32.9 C
Balāngīr
Tuesday, May 20, 2025

ଲଘୁଚାପ ବର୍ଷାରେ କ୍ଷତିପୂରଣ ଦାବିରେ ଧାନ ଓ କପା ଚାଷୀଙ୍କ, ଉପ ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ପ୍ରତିବାଦ

Must read

ଶାହା ଚାରିଟେବୁଲ୍ ଟ୍ରଷ୍ଟ ପକ୍ଷରୁ ୫ଶହ ବୃକ୍ଷ ରୋପଣ

ବ୍ରହ୍ମପୁର, (୨୦/୦୫) : ଆପ୍ର. : ଛତ୍ରପୁର ବ୍ଲକ ଅନ୍ତର୍ଗତ କରାତଳି ଗ୍ରାମରେ ବିଭିନ୍ନ ଜାଗାର ଖାଲି ସ୍ଥାନ ମାନଙ୍କରେ ଶାହା ଚାରିଟେବୁଲ୍ ଟ୍ରଷ୍ଟ ପକ୍ଷରୁ ୫ଶହ ଗୁଆ ବୃକ୍ଷ-ଚାରା ରୋପଣ କରାଯାଇଛି...

ରିପୋର୍ଟ : ବିରଞ୍ଚି ପ୍ରସାଦ ଶତପଥୀ
ଗୁଣପୁର, (୩୧/୧୨) : ଆଜି ଅଖିଲ ଭାରତ କୃଷକ ମହାସଭା (AIKM) ତରଫରୁ ଗୁଣପୁର ବାଇପାସ୍ ଛକ ଠାରୁ ଏକ ଶୋଭାଯାତ୍ରା ବାହାରି ଗୁଣପୁର ଉପଜିଲ୍ଲାପାଳଙ୍କ କାର୍ଯ୍ଯାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ୧୨ ଦଫା ଦାବି ନେଇ ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି ।WhatsApp Image 2024 12 30 at 19.45.41 ଲଘୁଚାପ ବର୍ଷାରେ କ୍ଷତିପୂରଣ ଦାବିରେ ଧାନ ଓ କପା ଚାଷୀଙ୍କ, ଉପ ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ପ୍ରତିବାଦ

ଋଣ ବୋଝ ଓ ଅତ୍ମହତ୍ୟା ଦୂର କରିବା ପାଇଁ ସମସ୍ତ ଚାଷୀମାନଙ୍କୁ କୃଷି ଋଣ ଛାଡ଼ କରିବା, ମଣ୍ଡିରେ କଟଣି – ଛଟନି ବନ୍ଦ କରି ଚାଷୀମାନଙ୍କ ଠାରୁ ଧାନ ଓ କପା କିଣିବାର ସୁ-ବ୍ୟବସ୍ଥା କରିବା, ବିନା ଲାଇସେନସ୍‌ରେ ନିମ୍ନ ମାନର କୀଟନାଶକ ଔଷଧ, ସାର ବିକ୍ରି କରୁଥିବା ଦୋକାନିକୁ ଉଚିତ ଦଣ୍ଡ ଦେଇ ପ୍ରକୃତ କୀଟନାଶକ ଔଷଧ ଚାଷୀମାନଙ୍କୁ ଯୋଗାଇବା, ଭାଗଚାଷୀ ମାନଙ୍କୁ ଚାଷୀର ମାନ୍ୟତା ସହ ବର୍ଷାରେ କ୍ଷତିଗ୍ରସ୍ତ ଭାଗ ଚାଷୀମାନଙ୍କୁ କ୍ଷତିପୂରଣ ଯୋଗାଇବା ଓ ଲଘୁଚାପ ଫଳରେ କ୍ଷତିଗ୍ରସ୍ତ ଚାଷୀମାନଙ୍କୁ ମୁଗ, ବିରି, ସୂର୍ଯ୍ୟମୂଖୀ, ଚଣା ଇତ୍ୟାଦି ବିହନ ପର୍ଯ୍ୟାପ୍ତ ପରିମାଣରେ ଯୋଗାଇଦେବା, କୃଷିଜାତ ଦ୍ରବ୍ୟ ଉପରେ ଜି.ଏସ୍.ଟି. ପ୍ରତ୍ୟାହାର କରିବା, ଲଘୁଚାପ ଫଳରେ ଧାନ ଓ କପାର ମାନ କୋହଳ କରିବା, ଲଘୁଚାପ ବର୍ଷା ଫଳରେ କ୍ଷତିଗ୍ରନ୍ଥ ଚାଷୀମାନଙ୍କୁ ଏକର ପିଛା ଟ.୫୦,୦୦୦/- ପ୍ରଦାନ କରିବା, ଓଡ଼ିଶାରେ ହେଉଥିବା ଲଘୁଚାପକୁ ପ୍ରାକୃତିକ ବିପର୍ଯ୍ୟୟ ଘୋଷଣା କରିବା ଇତ୍ୟାଦି ।

ଚାଷୀ ମାନଙ୍କ ବିଭିନ୍ନ ସମସ୍ୟା ଗୁଡିକ ରାଜ୍ୟ ସଭାପତି ଅନାସିମ ଶବର ଓଡିଶା ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ଓ ଜିଲ୍ଲା ସମ୍ପାଦକ ତ୍ରିପତି ଗମାଙ୍ଗ ଚାଷୀ ମାନଙ୍କ ସମସ୍ୟା ସମାଧାନ ନ ହେଲେ ତୀବ୍ର ଆନ୍ଦୋଳନ କରାଯିବ ବୋଲି ବକ୍ତବ୍ୟ ପ୍ରଦାନ କରିଥିଲେ । ଆଜିର ଏହି ପ୍ରତିବାଦ ସଭାରେ ମଦନ ଶବର (ସରପଞ୍ଚ ବାଗଶଳା ପଞ୍ଚାୟତ) ବୃନ୍ଦାବନ ବିଡିକା, ରମେଶ ବିଡିକା, କେଶବ ଶବର, କୃଷ୍ନ ଶବର, ଚିତ୍ରସେନ ଶବର, ମୋଜେସ ଶବର, କରୂଣାକର ଲିମା, ତାଉଡୁ ଶବର, ରାଜେନ୍ଦ୍ର ମାଝୀ ପ୍ରମୁଖ ସହଯୋଗ କରିଥିଲେ ।

- Advertisement -spot_img

More articles

- Advertisement -spot_img

Latest article

ଶାହା ଚାରିଟେବୁଲ୍ ଟ୍ରଷ୍ଟ ପକ୍ଷରୁ ୫ଶହ ବୃକ୍ଷ ରୋପଣ

ବ୍ରହ୍ମପୁର, (୨୦/୦୫) : ଆପ୍ର. : ଛତ୍ରପୁର ବ୍ଲକ ଅନ୍ତର୍ଗତ କରାତଳି ଗ୍ରାମରେ ବିଭିନ୍ନ ଜାଗାର ଖାଲି ସ୍ଥାନ ମାନଙ୍କରେ ଶାହା ଚାରିଟେବୁଲ୍ ଟ୍ରଷ୍ଟ ପକ୍ଷରୁ ୫ଶହ ଗୁଆ ବୃକ୍ଷ-ଚାରା ରୋପଣ କରାଯାଇଛି...

ନୂଆପଡ଼ାରେ ମର୍ମନ୍ତୁଦ ଦୁର୍ଘଟଣା: ସ୍ବାମୀଙ୍କ ଆଖି ଆଗରେ ସ୍ତ୍ରୀଙ୍କ ଉପରେ ଚଢ଼ିଗଲା ଟ୍ରକ୍

ନୂଆପଡ଼ା, (୨୦/୦୫) : ଆପ୍ର. : ନୂଆପଡ଼ା ସଦର ଥାନା ଅନ୍ତର୍ଗତ ଏକତା ଛକରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ସ୍ବାମୀଙ୍କ ଆଖି ଆଗରେ ସ୍ତ୍ରୀଙ୍କ ଉପରେ ଚଢ଼ିଗଲା ଟ୍ରକ୍ । ଘଟଣାସ୍ଥଳରେ ସ୍ତ୍ରୀ...

ଖଇରକାଠ ଜବତ କଲା ବନ ବିଭାଗ

ବଲାଙ୍ଗିର, (୨୦/୦୫) : ଆପ୍ର. : ବଲାଙ୍ଗିର ଜିଲ୍ଲା ସଇଁନ୍ତଳା ପୋଲିସ ଗତକାଲି ସନ୍ଧ୍ୟାରେ ପେଟ୍ରୋଲିଙ୍ଗ କରୁଥିବା ବେଳେ ମୁରସିଂବିଟ ନିକଟସ୍ଥ ସିକୁଆଁ ଗାଁରୁ ଏକ ପିକ୍‌ଅପ୍‌ ଭ୍ୟାନ୍‌ ଯୋଗେ ବେଆଇନ ଭାବେ...

କାଳବୈଶାଖୀ ବର୍ଷାରେ ବେହାଲ କଟକ ସହର

କଟକ, (୨୦/୦୫) : ଆପ୍ର. : କଟକରେ କାଳବୈଶାଖୀ ପ୍ରଭାବରେ ବର୍ଷା ଜାରି । ଘଡ଼ଘଡ଼ି ସହ ପ୍ରବଳ ବର୍ଷାରେ ବେହାଲ ହୋଇଛି କଟକ ସହର । ପ୍ରବଳ ବର୍ଷା ପାଇଁ ତଳିଆ ଅଞ୍ଚଳରେ...

ବନବାହାଲରେ ୩୫ଟିକିଆ ହାତୀପଲଙ୍କ ଦ୍ଵାରା ପୁଣି ଚାଷୀଙ୍କ ୩ ଏକର ଡ଼ାଳୁଆ ଧାନ ଫସଲ ନଷ୍ଟ

ମୁରିବାହାଲ, (୨୦/୦୫) : ଆପ୍ର. : ବଲାଙ୍ଗିର ଜିଲ୍ଲା ମୁରିବାହାଲ ରେଞ୍ଜର ତିଖାଲି ସଂରକ୍ଷିତ ଜଙ୍ଗଲ ଅଞ୍ଚଳରେ ଆସି ଦୀର୍ଘ ୫ମାସ ହେବ ରହିଯାଇଥିବା ୩୫ଟିକିଆ ହାତୀପଲ ବିଭିନ୍ନ ସମୟରେ ପାର୍ଶ୍ଵବର୍ତ୍ତୀ ବହୁ...