32.9 C
Balāngīr
Monday, April 28, 2025

ଲେପ୍ରା ସୋସାଇଟିରେ ଯୋଗ ଶିବିର ଅନୁଷ୍ଠିତ

Must read

ରିପୋର୍ଟ : ଧୃବରାଜ ମିଶ୍ର
ସୁବର୍ଣ୍ଣପୁର , (୩୦/୧୧) : ସୁବର୍ଣ୍ଣପୁର ଲେପ୍ରା ସୋସାଇଟି ସମ୍ମିଳନୀ କକ୍ଷରେ ଆଜି ସକାଳେ ଏକ ଦିବସୀୟ ଯୋଗ ଶିବିର ଯୋଗବିଦ୍ ଗୋରେଖନାଥ ସାହୁଙ୍କ ମାର୍ଗଦର୍ଶନରେ ଅନୁଷ୍ଠିତ ହୋଇଯାଇଛି ।WhatsApp Image 2024 11 30 at 13.41.55 ଲେପ୍ରା ସୋସାଇଟିରେ ଯୋଗ ଶିବିର ଅନୁଷ୍ଠିତ

ଏହି ଶିବିରରେ ଲେପ୍ରା ସୋସାଇଟିର ହାଇଦ୍ରାବାଦ ସ୍ଥିତ ମୁଖ୍ୟାଳଯର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଇଂ. ପ୍ରଶାନ୍ତ କୁମାର ନାଏକ ମୁଖ୍ୟ ଅତିଥି ତଥା ପ୍ରଖ୍ୟାତ ସମାଜସେବିକା ଶ୍ରୀମତୀ ନୁରିଆ ବେନାଇଟେଜ ସମ୍ମାନିତ ଅତିଥିଭାବେ ଯୋଗଦେଇ ଶିବିରାର୍ଥୀ ମାନଙ୍କୁ ଉଦବୋଧନ ଦେଇଥିଲେ । ଯୋଗ ସାଧନା ଦ୍ବାରା ଶରୀର ଓ ମନକୁ କିପରି ସୁସ୍ଥ ରଖାଯାଇ ପାରେ ସେ ସଂପର୍କରେ ବିଶେଷ ପ୍ରଶିକ୍ଷଣ ଦିଆଯାଇଥିଲା । ଏଥିରେ ସୁବର୍ଣ୍ଣପୁର କୁଷ୍ଠାଶ୍ରମର ଅନ୍ତେବାସୀମାନଙ୍କୁ ମିଶାଇ ମୋଟ ଚାଳିଶଜଣ କୁଷ୍ଠମୁକ୍ତ ପୁରଷ ଓ ମହିଳା ଯୋଗ ଦେଇଥିଲେ । ଅତିଥିମାନେ ଉପସ୍ଥିତ ସମସ୍ତଙ୍କୁ ଫଳ ବଣ୍ଟନ କରିଥିଲେ । ଶେଷରେ ସୋସାଇଟିର ସଂଯୋଜକ ନୃସିଂହ ଚରଣ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ ।

- Advertisement -spot_img

More articles

- Advertisement -spot_img

Latest article

ଅବକାରୀ ଚଢ଼ାଉରେ ମହୁଲି ମଦ ସହ ୨ଟି ସ୍କୁଟି : ୨ଟି ମୋଟର ସାଇକେଲ ଜବତ

ରାଉରକେଲା, (୨୮/୦୪) : ଆପ୍ର. : ଆଜି ରାଉରକେଲା ଅବକାରୀ ଅଧୀକ୍ଷକ ଝସକେତନ ବରିହାଙ୍କ ନିର୍ଦ୍ଦେଶ କ୍ରମେ, ରାଉରକେଲା ଅବକାରୀ ବିଭାଗ ପକ୍ଷରୁ ଜିଅବାହାଲ, ରୁପୁଟୋଲା, ସେକ୍ଟର-୩, ଝିରପାଣି, ଅଚଂଳରେ ଚଢ଼ାଉ କରି...

ହାଇୱା-ବାଇକ ଧକ୍କା : ଜଣେ ମୃତ, ତିନି ଗୁରୁତର

ପାଟଣାଗଡ଼, (୨୮/୦୪): ଆପ୍ର. : ବଲାଙ୍ଗିର ଜିଲ୍ଲା ଲରମ୍ଭା ଥାନା ଘସିଏନ ଲରମ୍ଭା ମୁଖ୍ୟରାସ୍ତା ମଝିରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ହାଇୱାକୁ ପଛପଟୁ ପିଟିଲା ବାଇକ, ଜଣେ ମୃତ ତିନିଜଣ ଗୁରୁତର ।...

ଗଞ୍ଜାମରେ ବିଭତ୍ସ ହତ୍ୟା; ଦୁଇ ଭାଇଙ୍କୁ ହତ୍ୟା କରି ଶାଳବଣ ଜଙ୍ଗଲରେ ଜାଳିଦେଲେ ଦୁବୃର୍ତ

ଗଞ୍ଜାମ, (୨୮/୦୪) : ଆପ୍ର. : ପୁଣି ଅଶାନ୍ତ ହେଲା ଗଞ୍ଜାମ । ଖଲ୍ଲିକୋର୍ଟ ବେଗୁନିଆପଡ଼ା ଥାନା ଅଞ୍ଚଳରେ ଦୁଇ ଭାଇଙ୍କୁ ମାରି ଜଙ୍ଗଲରେ ଜାଳିଦେଲେ ଦୁର୍ବୁତ୍ତ । ବେଗୁନିଆପଡା ଥାନାଞ୍ଚଳର ଶାଳବଣ ଗାଁ...

ଯାଜପୁରରେ ଚାଞ୍ଚଲ୍ୟ ,ମହିଳାଙ୍କ ହାତମୁହଁ ବାନ୍ଧି ଦୁଷ୍କର୍ମ କଲେ ,ମାଡ଼ ମାରିଲେ ଦୁର୍ବୁତ୍ତ

ଯାଜପୁର, (୨୮/୦୪) : ଆପ୍ର. : ଯାଜପୁରରେ ଲଜ୍ୟା । ଯାଜପୁର ସହରରେ ଜଣେ କର୍ମଜୀବୀ ମହିଳାଙ୍କ ହାତମୁହଁ ବାନ୍ଧି ଦୁଷ୍କର୍ମ ଘଟଣା ପୁରା ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ପୀଡିତା ଲୋକଲଜ୍ୟା...

ଶଶୁର ଘରକୁ ଫେରିବା ବାଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା; ଗଛରେ ପିଟି ହେଲା ସ୍କର୍ପିଓ, ନବ ବିବାହିତଙ୍କ ସମେତ ୪ ମୃତ

ରାଉଲକେଲା, (୨୮/୦୪) : ଆପ୍ର. : ଦିଅଁ ଦର୍ଶନ ସାରି ଫେରୁଥିବା ବେଳେ ଗଛରେ ପିଟିହେଲା ସ୍କର୍ପିଓ । ଦୁର୍ଘଟଣାରେ ନବ ବିବାହିତାଙ୍କ ସମେତ ଚାଲିଗଲା ୪ ଜଣଙ୍କର ଜୀବନ ଓ ଜଣେ...