32.9 C
Balāngīr
Friday, April 25, 2025

ରିଲିଜ ହେଲା ଓଡ଼ିଆ ଚଳଚ୍ଚିତ୍ର ‘ନାଲି ଚା’

Must read

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଭୁବନେଶ୍ୱର, (୧୦/୦୨) : ସିନେମା ଘରେ ନୁହେଁ ଏବେ ହାତପାଆନ୍ତାରେ ବିନା ମୂଲ୍ୟରେ ଓଡ଼ିଆ ଚଳଚ୍ଚିତ୍ରର ଦମଦାର କାହାଣୀ ଏବଂ ନିଖୁଣ ଅଭିନୟ ଦେଖିବ ସାରା ବିଶ୍ୱ ।

ଏହି ଚଳଚ୍ଚିତ୍ରରେ ଯୁବପିଢ଼ି ଦେଖିବେ ସୋସିଆଲ ମିଡିଆର ପାଓ୍ୱାର । ଚଳଚ୍ଚିତ୍ର ମାଧ୍ୟମରେ ଆଜିର ସମାଜକୁ ନୂଆ ବାର୍ତ୍ତା ଦେବା ଲକ୍ଷ୍ୟରେ ୟୁଟ୍ୟୁବରେ ରିଲିଜ ହୋଇଛି ଓଡ଼ିଆ ଚଳଚ୍ଚିତ୍ର ‘ନାଲି ଚା’ । ଭୁବନେଶ୍ୱର ସ୍ଥିତ ଓଡ଼ିଶୀ ଗବେଷଣା କେନ୍ଦ୍ରଠାରେ ଦ ନେକେଡ ଆଇ ପ୍ରଡକ୍ସନ ତରଫରୁ ରିଲିଜ ହୋଇଛି ଓଡ଼ିଆ ଚଳଚ୍ଚିତ୍ର ‘ନାଲି ଚା’ । ସ୍ନେହାଶିଷ ଦାସଙ୍କ ନିର୍ଦ୍ଦେଶନାରେ ଏହି ଚଳଚ୍ଚିତ୍ରଟି ଓଡ଼ିଶାର ଗ୍ରାମୀଣ କାହାଣୀ ଏବଂ ସୋସିଆଲ ମିଡିଆର ପାଓ୍ୱାର ଉପରେ ପର୍ଯ୍ୟବେଷିତ । ଅଭିନେତା ସୋମେଶ ମହାନ୍ତି, ଅଭିନେତ୍ରୀ ଗାର୍ଗୀ ମହାନ୍ତି, ଅନୁଭା ସୌର୍ଯ୍ୟ, ଅଭିଷେକ ଗିରି, ଧରିତ୍ରୀ ଖଣ୍ଡୁଆଳ, ମମତା ତ୍ରିପାଠୀ, ପ୍ରସନ ମଞ୍ଜିରି ଦାସ, ସୁନୀଲ ପଟ୍ଟନାୟକ, ହିମାଂଶୁ, ଆଶିଷ, ରାଜେଶ, ଭୋଜରାଜ, ଶ୍ରୁତି ସୁଭଶ୍ରୀ, ପ୍ରଣବ ପ୍ରଶନ ରଥ ପ୍ରମୁଖ ଏହି ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି। ପୂର୍ବରୁ ନାଲି ଚା ଚଳଚ୍ଚିତ୍ରର ଟ୍ରେଲର ଦର୍ଶକଙ୍କ ଲୋକପ୍ରିୟତା ସାଉଁଟିଛି । ଏବେ ଏହି ଚଳଚ୍ଚିତ୍ରକୁ ସାରା ବିଶ୍ୱରେ ଥିବା ଓଡ଼ିଆ ଦର୍ଶକ ବିନା ମୂଲ୍ୟରେ ଦେଖିପାରିବେ ।

ବଡ଼ ପରଦା ଅପେକ୍ଷା ଛୋଟ ପରଦାରେ ଦର୍ଶକଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉଥିବାରୁ ଦ ନେକେଡ ଆଇ ପ୍ରଡକ୍ସନ ଏଭଳି ଏକ ଅଭିନବ ପ୍ରୟାସ କରିଛି । ଡିଡିଟାଲ ଯୁଗରେ ଗ୍ରାମୀଣ ଯୁବକ ଯୁବତୀଙ୍କ ଉପରେ ସୋସିଆଲ ମିଡିଆର ପ୍ରଭାବ କିପରି ପଡ଼ିଛି, ତାହାକୁ ନେଇ ଏହି କାହାଣୀ । ଓଡ଼ିଆ ଦର୍ଶକଙ୍କୁ ଏକ ନୂଆ ଟ୍ୱିଷ୍ଟ ଦେବାରେ ଏହି ଚଳଚ୍ଚିତ୍ର ଏକ ମାଇଲଖୁଣ୍ଟ ହେବ ବୋଲି ନିର୍ଦ୍ଦେଶକ ସ୍ନେହାଶିଷ ଦାସ କହିଛନ୍ତି ।

ଗୁରୁପଦ ନାଥ ଏବଂ ଶୁଭଜିତ୍ ଆନନ୍ଦ ଚଳଚ୍ଚିତ୍ରର ପ୍ରଚାର ପ୍ରସାର ଦାୟିତ୍ୱରେ ଅଛନ୍ତି । ଡିଓପିରେ ଶ୍ରୀକାନ୍ତ ପଟ୍ଟନାୟକ, ସାଉଣ୍ଡରେ ପିୟୁଷ ପ୍ରଧାନ, ଭିଜୁଆଲ ଏଡିଟିଂରେ ରଶ୍ମିରଞ୍ଜନ ଦାସ, ସହ ନିର୍ଦ୍ଦେଶନାରେ ସୁରଜ ମହାପାତ୍ର ରହିଥିବାବେଳେ ମ୍ୟୁଜିକରେ ଶାନ୍ତନୁ ନାୟକ, ସଂଗୀତରେ ସନ୍ତୋଷ ନାୟକ, ଭୋକାଲିଷ୍ଟ କୁଲଦୀପ ପଟ୍ଟନାୟକ ପ୍ରମୁଖ ରହିଛନ୍ତି । କ୍ରିଏଟିଭ୍ ପ୍ରଡ୍ୟୁସର ଦିବ୍ୟ ଜୀବନ ମହାପାତ୍ର ରହିଛନ୍ତି ।

- Advertisement -spot_img

More articles

- Advertisement -spot_img

Latest article

ଲିଫ୍ଟରେ ଚାପି ହୋଇ ମହିଳା ରୋଗୀଙ୍କ ମୃତ୍ୟୁ, ଡାକ୍ତରଖାନାରେ ତୀବ୍ର ଉତ୍ତେଜନା

ଭଦ୍ରକ, (୨୪/୦୪) : ଆପ୍ର. : ଲିଫ୍ଟରେ ଚାପି ହୋଇ ମହିଳା ରୋଗୀଙ୍କ ମୃତ୍ୟୁ । ଏଭଳି ଅଭାବନୀୟ ଘଟଣା ଘଟିଛି ଭଦ୍ରକ ଜିଲ୍ଲା ହସ୍ପିଟାଲରେ । ମୃତ ମହିଳା ହେଲେ ରାନ୍ଦୀଆ ପଂଚାୟତ...

ଧାନ ସଂଗ୍ରହ କମିଟି ବୈଠକ: ଆରମ୍ଭ ହେବ ଧାନ କିଣା ବିକା ପ୍ରକ୍ରିୟା

ବରଗଡ, (୨୪/୦୪) : ଆପ୍ର. : ଚଳିତ ରବି ଋତୁ ପାଇଁ ବୁଧବାର ବରଗଡ଼ ଜିଲ୍ଲା ଧାନ ସଂଗ୍ରହ କମିଟିର ବୈଠକ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ଆସନ୍ତା ମଇ ୧୪...

ରାଜ୍ୟରେ ଗ୍ରୀଷ୍ମପ୍ରବାହ ଜାରି, ରେକର୍ଡ ଭାଙ୍ଗୁଛି ତାତି

ଭୁବନେଶ୍ୱର, (୨୪/୦୪) : ଆପ୍ର. : କାଳବୈଶାଖୀ ପରେ ରାଜ୍ୟରେ ଗ୍ରୀଷ୍ମପ୍ରବାହ ଜାରି ରହିଛି । ପାରଦ ବଢିବା ସହିତ ତାତି ଓ ଗୁଳୁଗୁଳି ଅସହ୍ୟ ହେବାକୁ ବସିଲାଣି । ଘରୁ ବାହାରିବା ମଧ୍ୟ...

ଟ୍ରେନ ରୁ ଖସି ପଡ଼ି ଯୁବକ ମୃତ

ସୁବର୍ଣ୍ଣପୁର, (୨୩/୦୪) : ଆ.ପ୍ର : ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ସହଲା ଫାଟକ ନିକଟରେ ଜଣେ ବ୍ୟକ୍ତି ଟ୍ରେନ ନମ୍ୱର ୧୮୫୨୩ ବିଶାଖାପାଟନା ବନାରସ ଏକ୍ସପ୍ରେସରେ ଆସୁଥିବା ସମୟରେ ଅସାବଧାନତାରୁ ଟ୍ରେନରୁ ଖସି...

ଏପ୍ରିଲ ୧୫ରୁ ଜୁନ ୧୪ ସମୁଦ୍ରରୁ ମାଛ ଧରିବା ଉପରେ କଟକଣା, ଚିନ୍ତାରେ ମତ୍ସ୍ୟଜୀବୀ ପରିବାର

ବାଲେଶ୍ବର, (୨୪/୦୪) : ଆପ୍ର. : ଏପ୍ରିଲ ୧୫ରୁ ଜୁନ୍ ୧୪ ତାରିଖ ପର୍ଯ୍ୟନ୍ତ ସମୂଦ୍ରରୁ ମାଛ ଧରିବା ଉପରେ କଟକଣା ଲାଗିବା ପରେ ଚିନ୍ତାରେ ମତ୍ସ୍ୟଜୀବୀ ପରିବାର । ମାଛ ବଂଶ ବୃଦ୍ଧି...