କଣ୍ଟାମାଳ, (୦୬/୦୭) :ଆପ୍ର. : ରିଲ୍ସ ନିଶାରେ ନାବାଳକ । ବୌଦ୍ଧ ଜିଲ୍ଲା ଖୋର୍ଦ୍ଧା ବଳାଙ୍ଗୀର ରେଳପଥରେ ଟାଲୁପାଲି ଗାଁ ନିକଟରେ ଚଲନ୍ତା ରେଳ ଧାରଣା ଉପରେ ଜଣେ ନାବାଳକ ନିଜ ଜୀବନକୁ ବାଜି ଲଗେଇ ଟ୍ରାକରେ ଶୋଇପଡିଥିବା ବେଳେ କିଛି ପିଲା ଉକ୍ତ ଭିଡିଓକୁ ମୋବାଇଲରେ ସୁଟ କରିଛନ୍ତି ।
ଏପରି ଏକ ଛାତିଥରା ଦୃଶ୍ୟ ଏବେ ସୋସିଆଲ ମିଡ଼ିଆରେ ଘୁରି ବୁଲିଲା ପରେ ବଲାଙ୍ଗୀର ରେଲୱେ ପୋଲିସ ଏହି ଘଟଣା ପରେ ଆଜି ତିନି ଜଣ ନାଵାଳକଙ୍କୁ ଗିରଫ କରିଛି । କେମିତି ଜଣେ ନାବାଲକ ପିଲା ଚଳନ୍ତା ରେଳ ଟ୍ରାକରେ ଉପରେ ଶୋଇଛି, ଆଉ ତା ଉପରେ ଦେଇ ଚାଲି ଯାଇଛି ଟ୍ରେନ । ଆଉ ସାଥୀମାନେ ଖୁସିରେ ଚିତ୍କାର କରୁଛନ୍ତି । ଆଉ ଟିକେ ଟ୍ରେନ ଅଛି ମୁଣ୍ଡ ବାହାର କରନା ଡାକିବା ସହ ଜୟ ମାକାଳୀ ବୋଲି ଉଚ୍ଚାରଣ କରି କହୁଛନ୍ତି । ଏ ଦୃଶ୍ୟ ଯିଏ ବି ଦେଖିବ ଛାତି ଥରି ଉଠିବ । ପିଲାଟି ବଞ୍ଚି ଯାଇଛି ସିନା ଅନେକଙ୍କୁ ଆଶ୍ଚଯ୍ୟ କରିଛି । ରିଲ୍ସ ନିଶାରେ ଅନେକ ସମୟରେ ଯୁବ ପିଢ଼ି ବିପଦ ପୁର୍ଣ ଭାବେ ଜୀବନ ଯାଉଥିବା ବେଳେ ଏବେ ନବାଲକଙ୍କ ଷ୍ଟଣ୍ଡ ଦୃଶ୍ୟ ସମଗ୍ର ବୌଦ୍ଧ ଜିଲ୍ଲାରେ ଚର୍ଚ୍ଚାର ବିଷୟ ପାଲଟିଛି ।
ଏପରି ଘଟଣା ଦେଖିବାକୁ ମିଳିଛି ବୌଦ୍ଧ ଜିଲ୍ଲା ବାଉଁଶୁଣି ଥାନା ଖୋର୍ଦ୍ଧା ବଲାଂଗୀର ରେଳପଥ ଟାଳୁପାଲି ରେଳ ଧାରଣାରେ । ଗତ ରବିବାର ଦିନ ପାଞ୍ଚ ଟା ସମୟରେ ରେଳ ଧାରଣାରେ ରିଲ୍ସ କରିଥିବା ନାବାଳକl ବୌଦ୍ଧ ଜିଲ୍ଲା ବାଉଁଶୁଣି ଥାନା ତାଳୁପାଲି ଗ୍ରାମର ସଞ୍ଜୟ ମହାନନ୍ଦଙ୍କ ପୁତ୍ର ଶ୍ରିମୟ ମହାନନ୍ଦ । ଏହାକୁ ଭିଡିଓ ଉତ୍ତୋଳନ କରିଥିବା ନାବାଳକ ସେହି ଗ୍ରାମର ରାହୁଲ ତାଣ୍ଡିଆ ଡାଇରେକ୍ଟର ସାଜିଥିବା ନାବାଳକ ଛେଳିବହାଲି ଗ୍ରାମର ଆୟୁଷ୍ମାନ ମହାନନ୍ଦିଆ ।
ସମସ୍ତଙ୍କୁ ବଲାଙ୍ଗୀର ରେଲୱେ ପୋଲିସ ବାଉଁଶୁଣି ପୋଲିସ ସହାୟତାରେ ଥାନାକୁ ଆଣି ଥାନାରେ ପଚରାଉଚରା କରିଥିବା ବେଳେ ସମସ୍ତଙ୍କୁ ବଲାଙ୍ଗୀର ରେଲୱେ ପୋଲିସ ନିଜ ହେପାଜତକୁ ନେଇ ଗିରଫକରିଥିବା ଜଣାପଡିଛି । ତେବେ ଖୋର୍ଦ୍ଧା ବଲାଂଗୀର ରେଳପଥ ଦୀର୍ଘ ଦିନ ପରେ ବୌଦ୍ଧ ଜିଲ୍ଲାକୁ ଗଡିଛି ରେଳ । ଏହାକୁ ନେଇ ଜିଲ୍ଲା ବାସୀ ଖୁସି ଥିବା ବେଳେ ବର୍ତ୍ତମାନ୍ ଭାଇରାଲ ହେଉଥିବା ଭିଡ଼ିଓ କୁ ଦେଖିଲେ ଉଦବେଗ ପ୍ରକାଶ ପାଇଛି ।