32.9 C
Balāngīr
Friday, April 25, 2025

ଲଗାଣ ବର୍ଷା ସାଜିଲା ଚାଷୀଙ୍କୁ କାଳ

Must read

ରିପୋର୍ଟ : ଶୁଭଙ୍କର ଦାଶ
ପୁରୁଷୋତ୍ତମପୁର, (୨୨/୧୨) : ଗତ ଶୁକ୍ରବାର ଦିନ ଠାରୁ ତୁହାକୁ ତୁହା ଅଦିନିଆ ବର୍ଷା ଯୋଗୁଁ ଚାଷୀ ର ମେରୁଦଣ୍ଡ ଭାଙ୍ଗି ଯାଇଛି ଏହି ଅଦିନିଆ ବର୍ଷାକୁ ଦେଖି ।WhatsApp Image 2024 12 22 at 17.49.54 ଲଗାଣ ବର୍ଷା ସାଜିଲା ଚାଷୀଙ୍କୁ କାଳ

ସେକଣ ଜାଣିଥିଲା କି ଅଦିନିଆ ଲଗାଣ ବର୍ଷା ତାର ବର୍ଷକର ଆଦାୟ କୁ ନଷ୍ଟ କରିଦେବ ବୋଲି । ଦୁଈ ଦିନିଆ ବର୍ଷା ଯୋଗୁଁ ଧାନ ଓପରିବା ଫସଲ ରେ ପାଣି ଜମି ରହିଛି ଯାହାଦ୍ୱାରା ଧାନ ପାଚିଜାଇ କଳେଇ କିମ୍ବା ଧାନ କେଟା ଟେକିଲା ବେଳକୁ ଧାନ ବିଲରେ ଝଡି ପଡି ଯାଉଛି । ଯାହାଦ୍ୱାରା ମୁଣ୍ଡରେ ହାତ ଦେଉ ବସିଛି ଚାଷୀ ପୁରୁଷୋତ୍ତମପୁର ବ୍ଲକର ୨୬ ଗୋଟି ପଞ୍ଚାୟତ ର ଏହି ହେଉଛି ଦୃଶ୍ୟ । ଧାର, କରଜ କରି ଚାଷ କରି, ଅମଳ କୁ ଅପେକ୍ଷା କରିଥିଲା ବେଳେ ଅଦିନିଆ ବର୍ଷା ଫଳରେ ଧାନ ଓ ପନିପରିବା ଚାଷ କ୍ଷତିଗ୍ରସ୍ତ ହୋଇଛି। ଧାନକୁ ଚାଷୀ ସୁରକ୍ଷିତ ଭାବେ ରଖିବା ପାଇଁ ବହୁ ଚେଷ୍ଟା କଲେ ମଧ୍ୟ ଜମିରେ ଥିବା ପାଣି ପାଚିଲା ଧାନ କୁ ନଷ୍ଟ କରିଦେଇଛି । ବର୍ଷା ଯୋଗୁଁ କିଛି ବିଲରେ ପାଣି ଜମି ଧାନ ସବୁ ଭିଜି ଯାଇଛି। ଶୁକ୍ରବାର ଓ ଶନି ବାର ଦିନତମାମ ଲଗାଣ ବର୍ଷା ଫଳରେ ପୁରୁଷୋତ୍ତମପୁର ବ୍ଲକ ର ସବୁ ପଞ୍ଚାୟତର ଚାଷୀ ମାନେ କ୍ଷତିଗ୍ରସ୍ତ ହୋଇଛନ୍ତି ।

ଏହି କ୍ଷତିକୁ ଦେଖିବା ପାଈଁ ବିଧାୟକ ପୂର୍ଣ୍ଣ ଚନ୍ଦ୍ର ସେଠୀ ଓ ପ୍ରତାପଚନ୍ଦ୍ର ନାୟକ ଙ୍କ ଅନୁରୋଧ ପରେ ଗଞ୍ଜାମ ଜିଲ୍ଲା ପାଳ ଦିବ୍ୟଜ୍ୟୋତି ପରିଡା କ୍ଷତିଗ୍ରସ୍ତ ଚାଷ ଜମିକୁ ବୁଲି ଦେଖିବା ନିମନ୍ତେ ଉପଜିଲ୍ଲାପାଳ ଙ୍କୁ ନିର୍ଦ୍ଧେଶ ଦେଇଛନ୍ତି । ଏବଂ ଆଜି ପୁରୁଷୋତ୍ତମପୁର ପୁର ବ୍ଲକକୁ ଛତ୍ରପୁର ଉପଜିଲ୍ଲାପାଳ ଦେବୀଦତ୍ତମହନ୍ତ,ପୁରୁଷୋତ୍ତମପୁର ତହସିଲଦାର ବିନୋଦ କୁମାର ବେହେରା ଓଖଲ୍ଲିକୋଟ ବିଧାୟକ ପୁର୍ଣଚନ୍ଦ୍ର ସେଠୀ ରେଭେନ୍ୟୁ ଷ୍ଟାଫ ମିଳିତ ଭାବେ ବଡ଼ ବରଙ୍ଗା, ଆଚୁଲି ପ୍ରତାପୁର, କେ ଏନ ପୁର, ଷୋଳଘର ବାଘଳା, ରାଇ ପୁର,ଗାଙ୍ଗ ଦହଣି, ଜାମୁନି, ଆଦି ପଞ୍ଚାୟତ କୁ ଗ୍ରସ୍ତ କରି କ୍ଷତି ଗ୍ରସ୍ତ ଚାଷୀଙ୍କ ଧାନ ଜମି ଓ ଫସଲ କୁବୁଲି ଦେଖିଛନ୍ତି । ତେବେ ଏହାଉପରେ ବିଧାୟକ ଓ ଅଫିସର ଙ୍କ ମତ ବର୍ତମାନ କିଛି ପଂଚାୟତ ବୁଲି ଚାଷୀ ଙ୍କ କ୍ଷୟକ୍ଷତି ଅନୁଧ୍ୟାନ କରା ଯାଇଛି ଏବଂ ସରକାର ଙ୍କ ପଦକ୍ଷେପ ଅନୁଯାୟୀ କାର୍ଯ୍ୟ କରାଯିବ ନେଇ ସୂଚନା ଦେଇଛନ୍ତି ବିଧାୟକ ଓ ଉପଜିଲ୍ଲାପାଳ ଏବଂ ତହସିଲଦାର ।

- Advertisement -spot_img

More articles

- Advertisement -spot_img

Latest article

ଲିଫ୍ଟରେ ଚାପି ହୋଇ ମହିଳା ରୋଗୀଙ୍କ ମୃତ୍ୟୁ, ଡାକ୍ତରଖାନାରେ ତୀବ୍ର ଉତ୍ତେଜନା

ଭଦ୍ରକ, (୨୪/୦୪) : ଆପ୍ର. : ଲିଫ୍ଟରେ ଚାପି ହୋଇ ମହିଳା ରୋଗୀଙ୍କ ମୃତ୍ୟୁ । ଏଭଳି ଅଭାବନୀୟ ଘଟଣା ଘଟିଛି ଭଦ୍ରକ ଜିଲ୍ଲା ହସ୍ପିଟାଲରେ । ମୃତ ମହିଳା ହେଲେ ରାନ୍ଦୀଆ ପଂଚାୟତ...

ଧାନ ସଂଗ୍ରହ କମିଟି ବୈଠକ: ଆରମ୍ଭ ହେବ ଧାନ କିଣା ବିକା ପ୍ରକ୍ରିୟା

ବରଗଡ, (୨୪/୦୪) : ଆପ୍ର. : ଚଳିତ ରବି ଋତୁ ପାଇଁ ବୁଧବାର ବରଗଡ଼ ଜିଲ୍ଲା ଧାନ ସଂଗ୍ରହ କମିଟିର ବୈଠକ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ଆସନ୍ତା ମଇ ୧୪...

ରାଜ୍ୟରେ ଗ୍ରୀଷ୍ମପ୍ରବାହ ଜାରି, ରେକର୍ଡ ଭାଙ୍ଗୁଛି ତାତି

ଭୁବନେଶ୍ୱର, (୨୪/୦୪) : ଆପ୍ର. : କାଳବୈଶାଖୀ ପରେ ରାଜ୍ୟରେ ଗ୍ରୀଷ୍ମପ୍ରବାହ ଜାରି ରହିଛି । ପାରଦ ବଢିବା ସହିତ ତାତି ଓ ଗୁଳୁଗୁଳି ଅସହ୍ୟ ହେବାକୁ ବସିଲାଣି । ଘରୁ ବାହାରିବା ମଧ୍ୟ...

ଟ୍ରେନ ରୁ ଖସି ପଡ଼ି ଯୁବକ ମୃତ

ସୁବର୍ଣ୍ଣପୁର, (୨୩/୦୪) : ଆ.ପ୍ର : ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ସହଲା ଫାଟକ ନିକଟରେ ଜଣେ ବ୍ୟକ୍ତି ଟ୍ରେନ ନମ୍ୱର ୧୮୫୨୩ ବିଶାଖାପାଟନା ବନାରସ ଏକ୍ସପ୍ରେସରେ ଆସୁଥିବା ସମୟରେ ଅସାବଧାନତାରୁ ଟ୍ରେନରୁ ଖସି...

ଏପ୍ରିଲ ୧୫ରୁ ଜୁନ ୧୪ ସମୁଦ୍ରରୁ ମାଛ ଧରିବା ଉପରେ କଟକଣା, ଚିନ୍ତାରେ ମତ୍ସ୍ୟଜୀବୀ ପରିବାର

ବାଲେଶ୍ବର, (୨୪/୦୪) : ଆପ୍ର. : ଏପ୍ରିଲ ୧୫ରୁ ଜୁନ୍ ୧୪ ତାରିଖ ପର୍ଯ୍ୟନ୍ତ ସମୂଦ୍ରରୁ ମାଛ ଧରିବା ଉପରେ କଟକଣା ଲାଗିବା ପରେ ଚିନ୍ତାରେ ମତ୍ସ୍ୟଜୀବୀ ପରିବାର । ମାଛ ବଂଶ ବୃଦ୍ଧି...