ଭଦ୍ରକ, (୨୪/୦୪) : ଆପ୍ର. : ଲିଫ୍ଟରେ ଚାପି ହୋଇ ମହିଳା ରୋଗୀଙ୍କ ମୃତ୍ୟୁ । ଏଭଳି ଅଭାବନୀୟ ଘଟଣା ଘଟିଛି ଭଦ୍ରକ ଜିଲ୍ଲା ହସ୍ପିଟାଲରେ ।
ମୃତ ମହିଳା ହେଲେ ରାନ୍ଦୀଆ ପଂଚାୟତ ନରସିଂହପୁର ଗ୍ରାମର ମିନତୀ ପରିଡା । ସେ ଶ୍ୱାସ ଓ ଥାଇରଏଡ଼ ରୋଗ ଆକ୍ରାନ୍ତ ହୋଇ ଥିବାରୁ ଆଜି ସେ ଭଦ୍ରକ ଜିଲ୍ଲା ହସ୍ପିଟାଲକୁ ଆସିଥିଲେ । ଆଉଡୋରରେ ଥିବା ଡାକ୍ତର ତାଙ୍କୁ ଆଡମିସନ କରିଦେଇଥିଲେ । ତେଣୁ ମହିଳା ଜଣଙ୍କୁ ଫିମେଲ ମେଡ଼ିସିନ ୱାର୍ଡକୁ ଲିଫ୍ଟରେ ନିଆ ଯାଉଥିବା ବେଳେ ହଠାତ ଲିଫ୍ଟ ଡୋରରେ ଚାପି ହୋଇ ଯାଇଥିଲେ । ସୌଭାଗ୍ୟ ବଶତଃ ତାଙ୍କ ପିଲା ଦୁଇ ଜଣ ଦୌଡ଼ି ପଳାଇ ଆସିଥିଲେ । ତେବେ ଏହି ମହିଳାଙ୍କ ମୃତ୍ୟୁକୁ ନେଇ ଡାକ୍ତରଖାନାରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି ।