32.9 C
Balāngīr
Friday, April 25, 2025

ରୁଙ୍ଗରୁଙ୍ଗବା ଗ୍ରାମରେ ଜଳ ସଙ୍କଟ-ସମାଧାନ ନହେଲେ ରାଜରାସ୍ତାକୁ ଓହ୍ଲାଇବାକୁ ଧମକ

Must read

sudhir
sudhirhttps://www.odishanews24.in
Editor led his team through the digital news revolution, always prioritizing integrity & accuracy. his legacy endures, an emblem of journalistic dedication.

ଗୁଣପୁର : ୫/୪/୨୫ -ଆପ୍ର): ଗ୍ରୀଷ୍ମ ଆରମ୍ଭରୁ ଉପାନ୍ତ ଅଞ୍ଚଳରେ ଦେଖିବାକୁ ମିଳିଛି ଜଳ ସଙ୍କଟ । ଏପରି ଏକ ଗ୍ରାମ ହେଉଛି ରାୟଗଡ଼ା ଜିଲ୍ଲା ଗୁଣପୁର ବ୍ଲକ ଅନ୍ତର୍ଗତ ଶଗଡା ପଞ୍ଚାୟତର ରୁଙ୍ଗରୁଙ୍ଗବା । ସରକାରଙ୍କ ମାଳମାଳ ଯୋଜନା ଯେପରି ଏ ଅଞ୍ଚଳରେ ବାଟବଣା ହୋଇଯାଇଛି । ଏହି ଗ୍ରାମରେ ନା ଅଛି ନଳକୂପ , ନା ଅଛି କୂଅ , ନା ଅଛି ସୋଲାର ନଳକୂପ ।9600d2e3 06f8 481d 9a2e dcb85c57deb4 ରୁଙ୍ଗରୁଙ୍ଗବା ଗ୍ରାମରେ ଜଳ ସଙ୍କଟ-ସମାଧାନ ନହେଲେ ରାଜରାସ୍ତାକୁ ଓହ୍ଲାଇବାକୁ ଧମକ

ବର୍ଷସାରା ରୁଙ୍ଗରୁଙ୍ଗବା ଗ୍ରାମବାସୀଙ୍କ ଏକ ମାତ୍ର ଭରସା ପାହାଡି ଚୁଆ ପାଣି । ଯେଉଁଠି ଗାଈଗୋରୁ ଓ ମଣିଷ ଏକାଠି ପାଣି ପିଅନ୍ତି । ରୁଙ୍ଗରୁଙ୍ଗବା ଗ୍ରାମରେ ବାସ କରନ୍ତି ୪୫ ପରିବାରର ୨୭୦ ରୁ ଉର୍ଦ୍ଧ ଲୋକ । ପୂର୍ବ ବର୍ଷ କମ୍ ବର୍ଷା ଯୋଗୁଁ ବର୍ତ୍ତମାନ ଠାରୁ ପାହାଡି ଚୁଆ ଶୁଖି ଆସିଲାଣି । ବାରମ୍ବାର ପ୍ରଶାସନ ଓ ନେତା ମନ୍ତ୍ରୀ ଙ୍କୁ ଗୁହାରି କଲେ ମଧ୍ୟ କେହି ଶୁଣୁନଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ । ଗ୍ରାମଠାରୁ ଦୀର୍ଘ ଏକ କିଲୋମିଟର ଦୂରରେ ଥିବା ପାହାଡିଆ ଜଳ ଉତ୍ସର ପାଣିକୁ ଏକାଠି କରି ପାଇପ୍ ଯୋଗେ ଗ୍ରାମ ନିକଟକୁ ଆଣି ବ୍ୟବହାର କରୁଥିଲେ କିନ୍ତୁ ବର୍ତ୍ତମାନ ତାହା ଶୁଖିବାକୁ ବସିଲାଣି ।ae89ef7a 7191 45a4 90d2 945b9c647104 ରୁଙ୍ଗରୁଙ୍ଗବା ଗ୍ରାମରେ ଜଳ ସଙ୍କଟ-ସମାଧାନ ନହେଲେ ରାଜରାସ୍ତାକୁ ଓହ୍ଲାଇବାକୁ ଧମକ

ଆଗକୁ ଗ୍ରୀଷ୍ମ ଋତୁର ପ୍ରଚଣ୍ଡ ରୌଦ୍ରତାପରେ ବିନା ପିଇବା ପାଣିରେ ଗ୍ରାମବାସୀ କିପରି ଚଳିଵେ ଏବେଠାରୁ ଭାଳେଣୀ ପଡ଼ିଲାଣି । ବାରମ୍ବାର ଅଭିଯୋଗ ପରେ ଦୀର୍ଘ ୫ ବର୍ଷ ତଳେ ପ୍ରଶାସନ ତରଫରୁ ଏକ ସୋଲାର ନଳକୂପର ବ୍ୟବସ୍ଥା କରାଯାଇଥିଲା । କିନ୍ତୁ ବର୍ଷକ ପରେ ମଟର ଟି ଵୋର ଗର୍ତ୍ତ ଭିତରେ ଛିଡି ପଡ଼ିଥିବାରୁ ଦୀର୍ଘ ୪ ବର୍ଷ ହେଲା ତାହା ଅଚଳ ହୋଇ ପଡିଛି । ତେଣୁ ପ୍ରଶାସନ ତୁରନ୍ତ ରୁଙ୍ଗରୁଙ୍ଗବା ଗ୍ରାମରେ ପିଇବା ପାଣିର ବ୍ୟବସ୍ଥା ନ କଲେ ଗ୍ରାମବାସୀ ରାଜରାସ୍ତାକୁ ଓହ୍ଲାଇବାକୁ ଧମକ ଦେଇଛନ୍ତି । ତେବେ ପ୍ରଶାସନ ରୁଙ୍ଗରୁଙ୍ଗବା ଗ୍ରାମବାସୀଙ୍କ ଜଳସଙ୍କଟର ସମାଧାନ କେବେ କରୁଛି ଦେଖିବାକୁ ବାକି ରହିଲା ।

- Advertisement -spot_img

More articles

- Advertisement -spot_img

Latest article

ଲିଫ୍ଟରେ ଚାପି ହୋଇ ମହିଳା ରୋଗୀଙ୍କ ମୃତ୍ୟୁ, ଡାକ୍ତରଖାନାରେ ତୀବ୍ର ଉତ୍ତେଜନା

ଭଦ୍ରକ, (୨୪/୦୪) : ଆପ୍ର. : ଲିଫ୍ଟରେ ଚାପି ହୋଇ ମହିଳା ରୋଗୀଙ୍କ ମୃତ୍ୟୁ । ଏଭଳି ଅଭାବନୀୟ ଘଟଣା ଘଟିଛି ଭଦ୍ରକ ଜିଲ୍ଲା ହସ୍ପିଟାଲରେ । ମୃତ ମହିଳା ହେଲେ ରାନ୍ଦୀଆ ପଂଚାୟତ...

ଧାନ ସଂଗ୍ରହ କମିଟି ବୈଠକ: ଆରମ୍ଭ ହେବ ଧାନ କିଣା ବିକା ପ୍ରକ୍ରିୟା

ବରଗଡ, (୨୪/୦୪) : ଆପ୍ର. : ଚଳିତ ରବି ଋତୁ ପାଇଁ ବୁଧବାର ବରଗଡ଼ ଜିଲ୍ଲା ଧାନ ସଂଗ୍ରହ କମିଟିର ବୈଠକ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ଆସନ୍ତା ମଇ ୧୪...

ରାଜ୍ୟରେ ଗ୍ରୀଷ୍ମପ୍ରବାହ ଜାରି, ରେକର୍ଡ ଭାଙ୍ଗୁଛି ତାତି

ଭୁବନେଶ୍ୱର, (୨୪/୦୪) : ଆପ୍ର. : କାଳବୈଶାଖୀ ପରେ ରାଜ୍ୟରେ ଗ୍ରୀଷ୍ମପ୍ରବାହ ଜାରି ରହିଛି । ପାରଦ ବଢିବା ସହିତ ତାତି ଓ ଗୁଳୁଗୁଳି ଅସହ୍ୟ ହେବାକୁ ବସିଲାଣି । ଘରୁ ବାହାରିବା ମଧ୍ୟ...

ଟ୍ରେନ ରୁ ଖସି ପଡ଼ି ଯୁବକ ମୃତ

ସୁବର୍ଣ୍ଣପୁର, (୨୩/୦୪) : ଆ.ପ୍ର : ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ସହଲା ଫାଟକ ନିକଟରେ ଜଣେ ବ୍ୟକ୍ତି ଟ୍ରେନ ନମ୍ୱର ୧୮୫୨୩ ବିଶାଖାପାଟନା ବନାରସ ଏକ୍ସପ୍ରେସରେ ଆସୁଥିବା ସମୟରେ ଅସାବଧାନତାରୁ ଟ୍ରେନରୁ ଖସି...

ଏପ୍ରିଲ ୧୫ରୁ ଜୁନ ୧୪ ସମୁଦ୍ରରୁ ମାଛ ଧରିବା ଉପରେ କଟକଣା, ଚିନ୍ତାରେ ମତ୍ସ୍ୟଜୀବୀ ପରିବାର

ବାଲେଶ୍ବର, (୨୪/୦୪) : ଆପ୍ର. : ଏପ୍ରିଲ ୧୫ରୁ ଜୁନ୍ ୧୪ ତାରିଖ ପର୍ଯ୍ୟନ୍ତ ସମୂଦ୍ରରୁ ମାଛ ଧରିବା ଉପରେ କଟକଣା ଲାଗିବା ପରେ ଚିନ୍ତାରେ ମତ୍ସ୍ୟଜୀବୀ ପରିବାର । ମାଛ ବଂଶ ବୃଦ୍ଧି...