32.9 C
Balāngīr
Wednesday, April 23, 2025

ଲକ୍ଷପତି ଦିଦି ସମ୍ପର୍କିତ ଜିଲ୍ଲା ସ୍ତରୀୟ କର୍ମଶାଳା ମହିଳାଗଣ ସୁଦୃଢ ଓ ସ୍ବାବଲମ୍ବୀ ହେବl ମୂଳ ଲକ୍ଷ ଭାରପ୍ରାପ୍ତ ଜିଲ୍ଲାପାଳ

Must read

ରିପୋର୍ଟ : ଗୋପୀନାଥ ଗୌଡ଼
ରାୟଗଡା, (୧୧/୦୩) : ମିଶନ୍ ଶକ୍ତି ବିଭାଗ ଅନ୍ତର୍ଗତ ଓଡିଶା ଜୀବୀକା ମିଶନ୍ ଦ୍ବାରା ଓଡିଶାର ପ୍ରତ୍ୟେକ ମହିଳା ଗଣ ଆର୍ଥକ ସ୍ଥିତିର ସୃଦଢ ହୋଇ ସେମାନେ କେମିତି ସ୍ବାବଲମ୍ବୀ ହୋଇ ପାରିବେ ସେହି ଲକ୍ଷ୍ଯ ନେଇ “ଲକ୍ଷପତି ଦିଦି“ କାର୍ଯ୍ୟକ୍ରମ, ମଙ୍ଗଳବାର ଏହି ସମ୍ପର୍କିତ ଏକ ଜିଲ୍ଲା ସ୍ତରୀୟ କର୍ମଶାଳା ରାୟଗଡା ସଦର ମହକୁମାସ୍ଥିତ ଗୋବିନ୍ଦ ଚନ୍ଦ୍ର ଉଚ୍ଚ ବିଦ୍ୟାଳୟ ପଡିଆ ଠାରେ ଅନୁଷ୍ଠିତ ହୋଇଯାଇଛି ।WhatsApp Image 2025 03 11 at 18.59.48 ଲକ୍ଷପତି ଦିଦି ସମ୍ପର୍କିତ ଜିଲ୍ଲା ସ୍ତରୀୟ କର୍ମଶାଳା ମହିଳାଗଣ ସୁଦୃଢ ଓ ସ୍ବାବଲମ୍ବୀ ହେବl ମୂଳ ଲକ୍ଷ ଭାରପ୍ରାପ୍ତ ଜିଲ୍ଲାପାଳ

ରାୟଗଡା ଅତିରିକ୍ତ ଜିଲ୍ଲାପାଳ ତଥା ଭାରପ୍ରାପ୍ତ ଜିଲ୍ଲାପାଳ ଶ୍ରୀ ନିହାର ରଞ୍ଜନ କହଁର ମୁଖ୍ଯ ଅତିଥି ରୂପେ ଯୋଗଦାନ କରି ଏହାର ଶୁଭାରମ୍ଭ କରି ନିଜ ବକ୍ତବ୍ୟରେ କର୍ମଶାଳାର ଆଭିମୁଖ୍ୟ ସମ୍ପର୍କରେ ଜଣାଇଥିଲେ ଯେ, ଭାରତର ମାନ୍ୟବର ଯଶସ୍ବୀ ପ୍ରଧାନମନ୍ତ୍ରୀ ତଥା ଓଡିଶାର ମାନ୍ୟବର ମୁଖ୍ଯମନ୍ତ୍ରୀ ଙ୍କର ଲକ୍ଷ୍ଯ ରହିଛି ପ୍ରତ୍ୟେକ ମହିଳାଙ୍କ ଆର୍ଥିକ ସ୍ଥିତିର ଉନ୍ନତି ହୋଇ ସେମାନେ କିଭଳି ସୁଦୃଢ ହୋଇ ପାରିବେ ସେଥି ଘେନି “ଲକ୍ଷପତି ଦିଦି“ କାର୍ଯ୍ୟକ୍ରମ ଏହି କର୍ମଶାଳା ଦ୍ବାରା ମହିଳାଗଣ କିଭଳି ଆତ୍ମ ସ୍ବାବଲମ୍ବୀ ହୋଇ ପାରିବେ, ବିଭିନ୍ନ ବିଭାଗ ଦ୍ବାରା ସେମାନଙ୍କୁ ବିଭିନ୍ନ ଯୋଜନା ସମ୍ପର୍କରେ ଅବଗତ କରାଇ ପ୍ରେରଣା ଯୋଗାଇ ଦିଆଯାଉଛି ।

ପ୍ରତ୍ୟେକ ମହିଳା କୃଷି ଓ ବ୍ୟବସାୟ ସମ୍ପର୍କିତ ଜ୍ଞାନ ଆହରଣ କରି ବିଭିନ୍ନ ବିଭାଗ ଦ୍ବାରା ପ୍ରଦତ୍ତ ଯୋଜନାରେ ସାମିଲ ହୋଇ ସେଥିରୁ ଉପକୃତ ହୋଇ ନିଜକୁ ସୁଦୃଢ କରିପାରିବେ । କୃଷି ଭିତ୍ତିକ ପନିପରିବା ଚାଷ ତଥା ବ୍ୟାଙ୍କ ସେବା ମାଧ୍ୟମରେ ବିଭିନ୍ନ ରୋଜଗାର ପନ୍ଥା ଗ୍ରହଣ କରି ନିଜର ଆର୍ଥିକ ମାନଦଣ୍ଡର ଉନ୍ନତି ଆଣି ନିଜେ ସ୍ବାବଲମ୍ବୀ ହେବା ସାଥେ ସାଥେ ନିଜ ପରିବାର ବର୍ଗଙ୍କ ଉନ୍ନତି ଦିଗରେ ଯଥା ଶିକ୍ଷା, ସ୍ବାସ୍ଥ୍ୟର ଯତ୍ନ ନେଇପାରିବେ । ନିଜ ଗାଁ ତଥା ନିଜେ ବସ,ବାସ ଅଞ୍ଚଳର ସମ୍ବଳକୁ ନେଇ ବିନିଯୋଗ କରିପାରିବେ, ଯଦ୍ବାରା ନିଜେ ରୋଜଗାର କରି ତାହାର ସଞ୍ଚୟ କରି ଲକ୍ଷପତି ଦିଦି ହେବାର ସୁଯୋଗ ପାଇ ପାରିବେ ।

ଏଥି ସକାଶେ ଜିଲ୍ଲା ପ୍ରଶାସନ ସବୁବେଳେ ସହଯୋଗ କରିପାରିବା ସହିତ ଜିଲ୍ଲାର ତଥା ସାରା ରାଜ୍ୟର ଅଭିବୃଦ୍ଧି ଦିଗର ବାଟ ଉନ୍ମୁକ୍ତ ହୋଇ ପାରିବ ବୋଲି ଜଣାଇଥିଲେ । ସେହିପରି ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ନବୀନ ଚନ୍ଦ୍ର ନାୟକ ମଧ୍ୟ ଯୋଗଦାନ କରି ମିଶନ ଶକ୍ତି ମହିଳା ମାନବକୁ ଉତ୍ସାହିତ କରିଥିଲେ l ଜିଲ୍ଲା ମୁଖ୍ଯ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ, ଜିଲ୍ଲା ପରିଷଦ ଶ୍ରୀ ଅକ୍ଷୟ କୁମାର ଖେମୁଣ୍ଡୁ ପ୍ରାରମ୍ଭିକ ବକ୍ତବ୍ୟ ପ୍ରଦାନ କରି କାର୍ଯ୍ୟକ୍ରମର ଆଭିମୁଖ୍ୟ ସମ୍ପର୍କରେ ଅବଗତ କରାଇଥିଲେ । କର୍ମଶାଳାର ପ୍ରରମ୍ଭରେ ଓଡିଶା ଜୀବୀକା ମିଶନ ର ଡିପିଏମ ଶଙ୍କର ଚାଲାନ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ l

ସେହିପରି କୃଷି, ଉଦ୍ୟାନ,ପଶୁ ସମ୍ପଦ, ମତ୍ସ୍ୟ ବିଭାଗ ପକ୍ଷରୁ ଲକ୍ଷପତି ଦିଦି ନିମିତ୍ତ କଣ ସବୁ ଯୋଜନା ରହିଛି ଏଥିରୁ କିଭଳି ଫାଇଦା ପାଇବେ ତାହା ସଂପୃକ୍ତ ଲିଡ୍ ବ୍ୟାଙ୍କ ପରିଚାଳକ , ଜିଲ୍ଲା ଶିଳ୍ପ ବିଭାଗ ସାଧାରଣ ପରିଚାଳକ, ଓରମାସ୍ ଡେପୁଟି ସିଇଓ ପ୍ରମୁଖ ନିଜ ନିଜ ବିଭାଗର କାର୍ଯ୍ୟକାରିତା, ଯୋଜନା ଏବଂ ଏଥିରୁ କିଭଳି ଲକ୍ଷପତି ଦିଦି ନିମନ୍ତେ ଲାଭ ପାଇବେ ତାହା କର୍ମଶାଳାଟିରେ ଅବଗତ କରାଇଥିଲେ । ଜିଲ୍ଲାର ଚାରି ହଜାରରୁ ଅଧିକ ମହିଳା ପ୍ରଶିକ୍ଷଣ ଶିବିରରେ ଅଂଶ ଗ୍ରହଣ କରିଥିଲେ ।

- Advertisement -spot_img

More articles

- Advertisement -spot_img

Latest article

ପୁଅର ପ୍ରେମ ପାଇଁ ବାପାକୁ ହତ୍ୟା, ପୋଲିସର ତଦନ୍ତ ଜାରି

ଗଞ୍ଜାମ, (୨୨/୦୪) : ଆପ୍ର. : ପୁଅର ପ୍ରେମ ପାଇଁ ବାପାକୁ ନୃଶଂସ ଭାବେ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ଗଂଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ଥାନା ଅନ୍ତର୍ଗତ କୁମୁଣ୍ଡା ଗାଁରେ ଘଟିଛି...

କାଶୀନଗର ବ୍ଲକ ରେ ମଦ ବିରୋଧୀ ଆନ୍ଦୋଳନ

କାଶୀନଗର, (୨୨/୪) : ଆପ୍ର. : କାଶୀନଗର ବ୍ଲକ ରେ ମଦ ବିରୋଧୀ ଆନ୍ଦୋଳନ ମୁଣ୍ଡ ଟେକିଛି । ଗତ କାଲି ଅଲଡା ପଂଚାୟତ ରେ ବିଭିନ୍ନ ମହିଳା ସଂଘଠନ ଗୁଡିକ ତରଫରୁ ଅଲଡା...

ଶ୍ରୀମନ୍ଦିରରେ ଆଜି ମହାପ୍ରଭୁଙ୍କ ରାମାଭିଷେକ ନୀତି, ଶେଷ ହେବ ସାହିଯାତ

ପୁରୀ, (୨୨/୦୪) : ଆପ୍ର. : ଶ୍ରୀମନ୍ଦିରରେ ଆଜି ମହାପ୍ରଭୁଙ୍କ ରାମାଭିଷେକ ନୀତି । ଏହାସହ ଶ୍ରୀରାମ ନବମୀରୁ ଆରମ୍ଭ ହୋଇଥିବା ଶ୍ରୀକ୍ଷେତ୍ର ସାହିଯାତ ମଧ୍ୟ ଶେଷ ହେବ । ଆଜି ଶ୍ରୀମନ୍ଦିରରେ ମଧ୍ୟାହ୍ନ...

ରାଜଧାନୀରେ ବ୍ୟାପୁଛି ଝାଡ଼ାବାନ୍ତି, ନୀଳାଦ୍ରି ନିବାସ ପରେ ଖଣ୍ଡଗିରିରେ ୬ଜଣ ଆକ୍ରାନ୍ତ

ଭୁବନେଶ୍ୱର, (୨୨/୦୪) : ଆପ୍ର. : ଭୁବନେଶ୍ୱରରେ ଝାଡ଼ାବାନ୍ତି ଆତଙ୍କ। ନୀଳାଦ୍ରି ନିବାସ ପରେ ଖଣ୍ଡଗିରିରେ ବ୍ୟାପୁଛି ଝାଡ଼ାବାନ୍ତି। ଗାନ୍ଧି ଯୁକ୍ତ ୨ ବିଦ୍ୟାପୀଠରେ ଝାଡ଼ାବାନ୍ତିରେ ୬ ଛାତ୍ରଛାତ୍ରୀ ଆକ୍ରାନ୍ତ ହୋଇଛନ୍ତି । ବର୍ତ୍ତମାନ...

ପାଣିରେ ବୁଡି ଚାଲିଗଲା ନାବାଳକର ଜୀବନ

ବଲାଙ୍ଗିର, (୨୨/୦୪) : ଆପ୍ର. : ପାଣିରେ ବୁଡି ନାବାଳକ ପୁଅ ର ଚାଲିଗଲା ଜୀବନ । ଗାଧୋଇବା ପାଇଁ ଚାରି ଜଣ ସାଙ୍ଗ ଯାଇ ଥିବା ବେଳେ ଜଣେ ସାଙ୍ଗ ପାଣିରେ...