32.9 C
Balāngīr
Saturday, April 26, 2025

ରୁଗୁଡ଼ିଖାଲ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ବାର୍ଷିକ ଉତ୍ସବ

Must read

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଲୋଇସିଂହା, (୦୯/୦୨) : ଲୋଇସିଂହା ବ୍ଲକ ରୁଗୁଡ଼ିଖାଲ ମାନସ ବିହାର ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି ।

ଏଥିରେ ମୁଖ୍ୟ ଅତିଥି ଭାବେ ସ୍ୱାସ୍ଥ୍ୟମନ୍ତ୍ରୀ ଡ଼.ମୁକେଶ ମହାଲିଙ୍ଗ ଯୋଗ ଦେଇଥିବା ବେଳେ ମୁଖ୍ୟବକ୍ତା ଭାବେ ସୁବର୍ଣ୍ଣପୁର ସଂକୁଳ ପ୍ରମୁଖ ରଘୁନାଥ ବେହେରା ଓ ସମ୍ମାନିତ ଅତିଥି ଭାବେ ସମାଜସେବୀ ଯୁଧିଷ୍ଠିର ପାଣିଗ୍ରାହୀ, ବୁଢୀପଦର ସରପଞ୍ଚ ଲକ୍ଷ୍ମୀ ପଧାନ, ନଅଗାଁ(ଖ) ସରପଞ୍ଚ ବୃନ୍ଦାବନ ସେଠ, ବେନ୍ଦ୍ରା ସମିତି ସଭ୍ୟା ସତ୍ୟବତୀ କୁଅଁର, ଜିଲ୍ଲା ପରିଷଦ ସଭ୍ୟା ବୀଣାପାଣି ଦାସ ଶିଶୁମନ୍ଦିର ପରିଚାଳନା ସମିତି ସଭାପତି ମୁରଲୀ ପଧାନ, ସମ୍ପାଦକ ଭବାନୀ ଶଙ୍କର ପଟ୍ଟନାୟକ ପ୍ରମୁଖ ମଞ୍ଚାସୀନ ଥିଲେ । ଗଜେନ୍ଦ୍ର ଦଣ୍ଡସେନା, ରତ୍ନାକର ମିଶ୍ର, ସଦାନନ୍ଦ ପସାୟତ, ପ୍ରଧାନ ଆଚାର୍ଯ୍ୟ ଦେବଯାନୀ ସାହୁ ପ୍ରମୁଖ ଉପସ୍ଥିତ ଥିଲେ । ପ୍ରାରମ୍ଭରେ ବୀଣାପାଣିଙ୍କ ପୂଜାର୍ଚ୍ଚନା ପରେ ସ୍ୱାଗତ ସଂଗୀତ ପରିବେଷଣ କରାଯାଇଥିଲା ।

ପ୍ରଧାନ ଆଚାର୍ଯ୍ୟ ଶ୍ରୀମତୀ ସାହୁ କାର୍ଯ୍ୟକ୍ରମ ପରିଚାଲନା କରିବା ସହିତ ବିବରଣୀ ପାଠ କରିଥିଲେ । ଅନୁଷ୍ଠାନର ସର୍ବବିଧ ଉନ୍ନତି କଳ୍ପେ ମୁଖ୍ୟ ଅତିଥି ସମସ୍ତଙ୍କ ସହଯୋଗ କାମନା କରିଥିଲେ । ଏହି ଅବସରରେ ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯିବା ସହିତ ବିଭିନ୍ନ ପ୍ରତିଯୋଗିତାର ୫୦ଜଣ କୃତି ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା । ଆଚାର୍ଯ୍ୟ ଶ୍ରୀବଛ ପଧାନ, ରମେଶ ଦ୍ୱାରି, ଅମ୍ବରୀଶ ବିଶ୍ୱାଳ, ଆଚାର୍ଯ୍ୟା ରେଣୁକା ପୁଟେଲ, ସଂଘମିତ୍ରା ମଲ୍ଲିକ, ସୁଜାତା ପୁଟେଲ, ମାନସୀ ଦିଶେରୀ, ଜ୍ୟୋତିର୍ମୟୀ ମହାଲିଙ୍ଗ, ସୁଚିତ୍ରା ପଧାନ, ମାୟାବତୀ ମଲ୍ଲିକ, କିରଟି ମହାକୁରଙ୍କ ସମେତ ପରିଚାଲନା କମିଟିର ଗଣେଶ ପଧାନ, ପ୍ରହଲ୍ଲାଦ ପଧାନ, ରଶ୍ମିତା ମହାକୁର, ରଞ୍ଜନ ମହାଲିଙ୍ଗ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

- Advertisement -spot_img

More articles

- Advertisement -spot_img

Latest article

ଯୋବ୍ରା ନିକଟରେ ମହାନଦୀରେ ବୁଡିଗଲେ ୩ ଜଣ, ଦୁଇ ଉଦ୍ଧାର

କଟକ, (୨୫/୦୪) : ଆପ୍ର. : ଯୋବ୍ରା ନିକଟରେ ମହାନଦୀରେ ବୁଡିଗଲେ ୩ ଜଣ । ସ୍ଥାନୀୟ ଲୋକଙ୍କ ଦ୍ୱାରା ଜଣେ ସୁରକ୍ଷିତ ଭାବେ ଉଦ୍ଧାର ହୋଇଛନ୍ତି । ଗାଧୋଉଥିବା ବେଳେ ଘଟିଛି...

ବାହ୍ୟ ରାଜ୍ୟ କୁ ଗଞ୍ଜେଇ ଚୋରା ଚାଲାଣ ବେଳେ ଦୁଇ ବ୍ୟବସାୟୀ ଗିରଫ

ବଲାଙ୍ଗୀର/ଟିଟିଲାଗଡ, (୨୪/୦୪) : ଆପ୍ର. : ଟିଟିଲାଗଡ ରେଳ ଷ୍ଟେସନ ରୁ କ୍ରମାଗତ ଭାବେ ଗଞ୍ଜେଇ ଚୋରା ଚାଲାଣ ଚାଲିଥିବା ବେଳେ ମଝିରେ ମଝିରେ ଅନେକ ଗଞ୍ଜେଇ ମାଫିଆ ଙ୍କୁ କାବୁ କରାଯାଉଛି...

ଜଳିଗଲା ବୁଲେଟ ଗାଡ଼ି, ଦୁଇ ଯୁବକ ଗୁରୁତର

ବଲାଙ୍ଗୀର, (୨୫/୦୪) : ଆପ୍ର. : ବଲାଙ୍ଗୀର ଜିଲ୍ଲା ଅନ୍ତର୍ଗତ ବେଲପଡ଼ା ସହର ନିବାସୀ ସୁମନ୍ତ ବଛା ଓ ଅଜିତ ନାଗ ନାମକ ଦୁଇ ଯୁବକ ବୁଲେଟ ଯୋଗେ ଟିଟିଲାଗଡ ଦେଇ ଖୋଲାନ...

ଖବର ପ୍ରସାରଣ ପରେ ବିଭାଗୀୟ ଅଧିକାରୀ ଙ୍କୁ ତୁରନ୍ତ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ

ବଲାଙ୍ଗୀର/ଟିଟିଲାଗଡ, (୨୪/୦୪) : ଆପ୍ର. : ଖବର ପ୍ରସାରଣ ପରେ ବିଭାଗୀୟ ଅଧିକାରୀ ଙ୍କୁ ତୁରନ୍ତ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ । ବଲାଙ୍ଗୀର ଜିଲ୍ଲା ଅନ୍ତର୍ଗତ ଟିଟିଲାଗଡ ପୌର ପରିଷଦ ଅଧିକାରୀ ତଥା ପଦାଧିକାରୀ...

ସାନନ୍ଦ ମେହେରକୁ ଗିରଫ ଓ ପ୍ରକାଶ ଲୁହାଙ୍କୁ ନ୍ୟାୟ ଦାବିରେ ଥାନା ଘେରିଲେ ହଜାର ହଜାର ପୁରୁଷ ମହିଳା

ସୁବର୍ଣ୍ଣପୁର, (୨୪/୦୪) : ଆ.ପ୍ର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଥାନା ଘେରିଲେ ହଜାର ହଜାର ପୁରୁଷ ମହିଳା । ପ୍ରାପ୍ତ ସୂଚନା ଅନୁସାରେ କିଛିଦିନ ପୂର୍ବରୁ ବୀରମହାରାଜପୁର ବ୍ଲକ ଉପାଧ୍ୟକ୍ଷ ନାରାୟଣ ଲୁହାଙ୍କ...