32.9 C
Balāngīr
Wednesday, April 30, 2025

ଲଘୁଚାପ ବର୍ଷା, ବ୍ୟାପକ ଫସଲ ନଷ୍ଟ

Must read

ରିପୋର୍ଟ : ବିରଞ୍ଚି ପ୍ରସାଦ ଶତପଥୀ
ଗୁଣପୁର, (୨୧/୧୨) : ଠିକ୍ ଫସଲ ଅମଳ ସମୟରେ ଦାଉ ସାଜିଛି ଲଘୁଚାପ ବର୍ଷା । ଗୁରୁବାର ଠାରୁ ଦିନ ତମାମ ଆରମ୍ଭ ହୋଇଛି ଲଘୁଚାପ ବର୍ଷାWhatsApp Image 2024 12 21 at 17.44.36 ଲଘୁଚାପ ବର୍ଷା, ବ୍ୟାପକ ଫସଲ ନଷ୍ଟ

ଖଳାରେ ଅମଳ ହୋଇ ପଡିଥିବା ଫସଲ ଭିଜିବା ପରେ ଚାଷୀଙ୍କ ଚିନ୍ତା ବଢ଼ିଛି । ଜିଲ୍ଲାରେ ୯୦ ପ୍ରତିଶତ ଚାଷୀ ବର୍ତ୍ତମାନ ଏହି ସମସ୍ୟାରେ ପଡ଼ିଛନ୍ତି । ଗୋଟିଏ ପଟେ କପା ଓ ଧାନ ମଣ୍ଡି ନାମକୁ ମାତ୍ର ଆରମ୍ଭ ହୋଇଥିବା ବେଳେ ଚାଷୀ ମୁଠାଏ ମଧ୍ୟ ଧାନ ବିକ୍ରି କରିନାହାନ୍ତି । ମିଲର ଓ ଯୋଗାଣ ବିଭାଗ ମଧ୍ୟରେ ଚାଲିଥିବା ବିବାଦରୁ ଧାନ ସଂଗ୍ରହ ଠପ୍ ହୋଇଯାଇଛି । ମିଲର ନିଜର ଦାବି ପୂରଣ ପାଇଁ ଅଡି ଵସିଥିବା ବେଳେ ଯୋଗାଣ ବିଭାଗ ଧାନ କିଣିବାରେ ବିଫଳ ହୋଇଛି । ଲଗାଣ ବର୍ଷା ଯୋଗୁଁ ହଜାର ହଜାର ଚାଷୀଙ୍କର ଧାନ ଖଳାରେ ପଡ଼ି ଓଦା ହେଉଥିବା ବେଳେ, ଚାଷୀମାନେ ଦିନରାତି ଏକ କରି ଫସଲକୁ ଜଗି ରହିଛନ୍ତି ।

ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ରାୟଗଡ଼ା ଜିଲ୍ଲା ଗୁଣପୁର ବ୍ଲକ ଅନ୍ତର୍ଗତ ବଡ଼ କୁଜେନ୍ଦ୍ରୀ ଗ୍ରାମରେ । ଚୈ‌।ଧୁରି ତାଵିଟି ନାଇଡୁ , ସି ଏଚ ଶ୍ରୀକୁମାର , କିଲାଣି ଉଦୟ କୁମାର , ରମାମଣି ପ୍ରଭୃତି ଅନେକ ଚାଷୀଙ୍କ ଅମଳ ଧାନ ଖଳାରେ ଓଦା ହେଉଥିବା ଦେଖିବାକୁ ମିଳିଛି । ଧାନକୁ ପାଲ ଘୋଡାଇ ଥିଲେ ମଧ୍ୟ ତଳପଟୁ ପାଣି ପଶି ଧାନ ଓଦା ହୋଇଯାଇଥିଵା ସୂଚନା ମିଳିଛି । ଫଳରେ ବର୍ଷର ଅମଳ ଧାନ ନଷ୍ଟ ହେଉଥିବା ଦେଖି ଚାଷୀ ମୁଣ୍ଡରେ ହାତଦେଇ ବସିଛନ୍ତି । ଏ ସମ୍ପର୍କରେ ଜିଲ୍ଲା ମୂଖ୍ୟ କୃଷି ଅଧିକାରୀ ବିଷ୍ଣୁ ପ୍ରସାଦ କର କହିଛନ୍ତି , ବର୍ଷା ପୂର୍ବରୁ ଚାଷୀଙ୍କୁ ସଚେତନ କରାଯାଇଥିଲା ‌ । ଶନିବାର ବର୍ଷା ଛାଡ଼ିବା ପରେ ବିଭାଗୀୟ କର୍ମଚାରୀଙ୍କ ଜରିଆରେ କ୍ଷୟକ୍ଷତି ଆକଳନ କରାଯିବ, ତା’ପରେ ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରାଯିବ ।

- Advertisement -spot_img

More articles

- Advertisement -spot_img

Latest article

ଉପାନ୍ତ ଅଞ୍ଚଳରେ ପାନୀୟ ଜଳ କଷ୍ଟ

କୋଲନରା, (୨୯/୦୪) : ଆପ୍ର. : ବଣ ଜଙ୍ଗଲ ଘେରା ଉପାନ୍ତ ଅଞ୍ଚଳରେ ଟିକର ପଡା ଗ୍ରାମ ଅବସ୍ଥିତ । ଗ୍ରାମରେ ମୋଟ ୪୫ ଗୋଟି ପରିବାର ରହୁଥିବା ବେଳେ ୨୧୫ ଜଣ...

ଅଲ୍ ଓଡିଶା ଈପିଏଫ୍ ପେନସନର୍ ଆସୋସିଏସନର ସ୍ମାରକ ପତ୍ ପ୍ରଦାନ

ରାୟଗଡ଼ା, (୨୯/୪) : ଆପ୍ର. : ଅଲ୍ ଓଡିଶା ଈପିଏଫ୍ ପେନସନର୍ ଆସୋସିଏସନର ଡାକରାରେ ରାୟଗଡ଼ ଜିଲ୍ଲା ଶାଖା ତରଫରୁ ଈପିଏଫ୍ ପେନସନରସ୍ ତଥା ବରିଷ୍ଠ ନାଗରିକ ମାନେ ସ୍ଥାନୀୟ ଜିଲ୍ଲାପାଳଙ୍କ ଜରିଆରେ...

କୁମୁଲି ପ୍ରାଥମିକ ଶିକ୍ଷକ ସଂଘର ନୂତନ କର୍ମକର୍ତ୍ତା ଚୟନ

କୋରାପୁଟ, (୩୦/୪) : ଆପ୍ର. : ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ସଂଘ, କଟକର ବୋରିଗୁମ୍ମା ବ୍ଲକ୍ କୁମୁଲି ସର୍କଲ ଅନ୍ତର୍ଗତ ୮ ଗୋଟି କ୍ଲଷ୍ଟରର ପ୍ରାଥମିକ ଶିକ୍ଷକ ସଂଘର ଅବଧି ସଂପୂର୍ଣ୍ଣ...

କାଶୀନଗର ବିଜ୍ଞାପିତ ଅଞ୍ଚଳ ପରିଷଦରେ କାଉନସିଲ ବୈଠକ ଅନୁଷ୍ଠିତ

କାଶୀନଗର, (୨୯/୪) : ଆପ୍ର. : ଗଜପତି ଜିଲ୍ଲାରେ କାଶୀନଗର ବିଜ୍ଞାପିତ ଅଞ୍ଚଳ ପରିଷଦ ଅସ୍ଥାୟୀ କାର୍ଯ୍ୟାଳୟ ସଭାଗୃହ ଠାରେ କାଉନସିଲ ବୈଠକ ଅନୁଷ୍ଠିତ ହୋଇଥିଲା । ଏନ୍ଏସି ଅଧ୍ୟକ୍ଷା ଏମ. ସୁଧାରାଣୀ, ଉପାଧ୍ୟକ୍ଷ...

ବିବେକାନନ୍ଦ ଙ୍କ ଦର୍ଶନ ଉପରେ ମାର୍ଗ ଦର୍ଶନ କଲେ ସ୍ୱାଧି କାଞ୍ଚନ ସୋମ ଅଗ୍ରୱାଲା

ସୁବର୍ଣ୍ଣପୁର, (୨୯/୦୪) ଆ.ପ୍ର : ମଙ୍ଗଳବାର ସନ୍ଧ୍ୟା ରେ ଶ୍ରୀ ଗୋପାଳଜୀ ଯୋଗାଶ୍ରମ ମହାନଦୀ ଯୋଗବିହାର ସୁବର୍ଣ୍ଣପୁର ଠାରେ ସ୍ୱାମୀ ବିବେକାନନ୍ଦ ଙ୍କର ଦର୍ଶନ ଏବଂ ହିନ୍ଦୁ ଧର୍ମ ପ୍ରଚାର ପ୍ରସାର ରେ...