ବାସୁଦେବପୁର, (୨୨/୦୫) : ଆପ୍ର. : ବାସୁଦେବପୁର ଥାନା ମଧୁସୂଦନପୁର ଗ୍ରାମ ରଘୁନାଥ ପାଣିଗ୍ରାହୀଙ୍କ ଘରେ ଗତକାଲି ବିଳମ୍ବିତ ରାତିରେ ଘରେ ପଶି ଲକ୍ଷାଧିକ ଟଙ୍କାର ସୁନାଗହଣା ଲୁଟିନେଲେ ଲୁଟେରା ।
ସୂଚନା ଅନୁସାରେ ରଘୁନାଥଙ୍କ ପରିବାର ଦୁଇ ପୁଅ ବାହାରେ ଚାକିରୀ କରିଥିବାରୁ ଘରେ କେବଳ ରଘୁନାଥ ଓ ତାଙ୍କ ସ୍ତ୍ରୀ ଝରଣା ରହିଥିଲେ । ସୋମବାର ରାତିରେ ୫ ଜଣ ଚୋର ଘରର ଉପର ତାଲାକୁ ଚଢି କବାଟ ଭାଙ୍ଗି ଘର ଭିତରକୁ ପଶିଥିଲେ । କବାଟ ଭଙ୍ଗା ଶବ୍ଦ ଶୁଣି ଝରଣା ଉଠିପଡ଼ି ପାଟି କରିବାରୁ ଚୋର ମାନେ ଆସି ରଘୁନାଥ ଓ ଝରଣାକୁ ଦଉଡ଼ିରେ ବାନ୍ଧି ଦେଇଥିଲେ ।
ଖବର ଅନୁସାରେ ଘରେ ଥିବା ୧୫ ଭରି ସୁନା, ୪ ଭରି ରୁପା ସହିତ ନଗଦ ୧୫ ହଜାର ଟଙ୍କା ନେଇ ଚୁରମାନେ ଚମ୍ପଟ ମାରିଥିଲେ । ଚୋର ଖସି ପଳାଇବ ପରେ ଝରଣା କୌଶଳ କ୍ରମେ ଖସି ରଘୁନାଥଙ୍କ ହାତକୁ ଖୋଲିଥିଲେ । ଏହାପରେ ପରିବାର ଲୋକେ ଥାନାକୁ ଖବର ଦେଇଥିଲେ । ଯାହାଫଳରେ ଘଟଣାସ୍ଥଳରେ ପୋଲିସ ପହଂଚି ଘଟଣାର ତଦନ୍ତ ଚଳାଇଛି ।