32.9 C
Balāngīr
Saturday, April 26, 2025

ଲୋଇସିଂହାରୁ ଭରସୁଜା ଦେଇ ପଦ୍ମପୁର ରୁ ବସନାକୁ ଜାତୀୟ ରାଜପଥ ପାଇଁ ଦାବି ଜଣାଇଲେ ସାଂସଦ ପ୍ରଦୀପ ପୁରୋହିତ

Must read

sudhir
sudhirhttps://www.odishanews24.in
Editor led his team through the digital news revolution, always prioritizing integrity & accuracy. his legacy endures, an emblem of journalistic dedication.

ବଲାଙ୍ଗୀର (୨୬/୦୩-ଆପ୍ର): ନୀତିନ ଗଡ଼କରୀଙ୍କ ଆଗରେ ବଡ଼ ପ୍ରସ୍ତାବ ରଖିଲେ ବରଗଡ଼ ସାଂସଦ । ଲୋଇସିଂହାରୁ ବସନା ଭାୟା ଭରସୁଜା ଦେଇ ଗାଇସିଲଟ-ପଦ୍ମପୁର ଦେଇ ଏକ ନୂଆ ଜାତୀୟ ରାଜପଥ ପାଇଁ ପ୍ରସ୍ତାବ ଦେଇଛନ୍ତି ସାଂସଦ ପୁରୋହିତ । ଏହି ପ୍ରସ୍ତାବିତ ଜାତୀୟ ରାଜପଥ ନିର୍ମାଣ ହେଲେ ଏନଏଚ୍-୨୦୧ ଓ ଏନଏଚ୍-୫୩ ମଧ୍ୟରେ ଥିବା ୯୯.୩ କିଲୋମିଟର ଦୁରତା ପାଇଁ ଗୁରୁତ୍ୱପୂର୍ଣ୍ଣ ଯୋଗାଯୋଗ ବହନ କରିପାରିବ ।486484555 9293720117393356 2528971849381018176 n ଲୋଇସିଂହାରୁ ଭରସୁଜା ଦେଇ ପଦ୍ମପୁର ରୁ ବସନାକୁ ଜାତୀୟ ରାଜପଥ ପାଇଁ ଦାବି ଜଣାଇଲେ ସାଂସଦ ପ୍ରଦୀପ ପୁରୋହିତ

ଏହି ଜାତୀୟ ରାଜପଥ ହେବା ଦ୍ୱାରା କୃଷି ଓ ଶିଳ୍ପ କ୍ଷେତ୍ରରେ ଉତ୍ତମ କାର୍ଯ୍ୟକଳାପ ହୋଇପାରିବ । ଦ୍ରବ୍ୟ ସାମଗ୍ରୀ ଏବଂ ସେବା ଗୁଡ଼ିକର ଶୀଘ୍ର ପରିବହନକୁ ସୁଗମ କରିବା ସହ ଗ୍ରାମାଞ୍ଚଳରେ ଆର୍ଥିକ ଅଭିବୃଦ୍ଧି କ୍ଷେତ୍ରରେ ଅନେକ ସହାୟକ ହୋଇପାରିବ । ସେହିଭଳି ଏହି ଜାତୀୟ ରାଜପଥ ନିର୍ମାଣ ହେଲେ ଆଞ୍ଚଳିକ ସଡ଼କ ଭିତ୍ତିଭୂମିକୁ ମଧ୍ୟ ସୁଦୃଢ଼ କରିପାରିବ ବୋଲି କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀଙ୍କୁ ଜଣାଇଛନ୍ତି ପ୍ରଦୀପ ପୁରୋହିତ । ଦୀର୍ଘ ସମୟ ଧରି ପଶ୍ଚିମ ଓଡ଼ିଶାରେ ଜାତୀୟ ରାଜପଥର ବିକାଶ ନେଇ କେନ୍ଦ୍ର ପରିବହନ ଓ ସଡ଼କ ମନ୍ତ୍ରୀଙ୍କୁ ଭେଟି ଆଲୋଚନା କରିଛନ୍ତି ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ । ଜାତୀୟ ରାଜପଥ-୪୯ର ୪ ଲେନିଂ ବିଶିଷ୍ଟ କାର୍ଯ୍ୟର ଶୀଘ୍ର ଟେଣ୍ଡର ପ୍ରକ୍ରିୟା ଶେଷ କରାଯିବା ସହ ବରଗଡ଼ରେ ଦୁଇଟି ଫ୍ଲାଏଓଭର ନିର୍ମାଣ ପାଇଁ ଦାବି କରିଛନ୍ତି ସାଂସଦ ।486330760 9293719407393427 8993676962115982371 n ଲୋଇସିଂହାରୁ ଭରସୁଜା ଦେଇ ପଦ୍ମପୁର ରୁ ବସନାକୁ ଜାତୀୟ ରାଜପଥ ପାଇଁ ଦାବି ଜଣାଇଲେ ସାଂସଦ ପ୍ରଦୀପ ପୁରୋହିତ

ଝାରସୁଗୁଡ଼ା-ଲଖନପୁର-କନକଟୋରା ଜାତୀୟ ରାଜପଥ ୪୯ର ଚାରିଟିକିଆ ଜାତୀୟ ରାଜପଥ ନିର୍ମାଣର ଟେଣ୍ଡର ପ୍ରକ୍ରିୟା ଶ୍ରୀଘ୍ର ସାରିବାକୁ କହିଛନ୍ତି କଲେ ବରଗଡ଼ ସାଂସଦ । ଏହି ରାସ୍ତାର ଡିପିଆର ପ୍ରସ୍ତୁତ ହୋଇସାରିଥିବା ବେଳେ ଟେଣ୍ଡର ପ୍ରକ୍ରିୟା ଜାନୁଆରୀ ମାସରେ ଆରମ୍ଭ ହେବାକୁ ଥିଲା । ହେଲେ ଏଥିରେ ବିଳମ୍ବ ହେଉଛି । ତେଣୁ ଶୀଘ୍ର ଟେଣ୍ଡର କରାଯାଇ କାମ ଆରମ୍ଭ କରିବାକୁ କେନ୍ଦ୍ରମନ୍ତ୍ରୀଙ୍କୁ ସେ ଅୁନରୋଧ କରିଛନ୍ତି । ସେହିଭଳି ବରଗଡ଼ ଗାନ୍ଧୀ ଛକ ନିକଟରେ ଏକ ଫ୍ଲାଏଓଭର ନିତ୍ୟାନ୍ତ ଆବଶ୍ୟକ ବୋଲି କହିଛନ୍ତି ଶ୍ରୀ ପୁରୋହିତ । ଯାହାଫଳରେ ରାସ୍ତାର ସଙ୍କୁଚିତକୁ ହ୍ରାସ କରିବା ସହ ରାସ୍ତା ସଂଯୋଗୀକରଣକୁ ଆହୁରି ଉନ୍ନତି କରିପାରିବ ବୋଲି କହିଛନ୍ତି ଶ୍ରୀଯୁକ୍ତ ପୁରୋହିତ । ବରଗଡ଼ର ଗୋଡ଼ଭଙ୍ଗା ଓ ଗୁଲିପାଣି ଠାରେ ଫ୍ଲାଏଓଭର କାମ ଶେଷ ହୋଇଛି । ବିକାଶ ହସପିଟାଲ ଫ୍ଲାଏଓଭର ପାଇଁ ଟେଣ୍ଡର ପ୍ରକ୍ରିୟା ଶେଷ ହୋଇଥିବା ଜଣାଇଛନ୍ତି ସାଂସଦ ।

ଏସବୁ ଅଂଚଳରେ ଦୃତ ସହରୀକରଣ ଓ ଟ୍ରାଫିକ୍ ସମସ୍ୟା ଯୋଗୁଁ ଏହି ସବୁ ଜାତୀୟ ରାଜପଥର କାର୍ଯ୍ୟ ଶେଷ କରିବାକୁ ଅନୁରୋଧ କରିଛନ୍ତି ସାଂସଦ ଶ୍ରୀ ପୁରୋହିତ । ଏହାସହ ସର୍ଭିସ ରୋଡ ଉନ୍ନତି ଓ ଏହି ଅଂଚଳର ମୁଖ୍ୟ ରାସ୍ତାରେ ଉପଯୁକ୍ତ ଆଲୋକୀକରଣ ବ୍ୟବସ୍ଥା କରିବା ନେଇ କେନ୍ଦ୍ରମନ୍ତ୍ରୀଙ୍କ ସହ ସେ ଦୀର୍ଘ ସମୟ ଧରି ଆଲୋଚନା କରିଛନ୍ତି । ଏସବୁର ବିକାଶ ହେଲେ ସଡ଼କ ସୁରକ୍ଷା ସହ ସାଧାରଣ ଲୋକଙ୍କ ଯାତାୟତରେ ଅନେକ ସୁବିଧା ହୋଇପାରିବ । ଭାରତୀୟ ସଡ଼କ ପରିବହନ କ୍ଷେତ୍ରର ବିକାଶ ଦିଗରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ଗଡ଼କରୀଙ୍କ ଅନେକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥିବା ବେଳେ ସାଂସଦଙ୍କ ଦାବି ଓ ପ୍ରସ୍ତାବକୁ ପୂରଣ କରିବେ ବୋଲି ପ୍ରଦୀପ ପୁରୋହିତ ଆଶା ରଖିଛନ୍ତି ।

- Advertisement -spot_img

More articles

- Advertisement -spot_img

Latest article

ଯୋବ୍ରା ନିକଟରେ ମହାନଦୀରେ ବୁଡିଗଲେ ୩ ଜଣ, ଦୁଇ ଉଦ୍ଧାର

କଟକ, (୨୫/୦୪) : ଆପ୍ର. : ଯୋବ୍ରା ନିକଟରେ ମହାନଦୀରେ ବୁଡିଗଲେ ୩ ଜଣ । ସ୍ଥାନୀୟ ଲୋକଙ୍କ ଦ୍ୱାରା ଜଣେ ସୁରକ୍ଷିତ ଭାବେ ଉଦ୍ଧାର ହୋଇଛନ୍ତି । ଗାଧୋଉଥିବା ବେଳେ ଘଟିଛି...

ବାହ୍ୟ ରାଜ୍ୟ କୁ ଗଞ୍ଜେଇ ଚୋରା ଚାଲାଣ ବେଳେ ଦୁଇ ବ୍ୟବସାୟୀ ଗିରଫ

ବଲାଙ୍ଗୀର/ଟିଟିଲାଗଡ, (୨୪/୦୪) : ଆପ୍ର. : ଟିଟିଲାଗଡ ରେଳ ଷ୍ଟେସନ ରୁ କ୍ରମାଗତ ଭାବେ ଗଞ୍ଜେଇ ଚୋରା ଚାଲାଣ ଚାଲିଥିବା ବେଳେ ମଝିରେ ମଝିରେ ଅନେକ ଗଞ୍ଜେଇ ମାଫିଆ ଙ୍କୁ କାବୁ କରାଯାଉଛି...

ଜଳିଗଲା ବୁଲେଟ ଗାଡ଼ି, ଦୁଇ ଯୁବକ ଗୁରୁତର

ବଲାଙ୍ଗୀର, (୨୫/୦୪) : ଆପ୍ର. : ବଲାଙ୍ଗୀର ଜିଲ୍ଲା ଅନ୍ତର୍ଗତ ବେଲପଡ଼ା ସହର ନିବାସୀ ସୁମନ୍ତ ବଛା ଓ ଅଜିତ ନାଗ ନାମକ ଦୁଇ ଯୁବକ ବୁଲେଟ ଯୋଗେ ଟିଟିଲାଗଡ ଦେଇ ଖୋଲାନ...

ଖବର ପ୍ରସାରଣ ପରେ ବିଭାଗୀୟ ଅଧିକାରୀ ଙ୍କୁ ତୁରନ୍ତ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ

ବଲାଙ୍ଗୀର/ଟିଟିଲାଗଡ, (୨୪/୦୪) : ଆପ୍ର. : ଖବର ପ୍ରସାରଣ ପରେ ବିଭାଗୀୟ ଅଧିକାରୀ ଙ୍କୁ ତୁରନ୍ତ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ । ବଲାଙ୍ଗୀର ଜିଲ୍ଲା ଅନ୍ତର୍ଗତ ଟିଟିଲାଗଡ ପୌର ପରିଷଦ ଅଧିକାରୀ ତଥା ପଦାଧିକାରୀ...

ସାନନ୍ଦ ମେହେରକୁ ଗିରଫ ଓ ପ୍ରକାଶ ଲୁହାଙ୍କୁ ନ୍ୟାୟ ଦାବିରେ ଥାନା ଘେରିଲେ ହଜାର ହଜାର ପୁରୁଷ ମହିଳା

ସୁବର୍ଣ୍ଣପୁର, (୨୪/୦୪) : ଆ.ପ୍ର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଥାନା ଘେରିଲେ ହଜାର ହଜାର ପୁରୁଷ ମହିଳା । ପ୍ରାପ୍ତ ସୂଚନା ଅନୁସାରେ କିଛିଦିନ ପୂର୍ବରୁ ବୀରମହାରାଜପୁର ବ୍ଲକ ଉପାଧ୍ୟକ୍ଷ ନାରାୟଣ ଲୁହାଙ୍କ...