32.9 C
Balāngīr
Thursday, June 12, 2025

ଲଜ ଆଳରେ ଗଞ୍ଜେଇ କାରବାର,ଗଞ୍ଜେଇ ସହ ଯୁବକ ନିଖୋଜ ଅଭିଯୋଗ

Must read

ରିପୋର୍ଟ : ସନ୍ତୋଷ କୁମାର ନାୟକ
ବଲାଙ୍ଗୀର/ଟିଟିଲାଗଡ, (୧୬/୦୮) : ବଲାଙ୍ଗୀର ଜିଲ୍ଲା ଅନ୍ତର୍ଗତ ଟିଟିଲାଗଡ ରେଳ ଷ୍ଟେସନ ନିକଟରେ ଅବସ୍ଥିତ ମାଦ୍ରାସି ହୋଟେଲ ନାମକ ଲଜ ରେ ଦୀର୍ଘ ଦିନ ରୁ ଚୋରା ଗଞ୍ଜେଇ ବେପାରୀଙ୍କ ସହ ଉକ୍ତ ଲଜ ମାଲିକ ମିଶି କାରବାର କରି ଆସୁଥିବା ଅଭିଯୋଗ ହୋଇଛି ।

ପ୍ରକାଶ ଯେ,ଭାରତ ର ପ୍ରତ୍ୟେକ ସ୍ଥାନ କୁ ଯାତାୟାତ ସୁବିଧା ଥିବା ଏହି ରେଳ ଷ୍ଟେସନ ରୁ କ୍ରମାଗତ ଭାବରେ ଲକ୍ଷ, ଲକ୍ଷ ଟଙ୍କା ର ଗଞ୍ଜେଇ ରାଜ୍ୟ ବାହାର କୁ ଚାଲାଣ କରାଯିବା ଓ ଏହି ଲଜ ମାଲିକ ଏ କାରବାର ରେ ସମ୍ପୁକ୍ତ ଥିବା ସୂଚନା ମିଳିଛି । କିଛି ନିର୍ଦ୍ଦିଷ୍ଟ ଯୁବକ ଙ୍କୁ ହାତ କରି ଟିଟିଲାଗଡ ରେଳ ଷ୍ଟେସନ ରୁ ବିଭିନ୍ନ ରାଜ୍ୟ କୁ ଏହି ଗଞ୍ଜେଇ ପଠା ଯାଉ ଥିଲା । ଗତ ଦୁଇ ମାସ ତଳେ ଉକ୍ତ ଚାଲାଣ କରି ଆସୁଥିବା ଲଜ ମାଲିକ ୨୦ କେଜି ଗଞ୍ଜେଇ ମୁରିବାହାଲ ଥାନା ଅନ୍ତର୍ଗତ ଦେସିଲ ଗ୍ରାମ ର ବିଦ୍ୟା ନାଗ ନାମକ ଜଣେ ଯୁବକ ହାତରେ ଟ୍ରେନ ଯୋଗେ ପଠେଇ ଥିଲେ ।

ପୂର୍ବରୁ ଏଭଳି ଅନେକ ଥର ଉକ୍ତ ଯୁବକ ହାତ ରେ ପଠେଇ ଆସୁଥିବା ଓ ତାକୁ ଟଙ୍କା ଦେଇ ଆସୁଥିଲେ । ଉକ୍ତ ଯୁବକ କୁ ସମତା ନାମକ ଟ୍ରେନ ରେ ପଠେଇ ଥିବା ଓ ବର୍ତ୍ତମାନ ସୁଦ୍ଧା ଫେରି ନ ଥିବା ବେଳେ ତାର କୌଣସି ଖୋଜ,ଖବର ମିଳି ମିଳି ପାରିନି । ଏ ନେଇ ତାଙ୍କ ପରିବାର ଲୋକେ ଏହି ଲଜ୍ ମାଲିକ ଙ୍କୁ ପଚାରିବା ରୁ ସେ ଆଜି, କାଲି କହି ଦିନ ଗଡେଇ ଚାଲିଥିବା ଅଭିଯୋଗ କରିଛନ୍ତି । ସେହିପରି ଏହି ଲଜ୍ ରେ ବିଭିନ୍ନ ରାଜ୍ୟ ର ଅଜଣା ଲୋକ ଙ୍କୁ ବିନା ପରିଚୟ ପତ୍ର ରେ ରଖିବା ସହ ଗଞ୍ଜେଇ ଚାଲାଣ କରି ଆସୁଥିବା ବେଳେ ଏ ନେଇ ଅବକାରୀ ବିଭାଗ ପକ୍ଷରୁ ତୁରନ୍ତ ଚଢାଉ କରାଯାଉ ବୋଲି ଦାବି ହେଉଛି ।

- Advertisement -spot_img

More articles

- Advertisement -spot_img

Latest article

ଜାତିପ୍ରଥାକୁ ନେଇ ଲଣ୍ଡା ହେଲେ ବଂଶଧର ଲୋକେ

ରାୟଗଡ଼ା, (୧୨/୦୬) : ଆପ୍ର. : ଜାତିପ୍ରଥାକୁ ନେଇ ଲଣ୍ଡା ହେଲେ ବଂଶଧର ଲୋକେ । ଜଣେ ଆଦିବାସୀ ଝିଅକୁ ଜଣେ ଦଳିତ ଯୁବକ ପ୍ରେମ କରି ସାଂଗରେ ନେଇଯିବାବାରୁ ଜାତି ଆଳରେ...

ଗୁଣପୁର ପୌରପରିଷଦ କେଳେଙ୍କାରୀ (ଦଲାଲ୍ ସାଜିଛନ୍ତି ଆଉଟ୍ ସୋର୍ସିଙ୍ଗ କର୍ମଚାରୀ)

ଗୁଣପୁର, (୧୧/୬) : ଆପ୍ର. : ଗୁଣପୁର ପୌରପରିଷଦ ହେବା ଦିନଠାରୁ ସହରର ଉନ୍ନତି ଅପେକ୍ଷା ଦୁର୍ନୀତି ବହୁ ମାତ୍ରାରେ ବୃଦ୍ଧି ପାଇଥିବା ଦେଖିବାକୁ ମିଳିଛି । ସରକାରୀ ବାବୁମାନେ ସିଧାସଳଖ ଲାଞ୍ଚ ନନେଇ...

ଘାରିଲାଣି ଝାଡ଼ାବାନ୍ତି ଡର; ମୃତ୍ୟୁ ସଂଖ୍ୟା ଛୁଇଁଲା ୪

ଯାଜପୁର, (୧୨/୦୬) : ଆପ୍ର. : ଯାଜପୁର ଜିଲ୍ଲାକୁ ଘାରିଲାଣି ଝାଡାବାନ୍ତି ଡର । ଯାହାକୁ ନେଇ ଏବେ ଚିନ୍ତାରେ ଗ୍ରାମବାସୀଙ୍କ ଠାରୁ ସ୍ୱାସ୍ଥ୍ୟବିଭାଗ । ଦିନକୁ ଦିନ ଝାଡାବାନ୍ତି ଆକ୍ରାନ୍ତଙ୍କ ସଂଖ୍ୟା...

ଭାରସାମ୍ୟ ହରାଇ ରାସ୍ତା ଉପରେ ଓଲଟିଲା ଟ୍ରାକ୍ଟର, ଜଣେ ମୃତ

ଯାଜପୁର, (୧୨/୦୬) : ଆପ୍ର. : ଯାଜପୁର ଜିଲ୍ଲା ସଦର ଥାନା ଅଞ୍ଚଳରେ ଅଭାବନୀୟ ଘଟଣା ଘଟିଛି । ଭାରସାମ୍ୟ ହରାଇ ରାସ୍ତା କଡକୁ ଓଲଟିଲା ଟ୍ରାକ୍ଟର । ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ...

ରାଜ୍ୟ ପୋଲିସ ମୁଖ୍ୟାଳୟ ପ୍ରେସ୍ ନୋଟ୍; ଜାଲ ଶିକ୍ଷା ଗତ ପ୍ରମାଣ ପତ୍ର ପ୍ରଦାନ କରି ଜିଡିଏସ୍ ଚାକିରି ପାଇବାକୁ ଉଦ୍ୟମ କରିବା ଅଭିଯୋଗରେ ରାଜ୍ୟ କ୍ରାଇମବ୍ରାଞ୍ଚ ଟିମ ପାଞ୍ଚ ଜଣ ଅଭିଯୁକ୍ତଙ୍କୁ...

ଭୁବନେଶ୍ୱର, (୧୧/୦୬) : ଆପ୍ର. : ଜାଲ ଶିକ୍ଷା ଗତ ପ୍ରମାଣ ପତ୍ର ପ୍ରଦାନ କରି ଗ୍ରାମୀଣ ଡାକ ସେବକ (ଜିଡିଏସ୍) ଚାକିରି ପାଇବାକୁ ଉଦ୍ୟମ କରିବା ଅଭିଯୋଗରେ ରାଜ୍ୟ କ୍ରାଇମବ୍ରାଞ୍ଚ ଟିମ...