ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଅନୁଗୁଳ, (୦୫/୦୩) : ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଲେ ଦୁଇ ଆକାଉଣ୍ଟାଟ ।
ଅନୁଗୁଳ ସିଭିଲ୍ ସପ୍ଲାଏଜ୍ ଅଫିସର (ସିଏସ୍ଓ)ଙ୍କ କାର୍ଯ୍ୟାଳୟର ଦୁଇ ଜଣ ଜୁନିଅର ଆକାଉଣ୍ଟାଟ ୫୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଗିରଫ କରିଛି ଭିଜିଲାନ୍ସ ଟିମ୍ । ଅଭିଯୁକ୍ତ ମାନେ ହେଲେ ଜୁନିଅର ଆକାଉଣ୍ଟାଟ ରାଜନାରାୟଣ ସାହୁ ଏବଂ ଜିତେନ ପଟ୍ଟନାୟକ । ସୂଚନା ଅନୁଯାୟୀ ଫର୍ଟିଫାଏଡ୍ ରାଇସ୍ କର୍ଣ୍ଣାଲ୍ସ (ଏଫଆରକେ) ସମ୍ପର୍କିତ ୬୦ଲକ୍ଷ ଟଙ୍କାରୁ ଅଧିକ ବିଲ୍ ରାଶି ପ୍ରଦାନ କରିବା ବଦଳରେ ଏକ ରାଇସ୍ ମିଲ୍ର ପରିଚାଳକଙ୍କ ଠାରୁ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଅଧିକାରୀମାନେ ଜୁନିଅର ଆକାଉଣ୍ଟାଣ୍ଟଙ୍କୁ ଗିରଫ କରିଛନ୍ତି ।
ଅଭିଯୋଗକାରୀ ରାଇସ୍ ମିଲ୍ର ପରିଚାଳକ ପୂର୍ବରୁ ଘଟଣା ସଂପର୍କରେ ଅଭିଯୋଗ କରିଥିଲେ । ତେବେ ଦୁଇ ଆକାଉଣ୍ଟାଟଙ୍କ ସମ୍ପର୍କିତ ଦୁଇଟି ସ୍ଥାନରେ ଏକକାଳୀନ ଚଢାଉ ଚାଲିଛି । ଏହି ସମ୍ପର୍କରେ, ଭିଜିଲାନ୍ସ ପକ୍ଷରୁ ଧାରା ୭ ପିସି (ସଂଶୋଧନ) ଆଇନ, ୨୦୧୮ ଅନୁଯାୟୀ ଏକ ମାମଲା ରୁଜୁ ହୋଇଛି ।