଙ୍କ ଆଶୀର୍ବାଦ ସଦାସର୍ବଦା ଆମ ଅଞ୍ଚଳ ବାସି, ଆମ ପରିବାର ଏବଂ ଜିଲ୍ଲା ଉପରେ ଥାଉ ଏହି ମନ ସ୍କାମନା କରିବା ସହ ମାଁ ଙ୍କ ଠାରେ ପ୍ରାର୍ଥନା କରିଛନ୍ତି ରାୟଗଡ଼ ବିଧାୟକ ଶ୍ରୀ ଆପ୍ପଲା ସ୍ଵାମୀ କାଡ୍ରାକା।

- Advertisement -spot_img

More articles

- Advertisement -spot_img

Latest article

ଶାହା ଚାରିଟେବୁଲ୍ ଟ୍ରଷ୍ଟ ପକ୍ଷରୁ ୫ଶହ ବୃକ୍ଷ ରୋପଣ

ବ୍ରହ୍ମପୁର, (୨୦/୦୫) : ଆପ୍ର. : ଛତ୍ରପୁର ବ୍ଲକ ଅନ୍ତର୍ଗତ କରାତଳି ଗ୍ରାମରେ ବିଭିନ୍ନ ଜାଗାର ଖାଲି ସ୍ଥାନ ମାନଙ୍କରେ ଶାହା ଚାରିଟେବୁଲ୍ ଟ୍ରଷ୍ଟ ପକ୍ଷରୁ ୫ଶହ ଗୁଆ ବୃକ୍ଷ-ଚାରା ରୋପଣ କରାଯାଇଛି...

ନୂଆପଡ଼ାରେ ମର୍ମନ୍ତୁଦ ଦୁର୍ଘଟଣା: ସ୍ବାମୀଙ୍କ ଆଖି ଆଗରେ ସ୍ତ୍ରୀଙ୍କ ଉପରେ ଚଢ଼ିଗଲା ଟ୍ରକ୍

ନୂଆପଡ଼ା, (୨୦/୦୫) : ଆପ୍ର. : ନୂଆପଡ଼ା ସଦର ଥାନା ଅନ୍ତର୍ଗତ ଏକତା ଛକରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ସ୍ବାମୀଙ୍କ ଆଖି ଆଗରେ ସ୍ତ୍ରୀଙ୍କ ଉପରେ ଚଢ଼ିଗଲା ଟ୍ରକ୍ । ଘଟଣାସ୍ଥଳରେ ସ୍ତ୍ରୀ...

ଖଇରକାଠ ଜବତ କଲା ବନ ବିଭାଗ

ବଲାଙ୍ଗିର, (୨୦/୦୫) : ଆପ୍ର. : ବଲାଙ୍ଗିର ଜିଲ୍ଲା ସଇଁନ୍ତଳା ପୋଲିସ ଗତକାଲି ସନ୍ଧ୍ୟାରେ ପେଟ୍ରୋଲିଙ୍ଗ କରୁଥିବା ବେଳେ ମୁରସିଂବିଟ ନିକଟସ୍ଥ ସିକୁଆଁ ଗାଁରୁ ଏକ ପିକ୍‌ଅପ୍‌ ଭ୍ୟାନ୍‌ ଯୋଗେ ବେଆଇନ ଭାବେ...

କାଳବୈଶାଖୀ ବର୍ଷାରେ ବେହାଲ କଟକ ସହର

କଟକ, (୨୦/୦୫) : ଆପ୍ର. : କଟକରେ କାଳବୈଶାଖୀ ପ୍ରଭାବରେ ବର୍ଷା ଜାରି । ଘଡ଼ଘଡ଼ି ସହ ପ୍ରବଳ ବର୍ଷାରେ ବେହାଲ ହୋଇଛି କଟକ ସହର । ପ୍ରବଳ ବର୍ଷା ପାଇଁ ତଳିଆ ଅଞ୍ଚଳରେ...

ବନବାହାଲରେ ୩୫ଟିକିଆ ହାତୀପଲଙ୍କ ଦ୍ଵାରା ପୁଣି ଚାଷୀଙ୍କ ୩ ଏକର ଡ଼ାଳୁଆ ଧାନ ଫସଲ ନଷ୍ଟ

ମୁରିବାହାଲ, (୨୦/୦୫) : ଆପ୍ର. : ବଲାଙ୍ଗିର ଜିଲ୍ଲା ମୁରିବାହାଲ ରେଞ୍ଜର ତିଖାଲି ସଂରକ୍ଷିତ ଜଙ୍ଗଲ ଅଞ୍ଚଳରେ ଆସି ଦୀର୍ଘ ୫ମାସ ହେବ ରହିଯାଇଥିବା ୩୫ଟିକିଆ ହାତୀପଲ ବିଭିନ୍ନ ସମୟରେ ପାର୍ଶ୍ଵବର୍ତ୍ତୀ ବହୁ...