ବାରିପଦା, (୨୩/୦୬) : ଆପ୍ର. : ବିଚ୍ ରାସ୍ତାରେ ଗୁଳିମାଡ। ଯୁବକଙ୍କୁ ବିଚ୍ ରାସ୍ତାରେ ଗୋଡାଇ ଗୋଡାଇ ଗୁଳିମାଡ ହୋଇଛି ।
ବାରିପଦା ଏନଏଚ୍ ୧୮ ଅସନଯୋଡା ନିକଟରେ ଏଭଳି ଅଭାବନୀୟ ଘଟଣା ଘଟିଛି । ୫ ରାଉଣ୍ଡ ଗୁଳି କରି ୩ ଜଣ ଦୁର୍ବୁତ୍ତ ଚମ୍ପଟ୍ ମାରିଛନ୍ତି । ବାଇକରେ ଆସି ୩ ଜଣ ଦୁର୍ବୁତ୍ତ ଗୋଡାଇ ଗୋଡାଇ ଗୁଳି କରିଛନ୍ତି । ଯୁବକଙ୍କ ମୁଣ୍ଡ ଏବଂ ଗୋଡରେ ଗୁଳି ବାଜିଥିବା ସୂଚନା ମିଳିଛି । ଗୁରୁତର ଅବସ୍ଥାରେ ତାଙ୍କୁ ତୁରନ୍ତ ଉଦ୍ଧାର କରାଯାଇ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ଲୁଟ୍ ପାଇଁ ଯୁବକଙ୍କୁ ଗୁଳି କରାଯାଇଥିବା ସନ୍ଦେହ କରାଯାଉଛି ।