32.9 C
Balāngīr
Wednesday, April 23, 2025

ଲୁଟେରା ମାନଙ୍କ ଆତଙ୍କ : ବାଇକରେ ପିଛା କରି ଲୁଟିନେଲେ ଟଙ୍କା

Must read

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଖପ୍ରାଖୋଲ, (୨୩/୦୧) : ଠେଙ୍ଗାରେ ପିଟି ବ୍ୟବସାୟୀଙ୍କ ଠାରୁ ନଗଦ ଏକ ଲକ୍ଷ ଦଶ ହଜାର ଟଙ୍କା ଲୁଟି ନେଇଛନ୍ତି ୩ ଜଣ ଦୁର୍ବୃତ୍ତ

ଲାଠୋର ଥାନା ଘୁନଶର ଠୁ ରେଙ୍ଗାଲି ଯିବା ରାସ୍ତା କୁଳିହାମୁଣ୍ଡା ଗ୍ରାମ ନିକଟରେ ଏଭଳି ଘଟଣା ଘଟିଛି । ଲୁଟର ଶିକାର ହୋଇଥିବା ବ୍ୟକ୍ତି ହେଉଛନ୍ତି ଖପ୍ରାଖୋଲ ବ୍ଲକ ଲାଠୋର ଥାନା ଅନ୍ତର୍ଗତ ରେଙ୍ଗାଲି ଗ୍ରାମର ଗିରିଧାରୀ ମେହେର । ଲୁଟ୍‌କୁ ନେଇ ବୁଧବାର ଲାଠୋର ଥାନାରେ ଲିଖିତ ଅଭିଯୋଗ ହୋଇଛି । ସୂଚନା ଅନୁସାରେ ଗିରିଧାରୀ ମେହେର ପାଟଣାଗଡ଼ ସ୍ଥିତ ଏକ୍ସିସ ବ୍ୟାଙ୍କରୁ ଟଙ୍କା ଉଠାଇ ନିଜ ଘର ରେଙ୍ଗାଲିକୁ ସନ୍ଧ୍ୟା ୬.୩୦ ସମୟରେ ଫେରୁଥିଲେ । ହେଲେ ଘରଠାରୁ ମାତ୍ର କିଛି ଦୂରରେ ଥିବା କୁଲିହାମୁଣ୍ଡା ଗାଁ ନିକଟରେ ଏକ କଳା ରଙ୍ଗର ପଲସର ବାଇକରେ ୩ ଜଣ ଯୁବକ ମୁହଁରେ ମାସ୍କ ଲଗାଇ ତାଙ୍କୁ ଅଟକାଇଥିଲେ ।

ପରେ ଠେଙ୍ଗାରେ ମାଡ ମାରି ତାଙ୍କ ଠାରୁ ଟଙ୍କା ଭର୍ତ୍ତି ଥିବା ବ୍ୟାଗ ଛଡାଇ ନେଇ ତେଲେନପାଲି ରାସ୍ତା ଆଡକୁ ପଳାଇଥିଲେ । ଶ୍ରୀ ମେହେର ଏନେଇ ଲାଠୋର ଥାନାରେ ଅଭିଯୋଗ କରିବା ପରେ ଖପ୍ରାଖୋଲ ପୋଲିସ ଏବଂ ଲାଠୋର ପୋଲିସ ବିଭିନ୍ନ ଜାଗାରେ ସିସିଟିଭି ଯାଞ୍ଚ କରୁଥିବା ବେଳେ ଏନେଇ ଲାଠୋର ଥାନା କେସ ନଂ ୧୩/୨୦୨୫ରେ ଏକ ମାମଲା ଋଜୁ କରି ଅଧିକ ତଦନ୍ତ କରୁଥିବା ଏବଂ ଲୁଟେରା ମାନଙ୍କୁ ଧରିବା ପାଇଁ ଉଦ୍ୟମ ଜାରି ରଖିଥିବା ଲାଠୋର ଥାନାଧିକାରୀ ରାକେଶ ବେହେରା ସୂଚନା ଦେଇଛନ୍ତି ।

- Advertisement -spot_img

More articles

- Advertisement -spot_img

Latest article

ଅଭିଯୁକ୍ତର କାଠ ଫାଳିଆ ମାଡ଼ରେ କନେଷ୍ଟବଳ ଗୁରୁତର, ବଲାଙ୍ଗିର ଭୀମ ଭୋଇ ମେଡିକାଲରେ ଭର୍ତ୍ତି

ବଲାଙ୍ଗିର, (୨୩/୦୪) : ଆପ୍ର. : ଥାନା ଭିତରେ ପୋଲିସକୁ ଆକ୍ରମଣ । କାଠ ଫାଳିଆ ମାଡ଼ରେ କନେଷ୍ଟବଳ ସୁଦାମ ନାଗ ଗୁରୁତର । ବଲାଙ୍ଗିର ଭୀମ ଭୋଇ ମେଡିକାଲରେ ଗୁରୁତର କନେଷ୍ଟବଳଙ୍କୁ ଭର୍ତ୍ତି...

ନାବାଳିକାକୁ ଗଣ ଦୁଷ୍କର୍ମ: ୩ ଯୁବକଙ୍କ ସଂପୃକ୍ତ, ପୁଲିସ ତଦନ୍ତ ଆରମ୍ଭ

ସୁନ୍ଦରଗଡ଼଼, (୨୩/୦୪) : ଆପ୍ର. : ସୁନ୍ଦରଗଡ଼଼ ଜିଲ୍ଲା ତଳସରା ଥାନା ଅଞ୍ଚଳରେ ଲଜ୍ଜା। ଜଙ୍ଗଲକୁ ଟେକି ନେଇ ନାବାଳିକାକୁ ଗଣ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି । ଏକୋଇଶିଆ ଭୋଜି ଖାଇ ସାଙ୍ଗମାନଙ୍କ...

ଓଡ଼ିଶା ଆଦର୍ଶ ବିଦ୍ୟାଳୟରେ ବିଶ୍ୱ ପୃଥିବୀ ଦିବସ ପାଳିତ

ପାଟଣା, (୨୪/୦୩) : ଆପ୍ର. : ଢେଙ୍କିକୋଟ ଟିକିରା ସ୍ଥିତ ଘଟଗାଁ ବ୍ଲକ ଓଡ଼ିଶା ଆଦର୍ଶ ବିଦ୍ୟାଳୟରେ ଆଜି ବିଶ୍ୱ ପୃଥିବୀ ଦିବସ ଉତ୍ସାହପୂର୍ଣ୍ଣ ଭାବେ ପାଳନ ହୋଇଯାଇଛି । ପ୍ରାକୃତିକ ସଂପଦର ରକ୍ଷା,...

ବସ୍‌ରୁ ପଡି ଛାତ୍ରୀ ଗୁରୁତର

କଣ୍ଟାବାଞ୍ଜି, (୨୩/୦୪) : ଆପ୍ର. : ବସ୍‌ରୁ ପଡି ନବମ ଶ୍ରେଣୀ ଛାତ୍ରୀ ଗୁରୁତର । ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି କୁକୁଡାହାଟ ଗାଁ ନିକଟରେ ଅଭାବନୀୟ ଘଟଣା ଘଟିଛି । ଆଜି ବସ୍‌ ରୁ...

ସରାସକୋଲା ଉଚ୍ଚ ବିଦ୍ୟାଳୟରେ ଛାତ୍ରଛାତ୍ରୀ ମାନଙ୍କୁ ପୋଷାକ ବଣ୍ଟନ

ପାଟଣା, (୨୩/୦୪) : ଆପ୍ର. : ପାଟଣା ବ୍ଲକ ସରାସକୋଲା ଉଚ୍ଚ ବିଦ୍ୟାଳୟରେ ଛାତ୍ରଛାତ୍ରୀ ମାନଙ୍କୁ ଆଜି ନୂତନ ପୋଷାକ ବଣ୍ଟନ କରାଯାଇଛି । ଏଠାରେ ୧୩୫ ଜଣ ଛାତ୍ରଛାତ୍ରୀ ପୋଷାକ ବଣ୍ଟନ କରାଯାଇଥିବା...