32.9 C
Balāngīr
Wednesday, April 30, 2025

ଲକ୍ଷାଧିକ ଟଙ୍କାର ଗଞ୍ଜେଇ ଜବତ ସହ ଦୁଇ ଆସାମୀ ଗିରଫ

Must read

ମୁନିଗୁଡ଼ା, (୧୨/୩) : ଆ. ପ୍ର. : ରାୟଗଡ଼ା ଜିଲ୍ଲା ମୁନିଗୁଡ଼ା ଥାନା ଅନ୍ତର୍ଗତ ଟିକରପଦା ଏଲପିଜି ଗୋଦାମ ନିକଟ ରାସ୍ତାରୁ ଦୁଇଜଣ ଗଞ୍ଜେଇ ଚୋରା ଚାଲାଣକାରୀଙ୍କୁ ମୁନିଗୁଡ଼ା ପୋଲିସ ଅତି ଚତୁରତାର ସହିତ ଗିରଫ କରିଥିବା ଜଣାପଡିଛି ।

ଲକ୍ଷାଧିକ ଟଙ୍କାର ଗଞ୍ଜେଇ ଜବତ ସହ ଦୁଇ ଆସାମୀ ଗିରଫ । ଗିରଫ ବେଳେ ସେମାନଙ୍କ ନିକଟରୁ ୨୯ କେଜି ୫୪୦ଗ୍ରାମ ଗଞ୍ଜେଇ,ଦୁଇଟି ମୋବାଇଲ ଫୋନ୍ ଏବଂ ନଗଦ ୨୬୩୨ଟଙ୍କା ଜବତ କରିବା ସହ ପୋଲିସ ଜୋରଦାର ତଦନ୍ତ ଆରମ୍ଭ କରିଛି । ସୂଚନା ଅନୁଯାୟୀ ମୁନିଗୁଡ଼ା ପୋଲିସ ଏସଡିପିଓ ସନ୍ତୋଷିନି ଓରାମ ଏକ ନିର୍ଭରଯୋଗ୍ୟ ସୂଚନାର ଆଧାର ଏବଂ ଥାନା ଅଧିକାରିଣୀ ସୌଦାମିନୀ ବେହେରାଙ୍କ ନିର୍ଦ୍ଦେଶ କ୍ରମେ ସବ ଇନ୍ସପେକ୍ଟର ନରେନ୍ଦ୍ର ବେହେରା, ବିକାଶ ଚନ୍ଦ୍ର ଦେବନାଥ,ଶିଶିଲ କୁମାର ଜେନା, ପ୍ରଦୀପ୍ତ ରଥ,ହାବିଲଦାର ଗୁରୁ ଚରଣ ପଣ୍ଡା, କନେଷ୍ଟବଳ ହଂଶରାଜ ପୂଜାରୀ ଓ କାଳୀଚରଣ ପାତ୍ର ଏକ ସ୍ବତନ୍ତ୍ର ସ୍କ୍ୱାର୍ଡ ଗଠନ କରି ଦୁଇ କୁଖ୍ୟାତ ଗଞ୍ଜେଇ ମାଫିଆଙ୍କୁ ଅତି ସତର୍କତାର ସହିତ କାବୁ କରିବାରେ ସକ୍ଷମ ହୋଇଥିଲେ ।

ପରେ ଗିରଫ ଗଞ୍ଜେଇ ବେପାରୀ ମିଲନ କୁମାର ନାୟକ(୨୪) ପି:ସ୍ବର୍ଗତ ଦିଲ୍ଲୀପ କୁମାର ନାୟକ, ଗ୍ରାମ : ବାତ୍ତଗୁଡ଼ା, ଥାନା : ବାଲିଗୁଡା, ଜିଲ୍ଲା : କନ୍ଧମାଳ ଏବଂ ଅନ୍ୟଜଣେ ଆନ୍ତରାଜ୍ୟ ଗଞ୍ଜେଇ ମାଫିଆ ମାଖନ କହର (୨୬) ପି : ରାମପ୍ରସାଦ କହର ଗ୍ରାମ : ଉମର୍ଡା, ଜିଲ୍ଲା : ହସଂଗାବାଦ, ରାଜ୍ୟ : ମଧ୍ୟପ୍ରଦେଶ ଥିବା ତଦନ୍ତରୁ ଜଣାପଡିଛି । ଗିରଫ ପରେ ସେମାନଙ୍କୁ ଥାନାକୁ ଆଣି ଅଧିକ ତଦନ୍ତ କରାଯାଇ ଏହାର ମାଷ୍ଟର ମାଇଣ୍ଡ କିଏ, କେଉଁଠାରୁ ଗଞ୍ଜେଇ ଅଣାଯାଇଛି, କେଉଁଠାକୁ ଚାଲାଣ ହେବାର ଥିଲା ଆଦି ଉପରେ ଅନେକ ତଥ୍ୟ ହାସଲ ପାଇଁ ପୋଲିସ ଉଦ୍ୟମ କରିଥିବା ଜଣାଯାଏ ।

ପରେ ଆସାମୀ ଦୁଇ ଜଣଙ୍କ ନାମରେ କେସ ନଂ୪୯/୨୫ ୟୁ/ଏସ୨୦(ବି)(ii)(ସି)/୨୯ ଏନଡିପିଏସ ଆକ୍ଟରେ ମାମଲା ରୀଜୁ କରି ସେମାନଙ୍କୁ କୋର୍ଟ ଚାଲାଣ କରିଥିବା ଆଜି ମୁନିଗୁଡ଼ା ଆଇଆଇସି ସୌଦାମିନୀ ବେହେରାଙ୍କ ପ୍ରତିକ୍ରିୟାରୁ ଜଣାପଡିଛି । ମୁନିଗୁଡ଼ା ପୋଲିସର ଗଞ୍ଜେଇ ଦମନ ଅଭିଯାନର ଏହା ଆଉ ଏକ ବଡ଼ ସଫଳତା ବୋଲି ସାଧାରଣରେ ଆଲୋଚନା ହେଉଛି । ଆଜିର ଏହି ଜବତ ଗଞ୍ଜେଇର ଆନୁମାନିକ ବଜାର ମୂଲ୍ୟ ସାଢ଼େ ତିନିଲକ୍ଷ ଟଙ୍କାରୁ ଉର୍ଦ୍ଧ ହେବ ବୋଲି ଆକଳନ କରାଯାଉଛି ।

- Advertisement -spot_img

More articles

- Advertisement -spot_img

Latest article

ଉପାନ୍ତ ଅଞ୍ଚଳରେ ପାନୀୟ ଜଳ କଷ୍ଟ

କୋଲନରା, (୨୯/୦୪) : ଆପ୍ର. : ବଣ ଜଙ୍ଗଲ ଘେରା ଉପାନ୍ତ ଅଞ୍ଚଳରେ ଟିକର ପଡା ଗ୍ରାମ ଅବସ୍ଥିତ । ଗ୍ରାମରେ ମୋଟ ୪୫ ଗୋଟି ପରିବାର ରହୁଥିବା ବେଳେ ୨୧୫ ଜଣ...

ଅଲ୍ ଓଡିଶା ଈପିଏଫ୍ ପେନସନର୍ ଆସୋସିଏସନର ସ୍ମାରକ ପତ୍ ପ୍ରଦାନ

ରାୟଗଡ଼ା, (୨୯/୪) : ଆପ୍ର. : ଅଲ୍ ଓଡିଶା ଈପିଏଫ୍ ପେନସନର୍ ଆସୋସିଏସନର ଡାକରାରେ ରାୟଗଡ଼ ଜିଲ୍ଲା ଶାଖା ତରଫରୁ ଈପିଏଫ୍ ପେନସନରସ୍ ତଥା ବରିଷ୍ଠ ନାଗରିକ ମାନେ ସ୍ଥାନୀୟ ଜିଲ୍ଲାପାଳଙ୍କ ଜରିଆରେ...

କୁମୁଲି ପ୍ରାଥମିକ ଶିକ୍ଷକ ସଂଘର ନୂତନ କର୍ମକର୍ତ୍ତା ଚୟନ

କୋରାପୁଟ, (୩୦/୪) : ଆପ୍ର. : ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ସଂଘ, କଟକର ବୋରିଗୁମ୍ମା ବ୍ଲକ୍ କୁମୁଲି ସର୍କଲ ଅନ୍ତର୍ଗତ ୮ ଗୋଟି କ୍ଲଷ୍ଟରର ପ୍ରାଥମିକ ଶିକ୍ଷକ ସଂଘର ଅବଧି ସଂପୂର୍ଣ୍ଣ...

କାଶୀନଗର ବିଜ୍ଞାପିତ ଅଞ୍ଚଳ ପରିଷଦରେ କାଉନସିଲ ବୈଠକ ଅନୁଷ୍ଠିତ

କାଶୀନଗର, (୨୯/୪) : ଆପ୍ର. : ଗଜପତି ଜିଲ୍ଲାରେ କାଶୀନଗର ବିଜ୍ଞାପିତ ଅଞ୍ଚଳ ପରିଷଦ ଅସ୍ଥାୟୀ କାର୍ଯ୍ୟାଳୟ ସଭାଗୃହ ଠାରେ କାଉନସିଲ ବୈଠକ ଅନୁଷ୍ଠିତ ହୋଇଥିଲା । ଏନ୍ଏସି ଅଧ୍ୟକ୍ଷା ଏମ. ସୁଧାରାଣୀ, ଉପାଧ୍ୟକ୍ଷ...

ବିବେକାନନ୍ଦ ଙ୍କ ଦର୍ଶନ ଉପରେ ମାର୍ଗ ଦର୍ଶନ କଲେ ସ୍ୱାଧି କାଞ୍ଚନ ସୋମ ଅଗ୍ରୱାଲା

ସୁବର୍ଣ୍ଣପୁର, (୨୯/୦୪) ଆ.ପ୍ର : ମଙ୍ଗଳବାର ସନ୍ଧ୍ୟା ରେ ଶ୍ରୀ ଗୋପାଳଜୀ ଯୋଗାଶ୍ରମ ମହାନଦୀ ଯୋଗବିହାର ସୁବର୍ଣ୍ଣପୁର ଠାରେ ସ୍ୱାମୀ ବିବେକାନନ୍ଦ ଙ୍କର ଦର୍ଶନ ଏବଂ ହିନ୍ଦୁ ଧର୍ମ ପ୍ରଚାର ପ୍ରସାର ରେ...