ରିପୋର୍ଟ : ଧୃବରାଜ ମିଶ୍ର
ସୁବର୍ଣ୍ଣପୁର, (୨୨/୦୨) : ସୁବର୍ଣ୍ଣପୁର ଲେପ୍ରା ସୋସାଇଟିର ୩୬ତମ ପ୍ରତିଷ୍ଠା ଦିବସ ଆଜି ସମାରୋହରେ ପାଳିତ ହୋଇଯାଇଛି ।
ସୁବର୍ଣ୍ଣପୁର ଜିଲ୍ଲା ତଥା ସାରା ଭାରତ ବର୍ଷରୁ କୁଷ୍ଠ ରୋଗ ନିରାକରଣ ସକାଶେ ଲେପ୍ରା ସୋସାଇଟିର ସମର୍ପିତ କାର୍ଯ୍ୟକ୍ରମ ଅତ୍ୟନ୍ତ ପ୍ରଶଂସନୀୟ ବୋଲି ବକ୍ତାମାନେ ଏହି ଉପଲକ୍ଷେ ଆୟୋଜିତ ସାଧାରଣ ସଭାରେ ମତବ୍ୟକ୍ତ କରିଥିଲେ । ଲେପ୍ରା ସୋସାଇଟି କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ସାଧାରଣ ସଭାରେ ଓଡିଶା ରାଜ୍ୟ ଆମ୍ବାସାଡର ବରିଷ୍ଠ ସାମ୍ବାଦିକ ଗୋରେଖନାଥ ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଯୋଗ ମାଧ୍ୟମରେ କିପରି ଶାରୀରିକ ଓ ମାନସିକ କଷ୍ଟ ଲାଘବ କରିହେବ ସେ ସଂପର୍କରେ ଉପସ୍ଥିତ କୁଷ୍ଠମୁକ୍ତ ପୁରୁଷ ଓ ମହିଳାମାନଙ୍କୁ ପ୍ରଶିକ୍ଷଣ ଦେଇଥିଲେ ।
ଏହି ସଭାରେ ସୋସାଇଟି ସଂଯୋଜକ ନୃସିଂହ ଚରଣ ମିଶ୍ର ସଭାପତିତ୍ବ କରିଥିବା ବେଳେ ସୁବର୍ଣ୍ଣା ନାରୀ ଜାଗରଣ କେନ୍ଦ୍ରର ସଂପାଦିକା ମଂଜୁଳା ମିଶ୍ର, ଉପସଭା ନେତ୍ରୀ ଭଗବତୀ ରାୟଗୁରୁ, ସଚେତନ ନାଗରିକ ସଂଘ ସଭାପତି ସୀତାଂଶୁ ଶେଖର ମିଶ୍ର, ସୁବର୍ଣ୍ଣା ସଭାନେତ୍ରୀ ପ୍ରାଧ୍ୟାପିକା ମୀନା ମହାରଣା ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ଶେଷରେ ଘନଶ୍ୟାମ ଦିସ୍ରି ଧନ୍ୟବାଦ ଦେଇଥିଲେ । ଏହି ଉପଲକ୍ଷେ ଅନ୍ତେବାସୀମାନଙ୍କୁ ଶାରୀରିକ ପ୍ରଯତ୍ନ ସଂପର୍କରେ ପ୍ରଶିକ୍ଷଣ ଦେବା ସହ ସେମାନଙ୍କ ଚକ୍ଷୁ ପରୀକ୍ଷା କରାଯାଇଥିଲା ।