32.9 C
Balāngīr
Wednesday, April 23, 2025

ରୋଗୀଙ୍କୁ ଲୁଟୁଛନ୍ତି ଘରୋଇ ହସ୍ପିଟାଲ: ସୁପ୍ରିମକୋର୍ଟ

Must read

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଭୁବନେଶ୍ୱର, (୦୭/୦୩) : ଘରୋଇ ହସ୍ପିଟାଲଗୁଡିକୁ ନିୟନ୍ତ୍ରଣ କରିବାରେ ରାଜ୍ୟ ସରକାର ବିଫଳ ହୋଇଛନ୍ତି ।

ରୋଗୀ ସେବା କ୍ଷେତ୍ରର ବିଭିନ୍ନ ଦିଗରେ ଦୃ‌ଢ଼ ନୀତି ନିୟମ ଲାଗୁ କରି ଘରୋଇ ହସ୍ପିଟାଲଗୁଡିକୁ ନିୟନ୍ତ୍ରଣ କରିବାର ଆବଶ୍ୟକତା ରହିଥିଲେ ହେଁ ଏହାକୁ ଗୁରୁତ୍ବ ଦିଆଯାଉ ନାହିଁ । ଫଳରେ ଘରୋଇ ହସ୍ପିଟାଲ ରୋଗୀମାନଙ୍କୁ ଲୁଟି ଚାଲିଛନ୍ତି ବୋଲି ସୁପ୍ରିମକୋର୍ଟ କହିଛନ୍ତି । ବିଶେଷକରି ଘରୋଇ ହସ୍ପିଟାଲଗୁଡିକରେ ଔଷଧପତ୍ର ଏବଂ ଅନ୍ୟାନ୍ୟ ଚିକିତ୍ସା ସାମଗ୍ରୀର ଅହେତୁକ ମୂଲ୍ୟବୃଦ୍ଧି ରୋଗୀମାନଙ୍କ ପାଇଁ ସବୁଠାରୁ ଚିନ୍ତାଜନକ ହୋଇପଡ଼ିଛି। ଘରୋଇ ହସ୍ପିଟାଲଗୁଡିକର କାରବାରକୁ ନିୟନ୍ତ୍ରଣ କରିବା ପ୍ରସଙ୍ଗରେ ଏକ ଜନସ୍ବାର୍ଥ ମାମଲାର ଶୁଣାଣି କରିବା ଅବସରରେ ଜଷ୍ଟିସ୍‌ ସୂର୍ଯ୍ୟକାନ୍ତ ଏବଂ ଜଷ୍ଟିସ୍‌ ଏନ କେ ସିଂ କହିଛନ୍ତି ଯେ, ଘରୋଇ ହସ୍ପିଟାଲ ପରିସରରେ ଔଷଧ ଏବଂ ଆନୁଷଙ୍ଗିକ ଉପକରଣ କିମ୍ବା ସରଞ୍ଜାମର ଚଢ଼ା ଦର ରୋଗୀମାନଙ୍କ ପାଇଁ କାଳ ହୋଇଛି। ବିଶେଷ କରି ଗରିବ ରୋଗୀମାନଙ୍କ ପାଇଁ ଏହା ଅପହଞ୍ଚ ହୋଇପଡ଼ୁଛି।

ଗୋଟିଏ ଔଷଧ ବାହାର ବଜାରରେ ଅପେକ୍ଷାକୃତ କମ୍‌ ମୂଲ୍ୟରେ ଉପଲବ୍ଧ ହେଉଥିଲେ ହେଁ ରୋଗୀମାନଙ୍କୁ ଘରୋଇ ହସ୍ପିଟାଲ ପରିସରରେ ରହିଥିବା ଔଷଧ ଦୋକାନରୁ ଔଷଧ କିଣିବାକୁ ବାଧ୍ୟ କରାଯାଉଛି। ଏହାଦ୍ବାରା ରୋଗୀମାନେ ଖର୍ଚ୍ଚାନ୍ତ ହେଉଥିଲା ବେଳେ ଘରୋଇ ହସ୍ପିଟାଲ କର୍ତ୍ତୃପକ୍ଷ ମନଇଚ୍ଛା ଲୁଟୁଛନ୍ତି। ଏସମ୍ପର୍କରେ ରାଜ୍ୟ ସରକାରମାନେ ସବୁକିଛି ଜାଣି ସୁଦ୍ଧା ଅଜଣା ଭଳି ରହୁଛନ୍ତି। ଦେଶରେ ଏତେ ସଂଖ୍ୟାରେ ଘରୋଇ ହସ୍ପିଟାଲ କାର୍ଯ୍ୟ କରୁଥିଲା ବେଳେ ସେଠାରେ କ’ଣ ଘଟୁଛି ସରକାର କିଭଳି ଜାଣିପାରିବେନି ବୋଲି ସୁପ୍ରିମକୋର୍ଟ ପ୍ରଶ୍ନ କରିଛନ୍ତି। ଏଥିପାଇଁ କ’ଣ ନ୍ୟାୟିକ ନିର୍ଦ୍ଦେଶ ଦେବାର ଅବକାଶ ଅଛି କି ବୋଲି ଖଣ୍ଡପୀଠ କହିଛନ୍ତି।

ଜଣେ ରୋଗୀ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି ହେବା ପରେ ତାଙ୍କୁ ସୁସ୍ଥ କରି ଘରକୁ ଆଣିବା ତାଙ୍କ ପରିବାର ସଦସ୍ୟଙ୍କ ଏକମାତ୍ର ଲକ୍ଷ୍ୟ ରହିଥାଏ। କିନ୍ତୁ ସବୁ ଘରୋଇ ହସ୍ପିଟାଲରେ ରୋଗୀଙ୍କ ନିକଟତମ ଲୋକଙ୍କୁ ହସ୍ପିଟାଲ ପରିସରରୁ ଔଷଧ କିଣିବାକୁ ବାଧ୍ୟ କରାଯାଇଥାଏ। ଏହାକୁ ନେଇ ଅନେକ ସମୟରେ ହସ୍ପିଟାଲ କର୍ତ୍ତୃପକ୍ଷ କିମ୍ବା ଡାକ୍ତରଙ୍କ ସହ ରୋଗୀଙ୍କ ଲୋକଙ୍କ ସହ ମତାନ୍ତର ହୋଇଥାଏ। ଫଳରେ ଡାକ୍ତର କିମ୍ବା ହସ୍ପିଟାଲ କର୍ମଚାରୀଙ୍କ ସହ ଲୋକଙ୍କ ବିବାଦ ବଢିଥାଏ। ଏଭଳି ସ୍ଥିତି ସଂପର୍କରେ କ’ଣ ରାଜ୍ୟ ସରକାରମାନେ ଅବଗତ ନାହାନ୍ତି ? ସରକାର ଘରୋଇ ହସ୍ପିଟାଲରେ ଏସବୁ ଦିଗରେ କାହିଁକି ନୀତି ନିମୟ ଲାଗୁ କରିପାରିବେନି ବୋଲି ସୁପ୍ରିମକୋର୍ଟ ପ୍ରଶ୍ନ କରିଛନ୍ତି।

କୌଣସି କ୍ଷେତ୍ରରେ ବିବାଦ ଉପୁଜିଲେ ଘରୋଇ ହସ୍ପିଟାଲରେ ପଞ୍ଚ ତାରକା ହୋଟେଲ ଭଳି ରୋଗୀଙ୍କୁ ସେବା ଯୋଗାଇ ଦିଆଯାଇପାରୁଛି ବୋଲି ହସ୍ପିଟାଲ କର୍ତ୍ତୃପକ୍ଷ କହିଥାଆନ୍ତି। ଯଦି କେହି ଅଧିକ ଯୁକ୍ତିତର୍କ କରନ୍ତି ତେବେ ତାଙ୍କୁ ସିଧାସଳଖ ସରକାରୀ ହସ୍ପିଟାଲ ଯିବାକୁ କୁହାଯାଇଥାଏ। କିନ୍ତୁ ଏହା ସମାଧାନର ବାଟ ନୁହେଁ କି ଏହାକୁ ଏକ ସୁସ୍ଥ ପରମ୍ପରା ବୋଲି ବିଚାର କରାଯାଇପାରିବ କାହିଁକି ଘରୋଇ ହସ୍ପିଟାଲଗୁଡିକୁ ନିୟନ୍ତ୍ରଣ କରିବା ଲାଗି ରାଜ୍ୟ ସରକାରମାନଙ୍କ ନିକଟରେ ନିଶ୍ଚିତ ଭାବେ କିଛି ଆଇନ ରହିଛି। କିନ୍ତୁ ତାହାକୁ କାହିଁକି ଉପଯୋଗ କରାଯାଉ ନାହିଁ ବୋଲି ଖଣ୍ଡପୀଠ ପ୍ରଶ୍ନ କରିଛନ୍ତି। କିନ୍ତୁ ଏହି ପ୍ରସଙ୍ଗରେ କୋର୍ଟ କିଛି ନିର୍ଦ୍ଦେଶ ଦେବା ଠିକ୍‌ ହେବ ନାହିଁ। କାରଣ ନ୍ୟାୟିକ ସ୍ତରରେ କିଛି ନିର୍ଦ୍ଦେଶ ଦିଆଗଲେ ତାହାକୁ କଦର୍ଥ କରି ଉପସ୍ଥାପନ କରାଯିବ ବୋଲି ସୁପ୍ରିମକୋର୍ଟ କହିଛନ୍ତି।

- Advertisement -spot_img

More articles

- Advertisement -spot_img

Latest article

ପୁଅର ପ୍ରେମ ପାଇଁ ବାପାକୁ ହତ୍ୟା, ପୋଲିସର ତଦନ୍ତ ଜାରି

ଗଞ୍ଜାମ, (୨୨/୦୪) : ଆପ୍ର. : ପୁଅର ପ୍ରେମ ପାଇଁ ବାପାକୁ ନୃଶଂସ ଭାବେ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ଗଂଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ଥାନା ଅନ୍ତର୍ଗତ କୁମୁଣ୍ଡା ଗାଁରେ ଘଟିଛି...

କାଶୀନଗର ବ୍ଲକ ରେ ମଦ ବିରୋଧୀ ଆନ୍ଦୋଳନ

କାଶୀନଗର, (୨୨/୪) : ଆପ୍ର. : କାଶୀନଗର ବ୍ଲକ ରେ ମଦ ବିରୋଧୀ ଆନ୍ଦୋଳନ ମୁଣ୍ଡ ଟେକିଛି । ଗତ କାଲି ଅଲଡା ପଂଚାୟତ ରେ ବିଭିନ୍ନ ମହିଳା ସଂଘଠନ ଗୁଡିକ ତରଫରୁ ଅଲଡା...

ଶ୍ରୀମନ୍ଦିରରେ ଆଜି ମହାପ୍ରଭୁଙ୍କ ରାମାଭିଷେକ ନୀତି, ଶେଷ ହେବ ସାହିଯାତ

ପୁରୀ, (୨୨/୦୪) : ଆପ୍ର. : ଶ୍ରୀମନ୍ଦିରରେ ଆଜି ମହାପ୍ରଭୁଙ୍କ ରାମାଭିଷେକ ନୀତି । ଏହାସହ ଶ୍ରୀରାମ ନବମୀରୁ ଆରମ୍ଭ ହୋଇଥିବା ଶ୍ରୀକ୍ଷେତ୍ର ସାହିଯାତ ମଧ୍ୟ ଶେଷ ହେବ । ଆଜି ଶ୍ରୀମନ୍ଦିରରେ ମଧ୍ୟାହ୍ନ...

ରାଜଧାନୀରେ ବ୍ୟାପୁଛି ଝାଡ଼ାବାନ୍ତି, ନୀଳାଦ୍ରି ନିବାସ ପରେ ଖଣ୍ଡଗିରିରେ ୬ଜଣ ଆକ୍ରାନ୍ତ

ଭୁବନେଶ୍ୱର, (୨୨/୦୪) : ଆପ୍ର. : ଭୁବନେଶ୍ୱରରେ ଝାଡ଼ାବାନ୍ତି ଆତଙ୍କ। ନୀଳାଦ୍ରି ନିବାସ ପରେ ଖଣ୍ଡଗିରିରେ ବ୍ୟାପୁଛି ଝାଡ଼ାବାନ୍ତି। ଗାନ୍ଧି ଯୁକ୍ତ ୨ ବିଦ୍ୟାପୀଠରେ ଝାଡ଼ାବାନ୍ତିରେ ୬ ଛାତ୍ରଛାତ୍ରୀ ଆକ୍ରାନ୍ତ ହୋଇଛନ୍ତି । ବର୍ତ୍ତମାନ...

ପାଣିରେ ବୁଡି ଚାଲିଗଲା ନାବାଳକର ଜୀବନ

ବଲାଙ୍ଗିର, (୨୨/୦୪) : ଆପ୍ର. : ପାଣିରେ ବୁଡି ନାବାଳକ ପୁଅ ର ଚାଲିଗଲା ଜୀବନ । ଗାଧୋଇବା ପାଇଁ ଚାରି ଜଣ ସାଙ୍ଗ ଯାଇ ଥିବା ବେଳେ ଜଣେ ସାଙ୍ଗ ପାଣିରେ...