ରିପୋର୍ଟ : ଧୃବରାଜ ମିଶ୍ର
ସୁବର୍ଣ୍ଣପୁର ,(୧୧/୦୩) : ଜମିକୁ ପାଣି ନେବାକୁ ନେଇ ଜଣେ ବ୍ୟକ୍ତିକୁ ନିର୍ମମ ଭାବେ ହତ୍ୟା କରିଥିବା ଜଣା ପଡ଼ିଛି ।
ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ସୁବର୍ଣ୍ଣପୁର ଜିଲ୍ଲା ଲଛିପୁର ଥାନା ଅନ୍ତର୍ଗତ ଲୁପୁରସିଂହା ଗାଁରେ । ଗତ ବିଳମ୍ବିତ ରାତିରେ ଗାଁ ନିକଟ ରେ ଥିବା ଯୋରରୁ ଜମିକୁ ପାଣି ନେବାକୁ ନେଇ ହୋଇଥିଲା ବିବାଦ । ଫଳରେ ଗାଁର କାର୍ତ୍ତିକ ବାରିହାଙ୍କୁ ନିର୍ମମ ଭାବେ ହତ୍ୟା କରି ଅଭିଯୁକ୍ତ ମାନେ ପଳାଇ ଆସିଥିବା ସୂଚନା ମିଳିଛି। ରବି ଚାଷ କରିଥିବା ଚାଷୀମାନେ ଏବେ ପାଣି ଚିନ୍ତାରେ ଥିବାବେଳେ ଯୋର ରୁ ଲିଫ୍ଟ ସାହାଯ୍ୟରେ ଚାଷ କରୁଛନ୍ତି ।
ତେବେ ଯୋରର ଜଳ ସ୍ରୋତ କମି ଥିବାରୁ ଠିକ୍ ଭାବେ ଜଳ ସେଚନ ହୋଇ ପାରୁ ନାହିଁ । ସେଥିପାଇଁ କାର୍ତ୍ତିକ ଏକ ନାଳା କରି ପାଣି ନେବାକୁ ଉଦ୍ୟମ କରିଥିଲେ । ଏଥିରେ ପାଖ ଜମି ମାଲିକ ମନା କରିବାକୁ ଉଭୟଙ୍କ ମଧ୍ୟରେ ବଚସା ହେବା ସହ ସେମାନେ ଉତ୍କ୍ଷିପ୍ତ ହୋଇ କର୍ତିକଙ୍କୁ ନିର୍ମମ ଭାବେ ହତ୍ୟା କରିଥିବା ଅଭିଯୋଗ ହୋଇଛି । ଏନେଇ ଲଛିପୁର ପୁଲିସ ଏକ ମାମଲା ରୁଜୁ କରି ଶବକୁ ଜବତ କରିବା ସହ ଅଧିକ ତଦନ୍ତ ଜାରି ରଖିଥିବାବେଳେ ତିନି ଜଣ ଅଭିଯିକୁଙ୍କୁ ଅଟକ ରଖିଥିବା ସୂଚନା ମିଳିଛି ।