32.9 C
Balāngīr
Tuesday, July 15, 2025

ଲୁଟେରାଙ୍କ ଟାର୍ଗେଟରେ ବ୍ରତଘର, ଅତିଥି ବେଶରେ ଆସିଲେ ଲକ୍ଷାଧିକ ଟଙ୍କାର ସୁନାଗହଣା ଧରି ଚାଲିଗଲେ

Must read

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ପୁରୀ, (୧୩/୦୨) : ବାହାଘର ପରେ ଲୁଟେରାଙ୍କ ଟାର୍ଗେଟରେ ବ୍ରତଘର ମଣ୍ଡପ । ସୁନା ଅଳଙ୍କାର ସହ ଟଙ୍କା ଖାମ୍ ଧରି ଚମ୍ପଟ ମାରିଲା ଚୋର । କ୍ୟାମେରାରେ କଏଦ ହେଲା ଚୋରିର ଦୃଶ୍ୟ ।

ଏଭଳି ଏକ ଘଟଣା ପୁରୀରୁ ଆସିଛି । ସୂଚନା ଅନୁସାରେ ପୁରୀ ମୋଚିସାହି ଛକର ଆଇନଜୀବୀ ସ୍ମୃତିରଞ୍ଜନ ପତିଙ୍କ ପୁଅ ବ୍ରତଘର ଚାଲିଥିଲା । ସମସ୍ତେ ମଜା ମସ୍ତି ସହ ଫଟୋ ଉଠାଇବାରେ ବ୍ୟସ୍ତ ଥିଲେ । ଏହାର ସୁଯୋଗ ନେଇ ସୁନା ଅଳଙ୍କାର ଓ ଟଙ୍କା ଖାମ୍ ଧରି ପଳାଇଛି ଚୋର। ଫଟୋ ଉଠାଉଥିବା କ୍ୟାମେରାରେ ଚୋରର ଭିଜୁଆଲ ରେକର୍ଡ ହୋଇଛି । ପ୍ରାୟ ୨ଲକ୍ଷ ଟଙ୍କା ସହ ୫ଭରି ସୁନା ଲୁଟ୍ ହୋଇଥିବା ଅଭିଯୋଗ ହୋଇଛି । ଏନେଇ ଟାଉନ ଥାନାରେ ଏତଲା ଦେଇଛନ୍ତି ସ୍ମୃତିରଞ୍ଜନ । ଭିଡିଓ ଫୁଟେଜକୁ ଆଧାର କରି ତଦନ୍ତ କରୁଛି ପୋଲିସ ।

ସୂଚନା ଯୋଗ୍ୟ ଯେ ଫେବୃୟାରୀ ୩ରେ ରାଜଧାନୀ ଭୁବନେଶ୍ବରରେ ଏକ ଷ୍ଟାର ହୋଟେଲରେ ଡାକ୍ତର ଦମ୍ପତିଙ୍କ ବାହାଘର ବେଳେ ଏଭଳି ଏକ ଚୋରି ଘଟଣା ସାମ୍ନାକୁ ଆସିଥିଲା । ୨ ଜଣ ଧୂର୍ତ୍ତ ଯୁବକ ଅତିଥି ବେଶରେ ଆସି କଳାକନା ବୁଲାଇଥିଲେ । ଡାକ୍ତର ଦମ୍ପତିଙ୍କୁ ଉପହାରରେ ମିଳିଥିବା ନଗଦ ଅଢେଇ ଲକ୍ଷ ଟଙ୍କା ଓ ସୁନା ଗହଣା ଲୁଟ୍ କରିଥିଲେ । ସିସିଟିଭିରେ ଦୁଇ ଧୂର୍ତ୍ତଙ୍କର ଭିଜୁଆଲ କଏଦ୍ ହୋଇଥିଲା। ମାତ୍ର ୧୫ ମିନିଟ୍ ଭିତରେ ଦୁଇ ଚୋର ଘଟଣାସ୍ଥଳରୁ ଟଙ୍କା ଓ ଗହଣା ଭର୍ତ୍ତି ବ୍ୟାଗ୍ ଉଠାଇ କାରରେ ଛୁ’ ମାରିଥିବା ଦେଖିବାକୁ ମିଳିଥିଲା ।

 

- Advertisement -spot_img

More articles

- Advertisement -spot_img

Latest article

ତେଜୁଛି ସୌମ୍ୟାଶ୍ରୀ ମୃତ୍ୟୁ ଘଟଣା, ୧୭ରେ ଓଡ଼ିଶା ବନ୍ଦ ଡାକରା ଦେଲା କଂଗ୍ରେସ ଓ ବାମପନ୍ଥୀ ଦଳ

ଭୁବନେଶ୍ୱର, (୧୫/୦୭) : ଆପ୍ର. : ଆସନ୍ତା ୧୭ ତାରିଖରେ ଓଡ଼ିଶା ବନ୍ଦ ଡାକରା ଦେଲା କଂଗ୍ରେସ ଓ ବାମପନ୍ଥୀ ଦଳ । କଂଗ୍ରେସ, ବାମଦଳ ସମେତ ୭ ରାଜନୈତିକ ଦଳର ଓଡ଼ିଶା...

ପରକୀୟା ପ୍ରୀତି କୁ ସ୍ତ୍ରୀ ବିରୋଧ କରିବାରୁ ସ୍ୱାମୀ ଙ୍କ ଆତ୍ମହତ୍ୟା

ବାଲିଗୁଡା, (୧୫/୭) : ଆପ୍ର. : ସ୍ୱାମୀ ର ଅନ୍ୟ ଏକ ଯୁବତୀ ଙ୍କ ସହ ପ୍ରେମ ବ୍ୟାପାର କୁ ନେଇ ପ୍ରଥମ ସ୍ତ୍ରୀ ର ବିରୋଧ ପରେ ସ୍ୱାମୀ ଓ ତାଙ୍କ...

ବାଲିଗୁଡା ବନଖଣ୍ଡ ରେ ବୃକ୍ଷ ରୋପଣ ବୁଲି ଦେଖିଲେ ପିସିସିଏଫ୍

ବାଲିଗୁଡା, (୧୫/୭) : ଆପ୍ର. : ବାଲିଗୁଡା ବନଖଣ୍ଡ ରେ ବୃକ୍ଷ ରୋପଣ ବୁଲି ଦେଖିଲେ ପିସିସିଏଫ୍ l ବାଲିଗୁଡା ବନ ଖଣ୍ଡ ରେ ବନ ମହୋତ୍ସବ ସପ୍ତାହ ପାଳନ ପରେ ଆଜି ବାଲିଗୁଡ଼ା...

ପଞ୍ଚାୟତ ସମିତି ଡିଗ୍ରୀ ମହାବିଦ୍ୟାଳୟରେ ଶୋକସଭା ନାରୀ ନିର୍ଯାତନା କମିଟି ଗଠନ

ମୁରିବାହାଲ, (୧୫/୭) : ଆପ୍ର. : ପଞ୍ଚାୟତ ସମିତି ଡିଗ୍ରୀ ମହାବିଦ୍ୟାଳୟରେ ଶୋକସଭା ନାରୀ ନିର୍ଯାତନା କମିଟି ଗଠନ । ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ସଦର ମହକୁମା ପଞ୍ଚାୟତ ସମିତି ଡିଗ୍ରୀ ମହାବିଦ୍ୟାଳୟ...

ଉଚ୍ଚଶିକ୍ଷା ବିଭାଗକୁ ବଡ଼ ନିର୍ଦ୍ଦେଶ ଦେଲେ ସରକାର: ୨୪ ଘଣ୍ଟା ମଧ୍ୟରେ

ବାଲେଶ୍ୱର, (୧୫/୦୭) : ଆପ୍ର. : ବାଲେଶ୍ୱର ସ୍ଥିତ ଫକୀର ମୋହନ ସ୍ବୟଂଶାସିତ ମହାବିଦ୍ୟାଳୟ ଛାତ୍ରୀ ଆତ୍ମହତ୍ୟା ଘଟଣା ସାରା ଦେଶକୁ ସ୍ତବ୍ଧ କରିଦେଇଛି । ଏହି ଘଟଣାରେ ବରୋଧୀ ବିଜେଡି ଏବଂ କଂଗ୍ରେସ...