32.9 C
Balāngīr
Tuesday, May 20, 2025

ରେଆର ପକ୍ଷରୁ ଭିନ୍ନକ୍ଷମ ଶିଶୁ ଙ୍କ ମହୋତ୍ସବ କସ୍ତୁରୀ ୨୦୨୫ ଅନୁଷ୍ଠିତ

Must read

ଶାହା ଚାରିଟେବୁଲ୍ ଟ୍ରଷ୍ଟ ପକ୍ଷରୁ ୫ଶହ ବୃକ୍ଷ ରୋପଣ

ବ୍ରହ୍ମପୁର, (୨୦/୦୫) : ଆପ୍ର. : ଛତ୍ରପୁର ବ୍ଲକ ଅନ୍ତର୍ଗତ କରାତଳି ଗ୍ରାମରେ ବିଭିନ୍ନ ଜାଗାର ଖାଲି ସ୍ଥାନ ମାନଙ୍କରେ ଶାହା ଚାରିଟେବୁଲ୍ ଟ୍ରଷ୍ଟ ପକ୍ଷରୁ ୫ଶହ ଗୁଆ ବୃକ୍ଷ-ଚାରା ରୋପଣ କରାଯାଇଛି...

ରିପୋର୍ଟ : ଧୃବରାଜ ମିଶ୍ର
ସୁବର୍ଣ୍ଣପୁର, (୦୪/୦୧) :ସୁବର୍ଣ୍ଣପୁର ଜିଲ୍ଲା ସଦର ଧୂବାମୁଣ୍ଡା ରେଆର କାର୍ଯ୍ୟାଳୟ ପରିସରରେ ଆଜି ଜିଲ୍ଲା ଭିନ୍ନକ୍ଷମ ଅଭିଭାବକ ସଂଘ ଓ ରେଆର ତରଫରୁ ଭିନ୍ନକ୍ଷମ ଶିଶୁଙ୍କ ମହୋତ୍ସବ କସ୍ତୁରୀ ଅନୁଷ୍ଠିତ ହୋଇଯାଇଛି ।

ଏଥିରେ ମୁଖ୍ୟ ଅତିଥି ଭାବରେ ସୁବର୍ଣ୍ଣପୁର ଅତିରିକ୍ତ ଜିଲ୍ଲାପାଳ ଅଞ୍ଜଲିନା ପ୍ରଧାନ ଯୋଗ ଦେଇ କାର୍ଯ୍ୟକ୍ରମ କୁ ଉଦଘାଟନ କରିଥିଲେ । ସମ୍ମାନିତ ଅତିଥି ଭାବେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଗୋବିନ୍ଦ ବଲ୍ଲଵ ଷଡ଼ଙ୍ଗୀ, ସୁବର୍ଣ୍ଣପୁର ଉପ ଆରକ୍ଷୀ ଅଧିକ୍ଷିକା ରେଣୁକା ସୁନା, ଅତିରିକ୍ତ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ ଡ଼.ରମେଶ ଚନ୍ଦ୍ର ସ୍ୱାଇଁ, ଜିଲ୍ଲା ଜରୁରୀକାଳୀନ ଅଧିକାରୀ କୃଷ୍ଣ ମୋହନ ସିଂହ, ରେଆର ଉପସଭାପତି ପଦ୍ମିନୀ ବକ୍ସ଼ୀ, ରେଆର ପ୍ରତିଷ୍ଠାତା ସଦସ୍ୟ ଆଡ଼ଭୋକେଟ ଗୌରୀଶ୍ୟାମ ପଣ୍ଡା, ରେଆର ସମ୍ପାଦକ ଅନଙ୍ଗ ନେଗୀ ଯୋଗ ଦେଇ ଭିନ୍ନକ୍ଷମ ମାନଙ୍କ ପାଇଁ କସ୍ତୁରୀ କାର୍ଯ୍ୟକ୍ରମ ଏକ ନୂଆ ଆଶା ସଂଚାର କରିଛି ବୋଲି ପ୍ରକାଶ କରିଥିଲେ ।

ପ୍ରୀତି ମିଶ୍ର ସ୍ୱାଗତ ଭାଷଣ ପ୍ରଦାନ କରିଥିବାବେଳେ ରେଆର କାର୍ଯ୍ୟନିର୍ବାହୀ ସଦସ୍ୟ ହରିପ୍ରିୟା ପାଣିଗ୍ରାହୀ ମଞ୍ଚ ପରିଚାଳନା କରିଥିଲେ । ଏହି ଅବସରରେ ହିଙ୍ଗମା ଗାଁ ର ଭିନ୍ନକ୍ଷମ ଶିକ୍ଷୟିତ୍ରୀ ସୁଶ୍ରୀ ସତ୍ୟବତୀ ପାଣିଗ୍ରାହୀ ଓ ଟିଟିଲାଗଡ଼ ଆଶା ଅନୁଷ୍ଠାନ ର କାର୍ଯ୍ୟନିର୍ବାହୀ ସଂଯୋଜକ ସଂଜୀବ କୁମାର ପଟ୍ଟନାୟକ ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।ଭିନ୍ନକ୍ଷମ ଶିଶୁ ମାନଙ୍କ ସକାଶେ ଚାରିଗୋଟି ସୃଜନାତ୍ମକ କାର୍ଯ୍ୟକ୍ରମ ପଥର ଚିତ୍ରାଙ୍କନ, ସ୍ବେଛାସେବୀ ସଂସ୍ଥା ଗ୍ରାମଥାନ ତରଫରୁ ଭାବପୂର୍ଣ୍ଣ ଶିକ୍ଷଣ, ଶିକ୍ଷଣ ଉପକରଣ ପ୍ରସ୍ତୁତି,କାଗଜକଳା ଅନୁଷ୍ଠିତ ହୋଇଥିଲା ।

ଏହା ସହ ଉପସ୍ଥିତ ଶିଶୁ ମାନଙ୍କ ଅଭିଭାବକ ମାନଙ୍କ ପାଇଁ ଏକ ଆଲୋଚନା ଚକ୍ର ଭିନ୍ନକ୍ଷମ ଅଧିକାର ଅଧିନିୟମ ୨୦୧୬ଅନୁଷ୍ଠିତ ହୋଇଥିଲା । ଏଥିରେ ତରଭା ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ପ୍ରଭାସ କର୍ଣ୍ଣ ଓ ରେଆର ର ଭୌତିକ ଚିକିତ୍ସକମାନେ ଆଇନ ର ବିଭିନ୍ନ ଦିଗ ତଥା ଯୋଜନା ବିଷୟରେ ଆଲୋକପାତ କରିଥିଲେ । ଶେଷରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ ସୁବର୍ଣ୍ଣପୁର, ବଲାଙ୍ଗୀର, ବୌଦ୍ଧ ଜିଲ୍ଲା ର ପ୍ରାୟ ତିନିଶହ ଭିନ୍ନକ୍ଷମ ଶିଶୁ ଓ ଅଭିଭାବକ ଯୋଗ ଦେଇଥିଲେ ।

- Advertisement -spot_img

More articles

- Advertisement -spot_img

Latest article

ଶାହା ଚାରିଟେବୁଲ୍ ଟ୍ରଷ୍ଟ ପକ୍ଷରୁ ୫ଶହ ବୃକ୍ଷ ରୋପଣ

ବ୍ରହ୍ମପୁର, (୨୦/୦୫) : ଆପ୍ର. : ଛତ୍ରପୁର ବ୍ଲକ ଅନ୍ତର୍ଗତ କରାତଳି ଗ୍ରାମରେ ବିଭିନ୍ନ ଜାଗାର ଖାଲି ସ୍ଥାନ ମାନଙ୍କରେ ଶାହା ଚାରିଟେବୁଲ୍ ଟ୍ରଷ୍ଟ ପକ୍ଷରୁ ୫ଶହ ଗୁଆ ବୃକ୍ଷ-ଚାରା ରୋପଣ କରାଯାଇଛି...

ନୂଆପଡ଼ାରେ ମର୍ମନ୍ତୁଦ ଦୁର୍ଘଟଣା: ସ୍ବାମୀଙ୍କ ଆଖି ଆଗରେ ସ୍ତ୍ରୀଙ୍କ ଉପରେ ଚଢ଼ିଗଲା ଟ୍ରକ୍

ନୂଆପଡ଼ା, (୨୦/୦୫) : ଆପ୍ର. : ନୂଆପଡ଼ା ସଦର ଥାନା ଅନ୍ତର୍ଗତ ଏକତା ଛକରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ସ୍ବାମୀଙ୍କ ଆଖି ଆଗରେ ସ୍ତ୍ରୀଙ୍କ ଉପରେ ଚଢ଼ିଗଲା ଟ୍ରକ୍ । ଘଟଣାସ୍ଥଳରେ ସ୍ତ୍ରୀ...

ଖଇରକାଠ ଜବତ କଲା ବନ ବିଭାଗ

ବଲାଙ୍ଗିର, (୨୦/୦୫) : ଆପ୍ର. : ବଲାଙ୍ଗିର ଜିଲ୍ଲା ସଇଁନ୍ତଳା ପୋଲିସ ଗତକାଲି ସନ୍ଧ୍ୟାରେ ପେଟ୍ରୋଲିଙ୍ଗ କରୁଥିବା ବେଳେ ମୁରସିଂବିଟ ନିକଟସ୍ଥ ସିକୁଆଁ ଗାଁରୁ ଏକ ପିକ୍‌ଅପ୍‌ ଭ୍ୟାନ୍‌ ଯୋଗେ ବେଆଇନ ଭାବେ...

କାଳବୈଶାଖୀ ବର୍ଷାରେ ବେହାଲ କଟକ ସହର

କଟକ, (୨୦/୦୫) : ଆପ୍ର. : କଟକରେ କାଳବୈଶାଖୀ ପ୍ରଭାବରେ ବର୍ଷା ଜାରି । ଘଡ଼ଘଡ଼ି ସହ ପ୍ରବଳ ବର୍ଷାରେ ବେହାଲ ହୋଇଛି କଟକ ସହର । ପ୍ରବଳ ବର୍ଷା ପାଇଁ ତଳିଆ ଅଞ୍ଚଳରେ...

ବନବାହାଲରେ ୩୫ଟିକିଆ ହାତୀପଲଙ୍କ ଦ୍ଵାରା ପୁଣି ଚାଷୀଙ୍କ ୩ ଏକର ଡ଼ାଳୁଆ ଧାନ ଫସଲ ନଷ୍ଟ

ମୁରିବାହାଲ, (୨୦/୦୫) : ଆପ୍ର. : ବଲାଙ୍ଗିର ଜିଲ୍ଲା ମୁରିବାହାଲ ରେଞ୍ଜର ତିଖାଲି ସଂରକ୍ଷିତ ଜଙ୍ଗଲ ଅଞ୍ଚଳରେ ଆସି ଦୀର୍ଘ ୫ମାସ ହେବ ରହିଯାଇଥିବା ୩୫ଟିକିଆ ହାତୀପଲ ବିଭିନ୍ନ ସମୟରେ ପାର୍ଶ୍ଵବର୍ତ୍ତୀ ବହୁ...