ବଲାଙ୍ଗୀର/ଟିଟିଲାଗଡ଼, ତା୦୪-୦୪-ଆପ୍ର): ରାଉରକେଲା ରେଳବାଈ ପୋଲିସ ଜିଲ୍ଲାରେ “୨୦ ତମ ଓଡ଼ିଶା ପୋଲିସ ପ୍ରତିଷ୍ଠା ଦିବସ” ପାଳନ ଅବ ସରରେ ରାଉରକେଲା ରିଜର୍ଭ ପୋଲିସ ପଡ଼ିଆ ଠାରେ ପଶ୍ଚିମାଞ୍ଚଳ ରେଞ୍ଜ ଆରକ୍ଷୀ ଉପ-ମହାନିରୀକ୍ଷକ ବ୍ରିଜେଶ କୁମାର ରାଏ ( IPS) ଟିଟିଲାଗଡ଼ ଜିଆରପି ଥାନାରେ କାର୍ଯ୍ୟରତ ଓଆଇସି ବିନୟ କୁମାର ଭୋଇଙ୍କୁ ବେଷ୍ଟ ସବ-ଇନ୍ସପେକ୍ଟର ୨୦୨୫ ପୁରସ୍କାର ସହିତ ପ୍ରମାଣପତ୍ର ଏବଂ ଏକ ହଜାରଟଙ୍କା ପ୍ରଦାନ କରିଛନ୍ତି |
ଏହି ସମୟରେ ରାଉରକେଲା ରେଳବାଈ ଆରକ୍ଷୀ ଅଧିକ୍ଷକ ପ୍ରଫୁଲ୍ଲ କୁମାର ବଡ଼ଜେନା ( ଓପିଏସ ଏସ.ଏ.ଜି ) ଏବଂ ଅନ୍ୟାନ୍ୟ ଆରକ୍ଷୀ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ | ଶ୍ରୀ ଭୋଇ ୨୦୧୭ ମସିହାରେ ଓଡିଶା ପୋଲିସ ବିଭାଗରେ ଉପନିରୀକ୍ଷକ ଭାବେ କାର୍ଯ୍ୟରେ ଯୋଗ ଦାନ କରି ବଲାଙ୍ଗୀର ଓ ଝାରୁସୁଗୁଡା ଜିଆରପି ଥାନାରେ ସେକେଣ୍ଡ ଅଫିସର ଏବଂ କୋରାପୁଟ ଜିଆରପି ଥାନାରେ ଓଆଇସି ଭାବେ ଦକ୍ଷତା ସହିତ କାର୍ଯ୍ୟ କରି ବର୍ତ୍ତମାନ ଟିଟିଲାଗଡ଼ ଜିଆରପି ଥାନାରେ ଓଆଇସି ଭାବେ କାର୍ଯ୍ୟରତ |
ଟିଟିଲାଗଡ଼ ଜିଆରପି ଥାନାରେ ଯୋଗଦାନ ପରେ ପରେ ଏହି ଥାନା ଅଧୀନରେ ଥିବା ରେଳ ଷ୍ଟେସନ ଅଞ୍ଚଳ ମାନଙ୍କରେ ଆଇନ ଓ ଶୃଙ୍ଖଳାର ଯଥେଷ୍ଟ ଉନ୍ନତି ହେବା ସହିତ ବହୁ ପରିମାଣରେ ଏନଡ଼ିପିଏସ ମକଦ୍ଦମା ରୁଜୁ କରି ଅଭିଯୁକ୍ତ ମାନଙ୍କୁ କୋର୍ଟ ଚାଲାଣ କରିବା ସହିତ ଉଚ୍ଚ ପୋଲିସ ଅଧିକାରୀଙ୍କ ଗୂଡ଼ବୁକ ରହିବା ସହିତ ଜନସାଧାରଣଙ୍କ ପ୍ରିୟଭାଜନ ହେବା ସହିତ ଶୁଭେଚ୍ଛା ଓ ଆଗାମୀ ଦିନରେ ଉତ୍ତୋରତ୍ତର ପାଇଁ ଶୁଭକାମନା ସାଧାରଣ ଲୋକ ତଥା ବିଭିନ୍ନ ବର୍ଗ ତରଫ ରୁ ଜଣାଇଛନ୍ତି |