32.9 C
Balāngīr
Thursday, July 10, 2025

ଲାୟନ୍ସ୍ ୟୁଥ୍ ଆସୋସିଏସନ୍ ତରଫରୁ ବୃକ୍ଷ ରୋପଣ “ବୃକ୍ଷ ହିଁ ଜୀବନ”

Must read

ରିପୋର୍ଟ : ଭଗବାନ ମହାନ୍ତି
ମୁରିବାହାଲ, (୦୫/୦୮) : ମୁରିବାହାଲ ବ୍ଲକ୍ ଲେବଡା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ମାକ୍ରିପଡ଼ା ଗ୍ରାମର ଲାୟନ୍ସ୍ ୟୁଥ୍ ଆସୋସିଏସନ୍ ତରଫରୁ ପରିବେଶ ସୁରକ୍ଷା ପାଇଁ ଏକ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ କରାଯାଇଥିଲା ।

ଉକ୍ତ କାର୍ଯ୍ୟକ୍ରମରେ ଶତାଧିକ ଗଛ ଲଗାଯାଇଥିଲା। ଲାୟନ୍ସ୍ ୟୁଥ୍ ଆସୋସିଏସନ୍ ର ମ୍ୟାନେଜର କ୍ଷମା ଯୁଗ୍ନିଆ, ସଭାପତି ଭୁଲେଶ୍ୱର ଛତର, ସମ୍ପାଦକ ମଙ୍ଗଲେ ଛତର, କୋଷାଧ୍ୟକ୍ଷ ପରେଶ୍ୱର ଛତର, କଉତୁକ ଛତର, ଶଙ୍କର ଛତର, ହଂଶୁରାଜ୍ ଭୋଇ, ଶେଖର ରଣା, ନିରାକାର ନାଗ, ଦେବଚନ୍ଦ୍ର ଛତର, ଭବାନୀ ଛତର, ପିତାମ୍ବର ବଗର୍ତ୍ତୀ,ସନି ଛତର,ଲିଖିଲ ଛତର, ହୃଷୀକେଶ ଛତର ପ୍ରମୁଖ ବୃକ୍ଷ ରୋପଣ କାର୍ଯ୍ୟକ୍ରମରେ ସାମିଲ ହୋଇ ସଫଲ କରିଥିଲେ । ଆଗାମୀ ଦିନରେ ଗଛଗୁଡ଼ିକର ସୁରକ୍ଷା ମଧ୍ୟ ଦିଆଯିବ ବୋଲି ଉକ୍ତ ଆସୋସିଏସନ୍ ର କୋଷାଧ୍ୟକ୍ଷ ପରେଶ୍ୱର ଛତର ସମେତ ସମସ୍ତ କର୍ମକର୍ତ୍ତା ଶପଥ ନେଇଥିଲେ । ଶେଷରେ ସମସ୍ତ ଯୁବକମାନଙ୍କୁ ଗୋଟିଏ ଲେଖାଏଁ ଗଛ ଲଗାଇ ପରିବେଶ ସୁରକ୍ଷା ତଥା ପୃଥିବୀ ଶିତଳୀ କରଣ କରିବାରେ ଅଂଶ ଗ୍ରହଣ କରିବାକୁ “ବୃକ୍ଷ ହିଁ ଜୀବନ” ବୋଲି ଉତ୍ସାହିତ କରିଥିଲେ।

- Advertisement -spot_img

More articles

- Advertisement -spot_img

Latest article

ତୃତୀୟ ଦିନ ଓଡ଼ିଶା ଡ୍ରାଇଭର୍ ମହାସଂଘ୍ ବିଷମ କଟକ ବ୍ଲକ୍ ର ଶାନ୍ତିପୂର୍ଣ୍ଣ ଆନ୍ଦୋଳନରେ ବିଜେଡି ପୂର୍ବତନ ଆଇନ ମନ୍ତ୍ରୀ ଶ୍ରୀ ଜଗନ୍ନାଥ ସରକା ଯୋଗଦାନ

ବିଷମ କଟକ, (୧୦/୭) : ଆପ୍ର. : ତୃତୀୟ ଦିନ ଓଡ଼ିଶା ଡ୍ରାଇଭର୍ ମହାସଂଘ୍ ବିଷମ କଟକ ବ୍ଲକ୍ ର ଶାନ୍ତିପୂର୍ଣ୍ଣ ଆନ୍ଦୋଳନରେ ବିଜେଡି ପୂର୍ବତନ ଆଇନ ମନ୍ତ୍ରୀ ଶ୍ରୀ ଜଗନ୍ନାଥ ସରକା...

ଜଙ୍ଗଲରୁ ମିଳିଲା ଯୁବକଙ୍କ ମୃତଦେହ, ଗତ ୪ ତାରିଖରୁ ଥିଲେ ନିଖୋଜ

କନ୍ଧମାଳ, (୧୦/୭) : ଆପ୍ର. : ନିଖୋଜ ଯୁବକଙ୍କ ମୃତଦେହ ଉଦ୍ଧାର । ଫୁଲବାଣୀ ନିକଟସ୍ଥ ଖଜୁରୀପଡା ଥାନା ଅନ୍ତର୍ଗତ ଗୁଦାରୀ ବାଲୁକୁଟୀ ଜଙ୍ଗଲରୁ ମୃତଦେହ ଉଦ୍ଧାର ହୋଇଛି । ସୂଚନାଯୋଗ୍ୟ ଯେ, କନ୍ଧମାଳ...

ରାଇକିଆ ଅଞ୍ଚଳରେ ହାତୀ ଉପଦ୍ରବ : ଘରଦ୍ୱାର ଭାଙ୍ଗିଲେ ହାତୀପଲ

ରାଇକିଆ, (୧୦/୦୭) :ଆପ୍ର. : କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକ ରଣବା ଅଞ୍ଚଳରେ କିଛି ଦିନ ହେଲା ହାତୀ ଉପଦ୍ରବ ଲାଗି ରହିଛି । ମଙ୍ଗଳବାର ୧୦ରୁ ୧୫ ଟିକିଆ ହାତୀପଲ ରଣବା ପଞ୍ଚାୟତ...

ପଞ୍ଚମ ଓ ଅଷ୍ଟମ ଶ୍ରେଣୀ ପିଲାଙ୍କ ପାଇଁ ନୂଆ ନିୟମ, ଫେଲ ହେଲେ ପୁଣି ସୁଯୋଗ

ଭୁବନେଶ୍ବର, (୧୦/୦୭) : ଆପ୍ର. : ପଞ୍ଚମ ଓ ଅଷ୍ଟମ ଶ୍ରେଣୀ ପିଲାଙ୍କ ପାଇଁ ନୂଆ ନିୟମ ଲାଗୁ ହୋଇଛି । ପ୍ରାଥମିକ ଶିକ୍ଷା ବ୍ୟବସ୍ଥା ସଂଶୋଧନ ନେଇ ଗଣଶିକ୍ଷା ବିଭାଗର ବିଜ୍ଞପ୍ତି ଅନୁସାରେ...

ହିନ୍ଦୁ ଠାରୁ ବୌଦ୍ଧ ସମସ୍ତେ ପାଳନ କରନ୍ତି ଗୁରୁ ପୂର୍ଣ୍ଣିମା

ଭୁବନେଶ୍ୱର, (୧୦/୦୭) : ଆପ୍ର. : ଆଜି ହେଉଛି ଗୁରୁ ପୂର୍ଣ୍ଣିମା । ଗୁରୁଙ୍କ ବିନା ଏ ସଂସାର ଅନ୍ଧକାର ମୟ । ପିତା ଓ ମାତା ଆମର ପ୍ରଥମ ଗୁରୁ ।...